କ୍ୟାନ୍‌ସର ଔଷଧ, ଟିକା, ଆଣ୍ଟିବାୟୋଟିକ୍‌ରେ ‘କ୍ୟୁଆର୍‌ କୋଡ୍‌’ ବାଧ୍ୟତାମୂଳକ, ଜୁଲାଇ ୧ରୁ ପ୍ରଥମ ପର୍ଯ୍ୟାୟ ନିୟମ ଲାଗୁ

ନୂଆଦିଲ୍ଲୀ,୨୬ା୬(ପି.ଟି.): ଦେଶରେ ନକଲି ଏବଂ ନିମ୍ନମାନର ଔଷଧର ବେଆଇନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସମସ୍ତ ପ୍ରକାର ଆଣ୍ଟିବାୟୋଟିକ୍‌ (ଆଣ୍ଟିମାଇକ୍ରୋବିଆଲ), ଟିକା (ଭାକ୍ସିନ), କର୍କଟ ବା କ୍ୟାନ୍‌ସର ରୋଗର ଔଷଧ ଏବଂ ସ୍ନାୟୁଜନିତ ସମ୍ବେଦନଶୀଳ (ନାର୍କୋଟିକ ଓ ସାଇକୋଟ୍ରୋପିକ୍‌) ଔଷଧ ଉପରେ ‘କ୍ୟୁଆର୍‌ କୋଡ୍‌’ ବା ବାର୍‌ କୋଡ୍‌ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ପ୍ରସ୍ତୁତି କେନ୍ଦ୍ରରୁ ନେଇ ଗ୍ରାହକଙ୍କ ପାଖକୁ ପହଞ୍ଚିବା ପର୍ଯ୍ୟନ୍ତ ଔଷଧର ସ୍ବଚ୍ଛତା ଓ ସତ୍ୟତା ସହଜରେ ଯାଞ୍ଚ କରାଯାଇପାରିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୯୪୫ ମସିହାର ‘ଔଷଧ ନିୟମାବଳୀ’ରେ ଏହି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇ ଏହି ସମସ୍ତ ଔଷଧକୁ ବିଶେଷ ସୂଚୀ ବା ‘ସେଡ୍ୟୁଲ ଏଚ୍‌୨’ ଅଧୀନକୁ ଅଣାଯାଇଛି।
ନୂତନ ନିୟମ ଅନୁଯାୟୀ, ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ଔଷଧର ମୁଖ୍ୟ ପ୍ୟାକେଜିଂ ଲେବଲ ଉପରେ କିମ୍ବା ସ୍ଥାନର ଅଭାବ ଥିଲେ ଏହାର ବାହ୍ୟ ପ୍ୟାକେଜ୍‌ (ସେକେଣ୍ଡାରି ପ୍ୟାକେଜିଂ) ଉପରେ କ୍ୟୁଆର୍‌ କୋଡ୍‌ ପ୍ରିଣ୍ଟ କରିବାକୁ ପଡ଼ିବ। ଏହି କୋଡ୍‌କୁ ସ୍ବତନ୍ତ୍ର ସଫ୍ଟୱେର୍‌ ଆପ୍ଲିକେଶନ ମାଧ୍ୟମରେ ସ୍କାନ୍‌ କରି ସପ୍ଲାଇ ଚେନ୍‌ର ଯେକୌଣସି ସ୍ତରରେ ଯାଞ୍ଚ କରାଯାଇପାରିବ। ଏହି କ୍ୟୁଆର୍‌ କୋଡ୍‌ ମଧ୍ୟରେ କେତେକ ପ୍ରମୁଖ ସୂଚନା ରହିବ, ଯେପରିକି ଔଷଧର ସ୍ବତନ୍ତ୍ର ଚିହ୍ନଟ ସଂଖ୍ୟା (ଆଇଡେଣ୍ଟିଫିକେଶନ କୋଡ୍‌), ଔଷଧର ବ୍ରାଣ୍ଡ ନାମ ଏବଂ ଏହାର ରାସାୟନିକ ବା ଜେନେରିକ୍‌ ନାମ, ପ୍ରସ୍ତୁତକାରୀ କମ୍ପାନୀର ନାମ ଓ ଠିକଣା, ବ୍ୟାଚ୍‌ ସଂଖ୍ୟା, ଔଷଧ ପ୍ରସ୍ତୁତି ଓ ଏକ୍ସପାଏରି ତାରିଖ ଏବଂ ଉତ୍ପାଦନ ଲାଇସେନ୍ସ ସଂଖ୍ୟା।
ମନ୍ତ୍ରଣାଳୟ ଅନୁଯାୟୀ, ପୂର୍ବରୁ ଏହି ନିୟମ କେବଳ ଦେଶର ଶୀର୍ଷ ୩୦୦ଟି ପ୍ରତିଷ୍ଠିତ ଔଷଧ ବ୍ରାଣ୍ଡ୍‌ ପାଇଁ ଲାଗୁ ହୋଇଥିଲା। ମାତ୍ର ବର୍ତ୍ତମାନ ଏହାର ପରିସରକୁ ବ୍ୟାପକ କରାଯାଇ ୧୯୮୫ ମସିହାର ‘ଏନ୍‌ଡିପିଏସ୍‌’ ଆକ୍ଟ ଅଧୀନରେ ଆସୁଥିବା ସମସ୍ତ ସ୍ନାୟୁ ସମ୍ବନ୍ଧୀୟ ଔଷଧ ସମେତ ଟିକା ଓ କର୍କଟ ଔଷଧକୁ ସାମିଲ କରାଯାଇଛି। ଔଷଧ କମ୍ପାନୀଗୁଡ଼ିକୁ ଏହି ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସରକାର ପର୍ଯ୍ୟାୟକ୍ରମେ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ଟିକା, କର୍କଟ ରୋଗ ଔଷଧ ଏବଂ ସ୍ନାୟୁ ଜନିତ ସମ୍ବେଦନଶୀଳ ଔଷଧ ପାଇଁ ଏହି ନିୟମ ଚଳିତ ବର୍ଷ ଜୁଲାଇ ୧ରୁ ଲାଗୁ ହେବ। ସେହିପରି ଆଣ୍ଟିବାୟୋଟିକ୍‌ ଔଷଧଗୁଡ଼ିକ ପାଇଁ ଏହି ବ୍ୟବସ୍ଥା ୨୦୨୮ ଜୁଲାଇ ୧ରୁ ସମ୍ପୂର୍ଣ୍ଣ ବାଧ୍ୟତାମୂଳକ ହେବ। ଏହି ବ୍ୟବସ୍ଥା ଦେଶରେ ନକଲି ଔଷଧ କାରବାରକୁ ରୋକିବା ସହ ଆଣ୍ଟିବାୟୋଟିକ୍‌ ପ୍ରତି ଶରୀରରେ ସୃଷ୍ଟି ହେଉଥିବା ପ୍ରତିରୋଧକ ଶକ୍ତି ବା ଆଣ୍ଟିମାଇକ୍ରୋବିଆଲ ରେଜିଷ୍ଟାନ୍ସ (ଏଏମ୍‌ଆର୍‌) ସମସ୍ୟାର ମୁକାବିଲା କରିବାରେ ବେଶ୍‌ ସହାୟକ ହେବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?