ଚାଷକୁ ନାହିଁ, ଶୋଷୁଛନ୍ତି ଶିଳ୍ପ

ଭୁବନେଶ୍ୱର, ୫ା୪(ବ୍ୟୁରୋ):ରାଜ୍ୟରେ ଚାଷଜମିକୁ ସମ୍ପୂର୍ଣ୍ଣ ଜଳସେଚନ ସୁବିଧା ଯୋଗାଇଦେବା ରାଜ୍ୟ ସରକାରଙ୍କ ପକ୍ଷେ କାଠିକର ପାଠ ହେଉଛି। ଏ ବାବଦରେ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଜମିକୁ ଜଳସେଚନ ସୁବିଧା ମିିଳିପାରୁନାହିଁ। ଭୁଲ୍‌ ଡିଜାଇନ, ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ(ଡିପିଆର)ରେ ତ୍ରୁଟି, ଜମି ଅଧିଗ୍ରହଣରେ ବିଳମ୍ବ, ଆର୍ଥିକ ପରିଚାଳନାରେ ଅନିୟମିତତା ଯୋଗୁ ପ୍ରକଳ୍ପ ନିର୍ମାଣରେ ୧୩ରୁ ୪୩ ବର୍ଷ ପର୍ଯ୍ୟନ୍ତ ଲାଗି ଯାଇଛି। ୨୦୧୪ରୁ ୨୦୧୯ ମଧ୍ୟରେ ଜଳସେଚନ ପାଇଁ ୧୨,୭୪୨.୧୧ କୋଟି ଟଙ୍କା ବ୍ୟୟରେ ୫,୦୨,୮୪୨ ହେକ୍ଟର ଜମିରେ ଜଳସେଚନ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୨,୨୨,୪୧୮ ହେକ୍ଟର ଅର୍ଥାତ୍‌ ୨୪ ପ୍ରତିଶତ ଜଳସେଚନ ସମ୍ଭବ ହୋଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ଜଳସେଚନ ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପରୁ ଜମିକୁ ଜଳଯୋଗାଣ ସମ୍ଭବ ହୋଇ ନ ଥିବା ବେଳେ ଶିଳ୍ପସଂସ୍ଥା ଜଳ ଶୋଷି ନେଉଛନ୍ତି। କୌଣସି ଚୁକ୍ତି ନ ଥାଇ ଶିଳ୍ପସଂସ୍ଥା ଜଳ ଉତ୍ତୋଳନ କରୁଥିବା ଯୋଗୁ ସରକାରଙ୍କୁ ବହୁ କୋଟି ଟଙ୍କାର ରାଜସ୍ବ ଫାଙ୍କି ଦେଉଛନ୍ତି। ନିକଟରେ ବିଧାନସଭାରେ ଉପସ୍ଥାପିତ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟରୁ ଏଭଳି ତଥ୍ୟ ପ୍ରଘଟ ହୋଇଛି।
ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ରେଙ୍ଗାଳି ବହୁମୁଖୀ ଜଳସେଚନ ପ୍ରକଳ୍ପ ଚାଷଜମିକୁ ଜଳସେଚିତ କରିବାକୁ ଉଦ୍ଦିଷ୍ଟ ଥିବାବେଳେ ଚଞ୍ଚକତା କରାଯାଇ ଶିଳ୍ପଗୁଡିକୁ ଜଳ ପାଇଁ ଅନୁମତି ଦିଆଯାଇଛି। ଏହି ପ୍ରକଳ୍ପରୁ ଶିଳ୍ପକୁ ଜଳ ଯୋଗାଇଦେବା ସକାଶେ ପ୍ରସ୍ତୁତ ଡିପିଆର୍‌ରେ କୌଣସି ବିଷୟ ଉଲ୍ଲେଖ କରାଯାଇନାହିଁ। କେନାଲ ନିର୍ମାଣରେ ବିଳମ୍ବ ଯୋଗୁ ପରିକଳ୍ପିତ କ୍ଷେତ୍ରକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇ ପାରିନାହିଁ। ତେବେ ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପରୁ ଶିଳ୍ପକୁ ଜଳ ବ୍ୟବହାର ଲାଗି ଅନୁମତି ଦିଆଯାଇଥିଲା। କେବଳ ସେତିକି ନୁହେଁ, ଜଳସେଚନ ନିୟମ ଉଲ୍ଲଂଘନ କରି ପାଣି ନେବାକୁ ଅନୁମତି ଦିଆଯାଇଥିବା ବେଳେ ଶିଳ୍ପଗୁଡିକ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଟିକସକୁ ମଧ୍ୟ ଫାଙ୍କି ଦେଇଛନ୍ତି। ଏ ବାବଦରେ ସରକାରଙ୍କୁ ୧୪୪୧.୮୩ କୋଟି ଟଙ୍କାର ରାଜସ୍ବ ହାନି ହେଉଛି।
ଓଡ଼ିଶା ଜଳସେଚନ ନିୟମଅନୁଯାୟୀ, ଜଳକର ପ୍ରଦାନରେ ବିଳମ୍ବ ହେଲେ ମାସିକ ୨ ପ୍ରତିଶତ ସୁଧ ହିସାବରେ ଅସୁଲ କରିବା ବ୍ୟବସ୍ଥା ରହିଛି। ୨୦୦୬ ମେ’ରେ ବ୍ରାହ୍ମଣୀ ବାମ ବେସିନ ପରିଚାଳକ ତଥା ସାମଲ ବ୍ୟାରେଜ୍‌ ମୁଖ୍ୟଯନ୍ତ୍ରୀ ସାମଲ ବ୍ୟାରେଜ ବାମ ହେଡ୍‌, ରେଗୁଲେଟରର ନିମ୍ନସ୍ରୋତର ୧୧୦ କିମିଠାରେ ଗ୍ୟାଲୋନ୍‌ ପ୍ରତି ୬୦ ଟଙ୍କା ଦରରେ ଆସନ୍ତା ୩୦ ବର୍ଷ ପାଇଁ ଓଡ଼ିଶା ପାଓ୍ବାର କନ୍‌ସୋର୍ଟିୟମ ଲିମିଟେଡ୍‌(ଓପିସିଏଲ) ସହିତ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଉକ୍ତ ସଂସ୍ଥା ୨୦୦୯ରୁ ୨୦୧୦ ସେପ୍ଟେମ୍ବର ମଧ୍ୟରେ ୪୯.୯୩ ଲକ୍ଷ ଗ୍ୟାଲୋନ୍‌ ଜଳ ଉଠାଣ କରିଥିଲା। ମାତ୍ର ସେହି ସଂସ୍ଥାଠାରୁ ଜଳକର ଓ ମାସିକ ୨ ପ୍ରତିଶତ ସୁଧ ହିସାବରେ ୨୪୬.୧୪ କୋଟି ଟଙ୍କା ଆଦାୟ କରାଯାଇ ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ସେହିପରି ୩ଟି ଶିଳ୍ପସଂସ୍ଥା ସାମଲ ବ୍ୟାରେଜ୍‌ରୁ ୨୦୧୬ରୁ ଜଳ ନେବା ସହ ୟୁନିଟ୍‌ ପ୍ରତି ୫.୬୦ ଟଙ୍କା ହାରରେ ଜଳକର ପଇଠ କରୁଥିଲେ। ତେବେ ପରବର୍ତ୍ତୀ ଆଦେଶ ଅନୁଯାୟୀ, ୨୦୧୮ରୁ ୨୦୨୦ ମଧ୍ୟରେ ଜଳକର ୟୁନିଟ୍‌ ପିଛା ୬.୭୮ ଓ ୭.୪୬ ବଦଳରେ ୬.୭୨ ଓ ୭.୨୮ ଟଙ୍କା ଆଦାୟ କରାଯାଉଥିଲା। ଏଥିଯୋଗୁ ଏହି ସମୟ ମଧ୍ୟରେ ୨,୩୯୮.୫୦ ଲକ୍ଷ ୟୁନିଟ୍‌ ଜଳ ବାବଦରେ ମାତ୍ର ୨.୪୦ କୋଟି ଟଙ୍କା ଆଦାୟ କରାଯାଇଥିଲା। ପ୍ରଚଳିତ ନିୟମ ଅନୁଯାୟୀ, ପ୍ରତ୍ୟେକ ବର୍ଷ ଟିକସ ମୂଲ୍ୟ ୧୦ ପ୍ରତିଶତ ହାରରେ ବୃଦ୍ଧି କରାଯିବା କଥା। ମାତ୍ର ତାହା କରାଯାଇନାହିଁ। କେବଳ ସେତିକି ନୁହେଁ, ଗୋଟିଏ ଶିଳ୍ପସଂସ୍ଥା କୌଣସି ଚୁକ୍ତିନାମା ନ କରି ୪୭,୬୯୬ କ୍ୟୁସେକ୍‌ ଜଳ ଉଠାଣ କରିଥିଲା। ଉକ୍ତ ସଂସ୍ଥାଠାରୁ ୨୦୧୪ରୁ ୨୦୧୯ ମଧ୍ୟରେ ୬ ଗୁଣ ଅର୍ଥଦଣ୍ଡ ବାବଦରେ ୫୦୫.୦୮ କୋଟି ଟଙ୍କା ଆଦାୟ କରାଯାଇ ନ ଥିଲା। ଜଳସେଚନ ନିୟମାବଳୀ ଅନୁଯାୟୀ, ଜଳକର ଫାଙ୍କୁଥିବା ଶିଳ୍ପସଂସ୍ଥାଠାରୁ ମୂଳ ସହିତ ୨ ପ୍ରତିଶତ ଚକ୍ରବର୍ତ୍ତୀ ସୁଧହାରରେ ଅସୁଲ କରାଯିବ। ୧୯୯୯ରୁ ଗୋଟିଏ ଶିଳ୍ପସଂସ୍ଥା ୪୭,୬୯୬ କ୍ୟୁସେକ୍‌ ଜଳ ଉତ୍ତୋଳନ କରିଥିଲା। ମାତ୍ର ଏହି ସଂସ୍ଥା ଟିକସ ପଇଠ କରି ନ ଥିଲା। ଫଳରେ ସରକାରଙ୍କୁ ୬୪୪.୬୭ କୋଟି ଟଙ୍କାର ରାଜସ୍ବ ହାନି ସହିବାକୁ ପଡିଛି ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ତେବେ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଏଜି ସୁପାରିସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଇଥିଓପିଆରେ ମୋଦି ମ୍ୟାଜିକ, ପ୍ରଧାନମନ୍ତ୍ରୀ ଆବି ଅହମଦ ଅଲି ବ୍ୟକ୍ତିଗତ ଭାବେ କାର ଚଲାଇ ବିମାନବନ୍ଦରରେ ଛାଡିଲେ

ଆଦିସ ଅବାବା,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ତିନୋଟି ଦେଶ ଗସ୍ତରେ ଅଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଇଥିଓପିଆରେ ପହଞ୍ଚିଥିଲେ, ଯେଉଁଠାରେ ଇଥିଓପିଆ ପ୍ରଧାନମନ୍ତ୍ରୀ...

ନବଜାତ ଶିଶୁପତ୍ର, ପ୍ରସୂତିଙ୍କ ମୃତ୍ୟୁର ହେବ ତଦନ୍ତ, ଅଧିକାରୀ କହିଲେ…

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି...

ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ, ୧୫ ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ…

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ...

୪ମାସ ପର୍ଯ୍ୟନ୍ତ ଦେବାକୁ ପଡିବନି ଟୋଲ ଟାକ୍ସ!

ନୂଆଦିଲ୍ଲୀ,୧୭।୧୨: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଛି। ପ୍ରଦୂଷଣକୁ ଦୃଷ୍ଟିରେ ରଖି, ସୁପ୍ରିମକୋର୍ଟ ଭାରତୀୟ ମହାନଗର ନିଗମ (ଏମସିଡି)କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି...

ମୋକିମ ବହିଷ୍କାର ବିବାଦ, କଥାହେଲେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର,୧୭।୧୨:  କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଅନେକ ନେତା ମୋକିମ ସପକ୍ଷରେ ବାହାରୁଥିବା ଦେଖାଯାଇଛି । ଏହାରି...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri