ଜେଲେନସ୍କିଙ୍କ ନୂଆବର୍ଷ ସ୍ବାଗତ ଭାଷଣ ସମୟରେ କ୍ଷେପଣାସ୍ତ୍ର ମାଡ଼ କଲେ ପୁଟିନ…

ମସ୍କୋ/କିଭ୍‌,୧।୧ : ବିଶ୍ୱ ପାଇଁ ନୂଆ ବର୍ଷ ଆରମ୍ଭ ହୋଇଥାଇପାରେ, କିନ୍ତୁ ୟୁକ୍ରେନ ପାଇଁ ପରିସ୍ଥିତି ସମାନ ରହିଛି। ଗୋଟିଏ ପଟେ ବିଶ ୨୦୨୩ ନୂଆବର୍ଷର ଉତ୍ସବରେ ବୁଡି ରହିଥିବା ବେଳେ ଅନ୍ୟ ପଟେ ୟୁକ୍ରେନ ରୁଷିଆର ଆକ୍ରମଣର ସମ୍ମୁଖୀନ ହୋଇଛି।

ନୂଆ ବର୍ଷରେ ମଧ୍ୟ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରହିଛି। ଶନିବାର-ରବିବାର ରାତି ୧୨ଟା ବେଳେ ରୁଷିଆର କ୍ଷେପଣାସ୍ତ୍ର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ସମେତ ଅନ୍ୟ ସହରକୁ ଟାର୍ଗେଟ କରିଥିଲା। ମେୟର ଭିଟାଲି କ୍ଲିଚକୋ ଏକ ଟେଲିଗ୍ରାମରେ ନିଶ୍ଚିତ କରିଛନ୍ତି ଯେ ନୂତନ ବର୍ଷର ପ୍ରଥମ ବିସ୍ଫୋରଣ ମଧ୍ୟରାତ୍ରିର ପ୍ରାୟ ୩୦ ମିନିଟ ପରେ ଆରମ୍ଭ ହୋଇ ଦୁଇଟି ଜିଲାକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ଏହାପୂର୍ବରୁ ଶନିବାର ମଧ୍ୟ ରୁଷିଆ ପ୍ରଶାସନ ଦାବି କରିଥିଲା ଯେ ୨୦ରୁ ଅଧିକ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ।
ୟୁକ୍ରେନର ରାଜଧାନୀ କିଭ୍‌ ଉପରେ ଏହି ଆକ୍ରମଣ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ବାର୍ତ୍ତାର କିଛି ସମୟ ପରେ ଘଟିଥିଲା। ନୂତନ ବର୍ଷରେ ତାଙ୍କ ଦେଶବାସୀଙ୍କୁ ସମ୍ବୋଧିତ କରି ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନମାନେ ଜିତିବା ପର୍ଯ୍ୟନ୍ତ ଲଢ଼ିବେ। ସେ କହିଛନ୍ତି, ସମଗ୍ର ଦେଶ ଏକ ଦଳ ଭାବେ ଯୁଦ୍ଧ କରୁଛନ୍ତି। ମୁଁ ଏଥିପାଇଁ ସମସ୍ତଙ୍କୁ ପ୍ରଶଂସା କରୁଛି। ମୁଁ ୟୁକ୍ରେନର ପ୍ରତ୍ୟେକ ଅଜେୟ ଅଞ୍ଚଳକୁ ଧନ୍ୟବାଦ ଦେବାକୁ ଚାହୁଁଛି। ଆମେ ଯୁଦ୍ଧ କରିବା ଏବଂ ଜିତିବା ପାଇଁ’ଯୁଦ୍ଧ ଜାରି ରଖିବା। ଏହା ସହିତ ସେ ଭ୍ଳାଡିମିର ପୁଟିନଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?