ଭୁବନେଶ୍ୱର,୧୮।୧୧:ରାଜ୍ୟର ଅଗ୍ରଣୀ ସାଲୁନ ଚେନ୍ ଇଣ୍ଡଲଜ୍ର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଇଣ୍ଡଲଜ୍ର ଆଉ ୩ଟି ନୂତନ ସାଲୁନ୍ର ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱରର ଉତ୍କଳ କନିକା ଗ୍ୟାଲେରିଆ ମଲ୍, ନୀଳାଦ୍ରି ବିହାର ଏବଂ ଜାଗମରାଠାରେ ଉକ୍ତ ସାଲୁନ୍ ଉଦ୍ଘାଟିତ ହୋଇଯାଇଛି। ଏପରିକି ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବଲିଉଡ୍ ଅଭିନେତା ଅଫ୍ତାବ୍ ଶିବଦାସାନି, ଇଣ୍ଡଲଜ୍ର ପ୍ରତିଷ୍ଠାତା ସୁକୀର୍ତ୍ତି ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅପରପକ୍ଷରେ ଉକତ୍ଳ କନିକା ଗ୍ୟାଲେରିଆ ମଲ୍ରେ ଖୋଲାହୋଇଥିବା ସାଲୁନ୍ର ଫ୍ରାଞ୍ଚାଇଜ୍ ମାଲିକ ଲୀତା ପଟ୍ଟନାୟକ, ଜାଗମରା ସାଲୁନ୍ର ଅପର୍ଣ୍ଣା ସ୍ବାଇଁ, ସ୍ବପ୍ନା ସ୍ବାଇଁ ଓ ନୀଳାଦ୍ରି ବିହାର ସାଲୁନ୍ର ଗାଭାସ୍କର ସ୍ବାଇଁ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଆଫ୍ତାବ୍ ସମସ୍ତ ଉପସ୍ଥିତ ଦର୍ଶକଙ୍କ ସହ ନିଜର ଅନୁଭୂତି ବାଣ୍ଟିବା ସହ ବିୟୁଟି ଇଣ୍ଡଷ୍ଟ୍ରିରେ ନୂତନ ଉଦ୍ୟୋଗୀଙ୍କ ଯୋଗଦାନ ସହ ଇଣ୍ଡଲଜ୍କୁ ପ୍ରଶଂସା କରିଥିଲେ। ଅନେକ ମହିଳା ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା ହୋଇଥିବାରୁ ସେ ସୁକୀର୍ତ୍ତି ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ। ଆସନ୍ତା ୨ବର୍ଷରେ ୩୦ଟି ନୂତନ ଆଉଟ୍ଲେଟ୍ ଖୋଲିବା ସହ ସୁକୀର୍ତ୍ତି ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ସୂଚନା ଦେଇଛନ୍ତି। ଇଣ୍ଡଲଜ୍ରେ ଆରମ୍ଭ ହୋଇଥିବା ଅତ୍ୟାଧୁନିକ ଉପତ୍ାଦ ଓ ଉକତ୍ୃଷ୍ଟ ସେବା ନିମନ୍ତେ ମିଳିଥିବା ଜବରଦସ୍ତ ପ୍ରତିକ୍ରିୟା ପାଇଁ ସେ ଗ୍ରାହକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

