Posted inଫୁରସତ

ପବ୍‌ଜି ଖେଳି ଯୁବକ ଖର୍ଚ୍ଚ କରିଦେଲେ ମା’ବାପାଙ୍କ ଚିକିତ୍ସା ପାଇଁ ଥିବା ୧୬ ଲକ୍ଷ ଟଙ୍କା, ଜଣାପଡ଼ିଲା ଏପରି

ଅନ୍‌ଲାଇନ୍‌ରେ ଗେମ୍‌ ଖେଳିବା ଆଜିକାଲି ଯୁବପୀଢ଼ିଙ୍କ ଅଭ୍ୟାସରେ ପରିଣତ ହେଲାଣି। ଏଭଳି ସ୍ଥଳରେ ଅନ୍‌ଲାଇନ୍‌ ଖେଳିବାକୁ ନେଇ ଆଶ୍ଚର୍ଯ୍ୟ କଲାଭଳି ଘଟଣା ନଜରକୁ ଆସୁଛି। ଏଭଳି ଏକ ଘଟଣା ପଞ୍ଜାବରେ ଦେଖିବାକୁ ମିଳିଛି। ଜଣେ ପୁଅ ପବ୍‌ଜି ଖେଳିବା ପାଇଁ ମା’ବାପାଙ୍କ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି। ପୂର୍ବରୁ ଏହି ପବ୍‌ଜି ଅର୍ଥାତ ପ୍ଲେୟାର ଅନ୍‌ନୋନ୍‌ ବ୍ୟାଟେଲ୍‌ ଗ୍ରାଉଣ୍ଡ) ଖେଳକୁ ନେଇ ଅନେକ ଯୁବକ ଆତ୍ମହତ୍ୟା କରିଛନ୍ତି। ଏବେ ପଞ୍ଜାବର ଏହି ଯୁବକ ଏକ ମାସ ମଧ୍ୟରେ ଖେଳର ଚମ୍ପିଆନ୍‌ ହେବା ଲାଗି ଭର୍ଚୁଆଲ ଗୁଳି, ବାରୁଦ,ତୋପ ଆଦି କିଣିଥିବା କୁହାଯାଉଛି।

ଘଟଣାଟି ଏପରି। ୧୭ ବର୍ଷୀୟ ଉକ୍ତ ଯୁବକ ଅନ୍‌ଲାଇନ୍‌ ପାଠ ପଢ଼ିବା ପାଇଁ କହି ଟଙ୍କା ନେଇଛନ୍ତି। ତାଙ୍କ ନିକଟରେ ତିନୋଟି ବ୍ୟାଙ୍କ ପାସ୍‌ବୁକ୍‌ ବିଷୟରେ ଧାରଣା ରହିଥିଲା। ଏହାକୁ ସେ ପବ୍‌ଜି ପ୍ରୋଫାଇଲ୍‌ ଅପ୍‌ଗ୍ରେଡ କରିବା ଲାଗି ବ୍ୟବହାର କରିଥିଲେ। ବ୍ୟାଙ୍କଖାତାରୁ ପଇସା ଉଠାଇ ସେ ନିଜେ ଅନ୍ୟାନ୍ୟ ଆପ୍‌ କିଣିବା ସହ ବନ୍ଧୁମାନଙ୍କୁ ଏପରି କରିବାକୁ ସାହାଯ୍ୟ କରୁଥିଲେ। ପ୍ରଥମେ ମା’ବାପା ଏହା ଜାଣି ପାରି ନ ଥିଲେ। ହେଲେ ବ୍ୟାଙ୍କରୁ ନେଣଦେଣର ଚିଠା ଆଣିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ଯୁବକଙ୍କ ବାପା ଜଣେ ସରକାରୀ କର୍ମଚାରୀ ଥିବା ବେଳେ ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି। ସେ ରଖିଥିବା ଟଙ୍କାକୁ ନିଜ ଚିକିତ୍ସାରେ ଖର୍ଚ୍ଚ କରିବାକୁ ଚାହୁଁଥିଲେ। ହେଲେ ଏବେ ପୁଅ ସେହି ଟଙ୍କାକୁ ଖେଳରେ ଶେଷ କରିଦେଇଛନ୍ତି। ଏପରିକି ସେ ତାଙ୍କ ମା’ଙ୍କ ପିଏଫ୍‌ ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି। ନିଜର ମେଡିକାଲ ଖର୍ଚ୍ଚ ସହ ପୁଅର ପାଠପଢ଼ା ଲାଗି ମହିଳାଜଣଙ୍କ ଟଙ୍କା ରଖିଥିଲେ। ହେଲେ ଲକ୍‌ଡାଉନ୍‌ ହେବା ପରେ ନାବାଳକ ମା’ଙ୍କ ପାଖରେ ରହୁଥିଲେ। ସେ ନିଜ ଫୋନରେ ଟଙ୍କା ନେଣଦେଣ କରୁଥିଲେ। ସେ ଟଙ୍କା ଉଠାଇବାର ମେସେଜ ଆସିଥିଲେ ସେ ତାହାକୁ ଡିଲିଟ୍‌ କରିଥିବା ମହିଳା କହିଛନ୍ତି।

ତେବେ ନାବାଳକଙ୍କ ମା’ବାପା ସେ ପବ୍‌ଜି ଖେଳୁଥିବା ଜାଣିଥିଲେ। ହେଲେ ସେ ଏଭଳି କରିବେ ବୋଲି ତାଙ୍କର ଭରସା ନ ଥିଲା। ଏବେ ସେ ପୋଲିସ ପାଖକୁ ମଧ୍ୟ ଯାଇପାରୁନାହାନ୍ତି। କାରଣ ପୁଅ ଜାଣିଶୁଣି ଏଭଳି କରିଛନ୍ତି। ମା’ଙ୍କ ପିଏଫ୍‌ରୁ ୨ ଲକ୍ଷ ଟଙ୍କା ଉଠାଇଥିବା ବେଳେ ଅନ୍ୟ ଟଙ୍କା ବାପାଙ୍କ ଆକାଉଣ୍ଟରୁ ଉଠାଇଛନ୍ତି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri