Posted inଖେଳ

ଖୁସି ପ୍ରକାଶ କଲେ ପୂଜାରା

ମୁମ୍ବାଇ,୨୩।୫: ଜୁଲାଇ ୧ରୁ ବର୍ମିଂହାମରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ଲାଗି ଭାରତୀୟ ଟେଷ୍ଟ ଦଳରୁ ଡାକରା ପାଇବା ପରେ ଖୁସି ପ୍ରକାଶ କରିଛନ୍ତି ଚେତେଶ୍ୱର ପୂଜାରା। ଖରାପ ଫର୍ମ କାରଣରୁ ଚଳିତ ବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରିଜ୍‌ରୁ ତାଙ୍କୁ ବାଦ୍‌ ଦିଆଯାଇଥିଲା। ନିକଟରେ କାଉଣ୍ଟି କ୍ରିକେଟରେ ସେ ଦୁଇଟି ଦ୍ୱିଶତକ ସହ ୭୦୦ରୁ ଊର୍ଦ୍ଧ୍ୱ ରନ୍‌ ସ୍କୋର କରିଥିଲେ। କାଉଣ୍ଟି କ୍ରିକେଟରେ ତାଙ୍କ ପ୍ରଦର୍ଶନ ବିଚାରକୁ ନେଇଥିବାରୁ ଚୟନକର୍ତ୍ତାଙ୍କୁ ପୂଜାରା ଧନ୍ୟବାଦ୍‌ ଦେଇଛନ୍ତି।
”ଇଂଲଣ୍ଡ ଟେଷ୍ଟ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ଏବଂ କାଉଣ୍ଟି କ୍ରିକେଟରେ ମୋ ପ୍ରଦର୍ଶନକୁ ବିଚାରକୁ ନିଆଯାଇଥିବାରୁ ମୁଁ ଅତ୍ୟନ୍ତ ଖୁସି। ମୋର ବଶ୍ୱାସ ଥିଲା, ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଲାଗି କାଉଣ୍ଟି କ୍ରିକେଟ ମୋତେ ଭଲ ସ୍ଥିତିରେ ରଖିବ। ପ୍ରତି ଥର ଭଳି ମୁଁ ବିଦେଶ ଗସ୍ତ ପୂର୍ବରୁ ଏଭଳି ପ୍ରସ୍ତୁତି ଏବଂ ଟ୍ରେନିଂକୁ ଗୁରୁତ୍ୱଦିଏ। ଆଶା କରେ ଭାରତୀୟ ଦଳ ପ୍ରତି ଯୋଗଦାନ ଜାରି ରଖିବି“ବୋଲି ପୂଜାରା ରବିବାର ରାତିରେ ଇଂଲଣ୍ଡରୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସସେକ୍ସ ପକ୍ଷରୁ ଚଳିତ ସିଜନରେ ପୂଜାରା ମାତ୍ର ୫ ମ୍ୟାଚ୍‌ (୮ ଇନିଂସ)ରେ ୭୨୦ ରନ୍‌ କରିଛନ୍ତି। ଏଥିରେ ୪ଟି ଶତକ ରହିଛି। କେବଳ ଡରହାମର ସିନ ଡିକସନ ଓ ଡର୍ବିଶାୟାରର ଶନ ମାସୁଦ କାଉଣ୍ଟି ଚାମ୍ପିୟନଶିପ୍‌ ଡିଭିଜନ ୨’ରେ ତାଙ୍କ ଠାରୁ ଅଧିକ ସ୍କୋର କରିଛନ୍ତି। ୩୩ ବର୍ଷୀୟ ପୂଜାରା ଏବେ ୧୦୦ ଟେଷ୍ଟଠାରୁ ମାତ୍ର ୫ ମ୍ୟାଚ୍‌ ଦୂରରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଜେଣ୍ଟିନାର ‘ଗୋଲ୍ଡେନ ବୟ’

୧୯୬୦ ଅକ୍ଟୋବର ୩୦ରେ ଆର୍ଜେଣ୍ଟିନାର ବୁଏନ୍ସ ଆରିଜରେ ଜନ୍ମଗ୍ରହଣ କରିଥିବା ମାରାଡୋନା ୧୯୭୭ରୁ ୧୯୯୪ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ତରଫରୁ ପ୍ରତିନିଧିତ୍ୱ କରି ୯୧ ମ୍ୟାଚ୍‌ ଖେଳି...

ପ୍ରସ୍ତୁତି ପଥେ ବାରବାଟୀ

ଦୀର୍ଘଦିନ ପରେ ବାରବାଟୀ ଷ୍ଟାଡିୟମରେ ଆୟୋଜନ ହେବାକୁ ଯାଉଛି ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ । ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଭାରତ...

ଆଇପିଏଲ୍‌ ଇତିହାସରେ କୋହଲି ‘ରନ୍‌ ମେଶିନ’; ଏହି ୪ ଖେଳାଳି ତାଙ୍କୁ ଦେଉଛନ୍ତି ଟକ୍କର

ନୂଆଦିଲ୍ଲୀ,୪।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ ସିଜନ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି। ଏହାର ଉଦ୍‌ଘାଟନୀ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

ବାବର, ଭିଭିଆନଙ୍କୁ ପଛରେ ପକାଇଲେ ଶାଇ ହୋପ

ଭୁବନେଶ୍ୱର,୨୨।୧୨- ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଶାଇ ହୋପ ପାକିସ୍ତାନର ବାବର ଆଜାମ ଓ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଭିଭିଆନ ରିଚାଡର୍‌ସଙ୍କୁ ପଛରେ ପକାଇ ଦେଇଛନ୍ତି। ରବିବାର କଟକସ୍ଥ ବାରବାଟୀ...

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଡବଲ୍‌ ଝଟକା: ମ୍ୟାଚ୍‌ରୁ ବାହାରିଲେ ଏହି ଦୁଇ ପ୍ରମୁଖ ଖେଳାଳି

ଆଡିଲେଡ୍‌,୨୩।୧୨: ଡିସେମ୍ବର ୨୬ରେ ଖେଳାଯିବ ବକ୍ସିଂ ଡେ ଟେଷ୍ଟ। ଏହାପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଡବଲ୍‌ ଝଟକା ଲାଗିଛି। କୋଭିଡ-୧୯ର ନିୟମକୁ ନେଇ ମେଲବର୍ନ ଟେଷ୍ଟରୁ ଓପନର୍‌...

ଅଭିନବ ଉପାୟରେ ବିଶ୍ୱକପ୍‌ ଶୁଭେଚ୍ଛା ଜଣାଇଲେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୨୧।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳକୁ ପ୍ରବଳ ସମର୍ଥନ ମିଳୁଛି। ଡିପେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ଠାରୁ ଆରମ୍ଭ କରି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚ୍‌...

କ୍ରିକେଟ ରେଷ୍ଟୁରାଣ୍ଟ ଉଦ୍‌ଘାଟନ କଲେ ଗାଙ୍ଗୁଲି

କୋଲକାତା,୨୦।୯(ପିଟି): ଏଠାରେ କ୍ରିକେଟ ଉପରେ ଆଧାରିତ ରେଷ୍ଟୁରାଣ୍ଟକୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ରେଷ୍ଟୁରାଣ୍ଟରେ ରହିଛି ଭାରତୀୟ କ୍ରିକେଟର ୧୦୦ରୁ...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟ ସାମିଲ: ଘୋଷିତ ହେଲା ୧୮ ଜଣିଆ ଦଳ

ନୂଆଦିଲ୍ଲୀ,୧୨ା୭ : ଆସନ୍ତା ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ବିସିସିଆଇ ପକ୍ଷରୁ ୧୮ ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର...

Advertisement
Archives

Model This Week