Posted inଖେଳ

ମଉଳିଲା ପଦକ ଆଶା, ଅଲମ୍ପିକ୍ସରୁ ବିଦା ହେଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ, ୦୨।୦୮: ପ୍ୟାରିସ୍‌ ଅଲମ୍ପିକ୍ସରେ ଭାରତର ପଦକ ଆଶା ଧିରେ ଧିରେ ମଉଳିବାରେ ଲାଗିଛି । ଏ ପର୍ଯ୍ୟନ୍ତ ମାତ୍ର ୩ଟି କ୍ରୀଡ଼ାରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି । ଅନ୍ୟପଟେ ଦୁଇ ଦଇଥର ପଦକ ବିଜୟ କରିଥିବା ପିଭି ସିନ୍ଧୁଙ୍କ ଉପରେ ଏଥର ମଧ୍ୟ ଭାରତବାସୀଙ୍କ ଆଶା ରହିଥିବା ବେଳେ ସେ ସମସ୍ତଙ୍କୁ ନିରାଶ କରିଛନ୍ତି । ସେ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସର ପ୍ରି-କ୍ୱାର୍ଟର ଫାଇନାଲରେ ଚୀନର ଜି ବିଙ୍ଗ ଜିଆଓଙ୍କ ଠାରୁ ପରାସ୍ତ ହୋଇଛନ୍ତି । ୧୯-୨୧, ୧୪-୨୧ର ଏକପାଖିଆ ପରାଜୟପରେ ପିଭି ସିନ୍ଧୁ ପ୍ୟାରିସ ଅଲିମ୍ପିକ୍ସରୁ ବିଦା ହୋଇଛନ୍ତି ।

ପିଭି ସିନ୍ଧୁ ଯଥାସମ୍ଭବ ଚେଷ୍ଟା କରିଥିଲେ କିନ୍ତୁ ହେ ବିଙ୍ଗଜିଆଓଙ୍କ ଆକ୍ରମଣାତ୍ମକ ଖେଳ ଆଗରେ ସେ ତିଷ୍ଠିପାରି ନଥିଲେ । ଶେଷରେ ସିନ୍ଧୁଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହି ପରାଜୟ ପରେ ସିନ୍ଧୁ ବହୁତ ନିରାଶ ଦେଖାଯାଇଥିଲେ । ବିଶେଷ କରି ଦ୍ୱିତୀୟ ସେଟରେ ସେ ନିଜ ଭୁଲକୁ ନିୟନ୍ତ୍ରଣ କରିପାରିନଥିଲେ ବୋଲି କହିଛନ୍ତି।

ଏଥିସହ ପିଭି ସିନ୍ଧୁ କହିଛନ୍ତି- “ଏହା ନିରାଶାଜନକ … ଜଣେ ଜିତିବ ଏବଂ ଜଣେ ହାରିବ, ଏବଂ ଆଜି ମୁଁ ହାରିଗଲି ..” । ମୋର ଭୁଲଗୁଡ଼ିକ ଉପରେ ମତେ ନିୟନ୍ତ୍ରଣ ରଖିବାର ଥିଲା । ବିଶେଷ କରି ଦ୍ୱିତୀୟ ମ୍ୟାଚ୍‌ରେ ମୋତେ ଏହା ଅନୁଭବ ହୋଇଥିଲା । ମୁଁ ଦୁଃଖିତ ଯେ ଏହି ମ୍ୟାଚ୍‌ ଜିତିପାରିଲିନି । ପ୍ରଥମ ମ୍ୟାଚ୍‌ରେ ଏହି ସମୟର ସ୍କୋର ୧୯-୧୯ ରହିଥିଲା ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri