ବିବାଦ ପଛରେ ପଥରଖଣି

ଢେଙ୍କାନାଳ ଅଫିସ, ୭।୧: ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ନୂଆ ଓଡ଼ାପଡ଼ାର କ୍ରଶର ମାଲିକ ଯୁବରଞ୍ଜନ ପଣ୍ଡା ଓରଫ ରାଜାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ମାମଲାରେ ପୋଲିସ ୫ ଅଭିଯୁକ୍ତଙ୍କୁ ପିପିଲି ଅଞ୍ଚଳରୁ ଗିରଫ କରିଛି। ସେମାନେ ହେଲେ ପୋଡ଼ାପଡ଼ା ଗ୍ରାମର ମାଷ୍ଟରମାଇଣ୍ଡ୍‌ ବିବେକାନନ୍ଦ ସାହୁ ଓରଫ ରାଜା (୨୬), ସଦର ଥାନାର ପଞ୍ଚୁପଟି ଗ୍ରାମର ଶୁଭେନ୍ଦ୍ର ପରିଡ଼ା ଓରଫ୍‌ ଲିପୁ (୩୪), ତରଭା ଗ୍ରାମର ରାଜେନ୍ଦ୍ର ପ୍ରସାଦ ବେହେରା ଓରଫ ରାଜୁ, ତେନ୍ତୁଳିଆପଡ଼ାର ପ୍ରିୟରଞ୍ଜନ ପ୍ରଧାନ ଓରଫ୍‌ ରାଜା (୩୦), ମୋଟଙ୍ଗା ଥାନା ହିନ୍ଦୋଳ ରୋଡ୍‌ ବାଛୁରୀବାଙ୍କ ଅଞ୍ଚଳର ରମାକାନ୍ତ ବେହେରା ଓରଫ ରାମ (୩୦)। ସେମାନଙ୍କ ନିକଟରୁ ଗୋଟିଏ ଖୋଖା, କାଟ୍ରିଜ୍‌, ନଗଦ ୧୫ ହଜାର ଟଙ୍କା, ୫ ରକ୍ତଲଗା ଲୁହାଛଡ଼, ୧୦ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଏକ ପଥର ଖଣି ନିଲାମକୁ ନେଇ ସୃଷ୍ଟି ହୋଇଥିବା ବ୍ୟବସାୟିକ ଶତ୍ରୁତା ପାଇଁ ଯୁବରଞ୍ଜନଙ୍କ ଉପରେ ଆକ୍ରମଣ କରାଯାଇଥିଲା ବୋଲି ଶୁକ୍ରବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ନୂତନ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ପି କହିଛନ୍ତି, ଗତ ୨ ତାରିଖ ରାତି ପ୍ରାୟ ୧୧ଟାରେ ନୂଆ ଓଡ଼ାପଡ଼ା ଗ୍ରାମର କ୍ରଶର ମାଲିକ ସୁବ୍ରତ କୁମାର ନାୟକ ତାଙ୍କ ବ୍ୟବସାୟିକ ସହଯୋଗୀ ଯୁବରଞ୍ଜନଙ୍କ ସହ ଖାଇ ବସିଥିବାବେଳେ ବିବେକାନନ୍ଦଙ୍କ ନେତୃତ୍ୱରେ ୧୦ରୁ ଊର୍ଦ୍ଧ୍ୱ ଅଭିଯୁକ୍ତ କ୍ରଶରରେ ପଶିଥିଲେ। ଗୁଳି ଫୁଟାଇ ଭୟଭୀତ କରିବା ସହ ଯୁବରଞ୍ଜନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିସହ ୭ଲକ୍ଷ ୪୩ ହଜାର ଟଙ୍କା, ସୁନାଚେନ୍‌, ୨ଟି ମୋବାଇଲ ଫୋନ୍‌ ଲୁଟି ନେଇଥିଲେ। ଗୁରୁତର ଅବସ୍ଥାରେ ଯୁବରଞ୍ଜନଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏ ନେଇ ୩ ତାରିଖରେ ସୁବ୍ରତଙ୍କ ଅଭିଯୋଗକ୍ରମେ ମୋଟଙ୍ଗା ଥାନାରେ ନଂ. ୪/୨୩, ଦଫା ୪୫୭, ୩୯୫, ୩୯୭ ଓ ୨୫ ଏବଂ ୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ପୁରୀରେ ଥିବା ସୂଚନା ପାଇ ସଦର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ମୋଟଙ୍ଗା ଥାନାଧିକାରୀ ନିରଞ୍ଜନ ସେଠୀ ସେମାନଙ୍କୁ ଧରିବା ଲାଗି ଜାଲ ବିଛାଇଥିଲେ। ଅଭିଯୁକ୍ତମାନେ ପୁରୀରୁ ଭୁବନେଶ୍ୱର ଆସୁଥିବା ଜଣାପଡ଼ିବା ପରେ ପିପିଲି ପୋଲିସକୁ ସୂଚନା ଦିଆଯାଇଥିଲା। ପିପିଲି ପୋଲିସ ନାକାବନ୍ଦୀ କରି ଯାଞ୍ଚ କରୁଥିବାବେଳେ ସମ୍ପୃକ୍ତ ୫ ଅଭିଯୁକ୍ତ ଧରାପଡ଼ିଥିଲେ। ମୋଟଙ୍ଗା ପୋଲିସ ପିପିଲି ଥାନାରେ ପହଞ୍ଚତ୍ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଥିଲା। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ପୁରୁଷୋତ୍ତମ ସେଠୀ, ଭବାନୀ ଶଙ୍କର ଉଦ୍‌ଗାତା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri