Posted inଖେଳ

ଅଲିମ୍ପିକ୍ସ ଆୟୋଜନ ବିରୋଧରେ ଜାପାନରେ ଜନ ଅସନ୍ତୋଷ

ଟୋକିଓ,୧୩।୫(ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ଜାପାନରେ ବିରୋଧ ପ୍ରଦର୍ଶନ କରିବା ସହ ଲୋକେ ଅସନ୍ତୋଷ ଜାହିର କରିଛନ୍ତି। ଅଲିମ୍ପିକ୍ସକୁ ବାତିଲ କରିବା ନେଇ ଦାବି ଜୋର ଧରିଛି। ବିନା ଟିକାକରଣରେ ସରକାରଙ୍କ ଅଲିମ୍ପିକ୍ସ ଆୟୋଜନ କରିବାର ଜିଦ୍‌ ଏବେ ଦେଶକୁ ବିପର୍ଯ୍ୟୟ ଆଡକୁ ନେଇଛି ବୋଲି କୁହାଯାଉଛି। ୩ ଲକ୍ଷରୁ ଊର୍ଦ୍ଧ୍ୱ ନାଗରିକ ଏକ ପିଟିଶନରେ ସ୍ବାକ୍ଷର କରି ଅଲିମ୍ପିକ୍ସକୁ ବାତିଲ କରିବାକୁ ନିବେଦନ କରିଛନ୍ତି। ଏପରିକି ଏକ ତାରକା ସନ୍ତରଣକାରୀଙ୍କୁ ଅଲିମ୍ପିକ୍ସରୁ ଓହରିଯିବାକୁ ଚାପ ପକାଯିବାର ଅଭିଯୋଗ ହୋଇଛି।
ଜାପାନ ପ୍ରଧାନମନ୍ତ୍ରୀ ୟୋଶିହାଇଡ ସୁଗା ଅଲିମ୍ପିକ ସମ୍ପୂର୍ଣ୍ଣ ସୁରକ୍ଷିତ ପରିବେଶରେ ଆୟୋଜନ ହେବ ଓ ଏହି ମେଗା ଇଭେଣ୍ଟ ସଫଳ ହେବ ବୋଲି ବାରମ୍ବାର କହିବା ସହ ଦାବି କରିଆସୁଛନ୍ତି। ଫଳରେ ଜାପାନରେ ଅସନ୍ତୋଷ ଜାହିର କରାଯାଇଛି। ହସ୍ପିଟାଲରେ ବେଡ୍‌ର ଅଭାବ ରହିଛି ଓ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଜରୁରିକାଳୀନ ସ୍ଥିତିକୁ ଆହୁରି ବୃଦ୍ଧି କରାଯାଇଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଦାବି ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି।
ଜାପାନରେ ଏବେ ମାତ୍ର ୧ ପ୍ରତିଶତ ଲୋକଙ୍କର ଟିକାକରଣ ହୋଇଛି। ଲକ୍ଷ ଲକ୍ଷ ଟିକା ବ୍ୟବହାର ନ ହୋଇ ଫ୍ରିଜରରେ ରହିଛି। ଆଉ ଦୁଇମାସ ପରେ ଅଲିମ୍ପିକ୍ସ ଆରମ୍ଭ ହେବ। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଲୋକଙ୍କ ଉପରେ ଅଧିକରୁ ଅଧିକ ଜରୁରିକାଳୀନ କଟକଣା ଜାରିକରୁଛନ୍ତି ଓ ଲୋକଙ୍କୁ ସହଯୋଗ କରିବାକୁ ନିବେଦନ କରୁଛନ୍ତି। ଫଳରେ ଲୋକଙ୍କ ମଧ୍ୟରେ ନୈରାଶ୍ୟଜନକ ସ୍ଥିତି ସୃଷ୍ଟି ହୋଇଛି। ଗତ ମାସରେ ସୁଗା ଓସାକା ସହରରେ ତୃତୀୟ ଷ୍ଟେଟ୍‌ ଇମର୍ଜେନ୍ସି ଜାରି କରିଥିଲେ। ଟିକା ଓ ଔଷଧ ଉପଲବ୍ଧ ହେଉନାହିଁ। ଯଦି ସ୍ଥିତିରେ ସୁଧାର ନ ଆସେ ତା’ହେଲେ ଆମେ ରାଜନୀତି ଦ୍ୱାରା ହିଁ ମୃତ୍ୟୁବରଣ କରିବୁ ବୋଲି ଏକ ଖବରକାଗଜର ଫୁଲ୍‌ ପେଜ୍‌ ବିଜ୍ଞାପନରେ ଉଲ୍ଲେଖ କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ଫଟୋଚିତ୍ରରେ ଜାପାନୀ ପିଲାମାନେ ଖଣ୍ଡା ଆକାରର ଏକ କାଠିରେ ଯୁଦ୍ଧ କରିବାର ଅଭ୍ୟାସ କରୁଥିବା ଏହି ବିଜ୍ଞାପନରେ ଦର୍ଶାଯାଇଛି। ଟୋକିଓସ୍ଥିତ ଏକ ପ୍ରକାଶନ ସଂସ୍ଥା ତାକାରରାଜିମାଶା ଏହି ବିଜ୍ଞାପନ ପ୍ରକାଶ କରିଛି। ରାଜନୈତିକ ଓ ସାମାଜିକ ବ୍ୟବସ୍ଥା ନେଇ ଏହି ସଂସ୍ଥା ରୋକ୍‌ଠୋକ ବାର୍ତ୍ତା ଉପସ୍ଥାପନ କରିଥାଏ ଓ ଏ ନେଇ ଏହା ବେଶ୍‌ ଜଣାଶୁଣା। କରୋନାକୁ ନିୟନ୍ତ୍ରଣ କରିବାରେ ସରକାର ଏକପ୍ରକାର ବିଫଳ ହୋଇଛନ୍ତି ବୋଲି ଏହି ସଂସ୍ଥା କହିଛି। ଲୋକେ ଏବେ ମେଡିକାଲ ଓ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧର ପରବର୍ତ୍ତୀ ଅବସ୍ଥା ଭଳି ଦେଶରେ ସ୍ଥିତି ସୃଷ୍ଟି ହୋଇଛି ବୋଲି ଏହି ପ୍ରକାଶନ ସଂସ୍ଥା କହିଛି। ସୋସିଆଲ ମିଡିଆରେ ମଧ୍ୟ ଏ ନେଇ ଜାପାନରେ ହଇଚଇ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଅଲିମ୍ପିକ୍ସର ସଫଳ ଆୟୋଜନ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜାପାନ ସରକାର ଏବେ ପ୍ରବଳ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଫଳରେ ସରକାର ଏବେ ଅଲିମ୍ପିକ ଆୟୋଜନ ନେଇ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ସରକାର ଏହାକୁ କିଭଳି ସାମ୍ନା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସୀୟ କ୍ରୀଡ଼ା: ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଭାରତ ପାଇଁ ୨୦ତମ ସ୍ବର୍ଣ୍ଣ ପଦକ ଜିତିଲେ ଅମନ ସେହରାୱତ

ନୂଆଦିଲ୍ଲୀ,୩।୧୦: ଅମନ ସେହରାୱତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି। ଏହି…

ଅଭିଷେକ କିମ୍ବା ତିଲକ ନୁହଁନ୍ତି, ଏହି ଦୁଇ ବୋଲର୍‌ ଟିମ ଇଣ୍ଡିଆକୁ ଦେଲେ ସ୍ବର୍ଣ୍ଣ ପଦକ, ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୧୦: ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି।…

ପାକିସ୍ତାନକୁ ଧୂଳି ଚଟାଇ ସ୍ବର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ଭାରତ ଏହି ସ୍ବର୍ଣ୍ଣ…

ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ ନେବା ପରେ ‘Baby Celebration’ କଲେ ସାଇମ ଆୟୁବ, ଅଭିଷେକ ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ ଫାଇନାଲ ସମୟରେ, ସାଇମ ଆୟୁବ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ କରିବା ପରେ ‘Baby Celebration’ (ଶିଶୁକୁ କୋଳରେ ଧରି…

୧୫ ଛକା,୧୩ ଚୌକା, T20 କ୍ରିକେଟରେ ସର୍ବାଧିକ ସ୍କୋର ହାସଲ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ମୋଟ ୨୧୧ ରନ ସଂଗ୍ରହ କରିଛି। ଶେଷ ତିନି ଓଭରରେ ଶିବମ ଦୁବେ ଏବଂ…

କ୍ରିସ ଗେଲଙ୍କୁ ପଛରେ ପକାଇ ଇତିହାସ ଚରିଲେ ଅଭିଷେକ ଶର୍ମା

ନୂଆଦିଲ୍ଲୀ,୩।୧୦: ଅଭିଷେକ ଶର୍ମା ୨୦୨୬ ଏସୀୟ କ୍ରୀଡ଼ା (Asian Games) ଫାଇନାଲରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୨୮ଟି ବଲରେ ୬୧ ରନର ଏକ…

୬,୬,୬,୬,୬,୬… ପାକିସ୍ତାନୀ ବୋଲରଙ୍କୁ ଧୋଇଲେ ଅଭିଷେକ, ୨୦ ବଲରେ କଲେ…

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ଏକ ଦମଦାର ଇନିଂସ ଖେଳିଥିଲେ। ସେ ପାକିସ୍ତାନୀ ବୋଲିଂ ଆକ୍ରମଣକୁ ଧ୍ୱସ୍ତବିଧ୍ୱସ୍ତ କରି ମାତ୍ର…

ଅଭିଷେକ-ତିଲକଙ୍କ ଧୂଆଁଧାର ବ୍ୟାଟିଂ: ପାକିସ୍ତାନକୁ ବିଶାଳ ଟାର୍ଗେଟ୍‌ ଦେଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?