କେନାଲରେ ଢଳା ହେଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ: ଲୋକ ଦେଖିବାରୁ ଗାଡ଼ି ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଡ୍ରାଇଭର

ଗୋପ,୨୧ା୮(ଭାରତୀ ଭୁଷଣ ଉପାଧ୍ୟାୟ): ବୁଧବାର ମଧ୍ୟାହ୍ନରେ ଗୋଟିଏ ଚାଉଳ ଭର୍ତ୍ତି ଗାଡ଼ିରୁ ଗୋପ ବାୟାକୂଦା ନିକଟସ୍ଥ ଗୋପ ବ୍ରାଞ୍ଚ କେନାଲ ରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ କେନାଲ ପାଣିରେ ଢଳା ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି। କେନାଲ ପାଣିରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ ଢଳା ହେବା ଖବର ଜଣା ପଡ଼ିବା ପରେ ଘଟଣା ସ୍ଥଳରେ ସାଧାରଣ ଲୋକ ମାନେ ରୁଣ୍ଡ ହେବା ପରେ କୈାଣସି ସୁତ୍ରରୁ ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ଥିଲେ। ମାତ୍ର ସାଧାରଣ ଲୋକଙ୍କ ସହିତ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚିବାପରେ ଆଉ ଗୋଟିଏ ଚାଉଳ ଭର୍ତ୍ତି ଗାଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଏହି ଚାଉଳ କିଏ ପାଳୁଛି, କାହିଁକି ଢଳା ହେଉଛି ତାହା ଏବେ ସମସ୍ତ ଙ୍କୁ ଚକିତ କରିଛି।

କେତକ ଏହାକୁ ଅର୍ପଣ ଚାଉଳ କହୁଥିବା ବେଳେ ଆଉ କେତକ ଗରିବ ଲୋକଙ୍କ ବିପିଏଲ୍ ଚାଉଳ ବୋଲି କହୁଛନ୍ତି। ଏପରି ଏକ ଘଟଣାକୁ ନେଇ ଜିଲାପ୍ରଶାସନର କେତେକ ଅଧିକାରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଜିଲାପାଳ ଏପରି ଏକ ଘଟଣା ଉପରେ ତଦନ୍ତ କରି କାର୍ଯାନୁଷ୍ଠାନ ନେବାକୁ ଦାବି କରାଯାଇଛି। ପ୍ରକାଶ ଯେ ଗୋପ ବ୍ଲକ ରେ ୩ ହଜାର ରୁ ଅଧିକ ରାସନ୍ କାର୍ଡ ଥିବା ବେଳେ ୭ ହଜାର ରୁ ଅଧିକ କିଣ୍ଟାଲ ଚାଉଳ ପ୍ରତ୍ୟେକ ମାସରେ ଆସୁଛି।

ନିମାପଡ଼ା ଅଞ୍ଚଳର ଜନୈକ ହୋଲସେଲର ଏହି ବଣ୍ଟନ ଦାୟିତ୍ଵ ନେଇଥିଲେ ମଧ୍ୟ ଅଧିକାଂଶ ସମୟରେ ଡିଲର ମାନଙ୍କୁ ଆବଶ୍ୟକତା ଅନୁପାତରେ ଚାଉଳ ମିଳୁ ନ ଥିବା ଅଭିଯୋଗ ହୋଇ ଆସୁଥିଲା। ଏପରି କି ଡିଲର ମାନଙ୍କୁ ଦିଆ ଯାଉଥିବା ବସ୍ତା ଚାଉଳ ୫୨ କେଜି ରହିବା ପରିବର୍ତ୍ତେ ୪୬,୪୭ କେଜି ରହୁଥିବା ଅଭିଯୋଗ ରହିଛି। ଆଉ ମଧ୍ଯ ନିମାପଡ଼ାରୁ ଗୋପ ବ୍ଲକ କୁ ଆସୁଥିବା ଚାଉଳ ବାଟ ଘାଟରେ ବସ୍ତାରୁ କଢା ଯାଉଛି ବୋଲି ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା। ମାତ୍ର ବୁଧବାର କେନାଲ ପାଣି ଢଳା ଯାଉଥିବା ଚାଉଳ ରେ ଅରୁଆ ଓ ଉସୁନା ଚାଉଳ ଥିବା ସ୍ଥାନିୟ ଲୋକ ମାନେ ଅଭିଯୋଗ କରିଛନ୍ତି। କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ କେନାଲ ପାଣିରେ କିଏ ଢାଳୁଥିଲା କାହିଁକି ଢାଳୁଥିଲା ,ଏ ଚାଉଳ କେଉଁ ଚାଉଳ ତାହା ଏବେ ସାଧାରଣ ରେ ପ୍ରଶ୍ନବାଚୀ ସୁଷ୍ଟି କରିଛି। ଅରୁଆ ଚାଉଳ ଥିବାରୁ ଏହି ଚାଉଳ ଅର୍ପଣ ଚାଉଳ ବୋଲି ମଧ୍ୟ କୁହା ଯାଉଛି।

ଏଠାରେ ପ୍ରଶ୍ନ ଉଠେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମକ ରେ ଆଦାୟ ହୋଇ ଥିବା ଅର୍ପଣ ଚାଉଳ ପୁରୀ ରୁ ଗୋପ ଅଞ୍ଚଳକୁ କିପରି ଆସିଲା ତାହା ମଧ୍ୟ ସାଧାରଣ ରେ ସନ୍ଦେହ ସୁଷ୍ଟି ହୋଇଛି। ଯଦି ଅର୍ପଣ ଚାଉଳ ହେଇଥାନ୍ତା ତା ହେଲେ ଉସୁନା ଚାଉଳ କେଉଁଠି ଆସିଲା ଓ କିଏ ଆଣିଲା ବୋଲି ଏବେ ଏହି ଘଟଣା କୁ ଅଧିକ ମାତ୍ରାରେ ସନ୍ଦେହ ଦେଖା ଦେଇଛି। ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଆଉ ଗୋଟିଏ ଚାଉଳ ଭର୍ତ୍ତି ଗାଡ଼ି କୁଆଡେ ଗଲା ତାହା ମଧ୍ୟ ସାଧାରଣ ରେ ପ୍ରଶ୍ନବାଚୀ ସୁଷ୍ଟି ହୋଇଛି। ଏପରି ଏକ ଗୁରୁତର ଘଟଣା ସଂପର୍କରେ ଜିଲା ଯୋଗାଣ ଅଧିକାରୀ ସୁବୋଧ କୁମାର ହୋତା ଙ୍କୁ ପଚାରିବା ରେ ଅର୍ପଣ ଚାଉଳ ସଂପର୍କ ରେ ଆମ ନିକଟରେ କୈାଣସି ଖବର ନାହିଁ ବୋଲି କହିବା ସହିତ ରାସନ୍ କାର୍ଡ ଚାଉଳ ଅଭିଯୋଗ ଉପରେ ତଦନ୍ତ ରିପୋର୍ଟ ମାଗିବି ବୋଲି ସୂଚନା ଦେଇଥିଲେ।

ସେପଟେ ଏହା ଅର୍ପଣ ଚାଉଳ ନୁହେଁ ବୋଲି ଏହି ଖବରକୁ ଖଣ୍ଡନ କରିଛନ୍ତି ସୁଆର ମହାସୁଆର ସମ୍ପାଦକ ନାରାୟଣ ମହାସୁଆର।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?