ନାହାନ୍ତି ଥାନାଧିକାରୀ, ବଢୁଛି ଅପରାଧ

ଭୁବନେଶ୍ୱର(ବ୍ୟୁରୋ)/ଯାଁଳା, ୬।୬(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ଦିନକୁ ଦିନ ଜନବସତି ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ବେଆଇନ ନିଶା କାରବାର, ହତ୍ୟା, ଚୋରି, ଲୁଟ୍‌ ଆଦି ଅପରାଧ ବଢ଼ି ଚାଲିଛି। ନାନା ଅବ୍ୟବସ୍ଥା ଘେରରେ ଥିବା ଏହି ଥାନା ଅପରାଧ ରୋକିବା ଓ ଅପରାଧୀଙ୍କୁ ସାବାଡ୍‌ କରିବାରେ ବିଫଳ ହେଉଛି। ଭୁବନେଶ୍ୱର ପୋଲିସ ଜିଲା ଅନ୍ତର୍ଗତ କମିଶନରେଟ ପୋଲିସ ଅଧୀନରେ ଏହି ଥାନା ରହିଥିଲେ ମଧ୍ୟ ଥାନା ଅଧିକାରୀ ନାହାନ୍ତି। ବହୁ ପଦବୀ ଖାଲି ପଡିଛି। ଫଳରେ ଅଭିଯୋଗର ତ୍ୱରିତ ପଦକ୍ଷେପ ନିଆଯାଇ ପାରୁ ନ ଥିବା ଅଭିଯୋଗ ହେଉଛି। ଏଥିସହ ପାଟ୍ରୋଲିଂ ଠିକ୍‌ ଭାବେ ହେଉ ନ ଥିବାରୁ ରାତିରେ ଅପରାଧୀମାନେ ଉତ୍ପାତ କରୁଛନ୍ତି। ଫଳରେ ଲୋକଙ୍କ ଧନଜୀବନ ଅସୁରକ୍ଷିତ ହୋଇପଡୁଛି।
ପରିସୀମା ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଲୋକଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ଗତ ଡିସେମ୍ବର ୨୯ରେ ଇନ୍‌ଫୋଭ୍ୟାଲି ଥାନା ପ୍ରତିଷ୍ଠା କରାଯାଇଥିଲା। ଏହା ଅଧୀନରେ ଯାଁଳା ଫାଣ୍ଡିକୁ ମଧ୍ୟ ରଖାଯାଇଥିଲା। ଫଳରେ ଲୋକେ ନିଜକୁ ସୁରକ୍ଷିତ ମଣିବା ସହ ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଅବ୍ୟବସ୍ଥାକୁ ନେଇ ଏବେ ନାନା ପ୍ରଶ୍ନ ଉଠୁଛି। ଏହି ଥାନା ପାଇଁ ଜଣେ ଇନ୍ସପେକ୍ଟର, ୫ଜଣ ଏସ୍‌ଆଇ, ୫ଜଣ ଏଏସଆଇ, ଜଣେ ହେଡ୍‌ କନ୍‌ଷ୍ଟେବଳ ଓ ୧୫ ଜଣ କନ୍‌ଷ୍ଟେବଳ ନିଯୁକ୍ତି ପାଇଁ ଅନୁମୋଦନ ଥିବା କମିଶନରେଟ ପୋଲିସ ୱେବ୍‌ସାଇଟ୍‌ରେ ଉଲ୍ଲେଖ ରହିଛି। ପରିତାପର ବିଷୟ ଯେ, ଏବେ ମାତ୍ର ଜଣେ ଏସ୍‌ଆଇ, ୩ଜଣ ଏଏସଆଇଙ୍କ ସମେତ ଅଳ୍ପ କେତେଜଣ କର୍ମଚାରୀଙ୍କୁ ନେଇ ଏହି ଥାନା ଓ ଫାଣ୍ଡି କାର୍ଯ୍ୟ କରୁଛି। ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା, ପ୍ରଥମ ଥାନା ଅଧିକାରୀ ଥିବା ବିଭୁଦତ୍ତ ରାଉତରାୟଙ୍କୁ ପୌର ନିର୍ବାଚନ ପୂର୍ବରୁ ଭରତପୁର ଥାନାକୁ ବଦଳି କରାଯାଇଛି। ସେବେଠାରୁ ଇନ୍‌ଫୋଭ୍ୟାଲି ଥାନାର ଥାନା ଅଧିକାରୀ ପଦ ଖାଲି ପଡିଛି। ଏଥିସହ ଥାନାରେ ଜଣେ ହେଲେ ବି ମହିଳା ପୋଲିସ କର୍ମଚାରୀ ନ ଥିବାରୁ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ମହିଳାମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଥାନାରେ କର୍ମଚାରୀ ସଂଖ୍ୟା ବୃଦ୍ଧି ସହ ପାଟ୍ରୋଲିଂ ଓ ଅଭିଯୋଗର ତ୍ୱରିତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଭୁବନେଶ୍ୱର ଡିସିପି ପ୍ରତୀକ ଗୀତା ସିଂହଙ୍କୁ ପଚାରିବାରୁ ଆଗକୁ ଥାନାରେ ଅଧିକାରୀ ନିଯୁକ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?