Posted inଜାତୀୟ

ସମ୍ପୂର୍ଣ୍ଣ ସଜ୍ଜା କାଟି ସାରିଥିଲେ ବି ମୁକୁଳି ପାରୁ ନାହାନ୍ତି ୧,୦୩୧ କଏଦୀ

ନୂଆଦିଲ୍ଲୀ,୧୮ ।୯: ଦେଶର ବିଭିନ୍ନ ରାଜ୍ୟର ଜେଲ୍‌ରେ କଏଦୀ ଥିବା କେତେଜଣ କଏଦୀ ସେମାନଙ୍କର ସମ୍ପୂର୍ଣ୍ଣ ସଜ୍ଜା କାଟି ସାରିଥିଲେ ବି ଏପର୍ଯ୍ୟନ୍ତ ମୁକୁଳି ପାରୁ ନ ଥିବା ଜଣାପଡିଛି । ଅନ୍ରପଟେ ଆଉ କେତେଜଣ କଏଦୀ କେବେ ମୁକୁଳିବେ ସେହି ସମୟକୁ ଚାର୍ହି ବସିଛନ୍ତି । ଉତ୍ତର ପ୍ରଦେଶର ବିଭିନ୍ନ ଜିଲାର ଜେଲରେ ଥିବା ସର୍ବାଧିକ କଏଦୀ ଏବେ ସଜ୍ଜା କାଟି ସାରିବା ପରେ ବି ଘରକୁ ଯାଇ ପାରୁ ନାହାନ୍ତି । ଏମାନେ ଗୋଟିଏ କି ଦୁଇଦିନ ନୁହେଁ ସଜ୍ଜା କାଟିବା ପରେ ପୁଣି ମାସ ମାସ ଧରି ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ତେବେ ଏହା ପଛର ଅସଲ କାରଣ ହେଉଛି ଏମାନଙ୍କ ଉପରେ ଲାଗିଥିବା ଜରିମାନା ଅର୍ଥ ଏମାନେ ପଇଠ କରି ନ ପାରିବାରୁ ଅତିରିକ୍ତ ସଜ୍ଜା କାଟୁଛନ୍ତି । ୩୧ ଡିସେମ୍ବର ୨୦୧୯ର ତଥ୍ୟ କହୁଛି ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୧,୦୩୧ ଜଣ କଏଦୀ ସଜ୍ଜା କାଟି ସାରିଥିବା ବେଳେ ଜରିମାନା ଅର୍ଥ ପଇଠ ନ କରିପାରି ଅତିରିକ୍ତ ସଜ୍ଜା କାଟୁଛନ୍ତି । ଉତ୍ତର ପ୍ରଦେଶରେ ଏହିଭଳି ସବୁଠାରୁ ଅଧିକ ୧୯୨ କଏଦୀ ରହିଥିବା ବେଳେ ମିଜୋରାମରେ ୧୧୪, ଆସାମରେ ୧୦୬, କେରଳରେ ୧୧୧, ଦିଲ୍ଲୀରେ ୪୧, ମଧ୍ୟପ୍ରଦେଶରେ ୭୮, ପଞ୍ଜାବ ୬୯, ରାଜସ୍ଥାନ ୬୬, ହରିୟାଣା ୨୨, ଗୁଜରାଟ ୧୩, ମହାରାଷ୍ଟ୍ର ୨୨ କଏଦୀ ଓ ପଶ୍ଚିମବଙ୍ଗରେ ପାଖାପାଖି ୫୬ ଜଣ କଏଦୀ ଅତିରିକ୍ତ ସଜ୍ଜା କାଟୁଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକ, କୃଷକଙ୍କ ପାଇଁ ୩.୧୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପ୍ରାୟ ୩.୧୬ ଲକ୍ଷ କୋଟି ଟଙ୍କାର ଯୋଜନା...

ଭୂସ୍ଖଳନ ଯୋଗୁ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥ ବନ୍ଦ

ଶିମଲା,୩୧।୭: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଥିଯୋଗୁ ରାଜ୍ୟରେ ଅନେକ ରାସ୍ତା ବନ୍ଦ ହୋଇପଡ଼ିଥିବାରୁ ଯାତାୟତରେ ବାଧା...

‘ବିନା ସହମତିରେ ମହିଳାଙ୍କୁ ଛୁଇଁବା ଅପରାଧ’

ମୁମ୍ବାଇ, ୨୬ା୧୨: ବିନା ସହମତିରେ ଜଣେ ମହିଳାଙ୍କ ଶରୀରକୁ ଜଣେ ଅଜଣା ବ୍ୟକ୍ତି ଛୁଇଁବା ଅର୍ଥ ତାଙ୍କ ମର୍ଯ୍ୟାଦା ହାନି କରିବା। ଏହା ଅପରାଧ ବୋଲି...

ତିନି ଦିନିଆ ତାମିଲନାଡୁ ଗସ୍ତରେ ରାହୁଲ ଗାନ୍ଧୀ: ମୋଦି ସରକାରଙ୍କ ବିରୋଧରେ ମିଶିକି ଲଢିବାକୁ ଆହ୍ୱାନ

ଚେନ୍ନାଇ,୨୩ ।୧: ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ହେଲାଣି ସରଗରମ । ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି । ଏହାକୁ...

ବିକାଶ ଦୁବେଙ୍କ ସମ୍ପତ୍ତିର ହେବ ହିସାବ କିତାବ

କାନପୁର,୧୧।୭: ମୋଷ୍ଟ ଓ୍ବାଣ୍ଟେଡ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ପରେ ବି ତାଙ୍କୁ ନେଇ ଚର୍ଚ୍ଚା କମିବାର ନାଁ ନେଉନି। ଏନ୍‌କାଉଣ୍ଟର ପରେ ଏବେ...

ନ୍ୟାୟ ନ ମିଳିବାରୁ ୨ ସନ୍ତାନଙ୍କ ସହ ପାଣି ଟାଙ୍କିରେ ଚଢ଼ିଲେ ମହିଳା

ଲକ୍ଷ୍ନୌ, ୯।୯: ଉତ୍ତର ପ୍ରଦେଶର ଭଦୋହୀ ଜିଲାରୁ ଚକିତ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଜମିବାଡ଼ି ମାମଲାରେ ନ୍ୟାୟ ନ ମିଳିବାରୁ ଜଣେ...

ଫ୍ରି ଫାୟାର ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୪।୨: କେନ୍ଦ୍ରର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ୫୪ ମୋବାଇଲ ଆପ୍ଲିକେଶନ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିସ କରିଛନ୍ତି। ଏହି ଆପ୍‌ ତାଲିକାରେ ରହିଛି ଗାରେନା ଫ୍ରି...

ପଶ୍ଚିମବଙ୍ଗ ଭାଜପାରେ ଘରକଳି ପଦାରେ, ଶାହାଙ୍କ ଗସ୍ତ ପୂର୍ବରୁ ୧୫ ପଦାଧିକାରୀଙ୍କ ଇସ୍ତଫା…

କୋଲକାତା, ୨।୫ : ପଶ୍ଚିମବଙ୍ଗ ଭାଜପାରେ ଘରକଳି ବଢ଼ିବାରେ ଲାଗିଛି। ଏବେ ଏହା ପଦାରେ ପଡ଼ିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଜେ ବଙ୍ଗଳାରେ ଦଳର ମତଭେଦ...

Advertisement
Archives

Model This Week