ଅନିଶ୍ଚିତତାରେ ରବି ଧାନ ସଂଗ୍ରହ

ପଦ୍ମପୁର,୮।୫(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ରବିଧାନ ସଂଗ୍ରହ କେବେ ହେବ ସେ ନେଇ ପ୍ରଶାସନିକ ସ୍ତରରେ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ତାରିଖ ଘୋଷଣା ହୋଇନାହିଁ। ଫଳରେ ଚାଷୀମାନେ ଧାନ ଅମଳ କରି ମଣ୍ଡିକୁ ଅପେକ୍ଷା କରିରହିଛନ୍ତି। ପଦ୍ମପୁର, ପାଇକମାଳ, ବିଜେପୁର, ଗାଇସିଲେଟ ବ୍ଲକର ଅନେକ ଚାଷୀଙ୍କ ଧାନ ଅମଳ ହୋଇସାରିଥିବା ବେଳେ ପଦ୍ମପୁର-ବରଗଡ଼ ମୁଖ୍ୟ ରାସ୍ତା, କ୍ଷେତ, ଖଳାରେ ଗଦା ହୋଇଛି। ହଠାତ୍‌ କାଳବୈଖାଖୀ ଜନିତ ବର୍ଷା ମାଡିଆସୁଥିବାରୁ ଧାନ ନଷ୍ଟ ହେବା ଆଶଙ୍କା ରହିଛି। ସେହିପରି ଆଗକୁ ଲଘୁଚାପ ଓ ବାତ୍ୟା ଭୟ ମଧ୍ୟ ଚାଷୀଙ୍କୁ ଘାରିଛି। ଅନ୍ୟପକ୍ଷେ ହିରାକୁଦ କମାଣ୍ଡ୍‌ ଏରିଆ ଚାଷୀମାନଙ୍କଠାରୁ ଆସନ୍ତା ୧୦ତାରିଖରୁ ଧାନ ସଂଗ୍ରହ ହେବ ବୋଲି ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି। ଧାନ ଅମଳ ସତ୍ତ୍ୱେ ବିକ୍ରି ହୋଇ ନ ପାରିବାରୁ ପଦ୍ମପୁର ଉପଖଣ୍ଡ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପଦ୍ମପୁର ଉପଖଣ୍ଡ ପାଇଁ ଶୀଘ୍ର ଧାନ ସଂଗ୍ରହ ତାରିଖ ଘୋଷଣା ସହ ଏକର ପ୍ରତି କେତେ ଧାନ ଚାଷୀ ବିକ୍ରି କରିବେ ତାହା ସ୍ପଷ୍ଟ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଏଥର ପଦ୍ମପୁର ଉପଖଣ୍ଡର ୬ଟି ଯାକ ବ୍ଲକ ପଦ୍ମପୁର, ପାଇକମାଳ, ଝାରବନ୍ଧ, ଗାଇସିଲେଟ, ସୋହେଲା, ବିଜେପୁରରେ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୧୬ଟି କେନ୍ଦ୍ର ଓ ପ୍ରାଥମିକ ସେବା ସମିତି ଦ୍ୱାରା ୩୧ଟି କେନ୍ଦ୍ରରେ ଧାନ ସଂଗ୍ରହ ହେବ ବୋଲି ସହକାରୀ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ପଧାନ ସୂଚନା ଦେଇଛନ୍ତି। ତେବେ ମଣ୍ଡି ଖୋଲିବା ନେଇ କୌଣସି ତାରିଖ ସେ ସ୍ପଷ୍ଟ କରିନାହାନ୍ତି। ଏ ସମ୍ପର୍କରେ ଚାଷୀ ନେତା ରମେଶ ମହାପାତ୍ର କହିଛନ୍ତି, ସରକାରଙ୍କ ଧାନକିଣା ଏକ ଫାର୍ସରେ ପରିରତ ହୋଇଛି। ଏଯାଏ ପଦ୍ମପୁର ଉପଖଣ୍ଡରେ କେବେ ଧାନକିଣା ହେବ ଓ ଟୋକନ ଜେନେରେଟ ହେବ ସେ ନେଇ ସରକାର ସ୍ପଷ୍ଟ ନ କରିବା ଦୁର୍ଭାଗ୍ୟଜନକ ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

ଥୁଆମୂଳ ରାମପୁର ଥାନା ଏସ୍‌ଆଇଙ୍କ ମେଡିକାଲରେ ଚିକିତ୍ସା ଅବହେଳା ନେଇ ତୀବ୍ର ଅସନ୍ତୋଷ, କ୍ୱାର୍ଟର୍ସରେ ଶୋଇଥିଲେ ଡାକ୍ତର-ନର୍ସ, ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୩।୫ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ଭାସ୍କର ଖୋସ୍ଲାଙ୍କର (୫୬) ଗତକାଲି ବିଳମ୍ବିତ ରାତିରେ ଅକାଳ…

ରାଘବ ଚଢାଙ୍କୁ ରାଜ୍ୟ ସଭାରେ ବଡ଼ ଦାୟିତ୍ୱ, ଭାଜପାର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩।୫: ଆମ ଆଦମୀ ପାର୍ଟି ଛାଡି ଭାଜପାରେ ଯୋଗଦେବା ପରେ ତୁରନ୍ତ ରାଜ୍ୟ ସଭା ଏମପି ରାଘବ ଚଢାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ରାଜ୍ୟ…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri