ପିଏସ୍‌କେ କଳାପଥର ଖାଦାନ ରାସ୍ତା ଶୋଚନୀୟ

ଯାଜପୁର,୨ା୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଞ୍ଚଳରୁ ହାଇୱା, ଟ୍ରକ, ଟ୍ରାକ୍ଟର ଓଭରଲୋଡିଂ ଅବସ୍ଥାରେ ଚଳାଚଳ ଚାଲିଛି। ଦିନକୁ ୨ ହଜାରରୁ ଊର୍ଦ୍ଧ୍ୱ ବୋଲଡର, ଗେଟି, ଚିପ୍ସ ଆଦି ଓଭରଲୋଡିଂ ଗାଡ଼ି ଚଳାଚଳ କରୁଥିବାରୁ ସେହି ଅଞ୍ଚଳର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ହାଇଦ୍ରାବାଦର ଏକ ଠିକାସଂସ୍ଥା ପିଏସ୍‌କେ ଇନଫ୍ରାଷ୍ଟ୍ରକ୍ଚର ଆଣ୍ଡ ପ୍ରୋଜେକ୍ଟ ପ୍ରାଇଭେଟ ଲିଃକୁ ଜାତୀୟ ରାଜପଥ କାର୍ଯ୍ୟ ପାଇଁ ଅନୁମତି ମିଳିଥିବା ଅଞ୍ଜିରା ୭ ନମ୍ବର କଳାପଥର ଖାଦାନ ଓ ତତ୍‌ ସଂଲଗ୍ନ କ୍ରଶରରୁ ଓଭରଲୋଡିଂ ଗାଡ଼ି ଚଳାଚଳ ସୀମା ଟପିଛି । ଗୁରୁବାର ଏଠାରୁ ଓଭରଲୋଡିଂ ଏବଂ ବିନା ଟିପି(ଟ୍ରାନ୍‌ଜିଟ ପାସ)ରେ ଗାଡ଼ି ଚଳାଚଳ କରୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକମାନେ ପିଏସ୍‌କେ ସଂସ୍ଥାର ଗାଡ଼ିଗୁଡିକୁ ଅଟକ ରଖି ଗଡମଧୁପୁର ବନାଞ୍ଚଳର ଅଧିକାରୀମାନଙ୍କୁ ହସ୍ତାନ୍ତର କରିଥିଲେ। ଜଙ୍ଗଲ ବିଭାଗ ଗାଡ଼ି ଜବତ କରିଛି। ଅନ୍ୟପକ୍ଷେ ବେଆଇନ ଗାଡ଼ି ଚଳାଚଳକୁ ନିୟନ୍ତ୍ରଣ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବାଉଁଶଡୋଳ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବାଉଁଶଡୋଳ, ଶ୍ୟାମସୁନ୍ଦରପୁର, ବାଲିସାହି, ମୁକୁନ୍ଦପୁର ପ୍ରମୁଖ ଗ୍ରାମବାସୀ ପିଏସ୍‌କେ ସଂସ୍ଥାର ଗାଡ଼ିଗୁଡିକ ଚଳାଚଳ କରୁଥିବା ରାସ୍ତା ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଜାତୀୟ ରାଜପଥ ନିର୍ମାଣ ପାଇଁ ଖାଦାନ ଓ କ୍ରଶର ଅନୁମତି ନେଇ ଏହି ସଂସ୍ଥା ରାତିସାରା ୨ଶହରୁ ଊର୍ଦ୍ଧ୍ୱ ଗାଡ଼ି ଚଳାଚଳ କରୁଛି। ଏପରି କି କେନ୍ଦ୍ରାପଡ଼ା, ପାରାଦୀପ, କଟକ ବିଭିନ୍ନ ସ୍ଥାନରେ ଗେଟି ଚାଲାଣ କରୁଥିବା ଅଭିଯୋଗ ହେଉଛି। ଏହାସହ କ୍ଷମତାରୁ ଅଧିକ ପଥର ବୋଝେଇ ହେଉଥିବାରୁ ସାଧାରଣ ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରିଛି। କେବଳ ଟ୍ରକ ଓ ଟ୍ରାକ୍ଟର ଉପରେ ବିଭାଗ ଦାଉ ସାଧୁଥିବାବେଳେ ଓଭରଲୋଡିଂ ହାଇୱା ଗାଡ଼ିକୁ ଛାଡି ଦିଆଯାଉଛି। ଫଳରେ ନିକଟରେ ଥିବା ସ୍କୁଲ ପିଲା ଓ ଗ୍ରାମବାସୀ ବାୟୁ ପ୍ରଦୂଷଣ ସହ ବିପର୍ଯ୍ୟସ୍ତ ରାସ୍ତାର ଫଳ ଭୋଗୁଛନ୍ତି। ରାସ୍ତା ଅବସ୍ଥା ଏମିତି ହୋଇଛି ଯେ, ଚାଲି କି ଯିବା କଷ୍ଟକର ହୋଇ ପଡିଛି। ତେଣୁ ରାସ୍ତାର ଆବଶ୍ୟକ ମରାମତି ସହ ବେଆଇନ ଗାଡ଼ି ଚଳାଚଳକୁ ନିୟନ୍ତ୍ରଣ କରିବାକୁ ଅଞ୍ଚଳବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

‘ତୁମର ଜାତି କ’ଣ, ତୁମେ କୋଭିଡ ଟିକା କେଉଁଠାରୁ ନେଇଛ…’; ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri