ଗଛକଟାକୁ ନିଆରା ଢଙ୍ଗରେ ବିରୋଧ

ଭୁବନେଶ୍ୱର,୬।୬(ବ୍ୟୁରୋ): ଭୁବନେଶ୍ୱରରେ ବିଧାୟକ କ୍ୱାର୍ଟର୍ସ ନିର୍ମାଣ ପାଇଁ ପୁରୁଣା ଏମ୍‌ଏଲ୍‌ଏ କଲୋନୀରୁ ଶତାଧିକ ଗଛ କଟାଯିବା ପରେ ଆନ୍ଦୋଳନ ଜୋରଦାର ହୋଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଚାଲିଥିବା ଏହି ଆନ୍ଦୋଳନରେ ବିଭିନ୍ନ ସଙ୍ଗଠନ, ରାଜନୈତିକ ଦଳ, ପରିବେଶ ଓ ବୃକ୍ଷପ୍ରେମୀ, ଛାତ୍ରୀଛାତ୍ର ସାମିଲ ହୋଇଛନ୍ତି। ଚାରିଆଡୁ ବିରୋଧ ପରେ ରାଜ୍ୟ ସରକାର ଗଛକଟାକୁ ସ୍ଥଗିତ ରଖିଥିଲେ ମଧ୍ୟ ସ୍ଥାୟୀ ପଦକ୍ଷେପ ଦାବି କରି ଆନ୍ଦୋଳନ ଜାରି ରହିଛି। ରବିବାର ବିଶ୍ୱ ପରିବେଶ ଦିବସରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସେଠାରେ ନଦୀ ପାଠଶାଳାର ଶୁଭାରମ୍ଭ କରାଯାଇଛି। ଗଛକଟାକୁ ନିଆରା ଢଙ୍ଗରେ ପ୍ରତିବାଦ ସ୍ବରୂପ ଜଙ୍ଗଲ ସୃଷ୍ଟି ପାଇଁ ବିଭିନ୍ନ କିସମର ମଞ୍ଜିଗୋଳା ପ୍ରସ୍ତୁତିର ପ୍ରଶିକ୍ଷଣ ଦିଆଯାଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ, ଆର୍ଯ୍ୟାଭଟ୍ଟ ଫାଉଣ୍ଡେଶନ, ଓପନ ଲର୍ନିଂ ସିଷ୍ଟମ, ରୁଚିକା ଫାଉଣ୍ଡେଶନ ଏବଂ ଓଡ଼ିଶା ନଦୀ ସୁରକ୍ଷା ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ମେଶିନ ସହାୟତାରେ ଗଛକୁ ଉପାଡ଼ି ସ୍ଥାନାନ୍ତରଣ ପାଇଁ ସରକାର ଚିନ୍ତା କରୁଛନ୍ତି। ମାତ୍ର ଏହାହେଲେ ବହୁ ବଡ ବଡ଼ ଗଛ ମରିଯିବ। ତେଣୁ ଗଛ ସ୍ଥାନାନ୍ତର ନ କରି ବିଧାୟକଙ୍କ ବାସଭବନ ଅନ୍ୟତ୍ର କରିବା ପାଇଁ ଚିନ୍ତା କରନ୍ତୁ। ଅନ୍ୟଥା ଯେଉଁ ଅଞ୍ଚଳରେ ଗଛ କାଟି ଦିଆଯାଇଛି ସେଠାରେ ଅଟ୍ଟାଳିକା ନିର୍ମାଣ କରିବାର ବନ୍ଦୋବସ୍ତ କରନ୍ତୁ।
ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ ଅଧ୍ୟକ୍ଷ ଡ. ସୁଧୀର ରାଉତ ଓ ସହଯୋଗୀଙ୍କ ଦ୍ୱାରା ୫ହଜାର ଗଛ ସୃଷ୍ଟି ପାଇଁ ମଞ୍ଜି ଗୋଳା ତିଆରି ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ଗୋଳାଗୁଡିକୁ ବର୍ଷା ଋତୁ ଆରମ୍ଭ ହେବା ପରେ ଚନ୍ଦକା ଜଙ୍ଗଲରେ ଫିଙ୍ଗାଯିବ। ଏହାଦ୍ୱାରା ଉଜୁଡି ଯାଇଥିବା ଜଙ୍ଗଲ ପୁନଃ ସୃଷ୍ଟି ହୋଇପାରିବ। ସାମାଜିକ କମୀ, ପରିବେଶ ପ୍ରେମୀ, ବୁଦ୍ଧିଜୀବୀ, ଭୁବନେଶ୍ୱର ବାସିନ୍ଦା, ଛୋଟପିଲା କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ତଥା ଓଡିଶାକୁ ସବୁଜ ସୁନ୍ଦର କରିବାକୁ ସଚେତନତାର ବାର୍ତ୍ତା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri