ଗଛକଟାକୁ ନିଆରା ଢଙ୍ଗରେ ବିରୋଧ

ଭୁବନେଶ୍ୱର,୬।୬(ବ୍ୟୁରୋ): ଭୁବନେଶ୍ୱରରେ ବିଧାୟକ କ୍ୱାର୍ଟର୍ସ ନିର୍ମାଣ ପାଇଁ ପୁରୁଣା ଏମ୍‌ଏଲ୍‌ଏ କଲୋନୀରୁ ଶତାଧିକ ଗଛ କଟାଯିବା ପରେ ଆନ୍ଦୋଳନ ଜୋରଦାର ହୋଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଚାଲିଥିବା ଏହି ଆନ୍ଦୋଳନରେ ବିଭିନ୍ନ ସଙ୍ଗଠନ, ରାଜନୈତିକ ଦଳ, ପରିବେଶ ଓ ବୃକ୍ଷପ୍ରେମୀ, ଛାତ୍ରୀଛାତ୍ର ସାମିଲ ହୋଇଛନ୍ତି। ଚାରିଆଡୁ ବିରୋଧ ପରେ ରାଜ୍ୟ ସରକାର ଗଛକଟାକୁ ସ୍ଥଗିତ ରଖିଥିଲେ ମଧ୍ୟ ସ୍ଥାୟୀ ପଦକ୍ଷେପ ଦାବି କରି ଆନ୍ଦୋଳନ ଜାରି ରହିଛି। ରବିବାର ବିଶ୍ୱ ପରିବେଶ ଦିବସରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସେଠାରେ ନଦୀ ପାଠଶାଳାର ଶୁଭାରମ୍ଭ କରାଯାଇଛି। ଗଛକଟାକୁ ନିଆରା ଢଙ୍ଗରେ ପ୍ରତିବାଦ ସ୍ବରୂପ ଜଙ୍ଗଲ ସୃଷ୍ଟି ପାଇଁ ବିଭିନ୍ନ କିସମର ମଞ୍ଜିଗୋଳା ପ୍ରସ୍ତୁତିର ପ୍ରଶିକ୍ଷଣ ଦିଆଯାଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ, ଆର୍ଯ୍ୟାଭଟ୍ଟ ଫାଉଣ୍ଡେଶନ, ଓପନ ଲର୍ନିଂ ସିଷ୍ଟମ, ରୁଚିକା ଫାଉଣ୍ଡେଶନ ଏବଂ ଓଡ଼ିଶା ନଦୀ ସୁରକ୍ଷା ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ମେଶିନ ସହାୟତାରେ ଗଛକୁ ଉପାଡ଼ି ସ୍ଥାନାନ୍ତରଣ ପାଇଁ ସରକାର ଚିନ୍ତା କରୁଛନ୍ତି। ମାତ୍ର ଏହାହେଲେ ବହୁ ବଡ ବଡ଼ ଗଛ ମରିଯିବ। ତେଣୁ ଗଛ ସ୍ଥାନାନ୍ତର ନ କରି ବିଧାୟକଙ୍କ ବାସଭବନ ଅନ୍ୟତ୍ର କରିବା ପାଇଁ ଚିନ୍ତା କରନ୍ତୁ। ଅନ୍ୟଥା ଯେଉଁ ଅଞ୍ଚଳରେ ଗଛ କାଟି ଦିଆଯାଇଛି ସେଠାରେ ଅଟ୍ଟାଳିକା ନିର୍ମାଣ କରିବାର ବନ୍ଦୋବସ୍ତ କରନ୍ତୁ।
ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ ଅଧ୍ୟକ୍ଷ ଡ. ସୁଧୀର ରାଉତ ଓ ସହଯୋଗୀଙ୍କ ଦ୍ୱାରା ୫ହଜାର ଗଛ ସୃଷ୍ଟି ପାଇଁ ମଞ୍ଜି ଗୋଳା ତିଆରି ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ଗୋଳାଗୁଡିକୁ ବର୍ଷା ଋତୁ ଆରମ୍ଭ ହେବା ପରେ ଚନ୍ଦକା ଜଙ୍ଗଲରେ ଫିଙ୍ଗାଯିବ। ଏହାଦ୍ୱାରା ଉଜୁଡି ଯାଇଥିବା ଜଙ୍ଗଲ ପୁନଃ ସୃଷ୍ଟି ହୋଇପାରିବ। ସାମାଜିକ କମୀ, ପରିବେଶ ପ୍ରେମୀ, ବୁଦ୍ଧିଜୀବୀ, ଭୁବନେଶ୍ୱର ବାସିନ୍ଦା, ଛୋଟପିଲା କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ତଥା ଓଡିଶାକୁ ସବୁଜ ସୁନ୍ଦର କରିବାକୁ ସଚେତନତାର ବାର୍ତ୍ତା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri