ଦିଗପହଣ୍ଡି ସହରକୁ ଦୂଷିତ ପାନୀୟ ଜଳ ଯୋଗାଣକୁ ନେଇ ଜନଅସନ୍ତୋଷ, ଜନସ୍ବାସ୍ଥ୍ୟ ବିଭାଗ କହିଲା….

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରକୁ ମୌଳାଭଞ୍ଜା ସ୍ଥିତ ଘୋଡ଼ାହାଡ଼ ନଦୀରୁ ସ୍ଥାନୀୟ ଜନସ୍ବାସ୍ଥ୍ୟ ପାନୀୟଜଳ (ପିଏଚଡି) କାର୍ଯ୍ୟାଳୟ ପକ୍ଷରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି । ତେବେ ବୁଧବାର ଭୋରରୁ ପାଇପରେ ଦୂଷିତ ଗୋଳିଆ ପାଣି ଛଡା ଯାଇଥିବାରୁ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି । ଉକ୍ତ ପାଣି ପିଇବା ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ବୋଲି ଜଣାପଡିଛି । ଦିଗପହଣ୍ଡି ଏନଏସି ୧୧ ଟି ୱାର୍ଡ ଅଧିନ ସାହି ବସ୍ତି ମାନଙ୍କରେ ରହୁଥିବା ପ୍ରାୟ ୩୮୦୦ ଘର କୁ ଲୋକେ ପାଣି ପାଇପ ସଂଯୋଗ ନେଇଛନ୍ତି । ସେହିପରି ୬୦ ରୁ ଉର୍ଦ୍ଧ୍ବ ଷ୍ଟାଣ୍ଡ ପୋଷ୍ଟ ଜରିଆରେ ଲୋକଙ୍କୁ ପାଇପ ପାଣି ଯୋଗାଇ ଦିଆଯାଉଛି । ସେହିପରି ମଳାଭଞ୍ଜା ନଦୀରୁ ମୋଟର ଯୋଗେ ପାଣି ଉଠାଣ ରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହେଲେ ସହରର ହସ୍ପିଟାଲ ରାସ୍ତାରେ ଜନସ୍ବାସ୍ଥ୍ୟ ପାନୀୟଜଳ ବିଭାଗ ପକ୍ଷରୁ ବୋର୍ ଖୋଳି ନିର୍ମାଣ କରାଯାଇଥିବା ସମ୍ପ୍ ରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି। କିନ୍ତୁ ସହର ବାସିନ୍ଦାଙ୍କୁ ଗୋଳିଆ ପାଣି ଯୋଗାଣକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସହରାଞ୍ଚଳ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ସମୟରେ ଜଳ ଯୋଗାଣ କରାଯାଉନାହିଁ ।କର୍ମଚାରୀମାନେ ତାଙ୍କ ମନ ଇଚ୍ଛା ପାଣି ଛାଡୁଛନ୍ତି । ନିୟମିତ ବ୍ୟବଧାନରେ ଟାଙ୍କିକୁ ବ୍ଲିଚିଂ ଦ୍ଵାରା ଶୋଧନ କରାଯାଉନାହିଁ । ଭାଙ୍ଗି ଯାଇଥିବା ଅନେକ ଷ୍ଟାଣ୍ଡପୋଷ୍ଟ ଗୁଡ଼ିକୁ ମାସାଧିକ କାଳ ମରାମତି କରାଯାଉନାହିଁ । ବିଶେଷକରି ୧ ନଂ ୱାର୍ଡର ଅନେକ ସାହି ବସ୍ତିକୁ ପାଣି ଯାଉନାହିଁ ବୋଲି ସିପିଆଇର ସହର କମିଟି ସମ୍ପାଦକ ତପନ କୁମାର ମିଶ୍ର ଅଭିଯୋଗ କରିଛନ୍ତି । ଏନେଇ ବିଭାଗୀୟ  ଯନ୍ତ୍ରୀ ଇଂ. ଅଜିତ କୁମାର ବସ୍ତିଆଙ୍କୁ ପଚାରିବାରୁ ସୋମବାର ମଳାଭଞ୍ଜା ନଦୀ ପଠାରୁ ବାଲି ଉତ୍ତୋଳନ ପାଇଁ ଯାଇଥିବା ହାଇୱା ଜେସିବି ମେସିନ ପ୍ରକଳ୍ପର ରାଇଜିଂ ପାଇପକୁ ଖୋଳି ଭାଙ୍ଗି ଦେଇଥିବା କାରଣରୁ ସହରକୁ ପାଇପ ଜରିଆରେ ପାଣି ଯୋଗାଣରେ ବାଧା ସୃଷ୍ଟି ହୋଇଥିଲା।

ମଙ୍ଗଳବାର ସକାଳୁ ବିଳମ୍ବିତ ରାତି ଯାଏଁ ପାଇପ ମରାମତି କରାଯିବା ସମୟରେ ଗୋଳି ପାଣି ପାଇପରେ ପ୍ରବେଶ କରିଯାଇଥିଲା। ସେହିପରି ପ୍ରକଳ୍ପର ୩ ନଂ ମୋଟରଟି ପୋଡ଼ି ଯାଇଥିବାରୁ ନଦୀରୁ ପାଣି ଉତ୍ତୋଳନରେ ସମସ୍ୟା ସୃଷ୍ଟି ହୋଇଥିଲା। ଅନ୍ୟ ଏକ ପାଇପ ଲାଇନରେ ଲିକେଜ୍ ଥିବାରୁ ତାହାକୁ ପରିବର୍ତ୍ତନ କରାଗଲା। ବୁଧବାର ପ୍ରକଳ୍ପର ୨ ଟାଙ୍କି କୁ ସମ୍ପୂର୍ଣ୍ଣ ସଫା କରାଯାଇଛି। ଗୁରୁବାର ଭୋରରୁ ଟାଙ୍କିରେ ଥିବା ପାଣିକୁ ବିଶୋଧିତ କରାଯାଇ ନିରବଚ୍ଛିନ୍ନ ଭାବେ ବାସିନ୍ଦାଙ୍କୁ ଯୋଗାଣ ପାଇଁ ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ସରିଥିବା ସେ କହିଛନ୍ତି । ସହରର ଥାନା ନିକଟରେ ୬ ଲକ୍ଷ ୫୦ ହଜାର ଲିଟର ବିଶିଷ୍ଟ ଓଭରହେଡ୍ ଟାଙ୍କି ନିର୍ମାଣ ଚାଲିଛି । ଆଗାମୀ ମାସେ ଦୁଇମାସ ମଧ୍ୟରେ ନିର୍ମାଣ କାମ ସରିଗଲେ ପାଣି ପାଇଁ ଆଉ ସମସ୍ୟା ରହିବ ନାହିଁ।

ସେହିପରି ମେଗା ପ୍ରକଳ୍ପ କାର୍ଯ୍ୟ ସରିଗଲେ ସହରକୁ ଉକ୍ତ ପ୍ରକଳ୍ପରୁ ଦୈନିକ ୩ ଲକ୍ଷ ଲିଟର ପାଣି ଯୋଗାଣ କରାଯିବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରତିଦିନ ସହରାଞ୍ଚଳ ବାସିନ୍ଦାଙ୍କୁ ନିର୍ଦ୍ଧାରିତ ସମୟରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି । ନିର୍ଦ୍ଦିଷ୍ଟ ଅଭିଯୋଗ ମିଳିଲେ କର୍ମଚାରୀମାନେ ଷ୍ଟାଣ୍ଡପୋଷ୍ଟ ମରାମତି କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?