Posted inଜାତୀୟ

‘ପଞ୍ଜାବର ଶାନ୍ତି ଭଙ୍ଗ କରିବାକୁ ଦିଆଯିବ ନାହିଁ’

ଚଣ୍ଡିଗଡ଼,୧୦।୫: ମୋହାଲିସ୍ଥିତ ପଞ୍ଜାବ ଗୋଇନ୍ଦା ମୁଖ୍ୟାଳୟକୁ ଗ୍ରେନେଡ୍‌ ମାଡ଼ ଘଟଣାର ଦିନକ ପରେ ପଞ୍ଚାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ମଙ୍ଗଳବାର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପଞ୍ଜାବର ଶାନ୍ତି ଭଙ୍ଗ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଛଡାଯିବ ନାହିଁ। ପଞ୍ଜାବ ପୋଲିସ ଘଟଣାର ତଦନ୍ତ କରୁଛି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଏପରି କି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ତାଙ୍କ ବାସଭବନରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡାକି ଏକ ବୈଠକ କରିଛନ୍ତି। ଏପରି କି ଅଧିକାରୀଙ୍କୁ ଯାଞ୍ଚ ରିପୋର୍ଟ ମାଗିଛନ୍ତି। ଅନ୍ୟପକ୍ଷେ ଏଏପି ଏମ୍‌ପି ରାଘବ ଚଡ୍ଡା ଏହି ଘଟଣାକୁ ଭୀରୁତାର କାର୍ଯ୍ୟ ବୋଲି କହିଛନ୍ତି। ଏହା ପଛରେ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମୋହାଲିସ୍ଥିତ ପଞ୍ଜାବ ଗୋଇନ୍ଦା ମୁଖ୍ୟାଳୟକୁ ଉଡ଼ାଇଦେବା ଉଦ୍ଦେଶ୍ୟରେ ସୋମବାର ରାତିରେ ରକେଟ ପ୍ରୋପେଲ୍ଡ ଗ୍ରେନେଡ୍‌(ଆର୍‌ପିଜି) ମାଡ଼ ହୋଇଥିଲା। ବିଲ୍ଡିଂର ତୃତୀୟ ମହଲାରେ ମାଡ଼ ହୋଇଥିଲା। ହେଲେ ସୌଭାଗ୍ୟକୁ ଏହା ବିସ୍ଫୋରଣ ହୋଇ ନ ଥିଲା। ଅନ୍ୟପକ୍ଷେ ଗ୍ରେନେଡ୍‌ ମାଡ଼ରେ କାଚ ଡୋର୍‌ ଓ ଝରକା ଭାଙ୍ଗିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୌମ୍ୟ ମୃତ୍ୟୁ: ବିବାଦୀୟ ADGଙ୍କ ବଦଳି, ମା ଆଣିଥିଲେ ସାଂଘାତିକ…

ଭୁବନେଶ୍ୱର,୨୨।୫: ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବଦଳି କରାଯାଇଛି। ତାଙ୍କୁ ADGP (କମ୍ୟୁନିକେସନ) ପଦରୁ ହଟାଯାଇ ଗୃହ ବିଭାଗରେ OSD (ଅଫିସର ଅନ୍ ସ୍ପେସିଆଲ୍ ଡ୍ୟୁଟି)…

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ବଡ଼ ଦାବି: ବଦଳିବେ ଏହି ୪ଦଳର ଅଧିନାୟକ

ନୂଆଦିଲ୍ଲୀ,୨୫।୫: ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏକ ବଡ଼ ଦାବି କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ’X’ରେ ଏକ ଭିଡିଓ ସେୟାର କରି IPLର…

ଦୁର୍ଘଟଣାକୁ ଡାକୁଛି ବେପରୁଆ ‘ୟୁ-ଟର୍ନ’

କାଏମା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ରେଲୱେ ଓଭରବ୍ରିଜ ନିକଟରେ ଥିବା କଟ ପଏଣ୍ଟରେ ଗାଡ଼ିଗୁଡ଼ିକ ନେଉଥିବା ବେପରୁଆ ‘ୟୁ-ଟର୍ନ’…

୧୫୦ ହଜିଥିବା ମୋବାଇଲ୍  ହିତାଧିକାରୀଙ୍କୁ ହସ୍ତାନ୍ତର: ୧୬ ମାସ ପୂର୍ବରୁ ହଜିଯାଇଥିବା ଆଇଫୋନ୍‌ ଫେରିପାଇଲେ…

ଭଞ୍ଜନଗର, ୨୫।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ପୋଲିସ ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍‌ ମଧ୍ୟରୁ ମୋଟ ୧୫୦ଟି ଫୋନ୍ ଜବତ…

ଝଗଡ଼ା ପରେ ସୀମା ପାର୍ କଲେ କୋହଲିଙ୍କ ଫ୍ୟାନ୍ସ, ଟ୍ରାଭିସ୍ ହେଡଙ୍କ ପତ୍ନୀଙ୍କୁ ଗାଳିଗୁଲଜ

ନୂଆଦିଲ୍ଲୀ,୨୫ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ୍ ହେଡ୍ ମୁହାଁମୁହିଁ ହୋଇଥିଲେ । ଫଳସ୍ୱରୂପ,…

ଟ୍ବିଶା ଶର୍ମା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି, CJI କହିଲେ ଆମେ ଦୁଃଖିତ ଯେ…

ନୂଆଦିଲ୍ଲୀ,୨୫।୫: ସୋମବାର (୨୫ ମଇ, ୨୦୨୬) ଭୋପାଳରେ ଟ୍ବିଶା ଶର୍ମା ମାମଲାର ଶୁଣାଣି ସମୟରେ, ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ (CJI) ମତ ଦେଇଥିଲେ ଯେ ମୃତକଙ୍କ ଶାଶୁ…

ଆଜି କାଲି କହି ଭଣ୍ଡାଉଛନ୍ତି ପୋଷ୍ଟ ଅଫିସ କର୍ମଚାରୀ: ଉପଭୋକ୍ତା ଅତିଷ୍ଠ

ଗଞ୍ଜାମ,(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବଡ଼ ବଜାର ସ୍ଥିତ ପୋଷ୍ଟ ଅଫିସର କର୍ମଚାରୀମାନଙ୍କ ମନମୁଖୀ ଆଚରଣ ନେଇ ଗ୍ରାହକମାନେ ଅତିଷ୍ଠ ହୋଇପଡ଼ିଛନ୍ତି। ଏମିତିକି ଗ୍ରାହକମାନଙ୍କ ସହ କର୍ମଚାରୀମାନେ…

ଚାଲିଥିଲା ଦେହ ବ୍ୟବସାୟ, ମାଡ଼ି ବସିଲା ପୋଲିସ, ପାଖରୁ ମିଳିଲା ଏହି ଆପତ୍ତିଜନକ ଜିନିଷ

ବରଗଡ଼,୨୫ା୫(ପ୍ରେମାନନ୍ଦ କମାରୀ): ବରଗଡ଼ ଟାଉନ ଥାନା ପୋଲିସ ରବିବାର ଡାଙ୍ଗ ଛକ ନିକଟ ପିପିଲିପାଲି ଗ୍ରାମରେ ଏକ ସେକ୍ସ ରାକେଟ ଠାବ କରିଛି। ସେଠାରେ ଦେହ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri