ଖୁବ୍‌ଶୀଘ୍ର ଆରମ୍ଭ ହେବ ପୁଷ୍ପା-୨ର ଶୁଟିଂ

ସାଉଥ୍‌ ଅଭିନେତା ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ’ ସୁପରହିଟ ହେବା ପରେ ପ୍ରଶଂସକମାନେ ଏହାର ସିକ୍ୱେଲକୁ ଅପେକ୍ଷା କରିଛନ୍ତି। ଏବେ ପୁଷ୍ପା ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଖୁବ୍‌ଶୀଘ୍ର ଏହି ଫିଲ୍ମର ସିକ୍ୱେଲ ପୁଷ୍ପା-୨-ଦି ରୁଲ୍‌ର ଶୁଟିଂ ଆରମ୍ଭ ହେବାକୁ ଯାଉଛି। ନିର୍ମାତାମାନେ ଫିଲ୍ମର ଶୁଟିଂ ଆରମ୍ଭ କରିବା ପୂର୍ବରୁ ଏକ ପୂଜା ରଖିଛନ୍ତି। ସୋସିଆଲ ମିଡିଆରେ ଏପୂଜା ସମାରୋହ ବିଷୟରେ ଫଟୋ ଭାଇରାଲ ହୋଇଛି।
‘ପୁଷ୍ପା: ଦି ରାଇଜ’ ଫିଲ୍ମର ପ୍ରଥମ ଅପେକ୍ଷା ଦ୍ୱିତୀୟ ଭାଗର ବଜେଟ ଦୁଇ ଗୁଣା ଅଧିକ ରହିବ ବୋଲି ଚର୍ଚ୍ଚା ହେଉଛି। ଏହାସହ ଫିଲ୍ମ ‘ପୁଷ୍ପା-ଦ ରାଇଜ’ରେ ଚମତ୍କାର ଅଭିନୟ କରିଥିବା ଅଲୁ ଅର୍ଜୁନଙ୍କ ଫି’ ମଧ୍ୟ ଦ୍ୱିତୀୟ ଭାଗରେ ଯଥେଷ୍ଟ ବଢାଯାଇଛି। ପୁଷ୍ପା ୨ର ବଜେଟ ୪୦୦ କୋଟି ଟଙ୍କା ହେବ। ଅନ୍ୟପକ୍ଷରେ ଅଲୁ ଅର୍ଜନ ଏହି ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ଦାବି କରିଛନ୍ତି। ଯଦି ଏହା ହୁଏ, ତେବେ ଏହା ତାଙ୍କର ସର୍ବୋଚ୍ଚ ଫି’ ହେବ।
ପୁଷ୍ପା ଭାଗ ୧ର ବଜେଟ ୨୦୦-୨୫୦ କୋଟି ଥିଲା। ଅଲୁ ଅର୍ଜୁନ ଏଥିପାଇଁ ୩୫କୋଟି ଟଙ୍କା ନେଇଥିଲେ। ‘ପୁଷ୍ପା: ଦି ରାଇଜ’ ପ୍ରାୟ ବକ୍ସଅଫିସ୍‌ରେ ୩୦୦ କୋଟିରୁ ଅଧିକ ଆୟ କରିଥିଲା। ଡିସେମ୍ବର ୨୦୨୧ରେ ‘ପୁଷ୍ପା: ଦି ରାଇଜ’ ରିଲିଜ ହୋଇଥିଲା। ଏହାର ଦ୍ୱିତୀୟ ଭାଗ ମଧ୍ୟ ଡିସେମ୍ବରରେ ମୁକ୍ତିଲାଭ କରିବାର ସମ୍ଭାବନା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଜୁନ ୧୦ରେ ରିଲଜ୍ ହେବ ‘ଜନହିତ ମେ ଜାରି’

ମୁମ୍ବାଇ: ଜୁନ୍ ୧୦ରେ ସିନେମା ହଲରେ ରିଲିଜ୍ ହେବ ସୋସିଆଲ କମେଡି ଫିଲ୍ମ ‘ଜନହିତ ମେ ଜାରି’ । ଜୟ ବସନ୍ତୁ ସିଂ ଏହାର ନିର୍ଦ୍ଦେଶନା...

ଅମିତାଭ ବଚ୍ଚନ ପରିବାର ସଦସ୍ୟଙ୍କ ଆରୋଗ୍ୟ କାମନା ପାଇଁ ପେଣ୍ଟିଂ

ମୁମ୍ବାଇ, ୧୫।୭: ବିଗ୍‌ ବି ଅମିତାଭ ବଚ୍ଚନଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସେ ଚିକିତ୍ସିତ ହେଉଛନ୍ତି। ତାଙ୍କ ପୁତ୍ର ଅଭିଷେକ ବଚ୍ଚନ, ପୁତ୍ରବଧୂ...

ରିଲିଜ୍‌ ପୂର୍ବରୁ ବିବାଦରେ ଫିଲ୍ମ ‘ପାନିପତ’

ମୁମ୍ବାଇ: ରିଲିଜ୍‌ ପୂର୍ବରୁ ବିବାଦ ଘେରକୁ ଚାଲିଆସିଛି ନିର୍ଦ୍ଦେଶକ ଆଶୁତୋଷ ଗୋଓ୍ବାରିକରଙ୍କ ଫିଲ୍ମ ‘ପାନିପତ’। ଉକ୍ତ ଫିଲ୍ମରେ ମହାନ ମରାଠା ସେନାପତି ଓ ତାଙ୍କର ଦ୍ୱିତୀୟ...

ରଣବୀର ସିଂଙ୍କୁ ଭୁଲିଗଲେ ଦୀପିକା

ବଲିଉଡ୍‌ର ମୋଷ୍ଟ ପପୁଲାର କପଲ୍‌ ହେଉଛନ୍ତି ଦୀପିକା ପାଦ୍ୟୁକୋନ୍‌ ଓ ରଣବୀର ସିଂ। ଦୁହେଁ ସୋସିଆଲ୍‌ ମିଡିଆରେ ବେଶ୍‌ ଆକ୍ଟିଭ୍‌ ମଧ୍ୟ। ନିକଟରେ ଏକ ଇଭେଣ୍ଟ୍‌ରେ...

ବାପାଙ୍କୁ ନେଇ ଚିନ୍ତାରେ ଶାହିର

ବମ୍ବେ: ବାପାଙ୍କୁ ନେଇ ଚିନ୍ତାରେ ଅଛନ୍ତି ଟେଲି ଅଭିନେତା ଶାହିର ଶେଖ। କାରଣ ସେ କରୋନା ସଂକ୍ରମିତ ହୋଇ ଏବେ ଭେଣ୍ଟିଲେଟରରେ। ସ୍ବାସ୍ଥ୍ୟରେ ଅବନତି ହେତୁ...

ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ କରୋନା

ମୁମ୍ବାଇ, ୪।୧୦-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଗତ କିଛିଦିନ ତଳେ ହାଇଦ୍ରାବାଦରେ ତମନ୍ନା ଏକ ୱେବ ସିରିଜ ପାଇଁ ସୁଟିଂ...

ମିଥୁନଙ୍କ ପତ୍ନୀ-ପୁଅଙ୍କ ବିରୋଧରେ ଆସିଲା ବଳାତ୍କାର-ଗର୍ଭପାତ ଅଭିଯୋଗ!

ମୁମ୍ବାଇ: ବଲିଉଡ୍ ନାୟକ ମିଥୁନ ଚକ୍ରବର୍ତ୍ତିଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତି ଏବେ ଅଡୁଆରେ ପଡିଯାଇଛନ୍ତି । ତାଙ୍କ ବିରୋଧରେ ମୁମ୍ବାଇର ଓସିୱାରା ପୋଲିସ ଷ୍ଟେଶନରେ ବଳାତ୍କାର...

ପୁଅ ସଲମାନଙ୍କୁ ସାହାଯ୍ୟ କରିବାକୁ ମନା କରିଦେଇଥିଲେ ବାପା, ଜାଣନ୍ତୁ କାହିଁକି…

ପ୍ରସିଦ୍ଧ ହିନ୍ଦୀ ସିନେମା ଲେଖକ ତଥା ସଲମାନ ଖାଁଙ୍କ ପିତା ସଲିମ ଖାଁଙ୍କ ଜନ୍ମ ଦିନ ୨୪ ନଭେମ୍ବରରେ । ବର୍ତ୍ତମାନ ତାଙ୍କୁ ୮୫ ବର୍ଷ।...

Advertisement
Archives

Model This Week