ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହେବେ ପିଟି ଉଷା

ନୂଆଦିଲ୍ଲୀ,୨୮ ।୧୧: ଭାରତର ମହାନ ଆଥଲେଟ ପିଟି ଉଷା ଖେଳରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ସେ ଭାରତୀୟ ଅଲିମ୍ପିକ ସଂଘ(ଆଇଓଏ)ର ଅଧ୍ୟକ୍ଷ ହେବା ଏକ ପ୍ରକାର ସ୍ଥିର ନିଶ୍ଚିତ ହୋଇଯାଇଛି । ତାଙ୍କୁ ନିର୍ବିରୋଧରେ ନିର୍ବାଚିତ କରାଯାଇପାରେ । ଡିସେମ୍ବର ୧୦ରେ ଆଇଓଏର ନିର୍ବାଚନ ହେବ । ପିଟି ଉଷା ଅଧ୍ୟକ୍ଷ ପାଇଁ ଏକମାତ୍ର ପ୍ରାର୍ଥି ରହିଛନ୍ତି । ଯଦି ସେ ବିଜୟୀ ହୁଅନ୍ତି ତେବେ ଏହି ପଦ ପାଇବାରେ ସେ ପ୍ରଥମ ମହିଳା ହେବେ ।
ପିଟି ଉଷାଙ୍କ ନାମରେ ଏସିଆଡରେ ୪ ସ୍ୱର୍ଣ୍ଣ ଓ ୭ ରୌପ୍ୟ ପଦକ ରହିଛିି । ସେ ୧୯୮୨, ୧୯୮୬, ୧୯୯୦ ଓ ୧୯୯୪ ଏସିଆଡରେ ପଦକ ଜିତିଥିଲେ । ଏହା ବ୍ୟତୀତ ତାଙ୍କ ନାମରେ ଏସିଆଡ ଚାମ୍ପିୟାନଶିପରେ ୧୪ ସ୍ୱର୍ଣ୍ଣ , ୬ ରୌପ୍ୟ ଓ ୩ ବ୍ରୋଞ୍ଚ ପଦକ ରହିଛି । ୫୮ ବର୍ଷିୟା ପିଟି ଉଷା ୧୯୮୪ ଅଲିମ୍ପିକରେ ୪୦୦ ମିଟର ବାଧା ଦୌଡରେ ଫାଇନାଲରେ ୪ର୍ଥ ସ୍ଥାନରେ ଥିଲେ ।
ଅଧ୍ୟକ୍ଷ ପଦ ପାଇଁ ରବିବାର ପିଟି ଉଷା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କ ସହ ୧୪ ଜଣ ଅନ୍ୟ ପ୍ରାର୍ଥି ଭିନ୍ନ ଭିନ୍ନ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ କରିବାର ଶେଷ ଦିନ ଥିଲା ରବିବାର । ଶୁକ୍ରବାର ଓ ଶନିବାର ଆଇଓଏର ନିର୍ବାଚନ ଅଧିକାରୀ ଉମେଶ ସିହ୍ନାଙ୍କୁ କୌଣସି ନାମାଙ୍କନ ପତ୍ର ମିଳି ନ ଥିବା ବେଳେ ରବିବାର ୨୪ ଜଣ ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି, କହିଲେ ବିରୋଧୀ ନାରୀଙ୍କ ଆତ୍ମସମ୍ମାନକୁ…

ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି…

ବରଗଛରେ ଝୁଲୁଥିଲା ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ, ଏଏସ୍‌ଆଇ ପହଞ୍ଚି…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମ ନିକଟ ଆନ୍ଧ୍ର ଇଟାଭାଟିରେ ରହି କାମ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ଶନିବାର ଭୋର୍‌ରେ…

ଶେଷ ଓଭରରେ ଦିଲ୍ଲୀର ରୋମାଞ୍ଚକ ବିଜୟ

ବେଙ୍ଗାଲୁରୁ,୧୮ା୪: ଡେଭିଡ୍‌ ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଖେଳାଯାଇଥିବା ଏକ ରୋମାଞ୍ଚକ ଆଇପିଏଲ୍‌ ମ୍ୟାଚ୍‌ରେ ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ…

୨ ବାଇକ୍‌ ସହ ଧକ୍କା ହେଲା ଅଟୋ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ମ୍ଲୁକ୍‌ଚେରୀ ନିକଟରେ ୨ ବାଇକ୍‌ ଏବଂ ଗୋଟିଏ ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି।…

ବାପା ହେଲେ ଷ୍ଟାର ଅଲରାଉଣ୍ଡର ରଶିଦ ଖାନ

ନୂଆଦିଲ୍ଲୀ,୧୮ା୪: ଆଫଗାନିସ୍ତାନ ଓ ଗୁଜରାଟ ଟାଇଟନ୍ସ (ଜିଟି) ଷ୍ଟାର ଅଲରାଉଣ୍ଡର ରଶିଦ ଖାନ ଶନିବାର ଏକ ପୁତ୍ର ସନ୍ତାନର ପିତା ହୋଇଛନ୍ତି। ରଶିଦ ସୋସିଆଲ ମିଡିଆରେ ଏକ…

ଚାକିରି ଜୀବନରେ ସାଉଁଟିଥିବା ସ୍ମୃତିକୁ ମନେ ପକାଇ ଗୋପାଳକୃଷ୍ଣ କହିଲେ ଅବସର ପରେ…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ର ସମ୍ପାଦକ ଗୋପାଳକୃଷ୍ଣ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସମବାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri