ଜିଡିପି ୭.୫% ରହିବ: ଜାତିସଂଘ

ନୂଆଦିଲ୍ଲୀ:  କ୍ୟାଲେଣ୍ଡର ବର୍ଷ ୨୦୨୧ରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୭.୫% ରହିବା ନେଇ ଜାତିସଂଘ ପକ୍ଷରୁ ବୁଧବାର ଆକଳନ କରାଯାଇଛି। ଜାନୁୟାରୀରେ କରାଯାଇଥିବା ଆକଳନ ତୁଳନାରେ ଏହା ବର୍ତ୍ତମାନ ୦.୨% ବୃଦ୍ଧି କରିଥିବା ଜଣାପଡ଼ିଛି। କୋଭିଡ୍‌-୧୯ ମାମଲା ବଢୁଥିବା ବେଳେ ବିଭିନ୍ନ ଦେଶରେ ଟିକାକରଣ ଠିକ୍‌ ଭାବେ ହେଉ ନ ଥିବାରୁ ଏହା ଆର୍ଥତ୍କ ଅଭିବୃଦ୍ଧି କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଛି ବୋଲି ଏହି ଏଜେନ୍ସି ଏହାର ଓ୍ବାର୍ଲଡ ଇକୋନୋମିକ ସିଚୁଏଶନ ଆଣ୍ଡ ପ୍ରସ୍‌ପେକ୍ଟ ରିପୋର୍ଟରେ ପ୍ରକାଶ କରିଛି। ୨୦୨୨ରେ ଭାରତ ୧୦.୧% ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଜାତିସଂଘ ଆଶାବାଦୀ ରହିଛି। ଦ୍ୱିତୀୟ ଲହରର ପ୍ରଭାବ ଭାରତର ପବ୍ଲିକ ହେଲ୍‌ଥ ସିଷ୍ଟମକୁ ଝଟକା ଦେଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ୨୦୨୧ରେ ବିଶ୍ୱ ଅର୍ଥ ବ୍ୟବସ୍ଥା ୫.୪% ଅଭିବୃଦ୍ଧି ହାସଲ କରିପାରେ। ୨୦୨୦ରେ ଏହା ୩.୬% ହ୍ରାସ ହୋଇଥିଲା।

ଆକଳନ କମାଇଲା ମୁଡିସ୍‌
ଚଳିତ ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି ଆକଳନକୁ ମୁଡିସ୍‌ ଇନ୍‌ଭେଷ୍ଟର୍ସ ସର୍ଭିସ ୯.୩%କୁ କମାଇଛି। କରୋନାର ଦ୍ୱିତୀୟ ଲହର ଦେଶର ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରିଛି। ଏହା ଦୀର୍ଘମିଆଦୀ ଭିତ୍ତିରେ ସୁଧାର ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥିବା ଏହା ପ୍ରକାଶ କରିଛି। ଏହା ଭାରତର ରେଟିଂକୁ ବିଏଏ୩ ରଖିଥିବା ବେଳେ ଆଉଟଲୁକ୍‌କୁ ନେଗେଟିଭ ରଖିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri