ପୁଟିନ ଆଉ ବଞ୍ଚିବେ ୩ ବର୍ଷ, ଡାକ୍ତରଙ୍କ ଦାବି !…

ମସ୍କୋ, ୨୯।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦିଆଯାଇଛି। ସେ ଆଉ ମାତ୍ର ୩ ବର୍ଷ ବଞ୍ଚିବେ। ରୁଷିଆର ରାଷ୍ଟ୍ରପତି ଭବନ ନେତାଙ୍କ ଅବସ୍ଥାକୁ ନେଇ ଚିନ୍ତିତ ହୋଇପଡ଼ିଛି। ରୁଷିଆର ଗୁପ୍ତଚର ଏଜେନ୍ସି ଏଫଏସବିର ଜଣେ ଅଧିକାରୀ ପୁଟିନଙ୍କ ଅବସ୍ଥାକୁ ଗୁରୁତର ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କଠାରେ ଗୁରୁତର କର୍କଟ ସମସ୍ୟା ରହିଛି ।

ଡାକ୍ତରମାନେ ତାଙ୍କୁ ମାତ୍ର ୩ ବର୍ଷ ସମୟ ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ପୂର୍ବରୁ ପୁଟିନଙ୍କଠାରେ ଏହି ମାରାତ୍ମକ ସମସ୍ୟା ଥିବା ଜଣାପଡ଼ିଥିଲା। ଏବେ ଦୁଇ ସପ୍ତାହ ପୂର୍ବରୁ ତାଙ୍କର ଅପରେଶନ କରାଯାଇଛି।

ଅଧିକାରୀଙ୍କ ଅନୁଯାୟୀ, ବର୍ତ୍ତମାନ ପୁଟିନଙ୍କ ପାଖରେ ମାତ୍ର ୨ରୁ ୩ ବର୍ଷ ସମୟ ଅଛି। ଧୀରେ ଧୀରେ ତାଙ୍କର ଦେଖିବାର କ୍ଷମତା ମଧ୍ୟ ଦୁର୍ବଳ ହେବାକୁ ଲାଗୁଛି। ଗଣମାଧ୍ୟମ ସଂସ୍ଥା ମିରର ରିପୋର୍ଟରେ ଦର୍ଶାଯାଇଛି ଯେ ପୁଟିନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି।

ଗୁପ୍ତଚର ଏଜେନ୍ସି ଏଫବିଏସର ପୂର୍ବତନ ଅଧିକାରୀ ବୋରିସ କାର୍ପିଚକୋଭ ଏକ ଗୁପ୍ତ ବାର୍ତ୍ତା ଆଧାରରେ ଏହି ସୂଚନା ପ୍ରଦାନ କରିଛନ୍ତି। ଅଧିକାରୀ ଜଣକ କହିଛନ୍ତି ଯେ ପୁଟିନଙ୍କୁ ଚଷମା ପିନ୍ଧିବାକୁ ଡାକ୍ତରମାନେ କହିଥିଲେ, କିନ୍ତୁ ସେ ତାହା କରିବାକୁ ମନା କରିଦେଇଥିଲେ।

ରିପୋର୍ଟରେ କୁହାଯାଇଛି ଯେ, ପୁଟିନଙ୍କର ୧୬-୧୭ ମେ’ରେ ଅପରେଶନ କରାଯାଇଥିଲା। ଅପରେଶନ ପରେ ମେ ୨୦ ସନ୍ଧ୍ୟାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। କିନ୍ତୁ ମେ ୨୧ ସକାଳେ ପୁଣି ଥରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ହୋଇଥିଲା।

ପୁଟିନଙ୍କ ଅପରେଶନ ଏପ୍ରିଲର ଦ୍ୱିତୀୟ ସପ୍ତାହରେ ହେବାର ଥିଲା। କିନ୍ତୁ ୟୁକ୍ରେନ ଯୁଦ୍ଧ ଯୋଗୁ ଏଥିରେ ବିଳମ୍ବ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଅଭିଯୋଗ: କରୋନା ସମ୍ପର୍କିତ ସୂଚନା ପ୍ରସାର କରିବାରେ ଡବ୍ଲ୍ୟୁଏଚ୍‌ଓ ବିଫଳ

ଓ୍ବାଶିଂଟନ,୧୧।୧୧: ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ବିରୋଧରେ ଆମେରିକା ଗୁରୁତର ଅଭିଯୋଗ ଆଣିଛି। ଆମେରିକା କହିଛି ଯେ, କରୋନ ଭୂତାଣୁର ଉତ୍ପତ୍ତି ତଥା ଏସମ୍ପର୍କିତ ତଥ୍ୟ ପ୍ରସାର କରିବାରେ...

କାହିଁକି କୁନି ଝିଅର ଘରକୁ ଯାଇ ଭେଟିଲେ ଆବୁ ଧାବି କ୍ରାଉନ୍‌ ପ୍ରିନ୍ସ

ଆବୁ ଧାବି,୩।୧୨: ଆବୁ ଧାବିର କ୍ରାଉନ୍‌ ପ୍ରିନ୍ସ ତଥା ୟୁଏଇ ସେନାର ଡେପୁଟି ସୁପ୍ରିମ କମାଣ୍ଡର ଶେଖ ମହମ୍ମଦ ବିନ ଜାୟେଦ ସୋମବାର ଜଣେ ୟୁଏଇ...

ହିଜାବ ପିନ୍ଧିବାକୁ ମନାକଲେ ମହିଳା ନ୍ୟୁଜ ଆଙ୍କର, ଆମେରିକାରେ ହୋଇପାରିଲାନି ଇରାନ ରାଷ୍ଟ୍ରପତିଙ୍କ ସାକ୍ଷାତ୍‌କାର କାର୍ଯ୍ୟକ୍ରମ

ନ୍ୟୁୟର୍କ,୨୩ ।୯: ଇରାନରେ ହିଜାବ ପିନ୍ଧିବାକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ଆମେରିକାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି ।...

ଆମେରିକାରେ ଝଡ଼ବାତ୍ୟା: ୩୫ ମୃତ

ସାନ୍‌ ସାଲ୍‌ଭାଡର, ୨୦ା୧୧:କେନ୍ଦ୍ରୀୟ ଆମେରିକାରେ ଝଡ଼ବାତ୍ୟା ଯୋଗୁ ୩୫ ଜଣଙ୍କ ପ୍ରାଣହାନି ଘଟିଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନିକାରଗୁଆରେ। ଏଠାରେ ୧୮ ଜଣଙ୍କ ମୃତ୍ୟୁ...

ବିଶ୍ୱକୁ ଅନାହାରରୁ ବଞ୍ଚାଇବାକୁ ରୁଷିଆ-ୟୁକ୍ରେନ ଚୁକ୍ତି

ମସ୍କୋ/କ୍ୱିଭ,୨୩ ।୭: ରୁଷିଆ-ୟୁକ୍ରେନ୍ ମିରର ଡିଲ ଉପରେ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ଡିଲ କ୍ୱିଭକୁ ବ୍ଲାକ ସି ମାଧ୍ୟମରେ ଖାଦ୍ୟଶସ୍ୟ ରପ୍ତାନିକୁ ପୁଣିଥରେ...

ମହାତ୍ମାଗାନ୍ଧୀଙ୍କ ଅଣନାତୀ ସତୀଶଙ୍କ କରୋନାରେ ମୃତ୍ୟୁ

ଜୋହନିସ୍‌ବର୍ଗ,୨୩।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅଣନାତି ତଥା ଦକ୍ଷିଣ ଆଫ୍ରିକାର ମୂଳବାସୀନ୍ଦା ସତୀଶ ଧୁପେଲିଆଙ୍କ କରୋନାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬...

ବର୍ଷକ ପରେ ଖୋଲିଲା ସିନେମାଘର

କରାଚୀ,୨୯।୮: ନିକଟରେ ଆଫଗାନିସ୍ଥାନରେ କଠୋରପନ୍ଥୀ ତାଲିବାନୀ ଶାସନକୁ ଏକ ବର୍ଷ ପୂରିଥିବା ବେଳେ ପାଖାପାଖି ବର୍ଷକ ପରେ ଦେଶରେ ସିନେମା ଘର ଖୋଲିଛି। ଏହି ଫିଲ୍ମରେ...

ହୋଇଗଲା ବଡ଼ ଭୁଲ, ଆତଙ୍କବାଦୀ ବଦଳରେ ନିରୀହଙ୍କ ଉପରେ ବୋମା ମାଡ଼…

ଓ୍ବାଶିଂଟନ,୧୧।୯: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ବିସ୍ଫୋରଣ ପରେ ଆମେରିକା ଏୟାର ଷ୍ଟ୍ରାଇକ କରିଥିଲା। ତେବେ ଏଥିରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାରଙ୍କର ବଡ଼ ଭୁଲ୍‌ ହୋଇଥିଲା।...

Advertisement
Archives

Model This Week