Posted inଜାତୀୟ

ପୁଲୱାମା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ସଫଳତା, ଆଉ ଜଣେ ଆତଙ୍କବାଦୀ ମୃତ ୨ ଏକେ ୪୭ ଜବତ

ପୁଲୱାମା,୨୮ ।୪: ଜମ୍ମୁ-କଶ୍ମୀର ପୁଲୱାମାର ମିତ୍ରିଗାମ ଅଞ୍ଚଳରେ ବୁଧବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ହେଲେ ଗୁରୁବାର ପୁଣିଥରେ ପୋଲିସ ପକ୍ଷରୁ ସୂଚନା ମିଳିଛି କି ଉକ୍ତ ଏନକାଉଣ୍ଟରରେ ପୁଲୱାମାର ମିତ୍ରିଗାମ ଆଞ୍ଚଳରେ ଆଉଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୨ଟି ଏକେ ୪୭ ରାଇଫଲ ଜବତ କରାଯାଇଛି ।
କଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି, ପୁଲୱାମା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏମାନେ ସ୍ଥାନୀୟ ଅଞ୍ଚଳର ଏଜାଜ ହାଫିଜ ଓ ଶାହିଦ ଅୟୁବ ବୋଲି ଜଣାପଡିଛି । ଉଭୟଙ୍କ ନିକଟରୁ ୨ଟି ଏବେ ୪୭ ଜବତ କରାଯାଇଥିବା ବେଳେ ଉଭୟ ବନ୍ଦ୍ରେ ସଙ୍ଗଠନର ସମ୍ପର୍କରେ ଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଆସି ଦାୟିତ୍ୱ ନେଲେ ଲ୍ୟୁଟ୍‌ନାଣ୍ଟ ଜେନେରାଲ

ଜୟପୁର,୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଫିଟ୍‌ ଇଣ୍ଡିଆ’ ଅଭିଯାନକୁ ସମର୍ଥନ କରି ଲ୍ୟୁଟ୍‌ନାଣ୍ଟ ଜେନେରାଲ ଆଲୋକ ସିଂ କ୍ଲେର ଦିଲ୍ଲୀରୁ ସାଇକେଲ ଚଳାଇ ଜୟପୁରସ୍ଥିତ ସାଉଥ...

ଦ୍ୱିତୀୟ ଲହରରେ ୫୭୭ ଶିଶୁ ଅନାଥ

ନୂଆଦିଲ୍ଲୀ,୨୭ା୫: କୋଭିଡ୍‌-୧୯ର ଦ୍ୱିତୀୟ ଲହର ପ୍ରଥମଠାରୁ ଅଧିକ ଘାତକ ହୋଇଛି। ଏହି ଲହର ଆସିବା ପରେ ଦେଶର ବିଭିନ୍ନ ଭାଗରେ ୫୭୭ ଶିଶୁ ସେମାନଙ୍କ ମା’ବାପାଙ୍କୁ...

ୟୁଏନ୍‌ଏସ୍‌ସିରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ଚାଇନା ଅରାଜି

ନୂଆଦିଲ୍ଲୀ,୨୩ା୭: ଜାତିସଂଘ ସୁରକ୍ଷା ପରିଷଦର (ୟୁଏନ୍‌ଏସ୍‌ସି)ର ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ୪ ରାଷ୍ଟ୍ରର ସମର୍ଥନ ମିଳିଛି। ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ଲୋକ ସଭାରେ...

ଆଧାର ତଥ୍ୟ ୧୦ ବର୍ଷରେ ଥରେ ଅପ୍‌ଡେଟ୍‌ କରିବା ବାଧ୍ୟ

ନୂଆଦିଲ୍ଲୀ,୧୧ା୧୧:କେନ୍ଦ୍ର ସରକାର ଆଧାର ନିୟମାବଳୀରେ ସଂଶୋଧନ କରି ପ୍ରତି ୧୦ ବର୍ଷରେ ଥରେ ନାଗରିକମାନେ ସେମାନଙ୍କ ଆଧାର ତଥ୍ୟ ଅପ୍‌ଡେଟ୍‌ (ସଂଶୋଧନ) କରିବାକୁ ବାଧ୍ୟତାମୂଳକ କରିଛନ୍ତି।...

ଦିଲ୍ଲୀରେ ବଢିଲା ପ୍ରଦୂଷଣର ମାତ୍ରା

ନୂଆଦିଲ୍ଲୀ,୨୮।୧୦: ସମସ୍ତ ବାରଣ ସତ୍ତ୍ୱେ ବି ରାଜଧାନୀ ଦିଲ୍ଲୀରେ ରବିବାର ଲୋକେ ବାଣ ଫୁଟାଇ ପାଳନ କଲେ ଦୀପାବଳି। ଆଉ ଏହାର ଫଳ ସ୍ବରୂପ ସୋମବାର...

୪ ମାସ ସମୟ ଅଛି, ଚିନ୍ତା କରିବାର କୌଣସି କାରଣ ନାହିଁ : ଆରବିଆଇ ଗଭର୍ନର

ନୂଆଦିଲ୍ଲୀ,୨୨।୫:  ୨ ହଜାର ଟଙ୍କିଆ ନୋଟକୁ ବନ୍ଦ ହେବାର ଘୋଷଣା ପରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ନିଜର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ଆରବିଆଇର...

ନିୟନ୍ତ୍ରଣ ରେଖାରେ ଯବାନ ପାଳିଲେ ବଡ଼ଦିନ: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଶ୍ରୀନଗର,୨୫।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଯବାନମାନେ ବଡ଼ଦିନ ପାଳନ କରୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯବାନମାନେ ଜିଙ୍ଗଲ୍‌...

୧୧ରୁ କାର୍ଯ୍ୟସ୍ଥଳରେ ଟିକା

ନୂଆଦିଲ୍ଲୀ, ୮।୪: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ଟିକାକରଣକୁ ଅଧିକ ବ୍ୟାପକ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧୧ରୁ...

Advertisement
Archives

Model This Week