Posted inଜାତୀୟ

ଆସାମରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମୟରେ ପୋଲିସର ଲାଠିଚାର୍ଜ, ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ

ଗୁଆହାଟୀ,୨୩।୧ : ଆସାମରେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଚାଲିଥିବା ସମୟରେ ଉତ୍ତେଜନା ଦେଖାଦେଇଛି । କଂଗ୍ରେସର ୫ ହଜାରରୁ ଅଧିକ କର୍ମକର୍ତ୍ତାଙ୍କୁ ଗୁଆହାଟୀରେ ପ୍ରବେଶ କରିବାକୁ ଅନୁମତି ଦିଆ ନ ଯିବାରୁ ଉତ୍ତେଜନା ଦେଖାଦେଇଛି। ଉତ୍ତେଜନା ଦେଖାଯିବାରୁ ପୋଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଛି। ଯେଉଁଥିରେ କଂଗ୍ରେସର ଅନେକ ନେତା ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ, ବିନା ଅନୁମତି ପ୍ରବେଶ ଉଦ୍ୟମ ଏବଂ ଆଇନଶୃଙ୍ଖଳା ଭଙ୍ଗକୁ ନେଇ ରାହୁଲ ଗାନ୍ଧୀଙ୍କ ସହ ଅନେକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଡିଜିିପିଙ୍କ ସହ ଆଲୋଚନା କରି ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ବିରୋଧରେ ଆକ୍ରୋଶମୂଳକ ଭାଷଣ ଦେବା ସହ ଲୋକଙ୍କୁ ଉସକାଉଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗୁଆହାଟୀରେ ଯାତ୍ରା ସମୟରେ ପ୍ରାୟ ୫ ହଜାରରୁ ଅଧିକ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଅଟକାଇଥିଲା ।

କଂଗ୍ରେସର ଅଭିଯୋଗ ଅନୁସାରେ, ପୋଲିସ ଲାଠିଚାର୍ଜରେ ଆସାମ ପ୍ରଦେଶ ଅଧ୍ୟକ୍ଷ ଭୂପେନ କୁମାର ବୋରା, ବିଧାନସଭାର ବିରୋଧୀ ଦଳ ନେତା ଦେବବ୍ରତ ସୌକିଆ ଆହତ ହୋଇଛନ୍ତି । ଅନ୍ୟପଟେ ପୋଲିସ ଅଧିକାରୀ କହିଛନ୍ତି, ଯାତ୍ରାବେଳେ କଂଗ୍ରେସ କର୍ମୀ ସୁରକ୍ଷା ବ୍ୟାରିକେଡକୁ ହଟାଇଥିଲେ ଏହି ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ, ପଥ ହେଲା ସ୍ପଷ୍ଟ, ସମର୍ଥନ ଦେଲେ ଏମାନେ…

ଚେନ୍ନାଇ,୮।୫: ବିଜୟଙ୍କ ଦଳ, ଟିଭିକେ, ତାମିଲନାଡୁରେ ସରକାର ଗଠନ କରିବା ପାଇଁ ପଥ ପରିଷ୍କାର ହୋଇଛି। ସିପିଆଇ, ସିପିଏମ ଏବଂ ଭିସିକେ ଟିଭିକେକୁ ସମର୍ଥନ କରିବାକୁ ନିଷ୍ପତ୍ତି…

ଭବାନୀପୁର ନା ନନ୍ଦୀଗ୍ରାମ, କେଉଁ ଆସନ ଛାଡ଼ିବେ ଶୁଭେନ୍ଦୁ ଅଧିକାରୀ, ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି…

କୋଲକାତା,୮ା୫: ପଶ୍ଚିମବଙ୍ଗ ନିର୍ବାଚନରେ ବିପୁଳ ବିଜୟ ପରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା…

‘ଆମ ଦ୍ୱାରା ଦୁଇଟି ଭୁଲ ହୋଇଛି…’, ମମତାଙ୍କୁ ଭେଟିବା ପରେ ଏମିତିି କାହିଁକି କହିଲେ ଅଖିଳେଶ

କୋଲକାତା,୮।୫: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏସପି ସୁପ୍ରିମୋ ବର୍ତ୍ତମାନ ପଶ୍ଚିମବଙ୍ଗରେ ଅଛନ୍ତି। ଟିଏମସିର ପରାଜୟ ପରେ ଅଖିଳେଶ ଯାଦବ ମମତା ବାନାର୍ଜୀଙ୍କୁ ଭେଟିବା ପାଇଁ…

ତାମିଲନାଡୁରେ ପୁଣିଥରେ ହେବ ନିର୍ବାଚନ! ଜାତୀୟ ରାଜନୀତିରେ ଚହଳ

ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତିରେ ଉଷ୍ମତା କେବଳ ମେ ମାସ ଖରା ପାଗ ଯୋଗୁଁ ନୁହେଁ, ବରଂ କ୍ଷମତାର ପରିବର୍ତ୍ତନଶୀଳ ସମୀକରଣରୁ ଉତ୍ପନ୍ନ ହୋଇଛି। ଅଭିନେତାରୁ ରାଜନେତା ହୋଇଥିବା…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

କରଣଙ୍କ ଚମତ୍କାର ଡେବ୍ୟୁ: ଏମିତି ଡ୍ରେସ୍‌ ପିନ୍ଧିଲେ ଚାହିଁ ରହିଗଲେ ସମସ୍ତେ

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୨୦୨୬ ମେଟ ଗାଲାରେ ଏକ ଚମତ୍କାର ଡେବ୍ୟୁ କରିଥିଲେ। ଏହି ବିଶେଷ ଅବସର ପାଇଁ ସେ ପ୍ରଖ୍ୟାତ ଚିତ୍ରକର ରାଜା…

ସୁଧୁରି ଯାଅ, ନଚେତ୍‌ କାଶୀରୁ ଇସଲାମାବାଦ ପର୍ଯ୍ୟନ୍ତ… ଚର୍ଚ୍ଚାରେ ରାଘବଙ୍କ ଏହି ଚେତାବନୀ

ନୂଆଦିଲ୍ଲୀ,୮ା୫: ଆମ୍‌ ଆଦ୍‌ମୀ ପାର୍ଟି (AAP) ଛାଡ଼ି ଭାଜପାରେ ଯୋଗ ଦେଇଥିବା ରାଜ୍ୟ ସଭା ଏମ୍‌ପି ରାଘବ ଚଢ଼ା ‘ଅପରେଶନ ସିନ୍ଦୂର’ର ପ୍ରଥମ ବାର୍ଷିକୀରେ ତାଙ୍କ ଇନ୍‌ଷ୍ଟାଗ୍ରାମ…

ଗୋଟିଏ ଟଙ୍କା ବି ଦରମା ନେଉ ନଥିଲେ ମମତା ବାନାର୍ଜୀ, କେମିତି ଚଳୁଥିଲେ ଦିଦି? ଜାଣିଲେ…

କୋଲକାତା,୮।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଶ୍ଚର୍ଯ୍ୟଜନକ ଫଳାଫଳ ପରେ, ପ୍ରଶାସନିକ ପୁନର୍ଗଠନ ତୀବ୍ର ହୋଇଛି। ରାଜ୍ୟପାଳ ମେ ୭ ତାରିଖରେ ପଶ୍ଚିମବଙ୍ଗ ବିଧାନସଭାକୁ ଭାଙ୍ଗି ଦେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri