Posted inଜାତୀୟ

ପଞ୍ଜାବକୁ ମିଳିପାରେ ନୂଆ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୯ ।୯: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଏବେ ଦିଲ୍ଲୀଠାରୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ ରାଜନୀତି ହୋଇଛି ସରଗରମ । ମାତ୍ର ୭୨ ଦିନର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ସିଦ୍ଧୁଙ୍କ ଏଭଳି ଇସ୍ତଫା ଦଳର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆଦୌ ପସନ୍ଦ ଆସିନାହିଁ । ଯାହା ଫଳରେ ସିଦ୍ଧୁଙ୍କ ସ୍ଥାନରେ ଆଉ ଜଣେ ନୂଆ ଅଧ୍ୟକ୍ଷ କଥା ହାଇକମାଣ୍ଡ ଚିନ୍ତା କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି । ସିଦ୍ଧୁଙ୍କ ଇସ୍ତଫା ପତ୍ର ପାଇବା ପରେ ସୋନିଆ ଗାନ୍ଧୀ ହଠାତ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିବା ବେଳେ ଏବେ ସେ କିଛି ବଡ ଧରଣର ନିଷ୍ପତ୍ତି ନେବାକୁ ଯାଉଥିବା କୁହାଯାଉଛି । ଏମିତିକି ସିଦ୍ଧୁଙ୍କୁ ମନାଇବାକୁ ଅନ୍ୟମାନେ ଚେଷ୍ଟା ଚଲାଇଥିଲେ ବି ଉଚ୍ଚସ୍ତରର କେତେକ ନେତା ସିଦ୍ଧୁଙ୍କ ସହ ଆଦୌ କଥା ହେଉ ନ ଥିବା କୁହାଯାଉଛି । ତେଣୁ ଏଥିରୁ ସ୍ପଷ୍ଟ ହେଉଛି କି ପଞ୍ଜାବ କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳି ପାରନ୍ତି । ଏବେ ୩-୪ ଜଣଙ୍କ ନାଁ ଏହି ତାଲିକାରେ ଥିଲେ ବି ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀଙ୍କ ନେତୃତ୍ୱରେ ଯେଉଁ କେତେ ଜଣଙ୍କୁ ମନ୍ତ୍ରୀ କରାଯାଇଛି ସେଥିମଧ୍ୟରୁ କେତେ ଜଣଙ୍କୁ ନେଇ ସିଦ୍ଧୁ ଅନ୍ତୁଷ୍ଟ ଅଛନ୍ତି । ଯେଉଁଥିପାଇଁ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ସରକାରଙ୍କ ରେଲଓ୍ବେକୁ ପତ୍ର: ୨୬ ମେ’ ପର୍ଯ୍ୟନ୍ତ ରାଜ୍ୟକୁ ନ ପଠାଯାଉ କୌଣସି ଟ୍ରେନ୍‌

କୋଲକାତା,୨୩।୫: ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଶନିବାର ରେଲଓ୍ବେ ବୋର୍ଡର ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଏବେ ଜିଲା ପ୍ରଶାସନ ବାତ୍ୟା...

୨୦୦୪ ରୁ ୨୦୧୪ ଘୋଟାଲାର ଦଶନ୍ଧି ଥିଲା: ମୋଦି

ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲୋକ ସଭାରେ ବିରୋଧୀ ଦଳ ଉପରେ ବର୍ଷିଛନ୍ତି। ସେ କଂଗ୍ରେସ ନେତୃତ୍ୱାଧୀନ ପୁରୁଣା ୟୁପିଏ ସରକାରର ଦିନଗୁଡିକୁ ମନେ...

ବିହାରରେ ପ୍ରବଳ ବର୍ଷା: ୨୫ ମୃତ

ପାଟନା,୩୦ା୯: ବିହାରରେ କ୍ରମାଗତ ୩ ଦିନ ଲଗାଣ ବର୍ଷା ଫଳରେ ରାଜଧାନୀ ପାଟନା ସମେତ ବିଭିନ୍ନ ଜଲାରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ...

ସହଜ ନୁହେଁ ୫% ଜିଡିପି: ୨୦୨୦ରେ ଭାରତକୁ ସଂଘର୍ଷ କରିବାକୁ ପଡ଼ିବ

ନୂଆଦିଲ୍ଲୀ,୨ା୧: ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୪.୫% ଖସିଛି। ମାନ୍ଦାବସ୍ଥା ଯୋଗୁ...

କେରଳ ସିପିଆଇ(ଏମ) କାର୍ଯ୍ୟାଳୟ ଉପରେ ବୋମା ମାଡ

ଥିରୁଭାନନ୍ତପୁରମ,୧ ।୭: କେରଳର ଥିରୁଭାନନ୍ତପୁରମରେ ଥିବା ସିପିଆଇ(ଏମ) ମୁଖ୍ୟାଳୟ ଉପରେ ବୋମା ମାଡ ହୋଇଛି । ବାଇକରେ ଆସି ଜଣେ ବ୍ୟକ୍ତି ଏହି ବୋମା ମାଡ...

ପୁଣି ଅନୁପ୍ରବେଶକାରୀଙ୍କୁ ଧରିଲେ ଯବାନ

ଜମ୍ମୁ-କଶ୍ମୀର,୨୭।୮: ଜମ୍ମୁ ଆର୍ନିଆ ସେକ୍ଟରସ୍ଥିତ ସୀମାନ୍ତ ଅଞ୍ଚଳରୁ ଶନିବାର ଜଣେ ଅନୁପ୍ରବେଶକାରୀଙ୍କୁ ବିଏସ୍‌ଏଫ୍‌ ଯବାନ ଧରିବାରେ ସଫଳ ହୋଇଛନ୍ତି। ଅନୁପ୍ରବେଶକାରୀ ଜଣକ ପାକିସ୍ତାନୀ ନାଗରିକ ବୋଲି...

ଅନ୍ତିମ ସଂସ୍କାର ପାଇଁ ଏକାସାଙ୍ଗରେ ବାହାରିଲା ୪୧ ମୃତଦେହ

ଭୋପାଳ,୯।୪: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥି ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଅନେକ ସ୍ଥାନରେ...

ସୋନିଆଙ୍କ ବାସଭନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୨।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ଗୁରୁବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀ ବାସଭନରେ ଭେଟିଛନ୍ତି। ରାଜସ୍ଥାନର ରାଜନୈତିକ ସ୍ଥିତି ଓ କ୍ୟାବିନେଟ୍‌ ସମ୍ପ୍ରସାରଣ...

Advertisement
Archives

Model This Week