ସୋରଡା,୨୧।୮(ରଜନି ମହାପାତ୍ର):ଗଞ୍ଜାମ ସୋରଡା ଥାନା ସାପଡିହ ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ। ମାଟିତଳୁ ଉଦ୍ଧାର ହେଲା ମୃତଦେହ। ମୃତକ ହେଲେ ସାପଡିହ ଗାଁର ପୂର୍ଣ୍ଣବାସୀ ମଲ୍ଲିକ। ପରିବାର ଆଣିଲେ ହତ୍ୟା ଅଭିଯୋଗ।
ସୂଚନା ମୁତାବକ, ପୂର୍ଣ୍ଣବାସୀ ଗତକାଲି ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ଆଜି ଜଙ୍ଗଲରେ ତାଙ୍କର ମୃତଦେହ ପୋତା ହୋଇଥିବା ଦେଖିଥିଲେ। ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।ତେବେ କିଏ ହତ୍ୟା କରି କାହିଁକି ପୋତିଦେଇଛି ତାହାର କାରଣ ଅସ୍ପଷ୍ଟ ରହିଛି । ପୂର୍ଣ୍ଣବାସୀ ଜଣେ ବିଧବା ମହିଳା। ସେ ବହୁ ଦୁଃଖ କଷ୍ଟରେ ଜଙ୍ଗଳରୁ ଖଲି ପତ୍ର ଓ କାଠ ସଂଗ୍ରହ କରି ସେଥିରୁ ଯାହା ଉପାର୍ଜନ ହେଉଥିଲା ଚଳୁଥିଲେ। ଘଟଣାସ୍ଥଳରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଓ ଅତିରିକ୍ତ ତହସିଲଦାର ପହଞ୍ଚି ଶବକୁ ଜବତ କରିଛନ୍ତି। ପୋଲିସ ଦୋଷୀକୁ ଖୋଜିବାରେ ଲାଗିଛି।
Dharitri – Odisha’s No.1 Odia Daily

