ଲଘୁଚାପ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ

କେନ୍ଦ୍ରାପଡ଼ା ଅଫିସ, ୨୧।୮: ବୁଧବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ବ୍ଲକରେ ମୋଟ ୫୭୧ ମିଲିମିଟର ବର୍ଷା ହୋଇଛି। ମହାନଦୀ ଓ ବ୍ରାହ୍ମଣୀ ସିଷ୍ଟମ, ଖରସ୍ରୋତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଜିଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଉପାନ୍ତ ଅଞ୍ଚଳରେ ନଦୀବନ୍ଧ ନ ଥିବାରୁ ୫୫ ପଞ୍ଚାୟତରେ ବର୍ଷା ଓ ବନ୍ୟାଜଳ ପଶିବାକୁ ଆରମ୍ଭ କରିଛି। ସେହିପର ନିଷ୍କାସନ ପଥ ପରିଷ୍କାର ନ ଥିବାରୁ ଚାଷ କ୍ଷେତରେ ପାଣି ଜମିରହିଛି। ଆଳି ଗୋବିନ୍ଦପୁର ଗ୍ରାମର ନବ କିଶୋର ମିଶ୍ର କହନ୍ତି, ଖରସ୍ରୋତାରେ ବନ୍ୟା ଜଳ ଆସିବା ପରେ ଧୋୟାଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବ୍ରାହ୍ମଣୀ ବନ୍ୟା ଜଳ ଏଥିରେ ମିଶିବା ପରେ ସିଂହଗଁା, କୃଷ୍ଣଦାସପୁର, ବଡ ରାଉଳିଆ, ପେଣ୍ଠପାଳ ତରଡିପାଳ, ବଲୁରିଆ, ଅମୃତମଣୋହୀ, ଅଣ୍ଡରା, ବାଲିପାଟଣା, ବଛରା, ତାରପୁର, ଶ୍ରୀରାମପୁର ଆଦି ଗ୍ରାମଗୁଡିକରେ ବର୍ଷା ଓ ବନ୍ୟା ଜଳ ପଶିଛି। ଏହି ଗ୍ରାମରୁ ବାହାରକୁ ଆସିବା ପାଇଁ ଏବେ ଡଙ୍ଗାର ଆବଶ୍ୟକତା ପଡୁଛି। ସେହିପରି ମାନପୁରରୁ ଗୋବିନ୍ଦପୁର ମୁଖ୍ୟ ରାସ୍ତାର କେତେକ ସ୍ଥାନରେ ୨ରୁ ୩ ଫୁଟ ପର୍ଯ୍ୟନ୍ତ ବନ୍ୟା ଜଳ ପ୍ରବାହିତ ହେଉଛି। ପେତପଡା, ଠାକୁରପାଟଣା, ମଦନଗିରି, ଖରଖରି, ବାରମାଣିଆ ଆଦି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। କୃଷକ ନେତା ଗୟାଧର ଧଳ କହନ୍ତି, ହୀରାକୁଦରେ ଗେଟ ଖୋଲା ପରେ ମହାନଦୀ ସିଷ୍ଟମରେ ଥିବା ଚିତ୍ରୋତ୍ପଳା, ପାଇକା, ଗୋବରୀ, ଲୁଣା ଆଦି ନଦୀର ଜଳସ୍ତର ବଢ଼ୁଛି। ଫଳରେ ଜିଲାର ଉପାନ୍ତ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷାକୁ ଲକ୍ଷ୍ୟ ରଖି ଚଳିତବର୍ଷ ୧ ଲକ୍ଷ ୨୪ ହଜାର ହେକ୍ଟର ଜମିରେ ଖରିଫ ଚାଷ ଆରମ୍ଭ ହୋଇଥିଲା। ଏଥିମଧ୍ୟରୁ ପ୍ରାୟ ୯୦ ହଜାର ହେକ୍ଟର କ୍ଷେତରେ ପାଣି ଜମି ରହିଛି। ଜଳ ନିଷ୍କାସନ ପଥ ନ ଥିବାରୁ ଫସଲ ପଚିବା ଆରମ୍ଭ ହୋଇଛି। ତୁରନ୍ତ ଜିଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ତଦନ୍ତ କରାଯାଇ କ୍ଷତିପୂରଣ ଦେବା ପାଇଁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ବନ୍ୟା ପରିସ୍ଥିତିର ସମ୍ମୁଖୀନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ପ୍ରତି ବ୍ଲକରେ ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ହୋଇଛି। ଜିଲା କୃଷି ଅଧିକାରୀଙ୍କୁ କ୍ଷତିଗ୍ରସ୍ତ ଚାଷ ସମ୍ପର୍କରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Test news 2

Test news 2

Test new post

Test new post

ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟର ୧୧ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ କଲା…

ଭୁବନେଶ୍ୱର, ୯ା୯(ସୌମ୍ୟରଞ୍ଜନ ରାଉତ) – ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ମୃତକଙ୍କୁ ଜୀବିତ ଦର୍ଶାଇ ୧୪ ଏକର ଜମି କିଣାବିକାରେ ଜାଲିଆତି: ଧାନ ପଞ୍ଜିକରଣରୁ ବାଦ୍ ପଡ଼ିଲେ ଚାଷୀ,ରାଜରାସ୍ତାକୁ…

ଛତ୍ରପୁର, ୯।୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ମୌଜାରେ ଜମି କିଣାବିକାକୁ ନେଇ ଏକ ବଡ଼ ଧରଣର ଜାଲିଆତି ହୋଇଥିବା…

ଟ୍ୟୁସନ ସାରି ଘରକୁ ଫେରୁଥିଲେ, ସ୍କୁଟି ଆଗକୁ ଚାଲିଆସିଲା କୁକୁର: ନାବାଳକ ଗୁରୁତର, ମାନବିକତା ଦେଖାଇଲେ…

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼-ଭଟଲି ମୁଖ୍ୟ ରାସ୍ତାର ଡାଙ୍ଗ ପେଟ୍ରୋଲ ପମ୍ପ ସମ୍ମୁଖରେ ବୁଧବାର ଏକ ଶୋଚନୀୟ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ୧୫…

ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ…

ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ…

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ବିବାହ ପରେ ବି ପିଛା ଛାଡ଼ୁ ନ ଥିଲେ! ନାବାଳିକାଙ୍କୁ ଅସଦାଚରଣ କରି ବ୍ରହ୍ମପୁର ଜେଲ୍‌ ଗଲେ ରାଜମିସ୍ତ୍ରୀ

ଦିଗପହଣ୍ଡି, ୯।୯ (ଅଶେଷ ନାଥ ମିଶ୍ର): ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ କରିବା ମାମଲାରେ ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri