ଆଇଏମ୍‌ଏମ୍‌ଟି ଦ୍ୱାରା ଜିଜ୍ଞାସା-ଏଟିଏଲ୍‌ ପ୍ରୋଗ୍ରାମ

ଭୁବନେଶ୍ୱର,୧୮।୧୧:ନୀତି ଆୟୋଗର ଅଟଳ ଇନୋଭେସନ୍‌ ମିଶନ୍‌ (ଏଆଇଏମ୍‌) ଜରିଆରେ ଓଡ଼ିଶାର ଆଇଏମ୍‌ଏମ୍‌ଟି ଦ୍ୱାରା ଜିଜ୍ଞାସା-ଏଟିଏଲ୍‌ ପ୍ରୋଗ୍ରାମ ମାଧ୍ୟମରେ ୭ଟି ପ୍ରମୁଖ ବିଦ୍ୟାଳୟରେ ଏଟିଏଲ ଟିଙ୍କରିଂ ଦିବସର ଆୟୋଜନ କରାଯାଇଥିଲା। ବିଶେଷକରି ସମଗ୍ର ଦେଶରେ ୧୦,୦୦୦ ବିଦ୍ୟାଳୟରେ ଏଆଇଏମ୍‌ ଉପସ୍ଥିତ ଥିବା ଏଟିଏଲ୍‌ ଲାବ୍‌ରେ ଏଟିଏଲ ଟିଙ୍କରିଂ ଦିବସର ଆୟୋଜନ କରାଯାଇଛି, ଯେଉଁଠାରେ ବିଦ୍ୟାଳୟର ଛାତ୍ରୀଛାତ୍ରୀମାନେ ଏକ ଏଆଇଏମ୍‌ ନିର୍ଦ୍ଧାରିତ ପରୀକ୍ଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ(ପ୍ରୋଗ୍ରାମ)କୁ ସହାୟତା କରିବାକୁ କେନ୍ଦ୍ରୀୟ ସଂସ୍ଥା ସିଏସଆଇଆର୍‌-ଆଇଏମ୍‌ଏମ୍‌ଟିର ବୈଜ୍ଞାନିକମାନେ ଓଡ଼ିଶାର ୭ଟି ବିଦ୍ୟାଳୟକୁ ଯାଇଥିଲେ। ଏପରିକି ଉକ୍ତ ୭ବିଦ୍ୟାଳୟରେ ଏଟିଏଲ୍‌ ଟିଙ୍କରିଙ୍କ ଦିବସ-୨୦୨୨ ପରିଚାଳନା ମଧ୍ୟ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପାଇଁ ଆଇଏମ୍‌ଏମ୍‌ଟି ଦ୍ୱାରା ଗ୍ରହଣ କରାଯାଇଥିବା (ବି ବି ହାଇସ୍କୁଲ ଢେଙ୍କାନାଳ, ଭୁବନେଶ୍ୱରର ସୈନିକ ସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୟୁନିଟ୍‌-୬, କେନ୍ଦ୍ରୀୟ ବିଦ୍ୟାଳୟ ନଂ-୪, କେନ୍ଦ୍ରୀୟ ବିଦ୍ୟାଳୟ-୫, ସରକାରୀ ହାଇସ୍କୁଲ ଆଇଆରସି ଭିଲେଜ୍‌ ଏବଂ ଜବାହାର ବିଦ୍ୟାପୀଠ ପିପିଲି) ବିଦ୍ୟାଳୟଗୁଡିକ ପାଇଁ ପରୀକ୍ଷାମୂଳକ ସାମଗ୍ରୀର ବ୍ୟବସ୍ଥା ମଧ୍ୟ ଆଇଏମ୍‌ଏମ୍‌ଟି ପକ୍ଷରୁ କରାଯାଇଥିଲା। ସେହିଭଳି ବ୍ୟକ୍ତିଗତ ଭାବେ ସେମାନଙ୍କୁ (ବିଦ୍ୟାଳୟ ଛାତ୍ରୀଛାତ୍ର) ଉପରୋକ୍ତ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ମାର୍ଗଦର୍ଶନ କରାଯାଇଥିଲା। ଉପରୋକ୍ତ ୭ ବିଦ୍ୟାଳୟର ସମସ୍ତ ଛାତ୍ର ବିଭିନ୍ନ ସାମଗ୍ରୀକୁ ବ୍ୟବହାରକରି ଏକ ମୋଟରଫ୍ୟାନ୍‌ ମଡେଲ ତିଆରି କରିଥିଲେ। ସେହିପରି ବରିଷ୍ଠ ବୈଜ୍ଞାନିକ ଡ. ସନ୍ତୋଷ କୁମାର ବେହେରା, ଡ. ସୀମାନ୍ତିନୀ ନାୟକ,ଡ. ମମତା ମହାପାତ୍ର,ଡ. ସାହିଦ୍‌ ଅନ୍‌ୱାର,ଡ.ଆଶୁତୋଷ ରଥ,ଡ. ବିକାଶ କୁମାର ଜେନା,ଡ.ଉମାକାନ୍ତ ସୁବୁଦ୍ଧି ଏବଂ ଡ. ଦେବୀପ୍ରସାଦ ଦାସଙ୍କ ଦ୍ୱାରା ଏଭଳି ଏକ ଜାତୀୟସ୍ତରର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସିଏସ୍‌ଆଇଆର୍‌-ଜିଜ୍ଞାସା ଦଳ ବିଦ୍ୟାଳୟଗୁଡିକ ପାଇଁ ନିୟମିତ ଅନେକ ବୈଜ୍ଞାନିକ-ଛାତ୍ର ସଂଯୋଗ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ବୋଲି କାର୍ଯ୍ୟକ୍ରମର ସଂଯୋଜକ ଡ. ଦେବୀପ୍ରସାଦ ଦାସ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri