ପ୍ଲାଟିନମ୍‌ ଜୁବଲିରେ ବାର୍ବି ଲୁକ୍‌ରେ ବ୍ରିଟେନ ରାଣୀ

ଲଣ୍ଡନ,୨୩।୪: ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ନିଜର ୯୬ତମ ଜନ୍ମଦିନ ଗୁରୁବାର ସାଣ୍ଡ୍ରିଂହମ୍‌ରେ ପାଳନ କରିଛନ୍ତି। ଦେଶର ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଶାସନ କ୍ଷମତାରେ ଥିବା ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ସ୍ବାମୀ ପ୍ରିନ୍ସ ଫିଲିପ୍‌ଙ୍କ ସ୍ମୃତିରେ ସାଣ୍ଡ୍ରିଂହମ୍‌ର ଏକ ଫାର୍ମ ହାଉସ୍‌ରେ ନିଜ ଜନ୍ମଦିନ ପାଳନ କରିଛନ୍ତି। ଚଳିତ ବର୍ଷ ବ୍ରିଟେନ ମହାରାଣୀ ଏଲିଜାବେଥ୍‌ଙ୍କ ଶାସନର ୭୦ବର୍ଷ ପୁରିଛି। ତାଙ୍କ ଶାସନର ପ୍ଲାଟିନମ୍‌ ଜୁବଲି ଅବସରରେ ମହାରାଣୀଙ୍କୁ ଏକ ସ୍ବତନ୍ତ୍ର ବାର୍ବି ଡଲ୍‌ରେ ସମ୍ମାନିତ କରାଯାଇଛି। ଏହି ଲୁକ୍‌ରେ ମହାରାଣୀ ବହୁ ସୁନ୍ଦର ଦେଖାଯାଉଛନ୍ତି। ବାର୍ବି ଡଲ୍‌କୁ ଏଲିଜାବେଥ୍‌ଙ୍କ ଭଳି ଗାଉନ୍‌ ପିନ୍ଧାଯାଇଥିବା ବେଳେ ଏହା ଉପରେ ନୀଳ ରଙ୍ଗର ରିବନ ବନ୍ଧାଯାଇଥିବା ଦେଖିବାକୁ ମିଳିଛି। ବାର୍ବି ଡଲ୍‌ ନିର୍ମାତା କମ୍ପାନୀ ମେଟାଲ ମହାରାଣୀ ଏଲିଜାବେଥ୍‌ଙ୍କର ରୂପକୁ ବାର୍ବିରେ ଦିଆଯାଇଛି। ମହାରାଣୀଙ୍କ ୯୬ତମ ଜନ୍ମଦିନ ଅବସରରେ ଗୁରୁବାର ମେଟାଲ କମ୍ପାନୀ ଏହି ବାର୍ବି ଡଲ୍‌କୁ ସର୍ବସମ୍ମୁଖରେ ଉନ୍ମୋଚନ କରିଥିଲା। ମହାରାଣୀ ବାର୍ବି ଡଲ୍‌ଙ୍କ ଆମେରିକା ମୂଲ୍ୟ ଅନୁସାରେ ୭୫ ଡଲାର ହେବ। ଗୁରୁବାରଠାରୁ ଏହି ଡଲ୍‌ ଆମାଜନ, ଓ୍ବାଲମାର୍ଟ, ଟାର୍ଗେଟ ଓ ମ୍ୟାଟେଲରେ ଉପଲବ୍ଧ ହେବ। ସୂଚନା ମୁତାବକ, ଏହି ପ୍ଲାଟିନମ୍‌ ଜୁବଲି ଉତ୍ସବ ଜୁନ ୨ରୁ ୫ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri