ଗଡୁଛି ରବି ଚାଷ ସମୟ: ଚାଷୀଙ୍କୁ ମିଳିନି ଖରିଫ୍‌ ଧାନବିକ୍ରି ଟୋକନ

ବରଗଡ଼,୧୦।୧(ପ୍ରେମାନନ୍ଦ ଖମାରୀ):କେନାଲ ପାଣି ଆସିବା ପରେ ହୀରାକୁଦ ଜଳସେଚିତ ବରଗଡ଼ ଜିଲାର ଚାଷୀମାନେ ରବି ଚାଷକାର୍ଯ୍ୟ ଆରମ୍ଭ କରି ଦେଇଥାନ୍ତି। ଅଥଚ ଏପର୍ଯ୍ୟନ୍ତ ଜିଲାର ଚାଷୀଙ୍କ ଖରିଫ୍‌ ଅମଳ ଧାନ ବିକ୍ରି ହେବା ତ ଦୂରର କଥା, ଧାନବିକ୍ରି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାଧ୍ୟତାମୂଳକ କରାଯାଉଥିବା ଟୋକନ ଅନେକ ଚାଷୀଙ୍କୁ ମିଳିପାରି ନାହିଁ। ଫଳରେ କେବେ ଖରିଫରେ ଅମଳ ଧାନ ବିକ୍ରି କରିବେ ଏବଂ ରବି ଚାଷକାର୍ଯ୍ୟକୁ ଆଗେଇ ନେବେ, ଜିଲାର ଚାଷୀମାନଙ୍କୁ ସେହି ଚିନ୍ତା ଘାରିଛି। କେବଳ ସେତିକି ନୁହେଁ, ଏବେ ସୁଦ୍ଧା ଜିଲାର ଅନେକ ଚାଷୀଙ୍କୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ିଛନ୍ତି। ଆନ୍ଦୋଳନ ପରେ ପଞ୍ଜୀକରଣ ନେଇ ପ୍ରତିଶ୍ରୁତି ଦିଆଯାଇ ଥିଲେ ସୁଦ୍ଧା ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଫଳରେ ସମ୍ପୃକ୍ତ ଚାଷୀମାନଙ୍କ ଅମଳ ଧାନ ମଧ୍ୟ କ୍ଷେତ, ଖଳା ଏବଂ ଘରେ ବିକ୍ରି ଅପେକ୍ଷାରେ ପଡ଼ି ରହିଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ପୁଣି ତେଜି ଉଠିଛି। ଏହି କ୍ରମରେ ଶୁକ୍ରବାର ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଜିଲାର ବିଭିନ୍ନ ଅଞ୍ଚଳର ଚାଷୀମାନେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ହକ୍‌ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହିତ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଉଦ୍ଦେଶ୍ୟରେ ଚାଷୀମାନେ ପୃଥକ ଭାବେ ଶତାଧିକ ଦାବିପତ୍ର ପ୍ରଦାନ କରିଥିଲେ। ବରଗଡ଼ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଏବଂ ସମବାୟ ଉପନିବନ୍ଧକ(ଡିଆର୍‌ସିଏସ୍‌) ଯୁଗଳ କିଶୋର ଦାଶ ଦାବିପତ୍ର ଗ୍ରହଣ କରିଥିଲେ। ଆସନ୍ତା ୧୫ତାରିଖ ସୁଦ୍ଧା ସମସ୍ତ ଚାଷୀଙ୍କୁ ଧାନବିକ୍ରି ଟୋକନ ପ୍ରଦାନ କରା ନଗଲେ କୌଣସି ମୁହୂର୍ତ୍ତରେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
ଗତବର୍ଷ ନଭେମ୍ବର ମାସ ୧୮ତାରିଖରୁ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ସୁଦ୍ଧା ଅନେକ ଚାଷୀଙ୍କୁ ଧାନବିକ୍ରି ପାଇଁ ପଞ୍ଜୀକୃତ କରାଯାଇ ନଥିଲା। ଫଳରେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିଥିଲେ। ମାତ୍ର ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ସେତେବେଳେ ଧାରଣାସ୍ଥଳକୁ ପହଞ୍ଚି ଗତବର୍ଷ ନଭେମ୍ବର ୨୮ତାରିଖ ସୁଦ୍ଧା ସମସ୍ତ ପ୍ରକୃତ ଚାଷୀଙ୍କୁ ଧାନବିକ୍ରି ପାଇଁ ପଞ୍ଜୀକୃତ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଚାଷୀମାନେ ସେତେବେଳେ ଧାରଣାରୁ ଓହରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀଙ୍କୁ ପଞ୍ଜୀକୃତ କରାଯାଇ ନଥିବାବେଳେ ଧାନବିକ୍ରି ଟୋକନ ପାଇବାରୁ ବଞ୍ଚିତ ଅଛନ୍ତି। ସେହିପରି ଯେଉଁ ଚାଷୀଙ୍କୁ ଟୋକନ ମିଳିଛି, ସେଥିରେ ଚାଷ କରିଥିବା ଜମି ତୁଳନାରେ ବିକ୍ରିଯୋଗ୍ୟ ଧାନ ପରିମାଣ ଯଥେଷ୍ଟ କମ୍‌ ରହିଛି। ଏହି ଦୃଷ୍ଟିରୁ ଚାଷୀମାନେ ଖରିଫ ଅମଳ ଧାନ ବକ୍ରି କରି ପାରୁ ନାହାନ୍ତି ଏବଂ ରବି ଚାଷକାର୍ଯ୍ୟ ପ୍ରଭାବିତ ହେଉଛି।
ସାଧାରଣତଃ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାରେ ବରଗଡ଼ ଜିଲାରେ ୭୭.୪୦ ଲକ୍ଷ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ସଂଗୃହୀତ ହୋଇ ବିକ୍ରି ହୋଇଥାଏ। କିନ୍ତୁ ଏଥର ଏପର୍ଯ୍ୟନ୍ତ ଜିଲାର ୭୬ହଜାର ୭୮୮ ଚାଷୀଙ୍କଠାରୁ କେବଳ ୩୩ଲକ୍ଷ ୪୧ହଜାର ୨୩୦ କୁଇଣ୍ଟାଲ ଧାନ କିଣାଯାଇଛି। ଅନେକ ଚାଷୀ ଧାନ ବିକ୍ରି କରି ପାରି ନଥିବାରୁ ଋଣ ପରିଶୋଧ, ଛାତ୍ରୀଛାତ୍ରଙ୍କ ପାଠପଢ଼ା, ବିଦ୍ୟୁତ୍‌ ବିଲ୍‌ ପ୍ରଦାନ ସମେତ ପରିବାର ଗୁଜୁରାଣ ମେଣ୍ଟାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଅଦିନିଆଁ ବର୍ଷା ହେଲେ ଧାନ ବିକ୍ରି କରି ପାରି ନଥିବା ଚାଷୀମାନେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥିତିରେ ସମସ୍ତ ଚାଷୀଙ୍କୁ ଟୋକନ ପ୍ରଦାନ ସହିତ ଧାନକିଣା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଦାବି ହୋଇଛି। ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ସମେତ ସୁଦାମ ପାତ୍ର, ନିରଞ୍ଜନ ପ୍ରଧାନ, ସୁବଳ ପ୍ରଧାନ, ଈଶାନ୍ତ ଭୋଇ, ରବିଶଙ୍କର ପ୍ରଧାନ, ଲିଙ୍ଗରାଜ ଦେହେରୀ, ବିକାଶ ଭୋଇ, ଶ୍ରଦ୍ଧାକର କର୍ମୀ, ଟେକରାଜ ପ୍ରଧାନ, ଜୟପ୍ରକାଶ ପ୍ରଧାନ, ଜୟନ୍ତୀ ସାହୁ, ମୋହନ ଭୋଇ, ଡାକ୍ତର ପାତ୍ର, ସରୋଜ ସାହୁ, ଭିଜନ ପାଢ଼ୀ, କଳାକାର ଦେହେରୀ, ସୁଦର୍ଶନ ନାୟକ ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜିଲ୍ଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ମଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri