Posted inଜାତୀୟ

କୁମାର ବିଶ୍ୱାସଙ୍କ ପରେ ଅଳକା ଲାମ୍ବାଙ୍କ ଘରେ ପଞ୍ଜାବ ପୋଲିସ

ଅମୃତସର,୨୦।୪: ପଞ୍ଜାବ ପୋଲିସ ଏବେ ଆକ୍ସନ୍‌ ମୋଡ୍‌ରେ ଅଛି। ଆମ ଆଦମୀ ପାର୍ଟି(ଆପ)ର ପୂର୍ବତନ ସଦସ୍ୟ ତଥା ଜଣାଶୁଣା ଯୁବ କବି କୁମାର ବିଶ୍ୱାସଙ୍କ ପରେ ଏବେ ପଞ୍ଜାବ ପୋଲିସ ପୂର୍ବତନ ଏଏପି ବିଧାୟିକା ତଥା କଂଗ୍ରେସ ନେତ୍ରୀ ଅଲକା ଲାମ୍ବାଙ୍କ ଘରେ ଆଜି ପୁଲିସ ପଇଁତରା ମାରିଛି। ଏ ସମ୍ପର୍କରେ ପୋଲିସ କର୍ମୀଙ୍କ ଫଟୋ ସହ ଲାମ୍ବା ଟୁଇଟ୍‌ କରିଛନ୍ତି। ତାଙ୍କ ଘର ସମ୍ମୁଖରେ ପଞ୍ଜାବ ପୋଲିସ ଜମା ହୋଇଛନ୍ତି। ଲାମ୍ବା କହିଛନ୍ତି,ଭାଜପା ଭଳି ଏଏପି ମଧ୍ୟ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି।
ଏହା ପୂର୍ବରୁ କୁମାର ବିଶ୍ୱାସଙ୍କ ଘର ଆଗରେ ମଧ୍ୟ ପୋଲିସ ପଇଁତରା ମାରୁଥିବାର ଦେଖାଯାଇଛି। ଏଥିପାଇଁ ବିଶ୍ୱାସ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଦାୟୀ କରିଛନ୍ତି। ବୁଧବାର ସକାଳ ୭ଟା ସମୟରେ ପଞ୍ଜାବ ପୋଲିସର ଇନ୍ସପେକ୍ଟରଙ୍କ ସମେତ ୬ଜଣ ପୋଲିସ ଗାଜିଆବାଦର ବସୁନ୍ଧରା ସେକ୍ଟର-୩ରେ କବି କୁମାର ବିଶ୍ୱାସଙ୍କ ବାସଭବନରେ ପହଞ୍ଚିଥିଲେ। ପୋଲିସ ଇନ୍ସପେକ୍ଟର ତାଙ୍କୁ ଏକ ମାମଲାରେ ନୋଟିସ ପ୍ରଦାନ କରିଥିଲେ। ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍‌ରିୱାଲଙ୍କ ବିରୋଧରେ କୁମାର ବିଶ୍ୱାସଙ୍କ ଦ୍ୱାରା ପ୍ରକାଶିତ ଭିଡିଓ ଆଧାରରେ ପୋଲିସ ଏହି ମାମଲା ରୁଜୁ କରିଛି। ଭିଡିଓ ଜରିଆରେ ବିଶ୍ୱ କେଜ୍‌ରିଓ୍ବାଲଙ୍କୁ ଖଲିସ୍ତାନୀଙ୍କ ସହ ଲିଙ୍କ ଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମରେ ପରିବର୍ତ୍ତନ

ନୂଆଦିଲ୍ଲୀ, ୩୦ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ଚଳିତ ବର୍ଷର ପ୍ରଥମ ଏପିସୋଡ ଜାନୁୟାରୀ ୩୦ରେ ପ୍ରଚାରିତ ହେବ...

ପ୍ରେମ ବିବାହର ବର୍ଷକ ପରେ ସ୍ତ୍ରୀଙ୍କ ଦ୍ୱିତୀୟ ବିବାହ, ସୋସିଆଲ ମିଡିଆରୁ ଜାଣି ସ୍ବାମୀ ବେହୋସ

ଲକ୍ଷ୍ନୌ,୨୪ା୭: ଉତ୍ତରପ୍ରଦେଶର କାନପୁରର ଜଣେ ଯୁବକଙ୍କୁ ପ୍ରେମରେ ଧୋକା ମିଳିଛି। ପୋଲିସ ନିକଟରେ ପହଞ୍ଚି ଯୁବକ ଜଣକ କହିଛନ୍ତି ଯେ, ସେ ପ୍ରେମ ବିବାହ କରିବାର...

ଦିଲ୍ଲୀରେ ହେବନି ଲକ୍‌ଡାଉନ

ନୂଆଦିଲ୍ଲୀ, ୨।୪: ଦିଲ୍ଲୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଜରୁରୀକାଳୀନ ବୈଠକ ଡକାଇଥିଲେ। ବୈଠକରେ ସେ ଦିଲ୍ଲୀରେ ବର୍ତ୍ତମାନ...

ନୀରବତା ଭାଙ୍ଗିଲେ ମନମୋହନ, କମ୍‌ କହିଛି ଅଧିକ କାମ କରିଛି କହିଲେ…

ନୂଆଦିଲ୍ଲୀ, ୧୭।୨ : ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ ରାଜ୍ୟରେ ବିଧାନସଭା ଜାରି ରହିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ...

‘ଭାଜପାକୁ ରାଜନୈତିକ ଅମ୍ଳଜାନ ଆବଶ୍ୟକ’

କୋଲକାତା, ୫।୫: ପଶ୍ଚିମବଙ୍ଗ ଜନସାଧାରଣ ଭାଜପାକୁ ପ୍ରତ୍ୟାଖ୍ୟାନ କରିଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି। ଭାଜପାକୁ ଏବେ ରାଜନୈତିକ ଅମ୍ଳଜାନ ଆବଶ୍ୟକ ବୋଲି ତୃଣମୂଳ କଂଗ୍ରେସ...

ବିବାଦୀୟ ରାୟ, ୨୮ ଦିନର ଶିଶୁକୁ ସ୍ତନ୍ୟପାନ କରାଇବା ଲାଗି ମା’ଙ୍କର ଜାମିନ୍‌ ଆବେଦନ ନାମଞ୍ଜୁର…

ଗୁରୁଗ୍ରାମ୍‌, ୨୨।୧ : ସ୍ତନ୍ୟପାନ ଶିଶୁର ଅଧିକାର। ତେବେ ଜଣେ ୨୮ ଦିନର ଶିଶୁଙ୍କୁ ସ୍ତନ୍ୟପାନ କରାଇବା ଲାଗି ଗୁରୁଗ୍ରାମ୍‌ କୋର୍ଟ ମା’ଙ୍କର ଜାମିନ୍‌ ଆବେଦନ...

ତ୍ରିପୁରା ଦେଇ ଭାରତ ଆସିବାକୁ ଉଦ୍ୟମ କରୁଛନ୍ତି ରୋହିଙ୍ଗ୍ୟା

ଅଗରତାଲା,୨୧।୭: ମ୍ୟାନମାରରୁ ବାଂଲାଦେଶ ଆସିଥିବା ରୋହିଙ୍ଗ୍ୟା ଶରଣାର୍ଥୀମାନେ ଏବେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ବାଂଲାଦେଶ ସୀମାକୁ ଲାଗିଥିବା ତ୍ରିପୁରା ଦେଇ ଏମାନେ ଅନୁପ୍ରବେଶ...

ବାଚସ୍ପତି ନିର୍ବାଚନରେ ଭାଗ ନେବନାହିଁ ଭାଜପା

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭାରେ ଆସ୍ଥା ଭୋଟରେ ଉଦ୍ଧବ ଠାକରେ ବାଜି ମାରିଲେ ସତ। ହେଲେ ରବିବାର ପୁଣି ଏକ ପରୀକ୍ଷା ଦେବେ ଉଦ୍ଧବ। ରବିବାର ମହାରାଷ୍ଟ୍ର...

Advertisement
Archives

Model This Week