ପଞ୍ଜାବରେ ମୋଦିଙ୍କ ପ୍ରଥମ ରାଲି, କହିଲେ ଏହି ମାଟି ସହ ମୋର ରହିଛି ପୁରୁଣା ସମ୍ପର୍କ

ଚଣ୍ଡିଗଡ,୧୪ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପ୍ରଥମ କରି ସେଠାରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି । ଜଳନ୍ଧରରେ ମୋଦି ଏକ ରାଲି କରିବା ସହ ଏକ ଜନସଭାରେ ଉଦବୋଧନ ଦେଇଛନ୍ତି । ମୋଦି କହିଛନ୍ତି ପଞ୍ଜାବ ମାଟି ସହ ମୋର ରହିଛି ପୁରୁଣା ସମ୍ପର୍କ । ମୋଦିଙ୍କ ଏହି ରାଲି ପାଇଁ ଜଳନ୍ଧରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯାହା ଫଳରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ତାଙ୍କ ରାଲିରେ ଯୋଗଦେବାକୁ ଯାଇ ପାରି ନ ଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ଜାନୁୟାରୀରେ ପ୍ରଧାନମନ୍ତ୍ରୀ ଯେତେବେଳେ ପଞ୍ଜାବ ଗସ୍ତରେ ଆସିଥିଲେ ସେତେବେଳେ ତାଙ୍କୁ ଅଧାବାଟରେ କେତେଜଣ ପ୍ରଦର୍ଶନକାରୀ ଅଟକାଇ ଦେଇଥିଲେ । ଏହାପରେ ପଞ୍ଜାବ ସରକାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା । ସେଥିପାଇଁ ଏଥର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପଞ୍ଜାବ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଷ୍ଟାର ପ୍ରଚାରକମାନେ ଜନତାଙ୍କ ନିକଟତର ହୋଇ ଦଳକୁ ବିଜୟୀ କରିବାର ମନ୍ତ୍ର ଦେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଛକା ଚୌକା ବର୍ଷା କରି ସଭିଙ୍କୁ ପୁଣି ଚକିତ କଲେ ବୈଭବ ସୂର୍ଯ୍ୟବଂଶୀ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୧।୬: ବୈଭବ ସୂର୍ଯ୍ୟବଂଶୀ ଲିଷ୍ଟ ଏ କ୍ରିକେଟର ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତ୍ରି-ସିରିଜ ଫାଇନାଲରେ ସେ ଶ୍ରୀଲଙ୍କା ଏ ବିପକ୍ଷରେ ମାତ୍ର ୧୧ ବଲରେ…

ଯୁବ ବିଜେଡି ଜିଲା ସଭାପତିଙ୍କ ଘରକୁ ଗୁଳି

ସୋନପୁର/ବିନିକା,୨୧।୬ (ମୃତ୍ୟୁଞ୍ଜୟ ଶତପଥୀ/ରାମଗୋପାଳ ବାଘ): ସୁବର୍ଣ୍ଣପୁର ଯୁବ ବିଜେଡି ଜିଲା ସଭାପତି ତଥା ବିନିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦଙ୍କ ଘର ଓ କାରକୁ…

‘୫୦ ବର୍ଷରେ ୩୦ ବର୍ଷ ଭଳି ଉର୍ଜାଶୀଳ ରୁହନ୍ତୁ’, ଅନ୍ତର୍ଜାତୀୟ ଯୋଗ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା

କୋଲକାତା,୨୧।୬: ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ କୋଲକାତାରେ ଏକ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ…

ହଷ୍ଟେଲରେ ଝୁଲୁଛି ଛାତ୍ରୀଙ୍କ ମୃତଦେହ: ବଢ଼ୁଛି ସନ୍ଦେହ

ଗୋପାଳପୁର,୨୧।୬(ନବୀନ ରାଜ ଆଚାରି): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜର ହଷ୍ଟେଲରେ ରହୁଥିବା ଜନୈକା ଛାତ୍ରୀଙ୍କ ମୃତଦେହ ଶନିବାର ପୋଲିସ ଜବତ କରିଛି।…

ଇସ୍ତଫା ଦେବେକି ବ୍ରିଟେନ ପ୍ରଧାନମନ୍ତ୍ରୀ? ୧୦୦ ରୁ ଅଧିକ ଏମପିଙ୍କ ଚାପ….

ଲଣ୍ଡନ,୨୧।୬: ବ୍ରିଟେନ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନା ତୀବ୍ର ହୋଇଛି । ବ୍ରିଟେନ ଖବରକାଗଜର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଷ୍ଟାରମର ସୋମବାର…

ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଛତ୍ରପୁର, ୨୧।୬ (ଦିଲ୍ଲୀପ ସାମଲ): ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ।ଭାରତୀୟ ଯୋଗ ସଂସ୍ଥାନ, ଏହି ଉପଲକ୍ଷେ ନୂଆଦିଲ୍ଲୀ ଛତ୍ରପୁର ଶାଖା ପକ୍ଷରୁ ସ୍ଥାନୀୟ ଷ୍ଟାଡିଅମ ପରିସରସ୍ଥ…

ବିପଦସଙ୍କୁଳ ବାଉଁଶ ଚାରା ଭରସାରେ ହଜାର ହଜାର ଲୋକ; ଧାମନଗରଦଶରଥପୁର ବୈତରଣୀ ସେତୁ ଏବେ ବି ଅଧପନ୍ତରିଆ

ତିହିଡ଼ି,୨୧।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଓ ଯାଜପୁର ଜିଲାର ଦଶରଥପୁର ବ୍ଲକର ସମେତ ପଡୋଶୀ ତିହିଡି ବ୍ଲକର ସାଧାରଣ ଲୋକଙ୍କ ଦୀର୍ଘଦିନର ସ୍ବପ୍ନ ଥିଲା…

‘ଇଟାଲୀର ଲୋକପ୍ରିୟତା ଆମେରିକା ସହିତ ସମ୍ପର୍କ ଉପରେ ନିର୍ଭର କରେ ନାହିଁ’: ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ

ରୋମ,୨୧।୬: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଆଜି, ଶନିବାର, ଟ୍ରମ୍ପ ପୁଣି ଥରେ ମେଲୋନିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri