ଯୁଦ୍ଧାବସାନ ଚାହାନ୍ତି ପୁଟିନ୍‌

ମସ୍କୋ/ଲଣ୍ଡନ,୨୪।୧୨: ୟୁକ୍ରେନ୍‌ ଯୁଦ୍ଧ ଶୀଘ୍ର ଶେଷ ହେବା ରୁଷିଆର ଲକ୍ଷ୍ୟ ବୋଲି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ଯେକୌଣସିମତେ ଯେତେ ଶୀଘ୍ର ଯୁଦ୍ଧ ଶେଷ ହେବ ସେତେ ଭଲ ବୋଲି ସେ ଖବରଦାତାମାନଙ୍କୁ କହିଛନ୍ତି। ତେବେ ସେମାନଙ୍କ ଉଦ୍‌ବେଗକୁ ୟୁକ୍ରେନ୍‌ ଏବଂ ଆମେରିକା ଶୁଣିବାକୁ ନାରାଜ। ରୁଷିଆକୁ ଦୁର୍ବଳ କରିବା ଲାଗି ଆମେରିକା ୟୁକ୍ରେନ୍‌କୁ ଏକ ଯୁଦ୍ଧକ୍ଷେତ୍ର ଭାବେ ବ୍ୟବହାର କରୁଥିବା କ୍ରେମ୍‌ଲିନ୍‌ ଅଭିଯୋଗ କରିଛି। ପୂର୍ବ ଡୋନେସ୍କକୁ ରୁଷିଆ ନିୟନ୍ତ୍ରଣକୁ ନେଇଥିବା ଏହାର ସେନାମୁଖ୍ୟ କହିଛନ୍ତି। କିଭ୍‌ ସହ ଆଲୋଚନା ପାଇଁ ମସ୍କୋ ଆଗ୍ରହୀ ବୋଲି କିଛି ମାସ ହେଲା ଏହାର ଅଧିକାରୀମାନେ କହି ଆସୁଛନ୍ତି। ତେବେ ୟୁକ୍ରେନ୍‌ ରାଷ୍ଟ୍ରପତି ଭେଲୋଡିମିର ଜେଲେନ୍‌ସ୍କି କୂଟନୈତିକ ଚ୍ୟାନେଲଗୁଡ଼ିକୁ ବନ୍ଦ କରିଦେବା ସହ ପୁଟିନ୍‌ କ୍ଷମତାରେ ଥିବା ପର୍ଯ୍ୟନ୍ତ ବୁଝାମଣା ହେବ ନାହିଁ ବୋଲି କହୁଥିବା ରୁଷିଆ ଅଭିଯୋଗ କରିଛି।
ଜେଲେନସ୍କି ଓ୍ବାଶିଂଟନ ଗସ୍ତ କରି ଫେରିଛନ୍ତି। ୟୁକ୍ରେନ୍‌କୁ ସହାୟତା କରିବା ବିଶ୍ୱ ସୁରକ୍ଷା ପାଇଁ ପୁଞ୍ଜିନିବେଶ ଭଳି ବୋଲି ସେ ଆମେରିକା କଂଗ୍ରେସରେ କହିଥିଲେ। ବୁଧବାର ତାଙ୍କୁ କଂଗ୍ରେସରେ ଭବ୍ୟ ସ୍ବାଗତ କରାଯାଇଥିଲା ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌କୁ ପାଟ୍ରିଅଟ୍‌ ମିଶାଇଲ ସମେତ ୧.୮ ବିଲିୟନ ଡଲାରର ସାମରିକ ସହାୟତା ଯୋଗାଇଦେବେ ବୋଲି ଘୋଷଣା କରିଥିଲେ। ଏହା ବିବାଦକୁ ଆହୁରି ବଢ଼ାଇବ ବୋଲି ପୁଟିନ୍‌ ସତର୍କ କରାଇ ଦେଇଛନ୍ତି।
ୟୁକ୍ରେନ୍‌ ସହ ବିବାଦକୁ ପୁଟିନ୍‌ ପ୍ରଥମ ଥର ପାଇଁ ଯୁଦ୍ଧ ବୋଲି କହିଛନ୍ତି। ସେ ଯୁଦ୍ଧ ଶବ୍ଦ ବ୍ୟବହାର କରି ନିଜ ଆଇନକୁ ଭାଙ୍ଗିଥିବା ସେଣ୍ଟ ପିଟର୍ସବର୍ଗ ରାଜନେତା ଅଭିଯୋଗ କରିବା ସହ ଏହାର ତଦନ୍ତ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ଫେବୃୟାରୀରୁ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ ଚଳାଇଥିବାବେଳ ପୁଟିନ ଏହାକୁ ସ୍ବତନ୍ତ୍ର ସାମରିକ ଅଭିଯାନ କହିଆସୁଥିଲେ। ସଶସ୍ତ୍ର ବଳ ବିରୋଧରେ ଜାଣିଶୁଣି ମିଛ ତଥ୍ୟ ପ୍ରସାର କଲେ ଅର୍ଥଦଣ୍ଡ ସହ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଗତ ମାର୍ଚ୍ଚରେ ପୁଟିନ୍‌ ଏକ ଆଇନରେ ସ୍ବାକ୍ଷର କରିଥିଲେ। ସାମରିକ ଅଭିଯାନକୁ ଯୁଦ୍ଧ କହିଲେ, ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନରେ ଉଲ୍ଲେଖ ରହିଛି। ତେବେ ପୁଟିନ୍‌ ୟୁକ୍ରେନ୍‌ ଆକ୍ରମଣକୁ ଯୁଦ୍ଧ କହି ନିଜ ଆଇନର ଉଲ୍ଲଂଘନ କରିଛନ୍ତି। ସେଣ୍ଟ ପିଟର୍ସବର୍ଗର ବିରୋଧୀ ଦଳ କାଉନସିଲର ନିକିତା ୟୁଫେରେଭ୍‌ କହିଛନ୍ତି, ସେ କରିଥିବା ଆଇନଗତ ଚ୍ୟାଲେଞ୍ଜର କିଛି ଫଳ ହେବ ନାହିଁ। ତେବେ ବ୍ୟବସ୍ଥାର ମିଛକୁ ପଦାରେ ପକାଇବା ଲାଗି ସେ ମାମଲା ଦାଏର କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri