ପୁରୁଷୋତ୍ତମପୁରରେ ହତ୍ୟାକାଣ୍ଡ: ଲଟାବୁଦା ମଧ୍ୟରୁ ଶ୍ରମିକଙ୍କ ଗଳିତ ମୃତଦେହ ଜବତ କଲା ପୋଲିସ

ପୁରୁଷୋତ୍ତମପୁର,୨୭।୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରସହର ଉପକଣ୍ଠ ପାଣ୍ଡିଆଛକ ନିକଟସ୍ଥ ଏକ ଲଟାବୁଦା ମଧ୍ୟରୁ ଯୁବକଙ୍କ ଏକ ଗଳିତ ମୃତଦେହକୁ ବୁଧବାର ପୋଲିସ ଜବତ କରିଛି। ଏହାକୁ ନେଇ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ଓ ଆଇଆଇସି ରାଜେଶ କୁମାର ନାୟକ ଘଟଣାସ୍ଥଳକୁ ଯାଇ ଏହାର ପାରିପାଶର୍‌ବିକ ସ୍ଥିତିକୁ ଦେଖି ଏହାଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଘଟିଥିବାରନେଇ ସନ୍ଦେହ କରିଥିଲେ। ଏହାକୁନେଇ ଏସଡିପିଓ, ଆଇଆଇସି ଦୀର୍ଘସମୟ ଧରି ଛାନଭିନ ଭାବରେ ତଦନ୍ତ କରିବାରେ ଲାଗିଥିବାବେଳେ ଏହା ଏକ ସମ୍ପୁର୍ଣ୍ଣ ହତ୍ୟାକାଣ୍ଡ ବୋଲି ଜାଣାପଡିଥିଲା। ଏହା ପୁରୁଷୋତ୍ତମପୁର-ବ୍ରହ୍ମପୁର ମୁଖ୍ୟରାସ୍ଥାର ପାଣ୍ଡିଆ ଛକ ନିକଟରେ ଥିବା ଋଷିକୁଲ୍ୟା ନଦୀର ବ୍ରିଜ ମରାମତି କାର୍ଯ୍ୟ ହରକୁଲସଷ୍ଟକଚର ସିଷ୍ଟମ ନାମକ ଏକ ସଂସ୍ଥା ପକ୍ଷରୁ କରାଯାଉଥିବାବେଳେ ଏଥିରେ ଶ୍ରମିକ ଭାବରେ ପଶ୍ଚିମ ବଙ୍ଗର କିଛି ବ୍ୟକ୍ତି କାର୍ଯ୍ୟକରୁଥିଲେ। ଏହି ସମୟରେ ଗତ ରବିବାର ରାତ୍ରରେ ସେମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା।ଏହି କାରଣରୁ ଜଣେ ଶ୍ରମିକଙ୍କୁ ଅନ୍ୟକିଛି ଶ୍ରମିକମିଶି ମାରଣାସ୍ତ୍ରରେ ଆକ୍ରମଣସହ ହତ୍ୟାକରି ରାସ୍ଥାପାଶର୍‌ବ ଲଟାବୁଦା ମଧ୍ୟରେ ଫୋପାଡିଦେଇ ଫେରାର ହୋଇଯାଇଛନ୍ତି। ଏହି ମୃତଦେହ ପଚିଶଢି ଦୁର୍ଗନ୍ଧ ହେବାପରେ ଘଟଣା ଜଣାପଡିଛି। ହତ୍ୟାର ଶିକାର ହୋଇଥିବା ଶ୍ରମିକ ଜଣକ ପଶ୍ଚିମବଙ୍ଗ ମୁରଦାବାସଜିଲ୍ଲା ସମରଗଞ୍ଜଥାନା ଅନ୍ତର୍ଗତ ଦେବଦାଶପୁର ଗ୍ରାମର ଲୋକମାନସେଖ (୪୫) ବୋଲି ଜଣାପଡିଛି। ଥାନା କେସ ନଂ ୬୭୫/୨୫ ପ୍ରକାରେ ପୋଲିସ ମୃତଦେହକୁ ବ୍ୟବଛେଦ ଲାଗି ବ୍ରହ୍ମପୁର ବଡ ମେଡିକାଲକୁ ପଠାଇବା ଥିବାବେଳେ ଏହି କାର୍ଯ୍ୟରେ ନିୟୋଜିତଥିବା ଅନ୍ୟ ଶ୍ରମିକ ଓ ଠିକା କମ୍ପାନିର କର୍ମଚାରୀଙ୍କୁ ପଚାରାଉଚରା କରିବାରେ ଲାଗିଛନ୍ତି। ହେଲେ ଏଥିରୁ ସନ୍ଦେହ ଉଠିଛି ଯେ ଏଠାରେ ରହିଥିବା ଅନ୍ୟ ଶ୍ରମିକ ଓ ଠିକାସଂସ୍ଥାର କର୍ମଚାରୀମାନେ ଘଟଣା ସମ୍ପର୍କରେ ପୋଲିସକୁ କାହିଁକି ସୂଚନା ଦେଲେନାହିଁ ନା ଘଟଣାକୁ ଜାଣିଶୁଣି ଚପାଇଦେବାକୁ ଯୋଜନା କରିଥିଲେ ନା ଏମାନେ ମଧ୍ୟ କୁଆଡେ ଘଟଣାରେ ସମ୍ପୃକ୍ତ ରହିଛନ୍ତି କି ବୋଲି ପ୍ରଶ୍ନ ଉଠିଛି। ଏଣୁ ସମ୍ପୂର୍ଣ୍ଣ ତଦନ୍ତ ପରେହିଁ ଘଟଣାର ସ୍ପଷ୍ଟତା ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?