ଜିନ୍‌ପିଙ୍ଗ୍‌ଙ୍କ ଡ୍ରିମ୍‌ ପ୍ରୋଜେକ୍ଟରେ ପୁଟିନ୍‌ କଣ୍ଟା

ହଂକଂ,୪ା୩:ଶକ୍ତିଶାଳୀ ଚାଇନା ଯାହା ନିର୍ମାଣ କରିବାକୁ ଚାହୁଁଛି ମହତ୍ତ୍ୱାକାଂକ୍ଷୀ ରୁଷିଆ ତାକୁ ଧ୍ୱଂସ କରୁଛି। ବେଜିଂ ନିଜ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ଅଧୀନରେ ଯେଉଁ ପୂର୍ବ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହ ବାଣିଜି୍ୟକ, ନିବେଶ ଓ କାରିଗରି ସମ୍ପର୍କ ପ୍ରତିଷ୍ଠା କରିଛି, ୟୁକ୍ରେନ୍‌ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଆକ୍ରମଣକୁ ନିନ୍ଦା ନ କରି ସେଗୁଡ଼ିକ ଏବେ ହାତଛଡ଼ା ହେବାରେ ଲାଗିଛନ୍ତି।
ରୁଷିଆ ସହ ଅବଶିଷ୍ଟ ୟୁରୋପକୁ ସଂଯୋଗ କରୁଥିବା ୟୁକ୍ରେନ୍‌ର ରେଳପଥ, ରାସ୍ତା ଓ ଗ୍ୟାସ୍‌ ପାଇପ୍‌ଲାଇନ୍‌ଗୁଡ଼ିକ ରଣନୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱ ବହନ କରେ। ୨୦୧୭ରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ସିଗ୍‌ନେଚର ଇନ୍‌ଫ୍ରାକ୍‌ଷ୍ଟକ୍ଚର ପଲିସିରେ ୟୁକ୍ରେନ୍‌ ସାମିଲ ହେବା ପରଠାରୁ ଚାଇନାର କମ୍ପାନୀଗୁଡ଼ିକ ଏହି ପୂର୍ବ ୟୁରୋପୀୟ ଦେଶର ବନ୍ଦର ଓ ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଚଳାଇଛନ୍ତି। ଆମେରିକା ଯେଉଁ ହୁଓ୍ବେଇ ଟେକ୍ନୋଲୋଜିଜ୍‌କୁ ସାରା ବିଶ୍ୱରୁ ହଟାଇବା ପାଇଁ ଉଦ୍ୟମ ଚଳାଇଛି ସେହି ଟେଲିକମ୍‌ ଜିଆଣ୍ଟ ସହ ୨୦୨୦ରେ କ୍ୱିଭ୍‌ ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲା। ସ୍ମାର୍ଟଫୋନ୍‌ ମେକର ଶାଓମି(୧୮୧୦.ଏଚ୍‌କେ) ଭଳି କମ୍ପାନୀଗୁଡ଼ିକ ପାଇଁ ୪୪ ନିୟୁତ ଜନସଂଖ୍ୟା ବିଶିଷ୍ଟ ୟୁକ୍ରେନ୍‌ର ଏକ ଆକର୍ଷଣୀୟ ବଜାର ରହିଛି। ସେହିପରି ୟୁକ୍ରେନ୍‌ ହେଉଛି କୃଷିଜାତ ଉତ୍ପାଦର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ, ଯେଉଁଠୁ ଚାଇନା ୨୦୨୧ରେ ୩୦% ଶସ୍ୟ ଆମଦାନୀ କରିଥିଲା। ରୁଷୀୟ ସୈନ୍ୟ କ୍ୱିଭ୍‌ ଅଭିମୁଖେ ଅଗ୍ରସର ହେଉଥିବାବେଳେ କ୍ଷେପଣାସ୍ତ୍ର ମାଡ଼ରେ ବିଧ୍ୱସ୍ତ ୟୁକ୍ରେନ୍‌ ପାଇଁ ବେଜିଂ ଏହାକୁ ଆକ୍ରମଣ ବୋଲି ନିନ୍ଦା କରିବା ପରିବର୍ତ୍ତେ ଦେଖଣାହାରି ସାଜିଛି। ଫଳରେ ଏହି ଆକ୍ରମଣ ଚାଇନା ବିରୋଧୀ ଭାବାବେଗକୁ ସମଗ୍ର ୟୁରୋପରେ ବ୍ୟାପକ କରିବାରେ ଲାଗିଛି। ପାଶ୍ଚାତ୍ୟ ଓ ମସ୍କୋ ଘରୋଇ କମ୍ପାନୀଗୁଡ଼ିକର କାରବାର ପାଇଁ ପ୍ରତିକୂଳ ସ୍ଥିତି ସୃଷ୍ଟି କରିଥିବାବେଳେ ‘ଆଇରନ ସିଲ୍କ ରୋଡ୍‌’ ରେଳ ବ୍ୟବସ୍ଥା ଦେଇ ସାମଗ୍ରୀ ପରିବହନର ଗତି ଧିମେଇଯିବାକୁ ବସିଛି। ୨୦୨୧ରେ ଏହି ସିଷ୍ଟମ୍‌ ଜରିଆରେ ଚାଇନା ୫୭ ବିଲିୟନ୍‌ ଡଲାର ମୂଲ୍ୟର ସାମଗ୍ରୀ ୟୁରୋପକୁ ପଠାଇଥିଲା।
ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଚାଇନା ଓ ପୋଲାଣ୍ଡର ସମ୍ପର୍କ ବିଗିଡ଼ିଯାଇଛି। ବେଜିଂ ଓ ଓ୍ବାଶିଂଟନ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ଉଦ୍ୟମ କରୁଥିବା ପୋଲାଣ୍ଡ ଜିନ୍‌ପିଙ୍ଗ୍‌ଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ବିଆର୍‌ଆଇ ସଦସ୍ୟ। ରୁଷିଆ ଆକ୍ରମଣ ଯୋଗୁ ୟୁକ୍ରେନ୍‌ରୁ ପଳାୟନ କରୁଥିବା ଶରଣାର୍ଥୀଙ୍କ ପାଇଁ ପୋଲାଣ୍ଡ ଆଶ୍ରୟସ୍ଥଳ ପାଲଟିଛି। ପୁଟିନ୍‌ଙ୍କୁ ଚାଇନା ସମର୍ଥନ କରୁଥିବା ଦର୍ଶାଇ ଶରଣାର୍ଥୀମାନେ ସମାଲୋଚନା କରୁଛନ୍ତି। ସୋଭିଏଟ୍‌ ସଂଘର ପୂର୍ବତନ ସହଯୋଗୀଗୁଡ଼ିକ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ଏବଂ ୟୁରେପୀୟ ସଂଘ (ଇୟୁ) ପ୍ରତି ଅଧିକ ଆନୁଗତ୍ୟ ପ୍ରଦର୍ଶନ କରୁଥିବାରୁ ସମ୍ପୃକ୍ତ କ୍ଷେତ୍ରରେ ବେଜିଂର ରଣନୀତି ଆହୁରି ବିପନ୍ନ ହେବାକୁ ଯାଉଛି। ଇୟୁରେ ଚାଇନାର ନିବେଶ ଦୁର୍ବଳ ହେବାରେ ଲାଗିଛି। ୨୦୨୦ରେ ଏହାର ମର୍ଜର ଆଣ୍ଡ ଆକ୍ୱିଜିଶନ୍ସ ଡିଲ ୬.୫ ବିଲିୟନ୍‌ ୟୁରୋକୁ ହ୍ରାସ ପାଇଥିଲା, ଯାହାକି ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ। ପୁଟିନ୍‌ଙ୍କୁ ଖୋଲାଖୋଲି ସମର୍ଥନ କରି ବେଜିଂ ଏବେ ଆହୁରି କ୍ଷତିଗ୍ରସ୍ତ ହେବାକୁ ଯାଉଛି। ଶାନ୍ତି ପାଇଁ ଉଦ୍ୟମ ନ କଲେ ଚାଇନାର ଯେଉଁ କୂଟନୈତିକ ଓ ବାଣିଜି୍ୟକ କ୍ଷତି ସାଧିତ ହେବ, ତାହାର ଭରଣା କରିବା ଏକପ୍ରକାର ଅସମ୍ଭବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ

ଓ୍ବାଶିଂଟନ୍‌,୯।୩: ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ସମ୍ପର୍କରେ ଏକ ଚୁକ୍ତି ହୋଇଛି। ତଥାପି ଯୁଦ୍ଧବିରତି ମଧ୍ୟରେ ମଧ୍ୟ ଇସ୍ରାଏଲର ଲେବାନନ ଉପରେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri