‘ରୋଷଘରେ ଲୁଚି ରହି ଚୁଲି ଭାଙ୍ଗିଛନ୍ତି’

ପୁରୀ ଅଫିସ, ୫ା୪:ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାକୁ ୪୮ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୋଷୀଙ୍କୁ ଚିହ୍ନଟ କରିବାରେ ଶ୍ରୀମନ୍ଦିର ପ୍ରଶାସନ ବିଫଳ ହୋଇଛି। ତେବେ ଏ ନେଇ ସୋମବାର ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ପୋଲିସ ଏକ ମାମଲା ରୁଜୁ କରିବା ସହ ପାଞ୍ଚଜଣିଆ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଘଟଣାକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ପୋଲିସ ମହାନିର୍ଦ୍ଦେଶକ (ଡିଜି) ସୁନିଲ ବଂଶଲ ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଆସି ସ୍ଥିତି ଅନୁଧ୍ୟାନ କରିବା ସହ ସେବାୟତ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି।
ମୁଖ୍ୟ ଶାସନ ସଚିବ ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେ ଏବଂ ଡିଜିପି ଶ୍ରୀମନ୍ଦିର ରୋଷଘର ନିକଟ ଅଗଣାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାତିରେ ରୋଷଘରେ କେହି ଲୁଚି ରହି ଚୁଲି ଭାଙ୍ଗିଥିବା ଅନୁମାନ କରାଯାଉଛି। ଯାହା ଜଣାପଡୁଛି, ଚୁଲି ଭାଙ୍ଗିବା ଭିତରେ ସେମିତି କିଛି ଉଦ୍ଦେଶ୍ୟ ନାହିଁ। ସୁଆର ମହାସୁଆର ସେବାୟତଙ୍କ ମଧ୍ୟରେ କୌଣସି ବିବାଦ ନାହିଁ। ଘଟଣା ସମ୍ପର୍କରେ ଜେଟିପି ଷ୍ଟାଫଙ୍କୁ ପଚରାଉଚରା ଚାଲିଛି। ସିସିଟିଭି ଫୁଟେଜ୍‌ରୁ କିଛି ସୁରାକ ମିଳିଛି। ତେଣୁ ଖୁବ୍‌ଶୀଘ୍ର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଧରାଯିବ ବୋଲି ଆଶା ରହିଛି। ଏଣିକି ରାତିରେ ଦ୍ୱାର ବନ୍ଦ ପରେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଖାଲି କରାଯିବ। ମନ୍ଦିର ପରିସରରେ ଯେମିତି କେହି ନ ରହିବେ ସେ ନେଇ ଯାଞ୍ଚ କରାଯିବ। ସେହିପରି ଯେଉଁ ସ୍ଥାନରେ ସିସିଟିଭି କ୍ୟାମେରା ନାହିଁ, ସେସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ। ମନ୍ଦିର ପରିସରରେ ଜେଟିପିଙ୍କ ସହିତ ଓଡ଼ିଶା ପୋଲିସ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ରହିବେ। ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହେବ, ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି। ସେହିପରି ଡିଜିପି ବଂଶଲ କହିଛନ୍ତି, ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ଏ ନେଇ ସିଂହଦ୍ୱାର ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ ହୋଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଖୋଜାଯିବା ସହ ଚୁଲି ଭାଙ୍ଗିବାର ଉଦ୍ଦେଶ୍ୟ ସମ୍ପର୍କରେ ଜାଣିବାକୁ ତଦନ୍ତ ଜାରି ରହିଛି। ସିସିଟିଭି ଫୁଟେଜ ଯାଞ୍ଚ ସହ ରାତ୍ର ଡ୍ୟୁଟିରେ ଥିବା ଜେଟିପିଙ୍କୁ ଜେରା କରାଯାଇଛି। ଚୁଲି ଭାଙ୍ଗିବା ନେଇ କିଛି ଉଦ୍ଦେଶ୍ୟ ଅଛି କି ନାହିଁ ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏଣିକି ରାତିରେ ଶ୍ରୀମନ୍ଦିର ଭିତରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ।
ସୂଚନାଯୋଗ୍ୟ, ଶନିବାର ରାତିରେ କେହି ଦୁର୍ବୃତ୍ତ ରୋଷଶାଳାରେ ପଶି ୮୦ରୁ ଅଧିକ ଚୁଲି ଭାଙ୍ଗିଦେଇଥିବା ରବିବାର ଜଣାପଡ଼ିଥିଲା। ସୁରକ୍ଷା ବ୍ୟବସ୍ଥା ଅଭାବରୁ ଏପରି ଅଭାବନୀୟ କାଣ୍ଡ ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ରୋଷଘରେ ତାଲା ପଡ଼ି ନ ଥିଲା ବୋଲି ଜଣାପଡ଼ିଛି। ପ୍ରତିଦିନ ରାତିରେ କତା ଦଉଡ଼ି ସାହାରାରେ କବାଟ ବନ୍ଦ କରାଯାଉଥିଲା। ସେହିପରି ରୋଷଶାଳା ନିକଟରେ ସିସିଟିଭି ଲଗାଯାଇନାହିଁ। ତେଣୁ ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଶାବଳରେ ଚୁଲି ଭାଙ୍ଗିଥିବା ଅନୁମାନ କରାଯାଉଛି। ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ ପରେ ସେହି ଆଧାରରେ ସୋମବାର ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି। ଏସ୍‌ପି କେ. ବିଶାଲ ସିଂହ କହିଛନ୍ତି, ଏତଲା ଅନୁସାରେ ମାମଲା ରୁଜୁ ହେବା ସହ ଦଫା ୪୨୭, ୨୯୫, ୨୯୫(କ) ଆଇପିସି ଧାରା ୩୦(କ), ୪(ବି) ଅନୁସାରେ ତଦନ୍ତ କରାଯାଉଛି। ଏକ ୫ ଜଣିଆ ଟିମ ତଦନ୍ତ କରୁଛନ୍ତି। ସିସିଟିଭି ଫୁଟେଜ ମିଳିଛି। ଖୁବଶୀଘ୍ର ଅପରାଧୀଙ୍କୁ ଧରାଯିବ। ପୋଲିସ ପକ୍ଷରୁ ସମସ୍ତ ଦିଗକୁ ତର୍ଜମା କରାଯାଉଛି। ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ। ସେହିପରି ଚୁଲିଭଙ୍ଗା ଘଟଣାକୁ ନେଇ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ସୁଆର ମହାସୁଆର ଏବଂ ମହାସୁଆର ନିଯୋଗ ସହ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ପରିସରରେ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଛି। ଫନୀ ମହାବାତ୍ୟା ପରଠୁ ଶ୍ରୀମନ୍ଦିରରେ ସିସିଟିଭି ବ୍ୟବସ୍ଥା ଠିକ୍‌ ନାହିଁ। ବର୍ଷକୁ ଏ ନେଇ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଥିଲେ ସୁଦ୍ଧା ଶ୍ରୀମନ୍ଦିର ସୁରକ୍ଷା ନେଇ ସିସିଟିଭିଗୁଡ଼ିକ କୌଣସି କାମରେ ଆସୁନାହିଁ। ତେଣୁ ସିସିଟିଭିର କାର୍ଯ୍ୟକ୍ଷମତା ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରଶ୍ନ ଉଠାଇଛନ୍ତି। ସେହିପରି ସୁଆର ମହାସୁଆର ନିଯୋଗର ସଭାପତି ଏବଂ ମହାସୁଆର ନିଯୋଗର ସଭାପତି ଘଟଣା ଦିନର ସିସିଟିଭି ଯାଞ୍ଚ କରିଛନ୍ତି। ତେବେ ସିସିଟିଭିରୁ ସେମିତି କିଛି ଜଣାପଡୁନାହିଁ ବୋଲି ସୁଆର ମହାସୁଆର ନିଯୋଗର ସଭାପତି ନାରାୟଣ ମହାସୁଆର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

ଆଦେଶ ସତ୍ତ୍ୱେ କୋର୍ଟରେ ହେଉ ନ ଥିଲେ ହାଜର, ୱାରେଣ୍ଟିଙ୍କୁ ଗିରଫ କଲା…

ଦିଗପହଣ୍ଡି, ୯|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ଜଣେ ୱାରେଣ୍ଟିଙ୍କୁ ଗୁରୁବାର ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ…

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଶ୍ରେୟସ ଆୟରଙ୍କ ଭଉଣୀ ଶ୍ରେଷ୍ଠା ଦେଲେ ବଡ଼ ବୟାନ, ଭାଇଙ୍କ ଅଧିନାୟକତ୍ୱ ସମ୍ପର୍କରେ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୯।୭: ବିଶ୍ୱକପ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଠାରୁ ଆୟରଲ୍ୟାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କୁ ଭାରତୀୟ ଟି-୨୦ ଦଳର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ, ଅଧିନାୟକ…

ଭାରତ-ଇଂଲଣ୍ଡ ଟି-୨୦ ସିରିଜ ମଧ୍ୟରେ ସଞ୍ଜୁ ସାମସନ ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୯।୭: ବ୍ୟକ୍ତିଗତ କାରଣରୁ ସଞ୍ଜୁ ସାମସନ କେରଳ କ୍ରିକେଟ ଲିଗ (KCL 2026)ରେ ଖେଳିବେ ନାହିଁ। ପୂର୍ବରୁ, କୋଚି ବ୍ଲୁ ଟାଇଗର୍ସ ସାମସନଙ୍କୁ ସେମାନଙ୍କର ରିଟେନସନ ତାଲିକାରେ…

ଆଉ ଏକ ସିରିଜ ହାରିଲା ଇଣ୍ଡିଆ; ୧ ୱିକେଟରେ ଜିତି ୨-୧ ରେ ସିରିଜ କବଜା କଲା ପଡୋଶୀ ଦେଶ

ନୂଆଦିଲ୍ଲୀ,୯।୭: ଭାରତୀୟ କ୍ରିକେଟ ଦଳ ଆଉ ଏକ ସିରିଜ ପରାଜୟ ବରଣ କରିଛି। ଏଥର, ଭାରତର ୧୯ ବର୍ଷରୁ କମ ଦଳ ଶ୍ରୀଲଙ୍କା ବିପକ୍ଷରେ ଯୁବ ଦିନିକିଆ…

ଗାଡ଼ିର ମାଇଲେଜ କମିବ କିନ୍ତୁ ଇଞ୍ଜିନ ଖରାପ ହେବନାହିଁ, E୨୦ ପେଟ୍ରୋଲ ନେଇ ମିଥ୍ୟା ପ୍ରଚାର ଉପରେ ବର୍ଷିଲେ ଗଡ଼କରୀ

ନୂଆଦିଲ୍ଲୀ,୯।୭: E୨୦ ପେଟ୍ରୋଲ (୨୦% ଏଥାନଲ ଏବଂ ୮୦% ପେଟ୍ରୋଲ) ବ୍ୟବହାର ଦ୍ୱାରା ଗାଡ଼ିର ଇଞ୍ଜିନ ଖରାପ ହେଉଥିବା ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ…

ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ହଇଚଇ; ସୁସ୍ମିତା ଦେବଙ୍କ ସମେତ ୩ ପୂର୍ବତନ TMC ଏମପି BJPରେ ସାମିଲ

କୋଲକାତା,୯।୭: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ବଙ୍ଗଳାର ତିନି ଜଣ ପୂର୍ବତନ TMC ଏମପି BJPରେ ଯୋଗ ଦେଇଛନ୍ତି। ସୁସ୍ମିତା ଦେବ, ସୁଖେନ୍ଦୁ ସେଖ ରୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri