ମା’ତାରିଣୀ ରାଇସ ମିଲର ୨ଟି ଗୋଦାମରେ ଷ୍ଟକ ନାହିଁ ଧାନ, ଚାଉଳ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯୋଗାଣ ବିଭାଗର ବିଳମ୍ବକୁ ନେଇ ପ୍ରଶ୍ନ

ଛତ୍ରପୁର,୨୧/୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବାଲିଆ ଗ୍ରାମର ମା’ ତାରିଣୀ ରାଇସ ମିଲରେ ଯୋଗାଣ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରିଛି । ହେଲେ ତ୍ୱରିତ୍ୱ ପଦକ୍ଷେପ ନେବାକୁ କାହିଁକି ବିଳମ୍ବ ଦେଖାଉଛି ଯୋଗାଣ ବିଭାଗ । ମା’ ତାରିଣୀ ରାଇସ ମିଲ ସରକାରଙ୍କୁ ବାକି ଥିବା ଧାର୍ଯ୍ୟ ପରିମାଣ ଧାନ ଓ ଚାଉଳ ଗୋଦାମରେ ଷ୍ଟକ ନଥିବା ନେଇ ଗତ ୭ ତାରିଖରେ ୨ଟି ଗୋଦାମକୁ ଜଉମୁଦ ଦେଇ ସିଲ କରାଯାଇଥିଲା । ପୁଣି ଗତ ୧୯ ତାରିଖରେ ଜଉମୁଦ ସିଲ ଖୋଲି ପେପର ସିଲ କରାଯାଇଛି । ଯୋଗାଣ ବିଭାଗ ଅବଗତ ରହିଛି ଯେ, ମିଲ ଅଧୀନରେ ଥିବା ୨ଟି ଗୋଦାମରେ ସରକାରଙ୍କୁ ପୈଠ କରିବାକୁ ଧାର୍ଯ୍ୟଥିବା ପରିମାଣର ଧାନ କିମ୍ବା ଚାଉଳ ଷ୍ଟକ ନାହିଁ ହେଲେ ସଂପୃକ୍ତ ମିଲ ଉପରେ ତ୍ୱରିତ୍ୱ ପଦକ୍ଷେପ ନେବା ବଦଳରେ ପୁଣି ସେହି ଦୁଇଟି ଗୋଦାମରେ ମହଜୁଦ ଥିବା ଚାଉଳ ଓ ଧାନ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନିଆଯାଉଛି। ସୂଚନାନୁସାରେ, ୨୦୨୪-୨୫ ଖରିଫ ଋତୁରେ ମା’ତାରିଣୀ ରାଇସ ମିଲ ଧାନସଂଗ୍ରହ ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ୧ ଲକ୍ଷ ୪ ହଜାର କ୍ୱିଂଟାଲ ଧାନ ଉଠାଇଥିଲେ ତାହା ଅଧୀନରେ ୬୯ ହଜାର କ୍ୱିଂଟାଲ ଚାଉଳ ସରକାରଙ୍କୁ ପୈଠ କରିବା ପାଇଁ ଧାର୍ଯ୍ୟ ରହିଥିଲା । ହେଲେ ୨୮ ହଜାର କ୍ୱିଂଟାଲ ଚାଉଳ ସରକାରଙ୍କୁ ପୈଠ କରିଥିବା ଆହୁରି ବଳକା ୪୧ ହଜାର କ୍ୱିଂଟାଲ ଚାଉଳ ସରକାରଙ୍କୁ ପୈଠ କରିବାକୁ ବାକି ରହିଥିଲା । ହେଲେ ଯୋଗାଣ ବିଭାଗ ଓ ପୁରୁଷୋତମ ତହସିଲଦାର ବିଭିନ୍ନ ପ୍ରତିନିଧି ଦଳର ଉପସ୍ଥିତିରେ ମା’ତାରିଣୀ ରାଇସ ମିଲ ଅଧୀନରେ ଥିବା ୨ଟି ଗୋଦାମରେ ଚାଉଳ ଭର୍ତି ୪୩୯୧ ଝୋଟ ବ୍ୟାଗ, ଚାଉଳ ଭର୍ତ୍ତି ୬୬୦ଟି ପ୍ଲାଷ୍ଟିକ ବ୍ୟାଗ, ମିଲ ଚଟାଣରେ ୭୦ଟି ଧାନ ବ୍ୟାଗ, ଓଜନ ମପା ଯନ୍ତ୍ର ନିକଟରେ ଚାଉଳ ୩୦୦ ବ୍ୟାଗ ଏବଂ ରାଇସ ମିଲର ଗାଡି ଚାଳକଙ୍କ କହିବାନୁସାରେ ପ୍ରାୟ ମିଲିଂ ଥିବା ଚାଉଳ ୧୫୦୦ଟି ବ୍ୟାଗ ମିଲ ଓ ଦୁଇଟି ଗୋଦାମରେ ମହଜୁଦ ଥିବା ନେଇ ଯାଂଚକାରୀ ଟିମ ସୂତ୍ରରୁ ଜଣାପଡିଛି । ହେଲେ ମା’ତାରିଣୀ ରାଇସ ମିଲ ସରକାରଙ୍କୁ ବାକି ରହିଥିବା ୪୧ ହଜାର କ୍ୱିଂଟାଲ ଚାଉଳ ତଥା ସେହି ପରିମାଣରେ ଧାନ ମହଜୁଦ ନଥିବା ଯୋଗାଣ ବିଭାଗ ଜାଣିଥିଲେ ମଧ୍ୟ କାହିଁକି ମିଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁଣ୍ଠାବୋଧ କରୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି ।

ସୂଚନାନୁସାରେ, ସରକାରଙ୍କୁ ଧାର୍ଯ୍ୟ ରହିଥିବା ଚାଉଳ ତରବରିଆ ଭାବେ ଦେବା ନିମନ୍ତେ ପୂର୍ବରୁ ମା’ତାରିଣୀ ରାଇସ ମିଲ ଚାଉଳର ଗୁଣବତ୍ତାକୁ ଯୋଗାଣ ବିଭାଗର ବିନା ଯାଂଚରେ ଗଞ୍ଜାମ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଓ ଯୋଗାଣ ନିରୀକ୍ଷକଙ୍କ ଡିଜିଟାଲ ଦସ୍ତଖତ ଜାଲିଆତି କରି ମା’ ତାରିଣୀ ରାଇସ ମିଲ ବଳକା ଚାଉଳ ପୈଠ ପାଇଁ ଡେଲିଭରି ସାର୍ଟିଫିକେଟ ହାତେଇଥିଲା । ଏସଂପର୍କରେ ପ୍ରାକ୍ତନ ଭାରପ୍ରାପ୍ତ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଜାଣିବା ପରେ ମା’ ତାରିଣୀ ରାଇସ ମିଲ ଡିପରେ ଚାଉଳ ପୈଠକୁ ବାତିଲ କରିଥିଲେ । ନିଜର ଦସ୍ତଖତକୁ ନେଇ କିଏ କେପରି ଏଭଳି ଏକ ଜଘନ୍ୟ କାର୍ଯ୍ୟ କରିଛି ସେଥିଲାଗି ସେ ସଂପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନେଇଥିଲେ ଏବଂ ଏ ସଂକ୍ରାନ୍ତରେ ଗତ ୨ ତାରିଖରେ ସେ ଓଡ଼ିଶା ରାଜ୍ୟ ଯୋଗାଣ ବିଭାଗର ପରିଚାଳନା ନିର୍ଦ୍ଦେଶଙ୍କୁ ପତ୍ର ସଂଖ୍ୟା ୪୦୨୮ ଅଧାରରେ ଘଟଣା ସଂପର୍କରେ ଅବଗତ କରାଇଥିଲେ । ଏହି ପତ୍ର ମାଧ୍ୟମରେ ବିଭିନ୍ନ ଜାଲି ନଥିପତ୍ର ମଧ୍ୟ ସଂଲଗ୍ନ କରାଯାଇଥିଲା । ସେଥିରେ ମଧ୍ୟ ଉଲ୍ଲେଖ ରହିଥିଲା ଯେ କାର୍ଯ୍ୟାଳୟରେ ୨ ଜଣ କର୍ମଚାରୀଙ୍କ ନା’ ମଧ୍ୟ ଦର୍ଶାଇ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତକୁ ନେବା ନିମନ୍ତେ ଅବଗତ କରାଇଥିଲେ ।

ଗଞ୍ଜାମ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କ ଅଭିଯୋଗ ଅନୁସାରେ ୨୦୨୪-୨୫ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିବା ମା’ ତାରିଣୀ ରାଇସ ମିଲ ଡିପରେ ଚାଉଳ ପୈଠ କରିବା ପାଇଁ ଯେଉଁ ଫୌଜରୀ ଭାବେ ଜାଲ ପ୍ରମାଣପତ୍ର ପାଇଛନ୍ତି ତାହା କିଏ ଏବଂ କେଉଁ ପ୍ରକାରେ ପ୍ରାପ୍ତ କରିଛନ୍ତି ତାହାର ଟିକିନିଖି ତଦନ୍ତ କରିବା ନିମନ୍ତେ ରାଜ୍ୟ (ଧାନ ସଂଗ୍ରହ) ମହାପ୍ରବନ୍ଧକଙ୍କ ତରଫରୁ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରୋଜେକ୍ଟ ମ୍ୟାନଜରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାମଧ୍ୟରେ ଜୁଲାଇ ୯ ତାରିଖରେ ଶ୍ରୀ ମୁଣ୍ଡା ଭିଜିଲାନ୍ସ ହାତରେ ଧରାପଡିଥିବା ବେଳେ ୧୦ ତାରିଖରେ ନୂତନ ଗଞ୍ଜାମ ଜିଲ୍ଲା ମୁଖ୍ୟ ଯୋଗଣ ଅଧିକାରୀ ଭାବେ ପ୍ରଦ୍ୟୁମ୍ନ କୁମାର ରାଉତରାୟ ଦାୟିତ୍ୱ ନେବା ପରେ ଘଟଣାର ତଦନ୍ତରେ ରାଜ୍ୟ ଯୋଗାଣ ଟିମକୁ ସହଯୋଗ କରିଥିଲେ । ରାଜ୍ୟ ଯୋଗାଣ ବିଭାଗର ବୈଷୟିକ ପ୍ରତିନିଧି ଦଳ ତଦନ୍ତ କରିବାରେ ଜିଲା ଯୋଗାଣ ବିଭାଗର ଦୁଇଟି ଆଇପି ଠିକଣା ଜରିଆରେ ଜାଲ ଡେଲିଭରି ସାର୍ଟିଫିକେଟ ବାହାର କରାଯାଇଥିବା ଜାଣିପାରିଥିଲେ । ଏ ସଂକ୍ରାନ୍ତରେ ସାଇବର ଥାନାରେ ଅଭିଯୋଗ କରିବା ପାଇଁ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ରାଜ୍ୟ ବୈଷୟିକ ପ୍ରତିନିଧି ଦଳ ସୂଚନା ଦେଇଥିଲେ । ବୈଷୟିକ ଟିମର ସୂଚନାନୁସାରେ ଜୁଲାଇ ୧୮ ତାରିଖରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସାଇବର ଥାନାରେ ମାମଲା ରୁଜୁ କରାଯାଇଥିଲା ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?