Posted inଜାତୀୟ

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଜାଖଡଙ୍କୁ ମିଳିପାରେ ଏହି ସ୍ଥାନ

ଚଣ୍ଡିଗଡ଼,୧୮ ।୯: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ପ୍ରଥମେ କ୍ରିକେଟର ତଥା ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ସହ ବାଦ ବିବାଦ ପରେ ଏବେ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି । ଦଳ କନ୍ଦଳ, ବିଧାୟକଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଏମିତି ଆହୁରି ଅନେକ କାରଣକୁ ନେଇ କିଛିଦିନ ହେବ ପଞ୍ଜାବ ରାଜନୀତି ଥିଲା ସରଗରମ । ଶନିବାର ବିଧାୟକ ଦଳର ବୈଠକ ପୂର୍ବରୁ ଅମରିନ୍ଦର ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିିଲେ । ଆଉ ଅପରାହ୍ନରେ ସେ ରାଜ୍ୟପାଳଙ୍କୁ ଭେଟି ସମସ୍ତ ପ୍ରଶ୍ନରେ ବିରାମ ଲଗାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ, ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୁନୀଲ ଜାଖଡଙ୍କୁ ଏବେ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଅନୁମାନ କରାଯାଉଛି ।

ଇସ୍ତଫା ଦେବାପରେ ରାଜ ଭବନ ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ଅମରିନ୍ଦର କହିଛନ୍ତି, ମୁଁ କଂଗ୍ରେସ ଦଳରେ ଅଛି ଓ ଦଳ ପାଇଁ କାର୍ଯ୍ୟ କରିବି । ମୋ ସମର୍ଥକଙ୍କ ସହ କଥା ହେବି ଓ ଆଗାମୀ ଯୋଜନା ଆଲୋଚନା କରିବୁ ବୋଲି ସେ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ପଦରେ ଥାଇ ସେ ଲା’ିତ ହୋଇଥିବା ଅନୁଭବ କରିବାରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି । ଆଉ ଏ କଥା ସେ ପୂର୍ବରୁ ହାଇ କମାଣ୍ଡକୁ କହି ସାରିଥିଲେ ବୋଲି ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଭେଟିବେ ଶେଖ ହାସିନା, ୭ଟି ଚୁକ୍ତି ଉପରେ ହେବ ସ୍ୱାକ୍ଷର

ନୂଆଦିଲ୍ଲୀ,୬ ।୯: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ କରିବାକୁ ୪ ଦିବସୀୟ ଭାରତ ଗସ୍ତରେ ଆସିଛନ୍ତି । ସୋମବାର...

କୋଭିଡର ଦୁଇଟି ଭାରିଆଣ୍ଟରେ ସଂକ୍ରମିତ ହେଲେ ମହିଳା ଡାକ୍ତର

ଡିସପୁର,୨୧।୭: ଆସାମର ଜଣେ ମହିଳା ଡାକ୍ତର ଏକାସାଙ୍ଗରେ ୨ଟି ଭିନ୍ନ କରୋନା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯାହା ଦେଶର ପ୍ରଥମ ମାମଲା। ଏନେଇ ଡିବ୍ରୁଗଡ଼...

ଠିକ୍‌ ସମୟରେ ହସ୍ତକ୍ଷେପ କରିବୁ

ନୂଆଦିଲ୍ଲୀ,୧୨ା୨(ପି.ଟି.): ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା କରାଯିବ ଏବଂ ଉପଯୁକ୍ତ ସମୟରେ ହିଜାବ ପିଟିଶନର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଶିକ୍ଷାନୁଷ୍ଠାନରେ...

କଂଗ୍ରେସକୁ କେହି ବଞ୍ଚାଇ ପାରିବେ ନାହିଁ: ଶିବରାଜ

ଭୋପାଳ,୨୪।୮: ଗୋଟିଏ ପଟେ ନେତୃତ୍ୱ ପରିବର୍ତ୍ତନକୁ ନେଇ କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲୁସି )ର ବୈଠକ ଚାଲୁଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଆଲୋଚନା...

ମୂସଓ୍ବୋଲା ହତ୍ୟାର ବିଚାର ବିଭାଗୀୟ ତଦନ୍ତ ହେବ

ଚଣ୍ଡିଗଡ଼,୩୧।୫: ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଜଣେ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ବିଚାର ବିଭାଗୀୟ କମିଶନ ଲୋକପ୍ରିୟ ଗାୟକ ସିଦ୍ଧୁ ମୂସଓ୍ବୋଲା ହତ୍ୟା ଘଟଣାର ତଦନ୍ତ...

ନୀତୀଶ କୁମାରଙ୍କୁ ବିଦେଶୀ ମହିଳାଙ୍କ ସହ ତୁଳନା କଲେ କୈଳାଶ ବିଜୟବର୍ଗିୟ

ଇନ୍ଦୋର,୧୯।୮: ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟ ବିଦେଶରୁ ଭାରତ ଫେରିଛନ୍ତି। ସେ ଇନ୍ଦୋର ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ସମର୍ଥକମାନେ ତାଙ୍କୁ ସ୍ବାଗତ...

ଲିଭ୍‌ ଇନ୍‌ ପାର୍ଟନରଙ୍କୁ ହତ୍ୟା କରି ବାଥ୍‌ରୁମ୍‌ କାନ୍ଥରେ ସିମେଣ୍ଟ ଦେଲେ ଯୁବକ

ପାଲଘର, ୭।୨: ମହାରାଷ୍ଟ୍ର ପାଲଘରରେ ଜଣେ ଯୁବକ ତାଙ୍କ ଲିଭ୍‌ ଇନ୍‌ ପାର୍ଟନରଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ହତ୍ୟା କରିଛନ୍ତି। ସ୍ଥାନୀୟ ବୃନ୍ଦାବନ ଦର୍ଶନ କମ୍ପ୍ଲେକ୍ସ୍‌ରେ ଫ୍ଲାଟ୍‌...

ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୧।୫: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ...

Advertisement
Archives

Model This Week