‘ରୋଷଘରେ ଲୁଚି ରହି ଚୁଲି ଭାଙ୍ଗିଛନ୍ତି’

ପୁରୀ ଅଫିସ, ୫ା୪:ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାକୁ ୪୮ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୋଷୀଙ୍କୁ ଚିହ୍ନଟ କରିବାରେ ଶ୍ରୀମନ୍ଦିର ପ୍ରଶାସନ ବିଫଳ ହୋଇଛି। ତେବେ ଏ ନେଇ ସୋମବାର ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ପୋଲିସ ଏକ ମାମଲା ରୁଜୁ କରିବା ସହ ପାଞ୍ଚଜଣିଆ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଘଟଣାକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ପୋଲିସ ମହାନିର୍ଦ୍ଦେଶକ (ଡିଜି) ସୁନିଲ ବଂଶଲ ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଆସି ସ୍ଥିତି ଅନୁଧ୍ୟାନ କରିବା ସହ ସେବାୟତ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି।
ମୁଖ୍ୟ ଶାସନ ସଚିବ ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେ ଏବଂ ଡିଜିପି ଶ୍ରୀମନ୍ଦିର ରୋଷଘର ନିକଟ ଅଗଣାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାତିରେ ରୋଷଘରେ କେହି ଲୁଚି ରହି ଚୁଲି ଭାଙ୍ଗିଥିବା ଅନୁମାନ କରାଯାଉଛି। ଯାହା ଜଣାପଡୁଛି, ଚୁଲି ଭାଙ୍ଗିବା ଭିତରେ ସେମିତି କିଛି ଉଦ୍ଦେଶ୍ୟ ନାହିଁ। ସୁଆର ମହାସୁଆର ସେବାୟତଙ୍କ ମଧ୍ୟରେ କୌଣସି ବିବାଦ ନାହିଁ। ଘଟଣା ସମ୍ପର୍କରେ ଜେଟିପି ଷ୍ଟାଫଙ୍କୁ ପଚରାଉଚରା ଚାଲିଛି। ସିସିଟିଭି ଫୁଟେଜ୍‌ରୁ କିଛି ସୁରାକ ମିଳିଛି। ତେଣୁ ଖୁବ୍‌ଶୀଘ୍ର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଧରାଯିବ ବୋଲି ଆଶା ରହିଛି। ଏଣିକି ରାତିରେ ଦ୍ୱାର ବନ୍ଦ ପରେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଖାଲି କରାଯିବ। ମନ୍ଦିର ପରିସରରେ ଯେମିତି କେହି ନ ରହିବେ ସେ ନେଇ ଯାଞ୍ଚ କରାଯିବ। ସେହିପରି ଯେଉଁ ସ୍ଥାନରେ ସିସିଟିଭି କ୍ୟାମେରା ନାହିଁ, ସେସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ। ମନ୍ଦିର ପରିସରରେ ଜେଟିପିଙ୍କ ସହିତ ଓଡ଼ିଶା ପୋଲିସ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ରହିବେ। ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହେବ, ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି। ସେହିପରି ଡିଜିପି ବଂଶଲ କହିଛନ୍ତି, ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ଏ ନେଇ ସିଂହଦ୍ୱାର ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ ହୋଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଖୋଜାଯିବା ସହ ଚୁଲି ଭାଙ୍ଗିବାର ଉଦ୍ଦେଶ୍ୟ ସମ୍ପର୍କରେ ଜାଣିବାକୁ ତଦନ୍ତ ଜାରି ରହିଛି। ସିସିଟିଭି ଫୁଟେଜ ଯାଞ୍ଚ ସହ ରାତ୍ର ଡ୍ୟୁଟିରେ ଥିବା ଜେଟିପିଙ୍କୁ ଜେରା କରାଯାଇଛି। ଚୁଲି ଭାଙ୍ଗିବା ନେଇ କିଛି ଉଦ୍ଦେଶ୍ୟ ଅଛି କି ନାହିଁ ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏଣିକି ରାତିରେ ଶ୍ରୀମନ୍ଦିର ଭିତରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ।
ସୂଚନାଯୋଗ୍ୟ, ଶନିବାର ରାତିରେ କେହି ଦୁର୍ବୃତ୍ତ ରୋଷଶାଳାରେ ପଶି ୮୦ରୁ ଅଧିକ ଚୁଲି ଭାଙ୍ଗିଦେଇଥିବା ରବିବାର ଜଣାପଡ଼ିଥିଲା। ସୁରକ୍ଷା ବ୍ୟବସ୍ଥା ଅଭାବରୁ ଏପରି ଅଭାବନୀୟ କାଣ୍ଡ ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ରୋଷଘରେ ତାଲା ପଡ଼ି ନ ଥିଲା ବୋଲି ଜଣାପଡ଼ିଛି। ପ୍ରତିଦିନ ରାତିରେ କତା ଦଉଡ଼ି ସାହାରାରେ କବାଟ ବନ୍ଦ କରାଯାଉଥିଲା। ସେହିପରି ରୋଷଶାଳା ନିକଟରେ ସିସିଟିଭି ଲଗାଯାଇନାହିଁ। ତେଣୁ ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଶାବଳରେ ଚୁଲି ଭାଙ୍ଗିଥିବା ଅନୁମାନ କରାଯାଉଛି। ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ ପରେ ସେହି ଆଧାରରେ ସୋମବାର ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି। ଏସ୍‌ପି କେ. ବିଶାଲ ସିଂହ କହିଛନ୍ତି, ଏତଲା ଅନୁସାରେ ମାମଲା ରୁଜୁ ହେବା ସହ ଦଫା ୪୨୭, ୨୯୫, ୨୯୫(କ) ଆଇପିସି ଧାରା ୩୦(କ), ୪(ବି) ଅନୁସାରେ ତଦନ୍ତ କରାଯାଉଛି। ଏକ ୫ ଜଣିଆ ଟିମ ତଦନ୍ତ କରୁଛନ୍ତି। ସିସିଟିଭି ଫୁଟେଜ ମିଳିଛି। ଖୁବଶୀଘ୍ର ଅପରାଧୀଙ୍କୁ ଧରାଯିବ। ପୋଲିସ ପକ୍ଷରୁ ସମସ୍ତ ଦିଗକୁ ତର୍ଜମା କରାଯାଉଛି। ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ। ସେହିପରି ଚୁଲିଭଙ୍ଗା ଘଟଣାକୁ ନେଇ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ସୁଆର ମହାସୁଆର ଏବଂ ମହାସୁଆର ନିଯୋଗ ସହ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ପରିସରରେ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଛି। ଫନୀ ମହାବାତ୍ୟା ପରଠୁ ଶ୍ରୀମନ୍ଦିରରେ ସିସିଟିଭି ବ୍ୟବସ୍ଥା ଠିକ୍‌ ନାହିଁ। ବର୍ଷକୁ ଏ ନେଇ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଥିଲେ ସୁଦ୍ଧା ଶ୍ରୀମନ୍ଦିର ସୁରକ୍ଷା ନେଇ ସିସିଟିଭିଗୁଡ଼ିକ କୌଣସି କାମରେ ଆସୁନାହିଁ। ତେଣୁ ସିସିଟିଭିର କାର୍ଯ୍ୟକ୍ଷମତା ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରଶ୍ନ ଉଠାଇଛନ୍ତି। ସେହିପରି ସୁଆର ମହାସୁଆର ନିଯୋଗର ସଭାପତି ଏବଂ ମହାସୁଆର ନିଯୋଗର ସଭାପତି ଘଟଣା ଦିନର ସିସିଟିଭି ଯାଞ୍ଚ କରିଛନ୍ତି। ତେବେ ସିସିଟିଭିରୁ ସେମିତି କିଛି ଜଣାପଡୁନାହିଁ ବୋଲି ସୁଆର ମହାସୁଆର ନିଯୋଗର ସଭାପତି ନାରାୟଣ ମହାସୁଆର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?