Posted inଖେଳ

ଅଲିମ୍ପିକ୍ସ ଆୟୋଜନ ବିରୋଧରେ ଜାପାନରେ ଜନ ଅସନ୍ତୋଷ

ଟୋକିଓ,୧୩।୫(ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ଜାପାନରେ ବିରୋଧ ପ୍ରଦର୍ଶନ କରିବା ସହ ଲୋକେ ଅସନ୍ତୋଷ ଜାହିର କରିଛନ୍ତି। ଅଲିମ୍ପିକ୍ସକୁ ବାତିଲ କରିବା ନେଇ ଦାବି ଜୋର ଧରିଛି। ବିନା ଟିକାକରଣରେ ସରକାରଙ୍କ ଅଲିମ୍ପିକ୍ସ ଆୟୋଜନ କରିବାର ଜିଦ୍‌ ଏବେ ଦେଶକୁ ବିପର୍ଯ୍ୟୟ ଆଡକୁ ନେଇଛି ବୋଲି କୁହାଯାଉଛି। ୩ ଲକ୍ଷରୁ ଊର୍ଦ୍ଧ୍ୱ ନାଗରିକ ଏକ ପିଟିଶନରେ ସ୍ବାକ୍ଷର କରି ଅଲିମ୍ପିକ୍ସକୁ ବାତିଲ କରିବାକୁ ନିବେଦନ କରିଛନ୍ତି। ଏପରିକି ଏକ ତାରକା ସନ୍ତରଣକାରୀଙ୍କୁ ଅଲିମ୍ପିକ୍ସରୁ ଓହରିଯିବାକୁ ଚାପ ପକାଯିବାର ଅଭିଯୋଗ ହୋଇଛି।
ଜାପାନ ପ୍ରଧାନମନ୍ତ୍ରୀ ୟୋଶିହାଇଡ ସୁଗା ଅଲିମ୍ପିକ ସମ୍ପୂର୍ଣ୍ଣ ସୁରକ୍ଷିତ ପରିବେଶରେ ଆୟୋଜନ ହେବ ଓ ଏହି ମେଗା ଇଭେଣ୍ଟ ସଫଳ ହେବ ବୋଲି ବାରମ୍ବାର କହିବା ସହ ଦାବି କରିଆସୁଛନ୍ତି। ଫଳରେ ଜାପାନରେ ଅସନ୍ତୋଷ ଜାହିର କରାଯାଇଛି। ହସ୍ପିଟାଲରେ ବେଡ୍‌ର ଅଭାବ ରହିଛି ଓ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଜରୁରିକାଳୀନ ସ୍ଥିତିକୁ ଆହୁରି ବୃଦ୍ଧି କରାଯାଇଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଦାବି ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି।
ଜାପାନରେ ଏବେ ମାତ୍ର ୧ ପ୍ରତିଶତ ଲୋକଙ୍କର ଟିକାକରଣ ହୋଇଛି। ଲକ୍ଷ ଲକ୍ଷ ଟିକା ବ୍ୟବହାର ନ ହୋଇ ଫ୍ରିଜରରେ ରହିଛି। ଆଉ ଦୁଇମାସ ପରେ ଅଲିମ୍ପିକ୍ସ ଆରମ୍ଭ ହେବ। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଲୋକଙ୍କ ଉପରେ ଅଧିକରୁ ଅଧିକ ଜରୁରିକାଳୀନ କଟକଣା ଜାରିକରୁଛନ୍ତି ଓ ଲୋକଙ୍କୁ ସହଯୋଗ କରିବାକୁ ନିବେଦନ କରୁଛନ୍ତି। ଫଳରେ ଲୋକଙ୍କ ମଧ୍ୟରେ ନୈରାଶ୍ୟଜନକ ସ୍ଥିତି ସୃଷ୍ଟି ହୋଇଛି। ଗତ ମାସରେ ସୁଗା ଓସାକା ସହରରେ ତୃତୀୟ ଷ୍ଟେଟ୍‌ ଇମର୍ଜେନ୍ସି ଜାରି କରିଥିଲେ। ଟିକା ଓ ଔଷଧ ଉପଲବ୍ଧ ହେଉନାହିଁ। ଯଦି ସ୍ଥିତିରେ ସୁଧାର ନ ଆସେ ତା’ହେଲେ ଆମେ ରାଜନୀତି ଦ୍ୱାରା ହିଁ ମୃତ୍ୟୁବରଣ କରିବୁ ବୋଲି ଏକ ଖବରକାଗଜର ଫୁଲ୍‌ ପେଜ୍‌ ବିଜ୍ଞାପନରେ ଉଲ୍ଲେଖ କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ଫଟୋଚିତ୍ରରେ ଜାପାନୀ ପିଲାମାନେ ଖଣ୍ଡା ଆକାରର ଏକ କାଠିରେ ଯୁଦ୍ଧ କରିବାର ଅଭ୍ୟାସ କରୁଥିବା ଏହି ବିଜ୍ଞାପନରେ ଦର୍ଶାଯାଇଛି। ଟୋକିଓସ୍ଥିତ ଏକ ପ୍ରକାଶନ ସଂସ୍ଥା ତାକାରରାଜିମାଶା ଏହି ବିଜ୍ଞାପନ ପ୍ରକାଶ କରିଛି। ରାଜନୈତିକ ଓ ସାମାଜିକ ବ୍ୟବସ୍ଥା ନେଇ ଏହି ସଂସ୍ଥା ରୋକ୍‌ଠୋକ ବାର୍ତ୍ତା ଉପସ୍ଥାପନ କରିଥାଏ ଓ ଏ ନେଇ ଏହା ବେଶ୍‌ ଜଣାଶୁଣା। କରୋନାକୁ ନିୟନ୍ତ୍ରଣ କରିବାରେ ସରକାର ଏକପ୍ରକାର ବିଫଳ ହୋଇଛନ୍ତି ବୋଲି ଏହି ସଂସ୍ଥା କହିଛି। ଲୋକେ ଏବେ ମେଡିକାଲ ଓ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧର ପରବର୍ତ୍ତୀ ଅବସ୍ଥା ଭଳି ଦେଶରେ ସ୍ଥିତି ସୃଷ୍ଟି ହୋଇଛି ବୋଲି ଏହି ପ୍ରକାଶନ ସଂସ୍ଥା କହିଛି। ସୋସିଆଲ ମିଡିଆରେ ମଧ୍ୟ ଏ ନେଇ ଜାପାନରେ ହଇଚଇ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଅଲିମ୍ପିକ୍ସର ସଫଳ ଆୟୋଜନ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜାପାନ ସରକାର ଏବେ ପ୍ରବଳ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଫଳରେ ସରକାର ଏବେ ଅଲିମ୍ପିକ ଆୟୋଜନ ନେଇ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ସରକାର ଏହାକୁ କିଭଳି ସାମ୍ନା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri