ଜେଲ ଅନ୍ତେବାସୀଙ୍କୁ ପାଠ ପଢ଼ାଉଛନ୍ତି ପୁଞ୍ଜିଲାଲ

ବଲାଙ୍ଗୀର ଅଫିସ, ୧୧ା୪: ଜେଲ ଭିତରେ ବନ୍ଦୀ ଅନ୍ତେବାସୀଙ୍କୁ ପାଠ ପଢ଼ାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ବଲାଙ୍ଗୀର ଜିଲା କାରାଗାର କର୍ତ୍ତୃପକ୍ଷ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ଜେଲ ଭିତରେ ଥିବା ଅନ୍ତେବାସୀଙ୍କୁ ଇଂଲିଶ୍‌ ପାଠ ପଢ଼ାଉଛନ୍ତି ଭଇଁଷା କଲେଜର ଏହି ପୂର୍ବତନ ଇଂଲିଶ୍‌ ବିଭାଗ ଅଧ୍ୟାପକ। ସେ ଏବେ ସ୍ପୋକେନ୍‌ ଇଂଲିଶ୍‌, ଭୋକାବୁଲାରି ଏବଂ ଲାର୍ନର କୋର୍ସ କରାଉଛନ୍ତି। ତେବେ ଜେଲ ଭିତରେ ଅନ୍ତେବାସୀଙ୍କୁ ପୁଞ୍ଜିଲାଲଙ୍କ ଇଂଲିଶ୍‌ ପାଠ ପଢ଼ାଇବା ଚର୍ଚ୍ଚାର ବିଷୟ ହୋଇଛି।
ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ସଂସ୍ଥାନ (ଏନ୍‌ଆଇଓଏସ୍‌) ଏବଂ ଇନ୍ଦିରା ଗାନ୍ଧୀ ନ୍ୟାଶନାଲ ଓପନ ୟୁନିଭର୍ସିଟି (ଆଇଜିଏନ୍‌ଓୟୁ) ଜରିଆରେ ଜେଲ ଅନ୍ତେବାସୀମାନେ ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଛି। ବଲାଙ୍ଗୀର ଜିଲା କାରାଗାରରେ ଏବେ ୩୫ ଜଣ ଅନ୍ତେବାସୀ ମାଟ୍ରିକ୍‌ ଓ ଯୁକ୍ତଦୁଇ ପରୀକ୍ଷା ଦେଉଛନ୍ତି। ଅନ୍ତେବାସୀଙ୍କ ମଧ୍ୟରୁ ୩ଜଣ ଯୁକ୍ତତିନି ଏବଂ ୨ଜଣ ପିଜି ଆଡମିଶନ୍‌ କରିଛନ୍ତି। ଏନ୍‌ଆଇଓଏସ୍‌ ଜରିଆରେ ଚାଲିଥିବା ଏହି ପରୀକ୍ଷାରେ ଏବେ ୨୫ଜଣ ଅନ୍ତେବାସୀ ମାଟ୍ରିକ୍‌ ଓ ୧୦ ଜଣ ଅନ୍ତେବାସୀ ଯୁକ୍ତଦୁଇ ପରୀକ୍ଷା ଦେଉଛନ୍ତି। ସେହି ଭିତରେ କଣ୍ଟାବାଞ୍ଜି ଜେଲର ଜଣେ ଅନ୍ତେବାସୀ ପରୀକ୍ଷା ଦେଉଛନ୍ତିି। ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ପାଇଁ ୨୦୨୧ ସେପ୍ଟେମ୍ବର ମାସରୁ ଆଡମିଶନ୍‌ ଓ ପାଠପଢ଼ା ଆରମ୍ଭ କରାଯାଇଥିଲା। ବଲାଙ୍ଗୀର ଜିଲା କାରାଗାର ଭିତରେ ଥିବା ସ୍କୁଲରେ ଏବେ ପରୀକ୍ଷା କେନ୍ଦ୍ର ଚାଲିଛି। ଏହି କାରଣରୁ ଅନ୍ତେବାସୀଙ୍କ ପାଠପଢ଼ା ପାଇଁ ବ୍ୟବସ୍ଥା କରାଯାଇଛି। ଜେଲ ଭିତରେ ଶିକ୍ଷିତ ଅନ୍ତେବାସୀଙ୍କୁ ଅଧ୍ୟାପନା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଏହା ସହିତ ଜେଲର ବିଭିନ୍ନ ଅଧିକାରୀ, ୱେଲ୍‌ଫେୟାର ଅଫିସର ମଧ୍ୟ ପାଠ ପଢ଼ାଉଛନ୍ତି। ଏହି କାର୍ଯ୍ୟକ୍ରମରେ ଗତ ଜାନୁୟାରୀ ମାସରୁ ପୁଞ୍ଜିଲାଲ ମେହେର ଇଂଲିଶ୍‌ ବିଷୟରେ ଅନ୍ତେବାସୀଙ୍କୁ ସ୍ପୋକେନ ଇଂଲିଶ୍‌, ଭୋକାବୁଲାରି ଏବଂ ଲାର୍ନର କ୍ଲାସ କରୁଛନ୍ତି।
ଜେଲ ଅଧୀକ୍ଷକ ଧୀରେନ୍ଦ୍ରନାଥ ବାରିକଙ୍କୁ ପଚରାଯିବାରୁ ଜେଲ ଭିତରେ ଅନ୍ତେବାସୀଙ୍କୁ ପାଠ ପଢ଼ିବା ପାଇଁ ସୁଯୋଗ ଦିଆଯାଇଛି। ଜିଲା କାରାଗାରରେ ଅବିଭକ୍ତ ବଲାଙ୍ଗୀର ଜିଲାର ବଲାଙ୍ଗୀର, ଟିଟିଲାଗଡ଼, ପାଟଣାଗଡ଼, କଣ୍ଟାବାଞ୍ଜି, ସୋନପୁର ଓ ବୀରମହାରାଜପୁର ଜେଲର ଅନ୍ତେବାସୀମାନେ ପରୀକ୍ଷା ଦେଇପାରିବେ। ସେମାନଙ୍କୁ ଏନ୍‌ଆଇଓଏସ୍‌ ଏବଂ ଆଇଜିଏନ୍‌ଓୟୁ ଜରିଆରେ ଆଡମିଶନ କରାଯାଉଛି। ଏବେ ଜେଲର ସ୍କୁଲରେ ଶିକ୍ଷକ ନାହାନ୍ତି। ଏଣୁ ଜେଲ ଭିତରେ ଥିବା ଉଚ୍ଚଶିକ୍ଷିତ ଅନ୍ତେବାସୀଙ୍କୁ ପାଠପଢ଼ାରେ ସାମିଲ କରାଯାଇଛି । ଏହାସହିତ ଜେଲ କାନ୍ଥରେ ନୈତିକ ଶିକ୍ଷା ପାଇଁ ପେଣ୍ଟିଂ କରାଯାଇଛି। ଏହିସବୁ କାର୍ଯ୍ୟକ୍ରମ ଅନ୍ତେବାସୀଙ୍କ ମଧ୍ୟରେ ସୁଧାର ଆଣିବ ବୋଲି ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ଯାଉଥିବାବେଳେ ଧକ୍କା ଦେଲା କାର୍‌, ଘଟଣାସ୍ଥଳରେ ଚାଲିଗଲା ତ୍ରିଲୋଚନଙ୍କ ଜୀବନ

ବଲାଙ୍ଗୀର, ୯।୭( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ବ୍ରିଜ ନିକଟରେ ବୁଧବାର ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଏକ କାର୍‌…

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri