ଆଇଏମ୍‌ଏମ୍‌ଟି ଦ୍ୱାରା ଜିଜ୍ଞାସା-ଏଟିଏଲ୍‌ ପ୍ରୋଗ୍ରାମ

ଭୁବନେଶ୍ୱର,୧୮।୧୧:ନୀତି ଆୟୋଗର ଅଟଳ ଇନୋଭେସନ୍‌ ମିଶନ୍‌ (ଏଆଇଏମ୍‌) ଜରିଆରେ ଓଡ଼ିଶାର ଆଇଏମ୍‌ଏମ୍‌ଟି ଦ୍ୱାରା ଜିଜ୍ଞାସା-ଏଟିଏଲ୍‌ ପ୍ରୋଗ୍ରାମ ମାଧ୍ୟମରେ ୭ଟି ପ୍ରମୁଖ ବିଦ୍ୟାଳୟରେ ଏଟିଏଲ ଟିଙ୍କରିଂ ଦିବସର ଆୟୋଜନ କରାଯାଇଥିଲା। ବିଶେଷକରି ସମଗ୍ର ଦେଶରେ ୧୦,୦୦୦ ବିଦ୍ୟାଳୟରେ ଏଆଇଏମ୍‌ ଉପସ୍ଥିତ ଥିବା ଏଟିଏଲ୍‌ ଲାବ୍‌ରେ ଏଟିଏଲ ଟିଙ୍କରିଂ ଦିବସର ଆୟୋଜନ କରାଯାଇଛି, ଯେଉଁଠାରେ ବିଦ୍ୟାଳୟର ଛାତ୍ରୀଛାତ୍ରୀମାନେ ଏକ ଏଆଇଏମ୍‌ ନିର୍ଦ୍ଧାରିତ ପରୀକ୍ଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ(ପ୍ରୋଗ୍ରାମ)କୁ ସହାୟତା କରିବାକୁ କେନ୍ଦ୍ରୀୟ ସଂସ୍ଥା ସିଏସଆଇଆର୍‌-ଆଇଏମ୍‌ଏମ୍‌ଟିର ବୈଜ୍ଞାନିକମାନେ ଓଡ଼ିଶାର ୭ଟି ବିଦ୍ୟାଳୟକୁ ଯାଇଥିଲେ। ଏପରିକି ଉକ୍ତ ୭ବିଦ୍ୟାଳୟରେ ଏଟିଏଲ୍‌ ଟିଙ୍କରିଙ୍କ ଦିବସ-୨୦୨୨ ପରିଚାଳନା ମଧ୍ୟ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପାଇଁ ଆଇଏମ୍‌ଏମ୍‌ଟି ଦ୍ୱାରା ଗ୍ରହଣ କରାଯାଇଥିବା (ବି ବି ହାଇସ୍କୁଲ ଢେଙ୍କାନାଳ, ଭୁବନେଶ୍ୱରର ସୈନିକ ସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୟୁନିଟ୍‌-୬, କେନ୍ଦ୍ରୀୟ ବିଦ୍ୟାଳୟ ନଂ-୪, କେନ୍ଦ୍ରୀୟ ବିଦ୍ୟାଳୟ-୫, ସରକାରୀ ହାଇସ୍କୁଲ ଆଇଆରସି ଭିଲେଜ୍‌ ଏବଂ ଜବାହାର ବିଦ୍ୟାପୀଠ ପିପିଲି) ବିଦ୍ୟାଳୟଗୁଡିକ ପାଇଁ ପରୀକ୍ଷାମୂଳକ ସାମଗ୍ରୀର ବ୍ୟବସ୍ଥା ମଧ୍ୟ ଆଇଏମ୍‌ଏମ୍‌ଟି ପକ୍ଷରୁ କରାଯାଇଥିଲା। ସେହିଭଳି ବ୍ୟକ୍ତିଗତ ଭାବେ ସେମାନଙ୍କୁ (ବିଦ୍ୟାଳୟ ଛାତ୍ରୀଛାତ୍ର) ଉପରୋକ୍ତ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ମାର୍ଗଦର୍ଶନ କରାଯାଇଥିଲା। ଉପରୋକ୍ତ ୭ ବିଦ୍ୟାଳୟର ସମସ୍ତ ଛାତ୍ର ବିଭିନ୍ନ ସାମଗ୍ରୀକୁ ବ୍ୟବହାରକରି ଏକ ମୋଟରଫ୍ୟାନ୍‌ ମଡେଲ ତିଆରି କରିଥିଲେ। ସେହିପରି ବରିଷ୍ଠ ବୈଜ୍ଞାନିକ ଡ. ସନ୍ତୋଷ କୁମାର ବେହେରା, ଡ. ସୀମାନ୍ତିନୀ ନାୟକ,ଡ. ମମତା ମହାପାତ୍ର,ଡ. ସାହିଦ୍‌ ଅନ୍‌ୱାର,ଡ.ଆଶୁତୋଷ ରଥ,ଡ. ବିକାଶ କୁମାର ଜେନା,ଡ.ଉମାକାନ୍ତ ସୁବୁଦ୍ଧି ଏବଂ ଡ. ଦେବୀପ୍ରସାଦ ଦାସଙ୍କ ଦ୍ୱାରା ଏଭଳି ଏକ ଜାତୀୟସ୍ତରର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସିଏସ୍‌ଆଇଆର୍‌-ଜିଜ୍ଞାସା ଦଳ ବିଦ୍ୟାଳୟଗୁଡିକ ପାଇଁ ନିୟମିତ ଅନେକ ବୈଜ୍ଞାନିକ-ଛାତ୍ର ସଂଯୋଗ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ବୋଲି କାର୍ଯ୍ୟକ୍ରମର ସଂଯୋଜକ ଡ. ଦେବୀପ୍ରସାଦ ଦାସ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri