Posted inଜାତୀୟ

ଭାରତର କ୍ଷମା ଦାବିକଲା କାତାର

ନୂଆଦିଲ୍ଲୀ, ୬ା୬: କାନପୁର ହିଂସା ପରେ ଦେଶର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଫଳରେ ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଭାଜପା ମୁଖପାତ୍ର ନୂପୁର ଶର୍ମାଙ୍କୁ ଦଳ ଚାପରେ ପଡ଼ି ରବିବାର ନିଲମ୍ବନ କରିଛି। ସେହିପରି ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ବିବାଦୀୟ ଟୁଇଟ କରିଥିବା ଭାଜପାର ଦିଲ୍ଲୀ ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବହିଷ୍କାର କରାଯାଇଛି। ନୁପୂରଙ୍କ ଆପତ୍ତିଜନକ ମନ୍ତବ୍ୟକୁ ଇସ୍‌ଲାମୀୟ ରାଷ୍ଟ୍ରଗୁଡ଼ିକ ବିରୋଧ କରିଛନ୍ତି।

କାତାର, କୁଏଟ୍‌, ସାଉଦି ଆରବ ଭଳି ଦେଶଗୁଡ଼ିକରେ ଭାରତୀୟ ସାମଗ୍ରୀ ଏବଂ ପ୍ରକଳ୍ପଗୁଡ଼ିକୁ ବର୍ଜନ କରିବା ଆହ୍ବାନ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରିଛି। କାତାର ସରକାର ସେଠାରେ ଥିବା ଭାରତୀୟ ଦୂତାବାସକୁ ଏ ନେଇ ସମନ କରିଛନ୍ତି। କେବଳ ନୁପୂର ଓ ନବୀନଙ୍କୁ ଦଳରୁ ହଟାଇବା ଯଥେଷ୍ଟ ନୁହେଁ। ଭାରତ ସରକାର ଏଥିପାଇଁ ସାଧାରଣରେ କ୍ଷମା ମାଗନ୍ତୁ ବୋଲି କାତାର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସୁଲ୍‌ତାନ୍‌ ବିନ୍‌ ସାଦ୍‌ ଅଲ୍‌-ମୁରାଇଖି ଦାବି କରିଛନ୍ତି। ସେହିପରି ଇରାନ ଓ କୁଏଟ ବହିର୍ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ଦୂତାବାସକୁ ସମନ କରିଛି। ପାକିସ୍ତାନ ମଧ୍ୟ ଏହି ମନ୍ତବ୍ୟକୁ ନିନ୍ଦା କରିଛି। ଚାରିଆଡ଼ୁ ସମାଲୋଚିତ ଓ ନିନ୍ଦିତ ହେବା ପରେ କେନ୍ଦ୍ରର ଭାଜପା ସରକାରଙ୍କ ମୁଣ୍ଡବ୍ୟଥା ବଢ଼ିଛି।

ମସ୍‌ଜିଦ ବିବାଦ ଘନେଇବାରେ ଲାଗିଥିବାବେଳେ ମେ ୨୬ରେ ଏକ ଟିଭି ବିତର୍କ କାର୍ଯ୍ୟକ୍ରମରେ ଭାଗନେଇ ନୁପୂର ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ମୁସଲମାନ ଧର୍ମଗ୍ରନ୍ଥ କୋରାନର କେତେକ ଉକ୍ତିକୁ ନେଇ ଲୋକେ ଉପହାସ କରିପାରନ୍ତି ବୋଲି ସେ କହିଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତାଙ୍କ ମନ୍ତବ୍ୟକୁ ବିରୋଧ କରି ଉତ୍ତରପ୍ରଦେଶର କାନପୁରରେ ଏକ ମୁସଲମାନ ସଂଗଠନ ଶୁକ୍ରବାର ପରେଡ୍‌ ମାର୍କେଟ ବନ୍ଦ ଡାକରା ଦେଇଥିଲା। ଏହାକୁ ନେଇ ପରେଡ୍‌ ଚୌକରେ ଉତ୍ତେଜନା ପ୍ରକାଶ ପାଇ ଗୋଷ୍ଠୀସଂଘର୍ଷ ହୋଇଥିଲା। ଢେଲାମାଡ଼ରେ ୧୩ ପୋଲିସ କର୍ମଚାରୀ ଏବଂ ଦୁଇ ଗୋଷ୍ଠୀର ୩୦ ଜଣ ଆହତ ହୋଇଥିଲେ। ଘଟଣାରେ ପୋଲିସ ୧୫ଶହରୁ ଊର୍ଦ୍ଧ୍ୱ ଜଣଙ୍କ ନାମରେ ମାମଲା ରୁଜୁ ସହ ମୁଖ୍ୟ ଅଭିଯୁକ୍ତ ତଥା ମୌଲାନା ମହମ୍ମଦ ଅଲ୍ଲୀ (ଏମ୍‌ଏମ୍‌ଏ) ଜୌହର ଫ୍ୟାନ୍ସ ଆସୋସିଏଶନର ଅଧ୍ୟକ୍ଷ ହୟାତ୍‌ ଜାଫର ହାସ୍‌ମୀଙ୍କ ସମେତ ୨୯ ଜଣଙ୍କୁ ଗିରଫ କରିଛି।
ଆରବୀୟ ଦେଶଗୁଡ଼ିକରେ ନୁପୂର ଓ ନବୀନ ଜିନ୍ଦଲଙ୍କ ମନ୍ତବ୍ୟକୁ ଘୋର ବିରୋଧ କରାଯାଇଛି। ଭାରତୀୟ ସାମଗ୍ରୀଗୁଡ଼ିକୁ ବର୍ଜନ କରିବା ପାଇଁ ସେଠାକାର ସାଧାରଣ ନାଗରିକ ଆହ୍ବାନ ଦେଇଛନ୍ତି। ସେହିପରି ଓମାନର ଗ୍ରାଣ୍ଡ୍‌ ମୁଫ୍‌ତି ତଥା ଇସ୍‌ଲାମ ଧର୍ମର କ୍ଷେତ୍ରୀୟ ମୁଖ୍ୟ ଶେଖ୍‌ ଅଲ୍‌ ଖଲିଲି ମଧ୍ୟ ଏକ ଟୁଇଟ୍‌ କରିଛନ୍ତି। ଏଥିରେ ସେ ଭାରତରୁ ସାମଗ୍ରୀ ଆମଦାନୀ ବନ୍ଦ କରିବା ପାଇଁ ସରକାରଙ୍କୁ ଆହ୍ବାନ ଦେଇ ବଏକଟ୍‌ ହାଶ୍‌ଟ୍ୟାଗ୍‌ ବ୍ୟବହାର କରିଛନ୍ତି। ଇତିମଧ୍ୟରେ ଭାରତୀୟ ଦୂତାବାସ କାତାର ସରକାରଙ୍କ ସମନର ଉତ୍ତର ରଖିଛି। ଟୁଇଟ୍‌ କିମ୍ବା ଧର୍ମୀୟ ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଭାରତ ସରକାରଙ୍କ ମତ ଓ ବିଚାରଧାରାକୁ ପ୍ରତିଫଳିତ କରେନାହିଁ ବୋଲି ଭାରତୀୟ ଦୂତାବାସ ଏକ ବିବୃତିରେ କହିଛି। ଅନ୍ୟପକ୍ଷରେ ମୁମ୍ବାଇ, ହାଇଦ୍ରାବାଦ, ପୁଣେ ଆଦି ବିଭିନ୍ନ ଥାନାରେ ଧର୍ମୀୟ ଭାବାବେଗକୁ କୁଠାରଘାତ କରିବା ଭଳି ମନ୍ତବ୍ୟ ପାଇଁ ନୁପୂରଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଛି। ନୂପୁର ରବିବାର ଟୁଇଟରରେ ସଫେଇ ଦେଇଛନ୍ତ ଯେ, ସେ କିଛିଦିନ ହେଲା ଟିଭି ବିତର୍କରେ ଭାଗ ନେଉଥିବାବେଳେ ବାରମ୍ବାର ମହାଦେବଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ରଖାଯାଉଥିଲା। ଶିବଲିଙ୍ଗକୁ ‘ଫାଉଣ୍ଟେନ’ ବୋଲି କୁହାଯାଇଥିଲା। ଏହାର ପ୍ରତିକ୍ରିୟାରେ ସେ ଏଭଳି ମନ୍ତବ୍ୟ ଦେଇଥିଲେ। କିନ୍ତୁ କାହାର ଧର୍ମୀୟ ଭାବନାକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ଯଦି ତାଙ୍କ କଥା କାହାକୁ ଆଘାତ ଦେଇଛି ତେବେ ସେ ନିଃସର୍ତ୍ତରେ ନିଜ ମନ୍ତବ୍ୟକୁ ଫେରାଇନେଉଥିବା ଟୁଇଟ୍‌ କରିଛନ୍ତି। ସେହିପରି ନୂପୁରଙ୍କ ବୟାନ ଦଳର ଆଭିମୁଖ୍ୟ ଓ ଆଦର୍ଶ ବିରୋଧୀ ହୋଇଥିବାରୁ ତାଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଭାଜପା କେନ୍ଦ୍ରୀୟ ଅନୁଶାସନ କମିଟି ସଚିବ ଓମ୍‌ ପାଠକ କହିଛନ୍ତି। ଏପରି ଚିନ୍ତାଧାରା କିମ୍ବା ବ୍ୟକ୍ତିଙ୍କୁ ଭାଜପା ପ୍ରୋତ୍ସାହନ ଦିଏ ନାହିଁ ବୋଲି ଦଳର ସାଧାରଣ ସମ୍ପାଦକ ଅରୁଣ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?