Posted inRasifala

ରାଶିଫଳ: ବୁଧବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ
ଆଜିର ଶୁଭଚନ୍ଦ୍ର ପ୍ରଭାବରେ କାର୍ଯ୍ୟସିଦ୍ଧି ସହ ଅନ୍ୟମାନଙ୍କ ଆଦରଣୀୟ ହେବେ। ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ ସଙ୍ଗକୁ ଆଶା ପୂରଣରୁ ଖୁସି ରହିବେ। କିନ୍ତୁ ଅଶ୍ୱିନୀ ନକ୍ଷତ୍ର ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିପାରନ୍ତି। ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ।
ବୃଷ
ବୃଷ
ଆଜି ଧନସ୍ଥାନସ୍ଥ ଚନ୍ଦ୍ର ଯୋଗୁ ଅର୍ଥାଗମ ସହ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ପ୍ରିୟବ୍ୟକ୍ତି ସାହାଯ୍ୟ କରିବେ। ବିବାଦୀୟ ସ୍ଥିତି ଦୂରେଇବା ସହ କର୍ମକ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। ପାରିବାରିକ ପ୍ରଗତି ମାନସିକ ସୁସ୍ଥତା ପାଇଁ ଅନୁକୂଳ ରହିବ। ସହକର୍ମୀଙ୍କ ସହ ଭଲ ସମ୍ପର୍କ ରଖି ଚଳିବା କର୍ମକ୍ଷେତ୍ର ସକାଶେ ହିତକର ହେବ।
ମିଥୁନ
ମିଥୁନ
ଶ୍ରୀଚନ୍ଦ୍ର ହେତୁ ମନ ପ୍ରଫୁଲ୍ଲ ରହିବ କିନ୍ତୁ ଦୂରଯାତ୍ରା, ବିବାଦରୁ ଦୂରେଇ ରହିବା ଭଲ ହେବ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହା କି ଆପଣଙ୍କ ପାଇଁ ତାହା କ୍ଷତିର କାରଣ ହୋଇପାରେ। ବହୁତ କଷ୍ଟ ସ୍ବୀକାର କରି ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ। କିନ୍ତୁ ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ।
କର୍କଟ
କର୍କଟ
ବ୍ୟୟଭାବସ୍ଥ ଚନ୍ଦ୍ର ହେତୁ ଶାରୀରିକ ସୁସ୍ଥତା ରକ୍ଷା ଦିଗରେ ସଚେତନ ରହିବା ଭଲ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଦୀର୍ଘଦିନ ହେଲା ଆପଣ ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ। ପରିକଳ୍ପିତ ଯୋଜନାଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ନ ହୋଇପାରେ।
ସି˚ହ
ସି˚ହ
ଦେବଗୁରୁଙ୍କ ଦୃଷ୍ଟି ପ୍ରଭାବରେ ନିଜର କାମଗୁଡ଼ିକ ଅଟକି ରହିଯାଉଥିଲେ ମଧ୍ୟ ପର ପାଇଁ କାମରେ ସଫଳତା ହାସଲ କରିବେ। ପରିବାରର ବଦ୍‌ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ। ଆଜି ଅସାବଧାନତା ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ଅନ୍ୟମାନଙ୍କ ବିଷୟ ଚିନ୍ତା କରି ନିଜ ପ୍ରତି ଅବହେଳା କରିପାରନ୍ତି।
କନ୍ୟା
ଦ୍ୱିତୀୟସ୍ଥ କେତୁଙ୍କ ଯୋଗୁ ବାକ୍‌ ଅସଂଯମତାଜନିତ ବନ୍ଧୁଙ୍କ ସମ୍ପର୍କ କ୍ଷୁଣ୍ଣ ହୋଇପାରେ। ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରି ସମାଲୋଚିତ ହେବେ। ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରିବା ଠିକ୍‌ ହେବନାହିଁ। ହସ୍ତା ନକ୍ଷତ୍ର ପରକଥାରେ ପଡ଼ି ଭୁଲ୍‌ ମାର୍ଗ ଅନୁସରଣ କରିପାରନ୍ତି।
ତୁଳା
ତୁଳା
ଶୁଭଗ୍ରହ ଦୃଷ୍ଟି ପ୍ରଭାବରେ ସ୍ବାସ୍ଥ୍ୟ ଭଲ ରହିବା ସହ କାର୍ଯ୍ୟସିଦ୍ଧି ନିଶ୍ଚିତ ଘଟିବ। ତଥାପି କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ମାନସିକ ଅବସାଦ ଯୋଗୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। କଳା, ସାହିତ୍ୟ, ସଙ୍ଗୀତ ଓ କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ।
ବିଛା
ବିଛା
ରାହୁଙ୍କ କୁପ୍ରଭାବ ଜନିତ ଭୁଲ୍‌ ନିଷ୍ପତ୍ତି ଗ୍ରହଣ କରି ପଶ୍ଚାନ୍ତେ ଅନୁତାପ କରିବେ। ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବା କଷ୍ଟକର ହୋଇପଡ଼ିବ। ପିଲାମାନଙ୍କ କାଯର୍‌ୟକଳାପକୁ ନାପସନ୍ଦ କରିପାରନ୍ତି, ଯାହା କି ଚିନ୍ତାର କାରଣ ହୋଇପାରେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା ହେତୁ ଅଶାନ୍ତି ଅନୁଭବ କରିପାରନ୍ତି।
ଧନୁ
ଧନୁ
ଅଷ୍ଟମାଧିପତି ସପ୍ତମ ଭାବରେ ରହି ସ୍ତ୍ରୀଙ୍କ ସହ ମତାନ୍ତର ଓ ଯାତ୍ରା ବାଣିଜ୍ୟରେ ସମସ୍ୟାର ସମ୍ମୁଖୀନ ଆଶଙ୍କା ରହିଛି। ଜଣେ ପ୍ରିୟ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ। ଶାରୀରିକ ପରିଶ୍ରମଜନିତ କ୍ଲାନ୍ତି ଅନୁଭବ କରିବେ।
ମକର
ମକର
ସପ୍ତମାଧିପତି ଷଷ୍ଠସ୍ଥ ରହିବା କାରଣରୁ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନିଜନିତ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ, ଯାହା କି ଅନର୍ଥର କାରଣ ହୋଇପାରେ। ବିଳମ୍ବରେ ଅର୍ଥ ପାଇଲେ ମଧ୍ୟ ତଜ୍ଜନିତ କେତେକ କାମ ଅଟକି ରହିଯିବ। ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କୁମ୍ଭ
କୁମ୍ଭ
ଚନ୍ଦ୍ରଙ୍କ ନବମ ସ୍ଥାନରେ ଶନିଙ୍କ ସ୍ଥିତିପୂର୍ବ ଯୋଜନା ଅନୁଯାୟୀ କର୍ମରେ ସଫଳତା ମଧ୍ୟ ପାଇବେ। ଗଠନମୂଳକ କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବା କାରଣରୁ ଖୁସୀ ରହିବେ। ଗୃହକ୍ରୟ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ଘଟିବ।
ମୀନମୀନ

ପାପଗ୍ରହ ନକ୍ଷତ୍ରରେ ବୃହସ୍ପତି ଥିବା କାରଣରୁ ପରିବାରରେ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରରେ ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ। ବନ୍ଧୁଙ୍କ ସହ ବାଦାନୁବାଦ ହେତୁ ସାୟାହ୍ନେ ଟେନସନ୍‌ ବଢ଼ିଯିବ। ଆଶା ପୂରଣ ହେବାରେ ନିଜ ପରିସରସ୍ଥ ବ୍ୟକ୍ତିବିଶେଷ ସାହାଯ୍ୟ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?