Posted inଫୁରସତ

ବାଥ୍‌ରୁମ ସାଓ୍ବାର ଉପରେ ବସିଥିଲା ବିରାଟକାୟ ଅଜଗର, ଏହାକୁ ଦେଖିବା ପରେ…

ସାପ ଏମିତି ଏକ ପ୍ରାଣୀ, ଏହାକୁ ଯେଉଁଠି ବି ଦେଖିଲେ ଭୟ ଲାଗେ। ସେ ଟିଭି ସ୍କ୍ରିନ୍‌ ହେଉ କି ସାମ୍ନାରେ। ନିକଟରେ ଜଣେ ବ୍ୟକ୍ତି ତାଙ୍କ ବାଥ୍‌ରୁମରେ ଏକ ବିରାଟ ସାପ (ଅଜଗର) ଦେଖିବା ପରେ ଭୟରେ ଥରିଉଠିଲେ।

ବୁଧବାର ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡରେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ବାଥରୁମ୍‌ ଭିତରକୁ ଯିବା ମାତ୍ରେ ଦେଖିଲେ ଏକ ଅଜଗର ସାପ ସାଓ୍ବାର ଉପରେ ବସିଛି। ସାପ ଏତେ ବଡ଼ ଥିଲା ଯେ, ତାଙ୍କର ହୋସ୍‌ ଉଡ଼ିଗଲା। ସେ ସଙ୍ଗେ ସଙ୍ଗେ ଗୋଲ୍ଡ କୋଷ୍ଟ ଉପରେ ଆଧାରିତ ସାପ ଧରିବା ସଂଗଠନ ହଡ୍‌ସନ୍‌ ସାପ କ୍ୟାଚିଂକୁ ଡାକିଲେ।

ଫେସ୍‌ବୁକ୍‌ରେ ଦୁଇଟି ଫଟୋ ପୋଷ୍ଟ କରି ସଂଗଠନ ଲେଖିଛି, ବାଥରୁମ୍‌ରେ ଥିବାବେଳେ ଅଜଗର ତାଙ୍କ ଗ୍ରାହକଙ୍କୁ ଭୟଭୀତ କରିଥିଲା। ସାପର ଲମ୍ବ ୬ ଫୁଟ ଥିଲା। ଜ୍ୟାକସନ ନାମକ ଜଣେ ବ୍ୟକ୍ତି ସାପ ଧରିବା ପାଇଁ ଏହି ବ୍ୟକ୍ତିଙ୍କ ଘରେ ପହଞ୍ଚି ବିରାଟକାୟ ସାପକୁ ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ସାପର ଲମ୍ବ ୬ ଫୁଟ ଏବଂ ଏହାର ଓଜନ ୧୦ କିଲୋଗ୍ରାମରୁ ଅଧିକ ଥିଲା।

ଜ୍ୟାକସନ ମାତ୍ର ୩୦ ସେକେଣ୍ଡ ମଧ୍ୟରେ ସାପଟିକୁ ଧରିଥିଲେ କିନ୍ତୁ ସେ ଅନୁଭବ କରିଥିଲେ ଯେ, ସେଠାରୁ ସାପଟିକୁ ବାହାର କରି ସେ ଖୁସି ନୁହନ୍ତି। ଖବର ଅନୁଯାୟୀ, ଅଷ୍ଟ୍ରେଲିଆର ଶୀତରୁ ରକ୍ଷା ପାଇବା ପାଇଁ ସାପ ବାଥରୁମ୍‌ ଲ୍ୟାମ୍ପ ତଳେ ବସିଥିଲା। ଜ୍ୟାକସନ ଏହାକୁ ହଟାଇବାକୁ ଯିବା ମାତ୍ରେ ସେ ତାଙ୍କୁ କାମୁଡ଼ିବାକୁ ଚେଷ୍ଟା କରିଥିଲା। ସାପଟି ଛାତ ଦେଇ ଘର ଭିତରକୁ ଆସିଥିବା ଜଣାପଡ଼ିଛି। ଏହା ବିଷାକ୍ତ ନୁହେଁ।ଏହାର ଲମ୍ବ ୧୩ ଫୁଟ ପର୍ଯ୍ୟନ୍ତ ବଢ଼ିପାରେ। ଘରେ ପ୍ରବେଶ କରୁଥିବା ସାପ ଅଷ୍ଟ୍ରେଲିଆର ଲୋକଙ୍କ ପାଇଁ ନୂଆ କଥା ନୁହେଁ। ଏହାପୂର୍ବରୁ ଅଷ୍ଟ୍ରେଲିଆରୁ ଏଭଳି ଅନେକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସାପଗୁଡ଼ିକ ଲୋକଙ୍କ ଘରେ ପ୍ରବେଶ କରୁଥିବା ଦେଖାଯାଇଛି। କିଛି ଦିନ ପୂର୍ବରୁ ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡରେ ଜଣେ ମହିଳା ତାଙ୍କ ବେଡ୍‌ରେ ୬ ଫୁଟର ବିଷାକ୍ତ ସାପ ଲୁଚି ରହିଥିଲା। ମହିଳା ଜଣକ ତାଙ୍କ ବେଡ୍‌ସିଟ୍‌ ବଦଳାଇବାକୁ ଯାଇ ଏହାକୁ ଦେଖିଥିଲେ। ପରେ ସ୍ନେକ୍‌ ହେଲ୍‌ପ ଲାଇନ୍‌କୁ ଫୋନ୍‌ କରିଥିଲେ। ହେଲପ୍‌ ଲାଇନର ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୫ ବର୍ଷ? ବୈଭବଙ୍କ ବୟସ ଦେଖି ତାଜୁବ ହେଲେ କୃଣାଲ ପାଣ୍ଡ୍ୟା, କହିଲେ ଏମିତି କଥା କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୫।୬: ବୈଭବ ସୂର୍ଯ୍ୟବଂଶୀ IPL ୨୦୨୬ରେ MVP (ମୋଷ୍ଟ ଭାଲ୍ୟୁଏବଲ ପ୍ଲେୟାର) ରହିଛନ୍ତି, ଯିଏ ଅରେଞ୍ଜ କ୍ୟାପ ସହିତ ଆହୁରି ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି। ପ୍ରଥମ…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଏହି ଦେଶ; ରାଷ୍ଟ୍ରପତିଙ୍କ ଉପରେ ଲଗାଇଲେ ପ୍ରତିବନ୍ଧକ, ଭୟରେ ଛାନିଆ

ଓ୍‌ବାଶିଂଟନ୍‌ , ୫।୬: ଇରାନ ସହିତ ଶାନ୍ତି ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାରେ ବ୍ୟସ୍ତ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପରବର୍ତ୍ତୀ ମିଶନ ବିଷୟରେ…

ମମତାଙ୍କୁ ମିଳିଲା ବଡ଼ ଅଫର୍‌: ଯାହାକୁ ଦଳରୁ ବିଦା କରିଥିଲେ, ସେ ହିଁ ଦେଲେ ଆଶ୍ୱାସନା

କୋଲକାତା,୫।୬: ପଶ୍ଚିମବଙ୍ଗରୁ ତୃଣମୂଳ କଂଗ୍ରେସ ସରକାର ହଟିବା ପରେ ଦଳରେ ଫାଟ ଦେଖାଦେଇଛି। ଅନେକ ନେତା ଦଳ ଛାଡୁଛନ୍ତି। ଦଳର ସୁପ୍ରିମୋ ମମନା ବାନାର୍ଜୀ ଏନେଇ ବେଶ୍‌…

ଆଜି ବିଶ୍ବ ପରିବେଶ ଦିବସ: ସବୁଜ ଯୋଦ୍ଧାଙ୍କୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା

ଗଛ କଟା, ପ୍ରଦୂଷଣ, ଜଳ ସଙ୍କଟ ଓ ବିଶ୍ୱ ତାପମାତ୍ରା ବୃଦ୍ଧି ମଣିଷ ଏବଂ ପ୍ରକୃତି ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଥିବାବେଳେ ପରିବେଶ ସୁରକ୍ଷା ଏବେ…

ପରଲୋକରେ ବରିଷ୍ଠ ଆଇନଜୀବୀ, ହଠାତ୍‌ ବିଳମ୍ବିତ ରାତିରେ…

କେନ୍ଦୁଝର,୫।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ ଆଇନଜୀବୀ ତଥା ଜିଲା ଓକିଲ ସଂଘର ପୂର୍ବତନ ସଭାପତି ବିଭୂତି ଭୂଷଣ ପ୍ରଧାନଙ୍କ ଗତ କାଲି ବିଳମ୍ବିତ ରାତିରେ ଦେହାନ୍ତ…

ତୁମେ ପାଗଳ ହୋଇଯାଇଛ…ଟ୍ରମ୍ପଙ୍କ ଭର୍ତ୍ସନା ପରେ ପ୍ରଥମ ଥର ମୁହଁ ଖୋଲିଲେ ନେତାନ୍ୟାହୁ, ସକାଳର ଝଗଡ଼ା…

ଜେରୁଜେଲମ,୫।୬: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ ବାର୍ତ୍ତାଳପ ନେଇ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି । ସେ ମନ୍ତବ୍ୟ…

ବିଦ୍ୟୁତ୍‌ ବିଭାଗର ଟାଳଟୁଳ ନୀତି, ସେବାରୁ ବଞ୍ଚିତ ଗ୍ରାମବାସୀ

ଅତାବିରା,୫ା୬(ଯୁଧିଷ୍ଠିର ମହାପାତ୍ର):ଗ୍ରୀଷ୍ମ ସମୟରେ ବିଦ୍ୟୁତ କାଟ ହେବ ନାହିଁ ବୋଲି ସରକାର କହୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବରଗଡ ଜିଲା ସରଣ୍ଡା ଅଞ୍ଚଳରେ l…

ପୌରାଣିକ ନାଟକରେ ଆପତ୍ତିଜନକ ଅଭିନୟ; ଦୁଇ ଟ୍ରାନ୍ସଜେଣ୍ଡର ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ, ଥାନାରେ ମାମଲା

ଦିଗପହଣ୍ଡି,୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମରେ ମା ‘ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଗତ ମେ ୧୨ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri