‘ପୁଷ୍ପା’ ଶୈଳୀରେ ମଦ ଚାଲାଣ

ଢେଙ୍କାନାଳ ଅଫିସ, ୨ା୩: ଚର୍ଚ୍ଚିତ ସିନେମା ‘ପୁଷ୍ପା’ରେ ଦେଖିବାକୁ ମିଳିଛି ଅଭିନବ ଉପାୟରେ ଚନ୍ଦନ କାଠ ଚୋରାଚାଲାଣ। ଏବେ ସେହି ଫିଲ୍ମ ଷ୍ଟାଇଲ୍‌ରେ ବେଆଇନ ଭାବେ ଚାଲାଣ ହେଉଥିବା ବିଦେଶୀ ମଦ ଧରାପଡ଼ିଛି। କେବଳ ଅରୁଣାଚଳ ପ୍ରଦେଶରେ ବିକ୍ରି ଯୋଗ୍ୟ ଏହି ମାଦକ ଦ୍ରବ୍ୟକୁ ଆସାମରୁ ନିଆଯାଉଥିଲା ଅନୁଗୋଳ। ଏଥିଲାଗି ବ୍ୟବହୃତ କରାଯାଇଥିଲା ଏକ ସ୍ବତନ୍ତ୍ର କଣ୍ଟେନର। ଏଭଳି ଏକ ଅନ୍ତଃରାଜ୍ୟ ନିଶା କାରବାର ର଼୍ୟାକେଟର ଗୁମର ଖୋଲିଛି ଢେଙ୍କାନାଳ ଜିଲା ଅବକାରୀ ବିଭାଗ। ଏହି ଘଟଣାରେ କଣ୍ଟେନର ଚାଳକ ତଥା ହରିୟାଣା ରାଜ୍ୟ ସୋନେପଥ ଜିଲା ଗନୋର ଥାନା ଚତିଆଓଲିଆର ବିଜେନ୍ଦ୍ର ସିଂ (୩୨), ଉଦୟସିଂହପୁର ଗ୍ରାମର ଶତୀଶ ନନ୍ଦଲ (୬୨) ଏବଂ ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଗୋଡ଼ିଡ଼ିହ ଗ୍ରାମର ଅବିନାଶ ମହାରଣା (୩୨)ଙ୍କୁ ଗିରଫ କରାଯାଇଛି। ଉକ୍ତ ୧୨ ଚକିଆ କଣ୍ଟେନର (ଆର୍‌ଜେ ୩୨ ଜିଏ ୮୨୦୫)ରୁ ଆନୁମାନିକ ୭୫ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ ହୋଇଛି। ଚୋରା ଚାଲାଣ ବେଳେ ଏଭଳି ବିପୁଳ ପରିମାଣର ମଦ ଧରାପଡ଼ିବା ଢେଙ୍କାନାଳ ଜିଲା ଅବକାରୀ ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ଅବକାରୀ ବିଭାଗ ସୂଚନା ଅନୁଯାୟୀ, ଆସାମର ଭେମାଜୀ ତେଜପୁର ରୋଡ୍‌ ଅଞ୍ଚଳର ଜଣେ ଡିଲରଙ୍କ ନିକଟରୁ ପାଣି ବିଶୋଧନ କରିବା ନିମନ୍ତେ ଉଦ୍ଦିଷ୍ଟ ଫିଲଟର ମେଶିନ ଭୁବନେଶ୍ୱରକୁ ଯୋଗାଣ କରିବା ଲାଗି ଉକ୍ତ କଣ୍ଟେନର ନାମରେ ଚାଲାଣ କଟାଯାଇଥିଲା। କଣ୍ଟେନର ପଛପାର୍ଶ୍ୱରେ ରଖାଯାଇଥିବା ପାଣି ବିଶୋଧନ ମେଶିନ ମଧ୍ୟରେ ସେଥିରେ ବିଦେଶୀ ମଦ ଚାଲାଣ କରାଯାଉଥିଲା। ଓଡ଼ିଶାରେ ଏଭଳି ଏକ ବିଦେଶୀ ମଦ ର଼୍ୟାକେଟ ଚାଲିଥିବା ଗୋଇନ୍ଦା ସୂଚନା ମିଳିବା ପରେ ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ, ଅନୁଗୋଳ ଏବଂ ସମ୍ବଲପୁର ଜିଲା ଅବକାରୀ ବିଭାଗ କର୍ମଚାରୀମାନେ ମିଳିତ ଚଢ଼ାଉ କରିଥିଲେ। ତେବେ ଚାଳକ କୌଶଳକ୍ରମେ କଣ୍ଟେନରକୁ ଢେଙ୍କାନାଳରୁ ଅନୁଗୋଳ ମଧ୍ୟବର୍ତ୍ତୀ ମହୀଧରପୁର ଦେଇ ଯାଇଥିବା ରାସ୍ତାର ବାମପାର୍ଶ୍ୱ ଦେଇ ହିନ୍ଦୋଳ ଥାନା ଅଞ୍ଚଳର ଏକ ଜଙ୍ଗଲକୁ ପଳାଇଥିଲେ। ତେବେ ଅବକାରୀ ଅଧିକାରୀ ୩ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଉକ୍ତ କଣ୍ଟେନର ମଧ୍ୟରୁ ୧,୦୭୦ କାର୍ଟୁନରେ ଥିବା ୫୧,୩୬୦ ବୋତଲ ମଦ ଜବତ କରାଯାଇଛି। ଗୋଟିଏ କାର୍ଟୁନରେ ୧୮୦ ମିଲିଲିଟର ବିଶିଷ୍ଟ ୪୬ ମଦ ବୋତଲ ରହିଥାଏ। ଏହିପରି ୨୨୮ କାର୍ଟୁନ ମାକଡୋୟଲ ହ୍ବିସ୍କି, ୩୪୪ କାର୍ଟୁନ ବାକାଡି ବ୍ଲାକ, ୪୯୮କାର୍ଟୁନ ନଂ୧. ରମ୍‌ ଜବତ ହୋଇଛି।
ଢେଙ୍କାନାଳ ଜିଲା ଅବକାରୀ ବିଭାଗ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ଉପ ଅଧିକ୍ଷକ ସୀତାରାଣୀ ପଟ୍ଟାୟତ, ଇନ୍ସପେକ୍ଟର ବିବେକାନନ୍ଦ ପେରେଇ, ଏଏସ୍‌ଆଇ ଛାୟାକାନ୍ତ ନାୟକ, ବିଶ୍ୱରଞ୍ଜନ ନାଥ, ସମୀର ମହାଳିକ, ରାଜେନ୍ଦ୍ର କୁମାର ସିଂ, ସନ୍ତୋଷ ସ୍ବାଇଁ ପ୍ରମୁଖ ସାମିଲ ହୋଇଥିଲେ।, ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ଅଧିକ୍ଷକ କୁହନ୍ତି, ଗିରଫ ଅଭିଯୁକ୍ତଙ୍କ ଫୋନ୍‌ କଲ୍‌ରୁ ର଼୍ୟାକେଟ୍‌ର କିଙ୍ଗ୍‌ପିନ୍‌ଙ୍କୁ ଧରିବାକୁ ଉଦ୍ୟମ ଚାଲିଛି। ପ୍ରାଥମିକ ତଦନ୍ତରୁ ଉକ୍ତ ବିଦେଶୀ ମଦ ବେଆଇନ ଭାବେ ଚାଲାଣ ହେଉଥିବା ସ୍ପଷ୍ଟ ହୋଇଛି। ଜବତ ମଦ ଅସଲି କି ନକଲି ତାହାର ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସମୟ ଭଲ ନାହିଁ, ଟିକେ ରହିଯାଅ
ଅନ୍ତଃରାଜ୍ୟ ବିଦେଶୀ ମଦ ଚାଲାଣ ର଼୍ୟାକେଟ୍‌ରେ ସମ୍ପୃକ୍ତ ଅଭିଯୋଗରେ ଗିରଫ ହୋଇଥିବା ୩ ଜଣଙ୍କ ମୋବାଇଲ କଲ୍‌ ରେକର୍ଡ ଯାଞ୍ଚରୁ ଅବକାରୀ ବିଭାଗ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା। ମଦ ବୋଝେଇ କଣ୍ଟେନରକୁ ଫୋନ୍‌ ଦ୍ୱାରା ଗାଇଡ୍‌ କରାଯାଇ ରୁଟ୍‌ ବିଷୟରେ ଲଗାତର ସୂଚନା ଦିଆଯାଉଥିଲା। ଜଣେ ବ୍ୟକ୍ତି ଉକ୍ତ କଣ୍ଟେନରକୁ ଅନୁଗୋଳ ବାଇପାସ୍‌କୁ ଆଣିବାକୁ ନିର୍ଦ୍ଦେଶ ଦେଇ ଫୋନ୍‌ କାଟି ଦେଇଥିଲେ। ଏହାପରେ ପୁଣି କେହି ଜଣେ ଫୋନ୍‌ କରିଥିଲେ। ‘ସମୟ ଭଲ ନାହିଁ, ଟିକେ ରହିଯାଅ’ ବୋଲି କହି ସମ୍ପୃକ୍ତ ବ୍ୟକ୍ତି ଫୋନ୍‌ ସୁଇଚ୍‌ ଅଫ୍‌ କରିଦେଇଥିଲେ। ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ବାହାରୁ ଫୋନ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ୫ ଲକ୍ଷ ଟଙ୍କା ଦେଇ ଚାଲିଆସ ବୋଲି ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତଙ୍କୁ ପଚରାଉଚୁରା ବେଳେ ଏଭଳି ତଥ୍ୟ ଅବକାରୀ ବିଭାଗ ହାତରେ ଲାଗିଛି। ତେବେ ଏହାର କିଙ୍ଗ୍‌ପିନ୍‌ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
୪ ଥର ବିଫଳ ପରେ ସଫଳତା
ଅରୁଣାଚଳପ୍ରଦେଶରେ ବିକ୍ରି ହେଉଥିବା ବିଦେଶୀ ମଦ ଓଡ଼ିଶା ଅପେକ୍ଷା ଶସ୍ତା। ତେଣୁ ସେଠାରୁ ଚୋରାରେ ଟିକସ ଫାଙ୍କି ଦାମୀ ବ୍ରାଣ୍ଡ୍‌ର ମଦ ଆଣି ଓଡ଼ିଶାରେ କଳାବଜାର କରି ଅଧିକ ଦରରେ ବିକ୍ରି କରାଯାଉଥିଲା। ଏଭଳି ବିଦେଶୀ ମଦ ର଼୍ୟାକେଟ୍‌ ସମ୍ପର୍କରେ ଅବକାରୀ ବିଭାଗ ପାଖରେ ସୂଚନା ଥିଲେ ମଧ୍ୟ ଅଭିଯୁକ୍ତମାନେ କୌଶଳ ଖଟାଇ ପ୍ରତିଥର ବର୍ତ୍ତି ଯାଉଥିଲେ। ଏପରି କି ଢେଙ୍କାନାଳ ଅବକାରୀ ବିଭାଗ ୪ ଥର ଏହି ଚୋରା ମଦଚାଲାଣରେ ସମ୍ପୃକ୍ତ ଗ୍ୟାଙ୍ଗ୍‌କୁ ଧରିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରମାଣ ଅଭାବରୁ ୪ ଅଭିଯୁକ୍ତ ହେଲେ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୩।୬: ଅତିରିକ୍ତ ଜିଲା ଜଜ୍‌(ଏଡିଜେ)-୧ ସଂଘମିତ୍ରା ଶର୍ମା ସୋମବାର ଏକ ଡକାୟତି ଉଦ୍ୟମ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ...

ବିନା ପଞ୍ଜିକୃତ ସଫେଇ ଗାଡ଼ିରୁ ଜରିମାନା ଆଦାୟ

ପୁରୀ ଅଫିସ,୧୨ା୧: ବିନା ପଞ୍ଜୀକରଣରେ ଅଳିଆ ନେଉଥିବା ଏକ ସଫେଇ ଗାଡ଼ିରୁ ପୁରୀ ପୌରସଂସ୍ଥା ଏନଫୋର୍ସମେଣ୍ଟ ସ୍କ୍ବାଡ ଜରିମାନା ଆଦାୟ କରିଛି। ସହରକୁ ସ୍ବଚ୍ଛ ଓ...

ପେଟପାଟଣାରେ ବନ୍ଧା ପଡ଼ିଛି ପାରା ଅଲିମ୍ପିକର ସ୍ବପ୍ନ: ଶ୍ରମିକ ସାଜିଛନ୍ତି ଅନ୍ତର୍ଜାତୀୟ କରାଟେକା

ରାୟଗଡ଼ା ଅଫିସ,୧୫।୧୦ପିଲା ବୟସରେ ମା’ ଚାଲିଗଲେ। ପୋଲିଓ ଯୋଗୁ ଡାହାଣ ଗୋଡ଼ ତାଙ୍କୁ ଦିବ୍ୟାଙ୍ଗ ସଜେଇଦେଲା। ପେଟ ପାଇଁ ଚା’ ଦୋକାନରେ କାମ କରୁଥିଲେ ସେ।...

ଆରିରେ ଶାଳୀଙ୍କ ନାକ କାଟିଦେଲେ

କୁଆଁରମୁଣ୍ଡା,୧୫ା୯(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ମାଳିବଗିଚାରେ ରହୁଥିବା ଜଣେ ସମ୍ପର୍କୀୟ ଶାଳୀଙ୍କୁ ଭିଣୋଇ କୁହାଯାଉଥିବା ମନୋଜ ପ୍ରଧାନ ଏକ ଆରିରେ ନାକ କାଟି...

ପିଲାଙ୍କୁ ନିମ୍ନମାନର ପୋଷାକ ବଣ୍ଟନ ନେଇ ଅସନ୍ତୋଷ

ନିଶ୍ଚିନ୍ତକୋଇଲି,୧୩।୭,(ଅଶୋକ କୁମାର ମହାପାତ୍ର)କଟକ ଜିଲା ନିଶ୍ଚିନ୍ତକୋଇଲି ଶିକ୍ଷାମଣ୍ଡଳ ଅଧୀନରେ ବହୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ନିମ୍ନମାନର ପୋଷାକ ବିତରଣକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଅସନ୍ତୋଷ...

କାମେ ନାଇଁ ଲାଗବାର ଯାତ୍ରୀ ପ୍ରତିକ୍ଷାଳୟ

  ଗଣ୍ଡତୁରୁମ, ୮।୧୨ (ଡି.ଏନ.ଏ)- ରଏଜ୍‌ ସରକାର ଲୁକ୍‌କର ଯିବାର ଆଏବାର ସୁବିଧା ଲାଗି ରାସ୍‌ତାଘାଟ ତିଆର କରୁଛନ୍‌। ସେନ୍‌ତା ବସ୍‌ଷ୍ଟାଣ୍ଡ, ଭିନେ ଭିନେ ଗଁାଗଁଡ଼ାର...

ନକଲି ଡାକ୍ତରଙ୍କ ମୁଖ୍ୟ ସହଯୋଗୀ କଟକରୁ ଗିରଫ

ଭୁବନେଶ୍ୱର,୨୮।୩(ବ୍ୟୁରୋ): ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ପ୍ରତାରଣା ପରେ ସମ୍ପତ୍ତି ଲୁଟ୍‌ ସହ ଚାକିରି ଠକେଇ ମାମଲାରେ ଗିରଫ ହୋଇ ଜେଲରେ...

ସମସ୍ୟା ଘେରରେ ମିଳିମିଳା ପୀଠ

ମାର୍ଶାଘାଇ, ୧୨।୧୦ (ଡି.ଏନ୍‌.ଏ.): ମେଡିକାଲ ସାଇନ୍ସ ଉନ୍ନତ ହେବା ପୂର୍ବରୁ ହଇଜା, ମିଳିମିଳା, ହାଡ଼ଫୁଟି ଆଦି ଦୁରାରୋଗର ଚିକିତ୍ସା ପାଇଁ ଲୋକମାନେ ଝଡ଼ା, ପୁଙ୍କା ଆଦି...

Advertisement
Archives

Model This Week