ପୁଟିନ୍‌ଙ୍କ ଆଧିପତ୍ୟ ବଢ଼ିବ

ଓ୍ବାଶିଂଟନ,୩ା୩: ଭବିଷ୍ୟତରେ କ’ଣ ସବୁ ଘଟିବାକୁ ଯାଉଛି ତାହା ବୁଲଗେରିଆର ଜଣେ ଅନ୍ଧ ମହିଳା ପୂର୍ବାନୁମାନ କରିପାରୁଥିଲେ। ସେ ଜଣେ ଭବିଷ୍ୟବକ୍ତା ଥିଲେ ବୋଲି ତାଙ୍କ ଭବିଷ୍ୟବାଣୀଗୁଡ଼ିକୁ ଷଡ଼ଯନ୍ତ୍ର ସିଦ୍ଧାନ୍ତବାଦୀମାନେ ପ୍ରମାଣ ଭାବେ ବ୍ୟବହାର କରୁଛନ୍ତି। ୯/୧୧ ଆକ୍ରମଣ ଏବଂ ସିରିଆର ରାସାୟନିକ ଆକ୍ରମଣ ହେଉଛି ବାବା ଭେଙ୍ଗାଙ୍କ ଦାବିଗୁଡ଼ିକ ମଧ୍ୟରୁ ଅନ୍ୟତମ।

ଅନ୍ଧ ରହସ୍ୟବାଦୀ
ବାବା ଭେଙ୍ଗା କିଏ?

ବାବା ଭେଙ୍ଗାଙ୍କ ମୂଳନାମ ହେଉଛି ଭଙ୍ଗେଲିଆ ପାନ୍‌ଡେଭା ଡିମିଟ୍ରୋଭା। ଅଟ୍ଟୋମାନ ସାମ୍ରାଜ୍ୟର ଆଗ୍ନେୟଗିରି ଗିରିଶୃଙ୍ଗ ପାଦଦେଶରେ ଅବସ୍ଥିତ ଷ୍ଟ୍ରୁମିକାରେ ସେ ଜନ୍ମ ଗ୍ରହଣ କରିଥିଲେ। ୧୯୯୬ ମସିହାରେ ୮୫ ବର୍ଷ ବୟସରେ ବାବା ଭେଙ୍ଗାଙ୍କ ପରଲୋକ ହୋଇଥିଲା। ବୁଲଗେରିଆର ରହସ୍ୟବାଦୀ ଅନ୍ଧ ବୃଦ୍ଧା ବାଲ୍‌କାନ୍ସର ନୋଷ୍ଟ୍ରାଡମସ୍‌ ନାମରେ ପରିଚିତ। ଭେଙ୍ଗାଙ୍କୁ ୧୨ ବର୍ଷ ହେବା ଯାଏ ସେ ଅତି ସାଧାରଣ ଜୀବନ ଯାପନ କରୁଥିଲେ। ଏକ ଅସ୍ବାଭାବିକ ବୃହତ୍‌ ଘୂର୍ଣ୍ଣିଝଡ଼ ମାଡ଼ିଆସିବାରୁ ଏଇ ବୟସରେ ସେ ରହସ୍ୟଜନକ ଭାବେ ଦୃଷ୍ଟିଶକ୍ତି ହରାଇଥିଲେ। ଘୂର୍ଣ୍ଣିଝଡ଼ ଏତେ ଶକ୍ତିଶାଳୀ ଥିଲା ଯେ ତାହା ତାଙ୍କୁ ଉଡ଼ାଇନେଇଥିଲା ଏବଂ ପରେ ଏକ ପବନ ହାବୁକା ତାଙ୍କୁ ଭୂମିକୁ ଟାଣିଆଣିଥିଲା। ତେବେ ଏଥିରେ ଭେଙ୍ଗାଙ୍କ ଆଖିରେ ଧୂଳି ଭର୍ତ୍ତି ହୋଇଯାଇଥିଲା। କ୍ଷତବିକ୍ଷତ ଆଖିରେ ଧୂଳିର ଆସ୍ତରଣ ବସିଯାଇଥିବାରୁ ସେ ଆଉ ଦେଖିପାରୁ ନ ଥିଲେ। ଭେଙ୍ଗାଙ୍କ ମୃତ୍ୟୁ ନିଶ୍ଚିତ ବୋଲି ପରିବାର ଲୋକେ ଧରିନେଇଥିଲେ। କିଛିଦିନ ପରେ ଭେଙ୍ଗା କହିଥିଲେ, ସେ ନିଖୋଜ ହୋଇଯାଇଥିବା ସମୟରେ ପ୍ରଥମ ଦୃଷ୍ଟିଶକ୍ତିର ଅନୁଭୂତି ଲାଭ କରିଛନ୍ତି। ଏହା ପରେ ସେ ଲୋକଙ୍କୁ ଆରୋଗ୍ୟ କରି ଭବିଷ୍ୟବାଣୀ କରିବା ଲାଗି ଶକ୍ତି ପ୍ରାପ୍ତ ହୋଇଛନ୍ତି। ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀଗୁଡ଼ିକ ୮୫% ସତ ପ୍ରମାଣିତ ହୋଇଥିବା ବିବେଚନା କରାଯାଏ। ସେଗୁଡ଼ିକ ମଧ୍ୟରୁ କେତେକ ସମ୍ପର୍କରେ ଏଠାରେ ଅବତାରଣା କରାଗଲା।

କୁର୍କ୍ସ ଆଣବିକ
ବୁଡ଼ାଜାହାଜ ଟ୍ରାଜେଡି

ରୁଷିଆର ଏହି ବୁଡ଼ାଜାହାଜ ବୁଡ଼ିଯିବ ବୋଲି ବାବା ଭେଙ୍ଗା ପୂର୍ବରୁ ଭବିଷ୍ୟବାଣୀ କରିଥିଲେ। ୧୯୮୦ରେ ଭେଙ୍ଗା କହିଥିଲେ, ୧୯୯୯ ଅଗଷ୍ଟରେ କୁର୍କ୍ସ ଜଳମଗ୍ନ ହୋଇଯିବ ଏବଂ ଏହାକୁ ନେଇ ସାରା ବିଶ୍ୱ କାନ୍ଦିବ। ୨୦୦୦ ଅଗଷ୍ଟ ୧୨ରେ ଏହି ରୁଷୀୟ ବୁଡ଼ାଜାହାଜ ବରେଣ୍ଟ ସାଗରରେ ବୁଡ଼ିଯାଇଥିଲା। ଫଳରେ ସେଥିରେ ଥିବା ସମସ୍ତ ୧୧୮ ଜଣ ନାବିକଙ୍କ ମୃତ୍ୟୁ ଘଟିଥିଲା।
ଆଇଏସ୍‌: ବୁଲଗେରୀୟ ବାବା ଭେଙ୍ଗା ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)ର ଉତ୍‌ଥାନକୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଥିଲେ।
ସିରିଆ ଗ୍ୟାସ୍‌ ଆଟେକ୍‌: ୟୁରୋପୀୟଙ୍କ ବିରୋଧରେ ସିରିଆରେ ମୁସଲିମ୍‌ମାନେ ରାସାୟନିକ ଅସ୍ତ୍ର ବ୍ୟବହାର କରିବେ ବୋଲି ମୃତ୍ୟୁ ପୂର୍ବରୁ ଭେଙ୍ଗା ଚେତାଇଦେଇଥିଲେ। ୨୦୧୩ ଅଗଷ୍ଟରେ ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ୍‌ ଘଉଟାେରେ ନିଜ ଲୋକଙ୍କ ବିରୋଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରିଥିଲେ। ଏଥିରେ ୨୮୧ ଜଣଙ୍କ ଜୀବନ ଯାଇଥିଲା।
ବ୍ରେକ୍‌ଜିଟ୍‌: କେତେଜଣ ଷଡ଼ଯନ୍ତ୍ର ସିଦ୍ଧାନ୍ତବାଦୀଙ୍କ ମତରେ ଭେଙ୍ଗା ୟୁରୋପୀୟ ସଂଘରୁ ବ୍ରିଟେନ୍‌ ଅଲଗା ହେବା ନେଇ ମଧ୍ୟ ଭବିଷ୍ୟବାଣୀ କରିଥିଲେ। ୨୦୧୭ ସୁଦ୍ଧା ୟୁରୋପ ଅସ୍ତିତ୍ୱ ହରାଇବ ବୋଲି ସେ ଭୁଲ୍‌ବଶତଃ କହିଥିଲେ, ଯାହାକି ଘଟିନାହିଁ।
ଓବାମା କୃଷ୍ଣକାୟ ରାଷ୍ଟ୍ରପତି: ଆମେରିକାର ୪୪ତମ ରାଷ୍ଟ୍ରପତି ଜଣେ କୃଷ୍ଣକାୟ ବ୍ୟକ୍ତି ହେବେ ବୋଲି ଭେଙ୍ଗା କହିଥିଲେ। ବାରାକ୍‌ ଓବାମା ପ୍ରଥମ କୃଷ୍ଣକାୟ ଆମେରିକୀୟ ରାଷ୍ଟ୍ରପତି ହେବା ପରେ ତାଙ୍କ ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଥିଲା। ତେବେ ସେହି ବ୍ୟକ୍ତି ଆମେରିକାର ଶେଷ କୃଷ୍ଣକାୟ ରାଷ୍ଟ୍ରପତି ହେବେ ବୋଲି ସେ କହିଥିଲେ।
୯/୧୧ ଆକ୍ରମଣ: ୧୯୮୯ରେ ବାବା ଭେଙ୍ଗା କହିଥିଲେ, ଷ୍ଟିଲ୍‌ ବାର୍ଡ ଆକ୍ରମଣରେ ଆମେରିକୀୟମାନଙ୍କ ପତନ ହେବ। ଏଥିରେ ନିରୀହଙ୍କ ରକ୍ତପାତ ହେବ। ୨୦୦୧ ସେପ୍ଟେମ୍ବର ୧୧ ଆକ୍ରମଣ ନେଇ ସେ ଏପରି ପୂର୍ବାନୁମାନ କରିଥିବା କେତେଜଣ ବିଶ୍ୱାସ କରନ୍ତି।
ପୁଟିନ୍‌ଙ୍କ ଆଧିପତ୍ୟ: ୨୦୧୮ରେ ଭ୍ଲାଡିମିର ପୁଟିନ୍‌ ରୁଷିଆ ରାଷ୍ଟ୍ରପତି ନିର୍ବାଚନ ଜିତିବେ ବୋଲି ଭେଙ୍ଗା ଭବିଷ୍ୟବାଣୀ କରିଥିଲେ। ୧୯୭୯ରେ ଲେଖକ ଭାଲେଣ୍ଟିନ୍‌ଙ୍କ ସହ ସାକ୍ଷାତ୍‌ ବେଳେ ଭେଙ୍ଗା କହିଥିଲେ, ସବୁକିଛି ବରଫ ଭଳି ତରଳିଯିବ। କେବଳ ଜଣେ ବ୍ୟକ୍ତି ରହିବେ, ଯାହାଙ୍କୁ ଛୁଇଁହେବ ନାହିଁ। ଭ୍ଲାଡିମିରଙ୍କ ଯଶ, ରୁଷିଆର ଯଶ।
ତୃତୀୟ ବିଶ୍ୱଯୁଦ୍ଧ: ମୃତ୍ୟୁର କିଛି ସମୟ ପୂର୍ବରୁ ଏହି ବୟୋଜେଷ୍ଠା ମହିଳା କହିଥିଲେ, ରୁଷିଆ କେବଳ ତିଷ୍ଠିବ ନୁହେଁ,ଏହା ସାରା ବିଶ୍ୱ ଉପରେ ଆଧିପତ୍ୟ ବିସ୍ତାର କରିବ।

୨୦୨୨ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

୨୦୨୧ ମସିହା ଏକ ଘଟଣାବହୁଳ ହୋଇଥିବାବେଳେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ବର୍ଷ ଥିଲା। ଆମେରିକାର ଅତିକ୍ରମଣ ଓ ଅନେକ କିଛି ଏହି ବର୍ଷ ଘଟିଥିଲା। ୨୦୨୨ରେ ଏଭଳି ଆହୁରି ଅନେକ ଡ୍ରାମା ଦେଖିବାକୁ ମିଳିପାରେ ବୋଲି ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ।

କ’ଣ ଆସୁଛି ଜାଣିନାହାନ୍ତି ପୁଟିନ୍‌

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସମ୍ପୂର୍ଣ୍ଣ ଭାବେ ଏକଘରକିଆ ହୋଇଯାଇଛନ୍ତି। ଆଗକୁ ତାଙ୍କ ପ୍ରତି କିଭଳି ବିପଦ ମାଡ଼ଇସୁଛି ସେନେଇ ପୁଟିନ୍‌ଙ୍କୁ ଜଣାନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚେତାବନୀ ଦେଇଛନ୍ତି। କଂଗ୍ରେସର ଏକ ମିଳିତ ଅଧିବେଶନକୁ ସମ୍ବୋଧନ କରି ବାଇଡେନ୍‌ କହିଛନ୍ତି, ରୁଷିଆ ଉପରେ ଆମେରିକା ଆହୁରି ଶକ୍ତିଶାଳୀ କଟକଣା ଜାରି କରିବାକୁ ଯାଉଛି। ଏହି ଯୁଦ୍ଧ ପାଇଁ କେବଳ ତାଙ୍କୁ ହିଁ ଦାୟୀ କରାଯିବ। ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ନିଜ ବାୟୁସୀମାରେ ରୁଷିଆର ବିମାନକୁ ଉଡ଼ାଣ ଅନୁମତି ଦେବେ ନାହିଁ। ରୁଷିଆର ଅର୍ଥନୀତିକୁ ସଙ୍କୁଚିତ କରିଦିଆଯିବ।

୩ ବିଲିୟନ ଡଲାର ଦେବ ବିଶ୍ୱବ୍ୟାଙ୍କ

ୟୁକ୍ରେନ୍‌କୁ ସହାୟତା କରିବା ପାଇଁ ବିଶ୍ୱ ବ୍ୟାଙ୍କ ୩ ବିଲିୟନ ଡଲାର (ପ୍ରାୟ ୨,୨୭,୧୫,୨୫,୦୦,୦୦୦ ଟଙ୍କା) ଦେବାକୁ ପ୍ରସ୍ତୁତ ହେଉଥିବା ଘୋଷଣା କରିଛି। ସେଥିରୁ ପ୍ରାୟ ୩୫୦ ମିଲିୟନ ଡଲାର ତତ୍କାଳଭିତ୍ତିରେ ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟ ସହାୟତାକୁ ମଞ୍ଜୁରୀ ପାଇଁ ବ୍ୟାଙ୍କ ବୋର୍ଡ ନିକଟକୁ ଫାଇଲ ପଠାଯିବ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ପ୍ଲେ ଷ୍ଟୋରରୁ ହଟିଲା ଆର୍‌ଟି, ସ୍ପୁଟନିକ୍‌

ରୁଷିଆର ସରକାରୀ ଟିଭି ଚ୍ୟାନେଲ ଆର୍‌ଟି ଏବଂ ସ୍ପୁଟନିକ୍‌ ନ୍ୟୁଜ୍‌ ଆପ୍ଲିକେଶନକୁ ଗୁଗଲ ଏହାର ପ୍ଲେ ଷ୍ଟୋରରୁ ହଟାଇଛି। ଏହା ପୂର୍ବରୁ ୟୁଟ୍ୟୁବ ୟୁରୋପରେ ଆର୍‌ଟି ଏବଂ ସ୍ପୁଟନିକ୍‌କୁ ବ୍ୟାନ କରିଥିଲା। ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ରୁଷିଆ ଉପରେ ଲଗାଇଥିବା ବିଭିନ୍ନ କଟକଣା ଉଚିତ ନୁହେଁ ବୋଲି ଆର୍‌ଟି ଡେପୁଟି ଏଡିଟର-ଇନ୍‌-ଚିଫ୍‌ ଆନ୍ନା ବେଲ୍‌କିନା କହିଛନ୍ତି। ଆର୍‌ଟି ଭୁଲ୍‌ କିମ୍ବା ମିଥ୍ୟା ଖବର ପ୍ରସାରିତ କରିଥିବାର କୌଣସି ପ୍ରମାଣ ଗୁଗଲ ଦେଇ ନ ଥିବା ସେ କହିଛନ୍ତି। ସେହିପରି ଆପଲ୍‌ ମଧ୍ୟ ନିଜ ଆପ୍‌ ଷ୍ଟୋରରୁ ଏହି ଦୁଇ ଆପ୍ଲିକେଶନକୁ ହଟାଇ ଦେଇଛି। ୟୁକ୍ରେନ୍‌ ସମ୍ପର୍କରେ ଭୁଲ୍‌ ସୂଚନା ପ୍ରସାର କରୁଥିବା କହି ୟୁରୋପୀୟ ସଂଘ ମଧ୍ୟ ଆର୍‌ଟି ଉପରେ କଟକଣା ଲଗାଇଛି।

ବଙ୍କର ପାଲଟିଛି ମନୀଷଙ୍କ ରେଷ୍ଟୁରାଣ୍ଟ ‘ସାଥିୟା’

ୟୁକ୍ରେନ୍‌ ଉପରେ ଗତ ୭ଦିନ ହେଲା ରୁଷିଆର ଆକ୍ରମଣ ଜାରି ରହିଛି। ଏଭଳି ସ୍ଥିତିରେ ସେଠାରେ ରହୁଥିବା ବହୁ ଭାରତୀୟ ସ୍ବଦେଶ ଫେରି ଆସିଥିବାବେଳେ ଅନେକ ଭୟ ଭିତରେ ଜୀବନ କାଟୁଛନ୍ତି। କେତେବେଳେ କ’ଣ ହେବ ସେନେଇ କେହି କିଛି କହିପାରୁ ନାହାନ୍ତି। ଏଭଳି ସ୍ଥିତିରେ ସହଯୋଗର ହାତ ବଢ଼ାଇଛନ୍ତି କ୍ୱିଭ୍‌ରେ ଥିବା ଭାରତୀୟ ରେଷ୍ଟୁରାଣ୍ଟର ମାଲିକ ମନୀଷ ଡାଭେ। ମନୀଷ ତାଙ୍କ ହୋଟେଲ ‘ସାଥିୟା’କୁ ଏବେ ବଙ୍କର ଭାବେ ବ୍ୟବହାର କରି ସେଠାରେ ୧୩୦ଜଣଙ୍କୁ ଆଶ୍ରୟ ଦେଇଛନ୍ତି।
ୟୁକ୍ରେନ୍‌ରେ ରହୁଥିବା ଭାରତୀୟଙ୍କୁ ନିଜ ଅଞ୍ଚଳର ଖାଦ୍ୟ ଯୋଗାଇଦେବା ଉଦ୍ଦେଶ୍ୟରେ ଗୁଜରାଟ ଭଦୋଦରାର ମନୀଷ ୨୦୨୧ ଅକ୍ଟୋବରରେ କ୍ୱିଭ୍‌ରେ ସାଥିୟା ନାମରେ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ। ମନୀଷ ତାଙ୍କ ରେଷ୍ଟୁରାଣ୍ଟକୁ ବଙ୍କର ଭାବେ ବ୍ୟବହାର କରି ସେଠାରେ ଲୋକଙ୍କୁ ୨୪ଘଣ୍ଟିଆ ଆଶ୍ରୟ ପ୍ରଦାନ କରୁଛନ୍ତି। ୟୁକ୍ରେନ୍‌ ଏବେ ଯୁଦ୍ଧ ବିଭୀଷିକା ମଧ୍ୟରେ ଗତି କରୁଥିବାରୁ ଲୋକଙ୍କୁ ସହଯୋଗର ଆବଶ୍ୟକତା ରହିଛି। ତେଣୁ ଯେ ପର୍ଯ୍ୟନ୍ତ ତାଙ୍କ ପାଖରେ ସାମର୍ଥ୍ୟ ଥିବ, ସେପର୍ଯ୍ୟନ୍ତ ଲୋକମାନଙ୍କୁ ଆଶ୍ରୟ ଏବଂ ଖାଦ୍ୟ ଦେବେ ବୋଲି ମନୀଷ ଗଣମାଧ୍ୟମକୁ କହିଛନ୍ତି। ୟୁକ୍ରେନ ରାଜଧାନୀ କ୍ୱିଭ୍‌ ସହର ଏକ ଯୁଦ୍ଧ ଅଞ୍ଚଳରେ ପରିଣତ ହୋଇଛି। ଏଭଳି ଏକ ସଙ୍କଟ ସମୟରେ ସାଥିୟା ରେଷ୍ଟୁରାଣ୍ଟ କେବଳ ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ନୁହେଁ ବରଂ ବିପଦରେ ଥିବା ସ୍ଥାନୀୟ ଲୋକଙ୍କୁ ମଧ୍ୟ ଆଶ୍ରୟ ଦେଇଛି। ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରେ ଛାତ୍ରୀଛାତ୍ର, ଶିଶୁ, ଗର୍ଭବତୀ ଏବଂ ବାସହୀନ ରହିଛନ୍ତି। ଏହି ରେଷ୍ଟୁରାଣ୍ଟ ଭୂତଳରେ ଥିବା କାରଣରୁ ଏହାକୁ ଏକ ସୁରକ୍ଷିତ ସ୍ଥାନ ଭାବି ବହୁ ୟୁକ୍ରେନ ନାଗରିକ ଏଠାକୁ ଆସୁଛନ୍ତି। ଯେଉଁଦିନ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କଲା, ସେଦିନ ମନୀଷ ତାଙ୍କ ରେଷ୍ଟୁରାଣ୍ଟରେ ଆଶ୍ରୟ ନେଇଥିବା ଲୋକଙ୍କୁ ଚିକେନ୍‌ ବିରିୟାନୀ ଖାଇବାକୁ ଦେଇଥିଲେ। ହେଲେ ଧୀରେ ଧୀରେ ଗଚ୍ଛିତ ଖାଦ୍ୟ ସାମଗ୍ରୀ ଶେଷ ହେବାରେ ଲାଗିଛି। ବାହାରକୁ ବାହାରିବାକୁ କଟକଣା ଥିବାରୁ ଖାଦ୍ୟ ସାମଗ୍ରୀ ଠିକ୍‌ରେ ଆଣି ହେଉନାହିଁ, ଯାହାକି ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିିଛି। ତଥାପି ଚେଷ୍ଟା ଚାଲିଛି। ଆମ ନିକଟରେ ଏବେ ଆସନ୍ତା ୪ ରୁ ୫ଦିନ ପାଇଁ ଚାଉଳ ରହିଛି, ହେଲେ ପନିପରିବା ବା ଅନ୍ୟ ଜିନିଷ ନାହିଁ ବୋଲି ମନୀଷ କହିଛନ୍ତି।

ଫେରିଲେ ୧୩୭୭ ଭାରତୀୟ

ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କାର୍ଯ୍ୟର ତଦାରଖ ନିମନ୍ତେ ଆଇନ ମନ୍ତ୍ରୀ କିରନ ରିଜିଜୁ ବୁଧବାର ସ୍ଲୋଭାକିଆର କୋସିସେ ସହରରେ ପହଞ୍ଚିଛନ୍ତି। ରିଜିଜୁଙ୍କ ସମେତ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି. କେ. ସିଂଙ୍କୁ ମଧ୍ୟ ୟୁକ୍ରେନ୍‌ର ପଡୋଶୀ ଦେଶକୁ ପଠାଯାଇଛି। ଅପରେଶନ ଗଙ୍ଗାର ଅଂଶଭାବେ ଏହି ୪ ମନ୍ତ୍ରୀଙ୍କୁ ଭାରତୀୟଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ଦାୟିତ୍ୱ ଦିଆଯାଇଛି। ୟୁକ୍ରେନ୍‌ ପଡ଼ୋଶୀ ଦେଶ ସ୍ଲୋଭାକିଆରେ ପହଞ୍ଚିବାପରେ ରିଜିଜୁ ଏ ନେଇ ଏକ ଟୁଇଟ କରିଛନ୍ତି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୬ଟି ବିମାନ ଯୋଗେ ଆଉ ୧୩୭୭ ଭାରତୀୟଙ୍କୁ ଫେରାଇ ଅଣାଯାଇଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି।

କ୍ୱିଭ୍‌ ପାଇଁ ଲଢ଼େଇ

ୟୁକ୍ରେନ୍‌ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ବୁଧବାର ୭ମ ଦିନରେ ପହଞ୍ଚିଛି। ରୁଷିଆ ୟୁକ୍ରେନ୍‌ର ଏକ ପ୍ରମୁଖ ବନ୍ଦର ସହର ଖେର୍‌ସୋନ୍‌କୁ କବ୍‌ଜା କରିନେଇଥିବା ଦାବି କରିଛି। ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ ଏବଂ ଦେଶର ଦ୍ୱିତୀୟ ବୃହତ୍ତମ ସହର ଖର୍କିଭକୁ ଅକ୍ତିଆର କରିବାକୁ ରୁଷିଆ ଅଧିକ ଆକ୍ରମଣାତ୍ମକ ହୋଇଥିବାବେଳେ ସେମାନଙ୍କୁ ପ୍ରତିରୋଧ ଜାରି ରଖିଛନ୍ତି ୟୁକ୍ରେନ୍‌ ସୈନ୍ୟ।
ରୁଷୀୟ ପାରାଟ୍ରୁପର ମାନେ ଖର୍କିଭରେ ଓହ୍ଲାଇ ୟୁକ୍ରେନ୍‌ ସୈନ୍ୟଙ୍କ ଉପରେ ଆକ୍ରମଣ କରିଛନ୍ତି। ରୁଷିଆ ସୈନ୍ୟ ଏକ ହସ୍ପିଟାଲ ଏବଂ ସ୍କୁଲକୁ ଟାର୍ଗେଟ କରି ବିସ୍ଫୋରଣ କରିଥିବା ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି।
ସବୁଠୁ ବଡ଼ ସମାଲୋଚକ କୁହାଯାଉଥିବା ଆଲେକ୍ସି ନଭଲନି ଜେଲରେ ଥାଇ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ବିରୋଧରେ ଆନ୍ଦୋଳନ କରିବାକୁ ରୁଷିଆବାସୀଙ୍କୁ ଆହ୍ବାନ ଦେଇଛନ୍ତି। ରୁଷିଆ ଭୀରୁ, କାପୁରୁଷଙ୍କ ଦେଶ ନୁହେଁ ବୋଲି ସେମାନେ ଦେଖାଇଦେବାକୁ ନଭ୍‌ଲନି କହିଛନ୍ତି।
ସୁରକ୍ଷା ସେବା ଏବଂ ଯୋଗାଯୋଗ ବ୍ୟବସ୍ଥା ତଥା ପ୍ରତିଷ୍ଠାନ ଉପରେ ମସ୍କୋ ଆକ୍ରମଣ କରିବ ବୋଲି ଚେତାବନୀ ଦେଇ ସାଧାରଣ ଲୋକ ତୁରନ୍ତ କ୍ୱିଭ୍‌ ଛାଡ଼ିବାକୁ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି।
ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିବା ରୁଷିଆ ସୈନ୍ୟ ଏବଂ ଯୁଦ୍ଧାସ୍ତ୍ର କନ୍‌ଭେ ଆଗକୁ ବଢ଼ିବାରେ ସଫଳ ହୋଇ ନ ଥିବା ଆମେରିକା କହିଛି। କେତେକ ସ୍ଥାନରେ ଲଜିଷ୍ଟିକ୍‌ ସମସ୍ୟା, ଇନ୍ଧନ ଓ ଖାଦ୍ୟାଭାବ ଆଦି ଯୋଗୁ ସେମାନେ ଗତ ୨୪ ଘଣ୍ଟା ମଧ୍ୟରେ ଆଗେଇ ପାରିନାହାନ୍ତି ବୋଲି କୁହାଯାଇଛି।
ଶରଣାର୍ଥୀ ଏଜେନ୍ସି ସୂଚନା ଅନୁସାରେ, ୟୁକ୍ରେନ୍‌ରୁ ୮,୭୦,୦୦୦ ଲୋକେ ସୀମା ପାର ହୋଇ ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି।
ଆକ୍ରମଣରେ ସାଧାରଣ ନାଗରିକଙ୍କ ଜୀବନ ଯାଉଥିବା ଅଭିଯୋଗ କରି ୟୁକ୍ରେନ ଜାତିସଂଘର ଅନ୍ତର୍ଜାତୀୟ ଅଦାଲତ (ଅଇସିଜେ)ର ଦ୍ୱାରସ୍ଥ ହୋଇଥିବାବେଳେ ଆସନ୍ତା ୭ ଓ ୮ ତାରିଖରେ ଏହା ଉପରେ ଶୁଣାଣି ହେବାକୁ ସ୍ଥିର ହୋଇଛି।
ଉପରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶ କଟକଣା ଲଗାଇ ଚାଲିଛନ୍ତି। ଏହା ଭିତରେ ଆପଲ୍‌, ଏନି, ଏକ୍ସନ୍‌ବୋମିଲ, ବୋଇଂ ଭଳି କମ୍ପାନୀ ରୁଷିଆ ଛାଡ଼ିଛନ୍ତି। ସେପଟେ ଇଣ୍ଟରନ୍ୟାଶନାଲ ଏନର୍ଜି ଏଜେନ୍ସି ଗଚ୍ଛିତ ତୈଳ ରିଲିଜ କରିବା ନିମନ୍ତେ ରାଜି ହୋଇଥିଲେ ହେଁ ତେଲ ବ୍ୟାରେଲ ପିଛା ୧୧୦ ଡଲାରକୁ ବୃଦ୍ଧି ପାଇଛି।
ସବୁଠୁ ବଡ଼ ଋଣ ପ୍ରଦାନକାରୀ ସବରବ୍ୟାଙ୍କ୍‌ ୟୁରୋପ ଛାଡ଼ିଛି। ବର୍ତ୍ତମାନ ସ୍ଥିତିରେ ଅସ୍ବାଭାବିକ ନଗଦ କାରବାର ଏବଂ ବ୍ୟାଙ୍କ ଶାଖା ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁରୋପ ବଜାର ଛାଡ଼ିବାକୁ ନିଷ୍ପତ୍ତି ହୋଇଥିବା ବ୍ୟାଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

 

 

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?