ଜେଲ ଅନ୍ତେବାସୀଙ୍କୁ ପାଠ ପଢ଼ାଉଛନ୍ତି ପୁଞ୍ଜିଲାଲ

ବଲାଙ୍ଗୀର ଅଫିସ, ୧୧ା୪: ଜେଲ ଭିତରେ ବନ୍ଦୀ ଅନ୍ତେବାସୀଙ୍କୁ ପାଠ ପଢ଼ାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ବଲାଙ୍ଗୀର ଜିଲା କାରାଗାର କର୍ତ୍ତୃପକ୍ଷ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ଜେଲ ଭିତରେ ଥିବା ଅନ୍ତେବାସୀଙ୍କୁ ଇଂଲିଶ୍‌ ପାଠ ପଢ଼ାଉଛନ୍ତି ଭଇଁଷା କଲେଜର ଏହି ପୂର୍ବତନ ଇଂଲିଶ୍‌ ବିଭାଗ ଅଧ୍ୟାପକ। ସେ ଏବେ ସ୍ପୋକେନ୍‌ ଇଂଲିଶ୍‌, ଭୋକାବୁଲାରି ଏବଂ ଲାର୍ନର କୋର୍ସ କରାଉଛନ୍ତି। ତେବେ ଜେଲ ଭିତରେ ଅନ୍ତେବାସୀଙ୍କୁ ପୁଞ୍ଜିଲାଲଙ୍କ ଇଂଲିଶ୍‌ ପାଠ ପଢ଼ାଇବା ଚର୍ଚ୍ଚାର ବିଷୟ ହୋଇଛି।
ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ସଂସ୍ଥାନ (ଏନ୍‌ଆଇଓଏସ୍‌) ଏବଂ ଇନ୍ଦିରା ଗାନ୍ଧୀ ନ୍ୟାଶନାଲ ଓପନ ୟୁନିଭର୍ସିଟି (ଆଇଜିଏନ୍‌ଓୟୁ) ଜରିଆରେ ଜେଲ ଅନ୍ତେବାସୀମାନେ ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଛି। ବଲାଙ୍ଗୀର ଜିଲା କାରାଗାରରେ ଏବେ ୩୫ ଜଣ ଅନ୍ତେବାସୀ ମାଟ୍ରିକ୍‌ ଓ ଯୁକ୍ତଦୁଇ ପରୀକ୍ଷା ଦେଉଛନ୍ତି। ଅନ୍ତେବାସୀଙ୍କ ମଧ୍ୟରୁ ୩ଜଣ ଯୁକ୍ତତିନି ଏବଂ ୨ଜଣ ପିଜି ଆଡମିଶନ୍‌ କରିଛନ୍ତି। ଏନ୍‌ଆଇଓଏସ୍‌ ଜରିଆରେ ଚାଲିଥିବା ଏହି ପରୀକ୍ଷାରେ ଏବେ ୨୫ଜଣ ଅନ୍ତେବାସୀ ମାଟ୍ରିକ୍‌ ଓ ୧୦ ଜଣ ଅନ୍ତେବାସୀ ଯୁକ୍ତଦୁଇ ପରୀକ୍ଷା ଦେଉଛନ୍ତି। ସେହି ଭିତରେ କଣ୍ଟାବାଞ୍ଜି ଜେଲର ଜଣେ ଅନ୍ତେବାସୀ ପରୀକ୍ଷା ଦେଉଛନ୍ତିି। ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ପାଇଁ ୨୦୨୧ ସେପ୍ଟେମ୍ବର ମାସରୁ ଆଡମିଶନ୍‌ ଓ ପାଠପଢ଼ା ଆରମ୍ଭ କରାଯାଇଥିଲା। ବଲାଙ୍ଗୀର ଜିଲା କାରାଗାର ଭିତରେ ଥିବା ସ୍କୁଲରେ ଏବେ ପରୀକ୍ଷା କେନ୍ଦ୍ର ଚାଲିଛି। ଏହି କାରଣରୁ ଅନ୍ତେବାସୀଙ୍କ ପାଠପଢ଼ା ପାଇଁ ବ୍ୟବସ୍ଥା କରାଯାଇଛି। ଜେଲ ଭିତରେ ଶିକ୍ଷିତ ଅନ୍ତେବାସୀଙ୍କୁ ଅଧ୍ୟାପନା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଏହା ସହିତ ଜେଲର ବିଭିନ୍ନ ଅଧିକାରୀ, ୱେଲ୍‌ଫେୟାର ଅଫିସର ମଧ୍ୟ ପାଠ ପଢ଼ାଉଛନ୍ତି। ଏହି କାର୍ଯ୍ୟକ୍ରମରେ ଗତ ଜାନୁୟାରୀ ମାସରୁ ପୁଞ୍ଜିଲାଲ ମେହେର ଇଂଲିଶ୍‌ ବିଷୟରେ ଅନ୍ତେବାସୀଙ୍କୁ ସ୍ପୋକେନ ଇଂଲିଶ୍‌, ଭୋକାବୁଲାରି ଏବଂ ଲାର୍ନର କ୍ଲାସ କରୁଛନ୍ତି।
ଜେଲ ଅଧୀକ୍ଷକ ଧୀରେନ୍ଦ୍ରନାଥ ବାରିକଙ୍କୁ ପଚରାଯିବାରୁ ଜେଲ ଭିତରେ ଅନ୍ତେବାସୀଙ୍କୁ ପାଠ ପଢ଼ିବା ପାଇଁ ସୁଯୋଗ ଦିଆଯାଇଛି। ଜିଲା କାରାଗାରରେ ଅବିଭକ୍ତ ବଲାଙ୍ଗୀର ଜିଲାର ବଲାଙ୍ଗୀର, ଟିଟିଲାଗଡ଼, ପାଟଣାଗଡ଼, କଣ୍ଟାବାଞ୍ଜି, ସୋନପୁର ଓ ବୀରମହାରାଜପୁର ଜେଲର ଅନ୍ତେବାସୀମାନେ ପରୀକ୍ଷା ଦେଇପାରିବେ। ସେମାନଙ୍କୁ ଏନ୍‌ଆଇଓଏସ୍‌ ଏବଂ ଆଇଜିଏନ୍‌ଓୟୁ ଜରିଆରେ ଆଡମିଶନ କରାଯାଉଛି। ଏବେ ଜେଲର ସ୍କୁଲରେ ଶିକ୍ଷକ ନାହାନ୍ତି। ଏଣୁ ଜେଲ ଭିତରେ ଥିବା ଉଚ୍ଚଶିକ୍ଷିତ ଅନ୍ତେବାସୀଙ୍କୁ ପାଠପଢ଼ାରେ ସାମିଲ କରାଯାଇଛି । ଏହାସହିତ ଜେଲ କାନ୍ଥରେ ନୈତିକ ଶିକ୍ଷା ପାଇଁ ପେଣ୍ଟିଂ କରାଯାଇଛି। ଏହିସବୁ କାର୍ଯ୍ୟକ୍ରମ ଅନ୍ତେବାସୀଙ୍କ ମଧ୍ୟରେ ସୁଧାର ଆଣିବ ବୋଲି ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ଚାଷୀ ମୃତ: କ୍ଷତିପୂରଣ ଦାବି

ଲୋଇସିଂହା,୧୬।୧୧(ଡି.ଏନ୍‌.ଏ.): ବଲାଙ୍ଗୀର ବନଖଣ୍ଡ ଲୋଇସିଂହା ରେଞ୍ଜ ଅନ୍ତର୍ଗତ ଧଉଁରାଦାଦର ଗାଁରେ ହାତୀ ଆକ୍ରମଣରେ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ରୀରାମ ବିଶାଳ...

ଭଉଣୀ ଆଗରେ ୮ବର୍ଷର ଭାଇଙ୍କୁ ହାଣି ହତ୍ୟା

କଣ୍ଟାବାଞ୍ଜି,୨୦ା୫: ବଲାଙ୍ଗୀର ଜିଲା ତୁରେକେଲା ଥାନା ଅଧୀନ ପଣ୍ଡରେନ ଗାଁର ଜଣେ ନାବାଳକଙ୍କୁ ସେହି ଗାଁର ଜଣେ ବ୍ୟକ୍ତି ଗୁରୁବାର ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି।...

ଦାନବାକ୍ସ ଭାଙ୍ଗି ଚୋରି

ବଲାଙ୍ଗୀର ଅଫିସ,୨୮ା୮: ବଲାଙ୍ଗୀର ସହର ରାଜୀବ ନଗରସ୍ଥିତ ଓଁ ଶ୍ରୀ ଶ୍ରୀ ସିଦ୍ଧେଶ୍ବରାୟ ମହାଦେବ ମନ୍ଦିର ଦାନବାକ୍ସ ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଚୋରି କରି ନେଇଥିବା...

ମୁରିବାହାଲ ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ

ମୁରିବାହାଲ, ୧୪।୯ (ଡି.ଏନ.ଏ) : ବଲାଙ୍ଗୀର ଜିଲା ମୁରିବାହାଲଠାରେ ଅନେକ ବର୍ଷର ପ୍ରତୀକ୍ଷା ପରେ ଜେଏମଏଫସି କୋର୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ବଲାଙ୍ଗୀର ଜିଲା ଓ...

ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ ହେଲେ ଫରେଷ୍ଟର

ବଲାଙ୍ଗୀର ଅଫିସ,୧୧।୫: ଲାଞ୍ଚ ନେଉଥିବା ଅଭିଯୋଗରେ ଫରେଷ୍ଟର ହରିହର ସ୍ବାଇଁଙ୍କୁ ଗିରଫ କରାଯାଇଛି। ଗିରଫ କରାଯିବା ପରେ ତାଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ...

ସଡକ ଦୁର୍ଘଟଣାରେ ୨ବାଇକ ଆରୋହୀ ମୃତ

ମୁରିବାହାଲ, ୧୮ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଜୁଆଡିପାଲି ନିକଟରେ ବୁଧବାର ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଏକ ବାଇକରେ ଥିବା ୨...

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ କୋର କମିଟି ଅଧ୍ୟକ୍ଷ

ବଲାଙ୍ଗୀର ଅଫିସ, ୨୬।୧: ବଲାଙ୍ଗୀର ଜିଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ମଙ୍ଗଳବାର ୭୨ତମ ଗଣତନ୍ତ୍ର ଦିବସ ଜିଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଲାଞ୍ଚ ନେଇ କଲେଜ ଅଧ୍ୟକ୍ଷା ଗିରଫ

ବଙ୍ଗୋମୁଣ୍ଡା,୧୯।୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଯୁକ୍ତ୨ ଜୁନିୟର କଲେଜ ଅଧ୍ୟକ୍ଷା ମିନତୀ ରଥ ଲାଞ୍ଚ ନେଇ ସୋମବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କଲେଜରେ...

Advertisement
Archives

Model This Week