Posted inଜାତୀୟ

ଭାରତର କ୍ଷମା ଦାବିକଲା କାତାର

ନୂଆଦିଲ୍ଲୀ, ୬ା୬: କାନପୁର ହିଂସା ପରେ ଦେଶର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଫଳରେ ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଭାଜପା ମୁଖପାତ୍ର ନୂପୁର ଶର୍ମାଙ୍କୁ ଦଳ ଚାପରେ ପଡ଼ି ରବିବାର ନିଲମ୍ବନ କରିଛି। ସେହିପରି ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ବିବାଦୀୟ ଟୁଇଟ କରିଥିବା ଭାଜପାର ଦିଲ୍ଲୀ ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବହିଷ୍କାର କରାଯାଇଛି। ନୁପୂରଙ୍କ ଆପତ୍ତିଜନକ ମନ୍ତବ୍ୟକୁ ଇସ୍‌ଲାମୀୟ ରାଷ୍ଟ୍ରଗୁଡ଼ିକ ବିରୋଧ କରିଛନ୍ତି।

କାତାର, କୁଏଟ୍‌, ସାଉଦି ଆରବ ଭଳି ଦେଶଗୁଡ଼ିକରେ ଭାରତୀୟ ସାମଗ୍ରୀ ଏବଂ ପ୍ରକଳ୍ପଗୁଡ଼ିକୁ ବର୍ଜନ କରିବା ଆହ୍ବାନ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରିଛି। କାତାର ସରକାର ସେଠାରେ ଥିବା ଭାରତୀୟ ଦୂତାବାସକୁ ଏ ନେଇ ସମନ କରିଛନ୍ତି। କେବଳ ନୁପୂର ଓ ନବୀନଙ୍କୁ ଦଳରୁ ହଟାଇବା ଯଥେଷ୍ଟ ନୁହେଁ। ଭାରତ ସରକାର ଏଥିପାଇଁ ସାଧାରଣରେ କ୍ଷମା ମାଗନ୍ତୁ ବୋଲି କାତାର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସୁଲ୍‌ତାନ୍‌ ବିନ୍‌ ସାଦ୍‌ ଅଲ୍‌-ମୁରାଇଖି ଦାବି କରିଛନ୍ତି। ସେହିପରି ଇରାନ ଓ କୁଏଟ ବହିର୍ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ଦୂତାବାସକୁ ସମନ କରିଛି। ପାକିସ୍ତାନ ମଧ୍ୟ ଏହି ମନ୍ତବ୍ୟକୁ ନିନ୍ଦା କରିଛି। ଚାରିଆଡ଼ୁ ସମାଲୋଚିତ ଓ ନିନ୍ଦିତ ହେବା ପରେ କେନ୍ଦ୍ରର ଭାଜପା ସରକାରଙ୍କ ମୁଣ୍ଡବ୍ୟଥା ବଢ଼ିଛି।

ମସ୍‌ଜିଦ ବିବାଦ ଘନେଇବାରେ ଲାଗିଥିବାବେଳେ ମେ ୨୬ରେ ଏକ ଟିଭି ବିତର୍କ କାର୍ଯ୍ୟକ୍ରମରେ ଭାଗନେଇ ନୁପୂର ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ମୁସଲମାନ ଧର୍ମଗ୍ରନ୍ଥ କୋରାନର କେତେକ ଉକ୍ତିକୁ ନେଇ ଲୋକେ ଉପହାସ କରିପାରନ୍ତି ବୋଲି ସେ କହିଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତାଙ୍କ ମନ୍ତବ୍ୟକୁ ବିରୋଧ କରି ଉତ୍ତରପ୍ରଦେଶର କାନପୁରରେ ଏକ ମୁସଲମାନ ସଂଗଠନ ଶୁକ୍ରବାର ପରେଡ୍‌ ମାର୍କେଟ ବନ୍ଦ ଡାକରା ଦେଇଥିଲା। ଏହାକୁ ନେଇ ପରେଡ୍‌ ଚୌକରେ ଉତ୍ତେଜନା ପ୍ରକାଶ ପାଇ ଗୋଷ୍ଠୀସଂଘର୍ଷ ହୋଇଥିଲା। ଢେଲାମାଡ଼ରେ ୧୩ ପୋଲିସ କର୍ମଚାରୀ ଏବଂ ଦୁଇ ଗୋଷ୍ଠୀର ୩୦ ଜଣ ଆହତ ହୋଇଥିଲେ। ଘଟଣାରେ ପୋଲିସ ୧୫ଶହରୁ ଊର୍ଦ୍ଧ୍ୱ ଜଣଙ୍କ ନାମରେ ମାମଲା ରୁଜୁ ସହ ମୁଖ୍ୟ ଅଭିଯୁକ୍ତ ତଥା ମୌଲାନା ମହମ୍ମଦ ଅଲ୍ଲୀ (ଏମ୍‌ଏମ୍‌ଏ) ଜୌହର ଫ୍ୟାନ୍ସ ଆସୋସିଏଶନର ଅଧ୍ୟକ୍ଷ ହୟାତ୍‌ ଜାଫର ହାସ୍‌ମୀଙ୍କ ସମେତ ୨୯ ଜଣଙ୍କୁ ଗିରଫ କରିଛି।
ଆରବୀୟ ଦେଶଗୁଡ଼ିକରେ ନୁପୂର ଓ ନବୀନ ଜିନ୍ଦଲଙ୍କ ମନ୍ତବ୍ୟକୁ ଘୋର ବିରୋଧ କରାଯାଇଛି। ଭାରତୀୟ ସାମଗ୍ରୀଗୁଡ଼ିକୁ ବର୍ଜନ କରିବା ପାଇଁ ସେଠାକାର ସାଧାରଣ ନାଗରିକ ଆହ୍ବାନ ଦେଇଛନ୍ତି। ସେହିପରି ଓମାନର ଗ୍ରାଣ୍ଡ୍‌ ମୁଫ୍‌ତି ତଥା ଇସ୍‌ଲାମ ଧର୍ମର କ୍ଷେତ୍ରୀୟ ମୁଖ୍ୟ ଶେଖ୍‌ ଅଲ୍‌ ଖଲିଲି ମଧ୍ୟ ଏକ ଟୁଇଟ୍‌ କରିଛନ୍ତି। ଏଥିରେ ସେ ଭାରତରୁ ସାମଗ୍ରୀ ଆମଦାନୀ ବନ୍ଦ କରିବା ପାଇଁ ସରକାରଙ୍କୁ ଆହ୍ବାନ ଦେଇ ବଏକଟ୍‌ ହାଶ୍‌ଟ୍ୟାଗ୍‌ ବ୍ୟବହାର କରିଛନ୍ତି। ଇତିମଧ୍ୟରେ ଭାରତୀୟ ଦୂତାବାସ କାତାର ସରକାରଙ୍କ ସମନର ଉତ୍ତର ରଖିଛି। ଟୁଇଟ୍‌ କିମ୍ବା ଧର୍ମୀୟ ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଭାରତ ସରକାରଙ୍କ ମତ ଓ ବିଚାରଧାରାକୁ ପ୍ରତିଫଳିତ କରେନାହିଁ ବୋଲି ଭାରତୀୟ ଦୂତାବାସ ଏକ ବିବୃତିରେ କହିଛି। ଅନ୍ୟପକ୍ଷରେ ମୁମ୍ବାଇ, ହାଇଦ୍ରାବାଦ, ପୁଣେ ଆଦି ବିଭିନ୍ନ ଥାନାରେ ଧର୍ମୀୟ ଭାବାବେଗକୁ କୁଠାରଘାତ କରିବା ଭଳି ମନ୍ତବ୍ୟ ପାଇଁ ନୁପୂରଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଛି। ନୂପୁର ରବିବାର ଟୁଇଟରରେ ସଫେଇ ଦେଇଛନ୍ତ ଯେ, ସେ କିଛିଦିନ ହେଲା ଟିଭି ବିତର୍କରେ ଭାଗ ନେଉଥିବାବେଳେ ବାରମ୍ବାର ମହାଦେବଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ରଖାଯାଉଥିଲା। ଶିବଲିଙ୍ଗକୁ ‘ଫାଉଣ୍ଟେନ’ ବୋଲି କୁହାଯାଇଥିଲା। ଏହାର ପ୍ରତିକ୍ରିୟାରେ ସେ ଏଭଳି ମନ୍ତବ୍ୟ ଦେଇଥିଲେ। କିନ୍ତୁ କାହାର ଧର୍ମୀୟ ଭାବନାକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ଯଦି ତାଙ୍କ କଥା କାହାକୁ ଆଘାତ ଦେଇଛି ତେବେ ସେ ନିଃସର୍ତ୍ତରେ ନିଜ ମନ୍ତବ୍ୟକୁ ଫେରାଇନେଉଥିବା ଟୁଇଟ୍‌ କରିଛନ୍ତି। ସେହିପରି ନୂପୁରଙ୍କ ବୟାନ ଦଳର ଆଭିମୁଖ୍ୟ ଓ ଆଦର୍ଶ ବିରୋଧୀ ହୋଇଥିବାରୁ ତାଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଭାଜପା କେନ୍ଦ୍ରୀୟ ଅନୁଶାସନ କମିଟି ସଚିବ ଓମ୍‌ ପାଠକ କହିଛନ୍ତି। ଏପରି ଚିନ୍ତାଧାରା କିମ୍ବା ବ୍ୟକ୍ତିଙ୍କୁ ଭାଜପା ପ୍ରୋତ୍ସାହନ ଦିଏ ନାହିଁ ବୋଲି ଦଳର ସାଧାରଣ ସମ୍ପାଦକ ଅରୁଣ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷକଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୨୬ା୧- ଦିଲ୍ଲୀ ଛାଡ଼ି ସୀମାକୁ ଫେରି ଆସିବାକୁ କୃଷକଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ନୂଆ ଚାଷୀ ଆଇନ ବିରୋଧରେ ଦିଲ୍ଲୀ ସୀମାରେ...

ଜି-୨୦ ସମ୍ମିଳନୀ: ଗାଡ଼ି ଚଳାଚଳ ନେଇ ଆଡଭାଇଜରୀ ଜାରି କଲା ପୋଲିସ

ମୁମ୍ବାଇ,୧୨।୧୨: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ତାଜ ହୋଟେଲରେ ଡିସେମ୍ବର ୧୩ରେ ଜି-୨୦ ସମ୍ମିଳନୀ ଆୟୋଜିତ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଟ୍ରାଫିକ...

ବିମାନ ଦୁର୍ଘଟଣାର ସାକ୍ଷୀ ‘ବ୍ଲାକ ‌ବକ୍ସ’

ନୂଆଦିଲ୍ଲୀ, ୯।୮: ବର୍ଷା ବିତ୍ପାତ ମଧ୍ୟରେ ଗତ ଶୁକ୍ରବାର କେରଳ ଦେଖିଛି ବିମାନ ଦୁର୍ଘଟଣାର ଭୟାବହ ଦୃଶ୍ୟ। କୋଝିକୋଡ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଇଣ୍ଡିଆ...

ସରକାରଙ୍କ ନୂଆ ରେକର୍ଡ: ୧୮ ଘଣ୍ଟାରୁ କମ୍‌ ସମୟରେ ୨୫.୫୪ କିଲୋମିଟର ରାଜରାସ୍ତା ନିର୍ମାଣ ଶେଷ

ହାଇଦ୍ରାବାଦ୍‌,୨୮।୨: ସଡ଼କ ନିର୍ମାଣ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ନୂଆ ରେକର୍ଡ କରିଛନ୍ତି। ମାତ୍ର ୧୭ ଘଣ୍ଟା ୪୫ ମିନିଟରେ ୨୫,୫୪ କିଲୋମିଟର ଜାତୀୟ ରାଜପଥ...

ସଚିନଙ୍କୁ କରୋନା

ଜୟପୁର,୧୨।୧୧-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ। ଏ ନେଇ ସଚିନ ନିଜେ ଗୁରୁବାର ଟୁଇଟ ଜରିଆରେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ...

୩୭୦୦ କିଲୋଗ୍ରାମ୍‌ ବାରୁଦରେ ମାତ୍ର ୧୨ ସେକେଣ୍ଡରେ ଭାଙ୍ଗି ମାଟିରେ ମିଶିବ ଟୁଇନ ଟାଓ୍ବାର…

ନୋଏଡା, ୨୫।୮ : ଆଉ କିଛି ଘଣ୍ଟା ପରେ, ନୋଏଡାରେ ଆକାଶକୁ ଛୁଇଁଥିବା ଟୁଇନ ଟାଓ୍ବାର ଭାଙ୍ଗି ମାଟିରେ ମିଶିବ। ପ୍ରସ୍ତୁତି ଶେଷ ହୋଇଛି। ସେକ୍ଟର...

ସହକର୍ମୀଙ୍କୁ କାନ୍ଧରେ ଶ୍ମଶାନ ପର୍ଯ୍ୟନ୍ତ ବୋହିନେଲେ ମହିଳା ଅଙ୍ଗନଓ୍ବାଡି କର୍ମୀ

କଟନି,୨୩।୮: ମଧ୍ୟପ୍ରଦେଶର କଟନି ଜିଲାରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଜଣେ ମହିଳା ଅଙ୍ଗନଓ୍ବାଡି କର୍ମୀଙ୍କୁ...

ଭାରତ ଯୋଡୋ ଯାତ୍ରା କଂଗ୍ରେସକର୍ମୀଙ୍କୁ ଦେଇଛି ସଞ୍ଜିବନୀ: ଖାର୍ଗେ…

ନୂଆଦିଲ୍ଲୀ,୨୮।୧୨ : ଦେଶର ସର୍ବ ପୁରାତନ ପାର୍ଟି କଂଗ୍ରେସ ବୁଧବାର ଏହାର ୧୩୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଦିଲ୍ଲୀର ଅଲ ଇଣ୍ଡିଆ କଂଗ୍ରେସର...

Advertisement
Archives

Model This Week