ନାହାନ୍ତି ଥାନାଧିକାରୀ, ବଢୁଛି ଅପରାଧ

ଭୁବନେଶ୍ୱର(ବ୍ୟୁରୋ)/ଯାଁଳା, ୬।୬(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ଦିନକୁ ଦିନ ଜନବସତି ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ବେଆଇନ ନିଶା କାରବାର, ହତ୍ୟା, ଚୋରି, ଲୁଟ୍‌ ଆଦି ଅପରାଧ ବଢ଼ି ଚାଲିଛି। ନାନା ଅବ୍ୟବସ୍ଥା ଘେରରେ ଥିବା ଏହି ଥାନା ଅପରାଧ ରୋକିବା ଓ ଅପରାଧୀଙ୍କୁ ସାବାଡ୍‌ କରିବାରେ ବିଫଳ ହେଉଛି। ଭୁବନେଶ୍ୱର ପୋଲିସ ଜିଲା ଅନ୍ତର୍ଗତ କମିଶନରେଟ ପୋଲିସ ଅଧୀନରେ ଏହି ଥାନା ରହିଥିଲେ ମଧ୍ୟ ଥାନା ଅଧିକାରୀ ନାହାନ୍ତି। ବହୁ ପଦବୀ ଖାଲି ପଡିଛି। ଫଳରେ ଅଭିଯୋଗର ତ୍ୱରିତ ପଦକ୍ଷେପ ନିଆଯାଇ ପାରୁ ନ ଥିବା ଅଭିଯୋଗ ହେଉଛି। ଏଥିସହ ପାଟ୍ରୋଲିଂ ଠିକ୍‌ ଭାବେ ହେଉ ନ ଥିବାରୁ ରାତିରେ ଅପରାଧୀମାନେ ଉତ୍ପାତ କରୁଛନ୍ତି। ଫଳରେ ଲୋକଙ୍କ ଧନଜୀବନ ଅସୁରକ୍ଷିତ ହୋଇପଡୁଛି।
ପରିସୀମା ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଲୋକଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ଗତ ଡିସେମ୍ବର ୨୯ରେ ଇନ୍‌ଫୋଭ୍ୟାଲି ଥାନା ପ୍ରତିଷ୍ଠା କରାଯାଇଥିଲା। ଏହା ଅଧୀନରେ ଯାଁଳା ଫାଣ୍ଡିକୁ ମଧ୍ୟ ରଖାଯାଇଥିଲା। ଫଳରେ ଲୋକେ ନିଜକୁ ସୁରକ୍ଷିତ ମଣିବା ସହ ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଅବ୍ୟବସ୍ଥାକୁ ନେଇ ଏବେ ନାନା ପ୍ରଶ୍ନ ଉଠୁଛି। ଏହି ଥାନା ପାଇଁ ଜଣେ ଇନ୍ସପେକ୍ଟର, ୫ଜଣ ଏସ୍‌ଆଇ, ୫ଜଣ ଏଏସଆଇ, ଜଣେ ହେଡ୍‌ କନ୍‌ଷ୍ଟେବଳ ଓ ୧୫ ଜଣ କନ୍‌ଷ୍ଟେବଳ ନିଯୁକ୍ତି ପାଇଁ ଅନୁମୋଦନ ଥିବା କମିଶନରେଟ ପୋଲିସ ୱେବ୍‌ସାଇଟ୍‌ରେ ଉଲ୍ଲେଖ ରହିଛି। ପରିତାପର ବିଷୟ ଯେ, ଏବେ ମାତ୍ର ଜଣେ ଏସ୍‌ଆଇ, ୩ଜଣ ଏଏସଆଇଙ୍କ ସମେତ ଅଳ୍ପ କେତେଜଣ କର୍ମଚାରୀଙ୍କୁ ନେଇ ଏହି ଥାନା ଓ ଫାଣ୍ଡି କାର୍ଯ୍ୟ କରୁଛି। ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା, ପ୍ରଥମ ଥାନା ଅଧିକାରୀ ଥିବା ବିଭୁଦତ୍ତ ରାଉତରାୟଙ୍କୁ ପୌର ନିର୍ବାଚନ ପୂର୍ବରୁ ଭରତପୁର ଥାନାକୁ ବଦଳି କରାଯାଇଛି। ସେବେଠାରୁ ଇନ୍‌ଫୋଭ୍ୟାଲି ଥାନାର ଥାନା ଅଧିକାରୀ ପଦ ଖାଲି ପଡିଛି। ଏଥିସହ ଥାନାରେ ଜଣେ ହେଲେ ବି ମହିଳା ପୋଲିସ କର୍ମଚାରୀ ନ ଥିବାରୁ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ମହିଳାମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଥାନାରେ କର୍ମଚାରୀ ସଂଖ୍ୟା ବୃଦ୍ଧି ସହ ପାଟ୍ରୋଲିଂ ଓ ଅଭିଯୋଗର ତ୍ୱରିତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଭୁବନେଶ୍ୱର ଡିସିପି ପ୍ରତୀକ ଗୀତା ସିଂହଙ୍କୁ ପଚାରିବାରୁ ଆଗକୁ ଥାନାରେ ଅଧିକାରୀ ନିଯୁକ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାର୍ଟଅପ୍‌ ପ୍ରମୁଖ ଭୂମିକା ଗ୍ରହଣ କରିବ

କ୍ଲାଇମେଟ୍‌ ଚେଞ୍ଜ: ଦି ପାୱାର ଅଫ୍‌ ୟୁଥ୍‌:ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ...

୨ କାର ମୁହାଁମୁହିଁ ଧକ୍କା : ସ୍ବାମୀ, ସ୍ତ୍ରୀଙ୍କ ଜୀବନ ଗଲା, ୪ ଗୁରୁତର

ଭାପୁର,୨୨।୬(ଡି.ଏନ.ଏ.)-ଢେଙ୍କାନାଳ ଜିଲା ସଦର ଥାନା ପୁରୁଣା କଟକ-ସମ୍ବଲପୁର ରାସ୍ତାର ଜରିପାଳ ନିକଟରେ ଶନିବାର ଅପରାହ୍ନରେ ୨ଟି କାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଅବସରପ୍ରାପ୍ତ ବାୟୁସେନା...

ଜେଲରୁ ମୁକୁଳିଲେ ୨୯୬୩ କଏଦୀ

ଭୁବନେଶ୍ୱର,୧୧ା୪ (ବ୍ୟୁରୋ): ଜେଲ୍‌ ବିଭାଗକୁ ଘାରିଛି କରୋନା ଭୟ। ଏପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସାମାଜିକ ଦୂରତ୍ୱ ରକ୍ଷା ଓ ସଂକ୍ରମଣ ଏଡ଼ାଇବା ପାଇଁ ରାଜ୍ୟର ବିଭିନ୍ନ...

ଚାଷୀ ଶୂନ୍ୟ କୃଷକ ପରିବା ହାଟ

ରସୁଲପୁର,୧୦ା୧୦(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବାରବାଟୀ ପଞ୍ଚାୟତ ଓଡ଼ଙ୍ଗସ୍ଥିତ ବିଜୁ ପରିବା ପରିବହନ କେନ୍ଦ୍ର ନାମରେ ଦୈନିକ କୃଷକ ପରିବାହାଟ ବସୁଛି। ହେଲେ...

ପାଣିମିଟର ପାଇଁ ବେଆଇନ ଭାବେ ଟଙ୍କା ନେଇ ବନ୍ଧା ହେଲେ ଯୁବକ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ‘ଜିରୋ ଟଲେରାନ୍ସ’ ଯୋଗୁ ଓ୍ବାଟ୍‌କୋ ନାଁରେ ବେଆଇନ ଭାବେ ଅର୍ଥ ଆଦାୟ କରୁଥିବା ଜଣେ ଯୁବକଙ୍କୁ...

ବରଗଡ଼ ଜିଲାପାଳଙ୍କଠାରୁ ମିଳିଲା ନିର୍ଭର ପ୍ରତିଶ୍ରୁତି, ଅନଶନ କରିବେନି ଜିଲା ପରିଷଦ ଅଧ୍ୟକ୍ଷା

ବରଗଡ଼ ଅଫିସ,୧୪।୮- ବରଗଡ଼ ଜିଲାରେ ଚୋରାମଦ କାରବାର ତଥା କୁଟିଆ ମଦ ଦୋକାନ ବନ୍ଦ ଦାବି ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ...

ରାୟଗଡ଼ା ଗସ୍ତରେ ରାଜ୍ୟ ଖାଦ୍ୟ କମିଶନ

ରାୟଗଡ଼ା ଅଫିସ,୨୯ା୪: ରାୟଗଡ଼ାକୁ ଦିନିକିଆ ଗସ୍ତ କରି ରାଜ୍ୟ ଖାଦ୍ୟ କମିଶନ ପି.କେ.ମେରକାପ ଖାଦ୍ୟ ଯୋଜନାର ସମୀକ୍ଷା କରିଛନ୍ତି। ରାୟଗଡ଼ା ବ୍ଲକରେ ଆଇଓ୍ବାଇସିଏଫ୍‌ କାର୍ଯ୍ୟକ୍ରମ, ସୁଲଭ...

ମୃତଦେହ ଦାହ ପାଇଁ ହଇରାଣ ହେଉଛନ୍ତି ସହରବାସୀ: ଶ୍ମଶାନ, ବିଦ୍ୟୁତ୍‌ ଚୁଲା ବ୍ୟବସ୍ଥା ଦାବି

ଅନୁଗୋଳ ଅଫିସ, ୯।୮-ଅନୁଗୋଳ ସହରରେ ନାହିଁ ଶ୍ମଶାନ ସୁବିଧା। ଅଧିକାଂଶ ଶ୍ମଶାନ ଜମିକୁ ଜବରଦଖଲକାରୀ ମାଡ଼ି ବସିଥିବାବେଳେ ଅନେକ ଅବହେଳିତ ହୋଇ ପଡ଼ିରହିଛି। ହେମସୁରପଡ଼ାରେ ପୌରପାଳିକାର...

Advertisement
Archives

Model This Week