Posted inଖେଳ

ଗର୍ବିତ ମା’ ଇଲି ହଓ୍ବୋର୍ଡ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଛନ୍ତି ଦୁଇ ପୁଅ

ଭୁବନେଶ୍ୱର, ୧୫।୧: କୌଣସି ମାତାପିତାଙ୍କର ସନ୍ତାନ ଯଦି ଜାତୀୟ ଦଳ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରନ୍ତି ତେବେ ଗର୍ବରେ ଛାତି ଫାଟିପଡ଼େ। ମାତ୍ର କୌଣସି ମାତାପିତାଙ୍କ ଦୁଇ ସନ୍ତାନ ଯଦି ଦୁଇଟି ଦେଶରୁ ପ୍ରତିନିଧିତ୍ୱ କରନ୍ତି ତେବେ ସେମାନେ କେତେ ପରିମାଣରେ ନିଜକୁ ଗୌରବାନ୍ବିତ ମନେ କରୁଥିବା ତାହା ଅନୁଭବର କଥା। ଏପରି ଜଣେ ଗର୍ବିତ ମା’ ହେଲେ ଅଷ୍ଟ୍ରେଲିଆର ଇଲି ହଓ୍ବୋର୍ଡ। ତାଙ୍କର ବଡ଼ ପୁଅ ଜେରେମି ହଓ୍ବୋର୍ଡ ଅଷ୍ଟ୍ରେଲିଆ ପକ୍ଷରୁ ଏବଂ ସାନ ପୁଅ ଲିଅନ ହଓ୍ବୋର୍ଡ ନ୍ୟୁଜିଲାଣ୍ଡ ପକ୍ଷରୁ ଚଳିତ ହକି ବିଶ୍ୱକପରେ ଖେଳୁଛନ୍ତି। ଅଷ୍ଟ୍ରେଲିଆ ଏହାର ପ୍ରଥମ ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳି ସାରିଛି। ଦଳ ନିଜର ପ୍ରଥମ ମ୍ୟାଚରେ ଫ୍ରାନ୍ସକୁ ୮-୦ ଗୋଲରେ ହରାଇଥିବାବେଳେ ଜେରେମି ହ୍ୟାଟ୍ରିକ ଅର୍ଜନ କରିଥିଲେ। ପୁଅର ଏହି କିର୍ତ୍ତୀମାନକୁ କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ରହି ଉପଭୋଗ କରିଥିଲେ ଇଲି। ଲିଅନ ନ୍ୟୁଜିଲାଣ୍ଡ ଦଳର ଜଣେ ଜଣାଶୁଣା ଗୋଲକିପରଭାବେ ପରିଚିତ।

ଇଲିଙ୍କ ସ୍ବାମୀଙ୍କ ନାମ ହେଉଛି ବ୍ରାଡ୍‌ ହଓ୍ବୋର୍ଡ। ଦୁଇ ପୁଅଙ୍କୁ ଉତ୍ସାହିତ କରିବା ପାଇଁ ସ୍ବାମୀଙ୍କ ସହ ଅଷ୍ଟ୍ରେଲିଆରୁ ଓଡ଼ିଶା ଆସିଛନ୍ତି ଇଲି। ଦର୍ଶକ ଗ୍ୟାଲେରୀର ଓ୍ବେଷ୍ଟ ଷ୍ଟାଣ୍ଡରେ ଉପସ୍ଥିତ ରହି ଅଷ୍ଟ୍ରେଲିଆ-ଫ୍ରାନ୍ସ ମ୍ୟାଚ ଦେଖିବା ସମୟରେ ବେଶ୍‌ ଉତ୍ସାହିତ ଥିଲେ ଇଲି। ହେବା ମଧ୍ୟ ସ୍ବାଭାବିକ। ” ଦୁଇ ଭାଇ ଅଷ୍ଟ୍ରେଲିଆରେ ଜାତୀୟ ସ୍ତରୀୟ ଟୁର୍ନାମେଣ୍ଟ ଖେଳିଥିଲେ। ତେବେ ଲିଅନ ନ୍ୟୁଜିଲାଣ୍ଡ ଜାତୀୟ ଦଳ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ଏହା ତାଙ୍କୁ ବହୁତ ଖୁସି ଦେଇଥିଲା। କାରଣ ସେ ନିଜେ ନ୍ୟୁଜିଲାଣ୍ଡରେ ଜନ୍ମିତ“ ବୋଲି ଇଲି କଥା ହେବାବେଳେ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ ନିଜ ପରିଚୟ ମଧ୍ୟ ଦେଇଛନ୍ତି। ହକି ଆମ ରକ୍ତରେ ରହିଛି। କାରଣ ମୁଁ ନିଜେ ଜଣେ ଟେକ୍ନିସିଆନଭାବେ କାର୍ଯ୍ୟ କରୁଛି ଏବଂ ରାଜ୍ୟ ସ୍ତରର ଜଣେ ହକି ଖେଳାଳି ମଧ୍ୟ। ”ଦୁଇ ଭାଇ ମୋ ଦ୍ୱାରା ଅନୁପ୍ରାଣିତ ହୋଇ ପିଲା ବେଳରୁ ହକି ଖେଳିବା ଆରମ୍ଭ କରିଥିଲେ। ଦୁହେଁ ଏବେ ଅନ୍ତର୍ଜାତୀୟ ହକି ଖେଳୁଥିବାରୁ ମୁଁ ଅତ୍ୟନ୍ତ ଖୁସି ଏବଂ ଗର୍ବିତ ମଧ୍ୟ। ବିଶେଷ କରି ଦୁହେଁ ଦୁଇଟି ଦେଶରୁ ଖେଳୁଥିବାରୁ ଆମର ଖୁସି ଦ୍ୱିଗୁଣିତ ହୋଇଛି। ମୋ ସ୍ବପ୍ନକୁ ଦୁଇ ପୁଅ ପୁରଣ କରିଛନ୍ତି“ ବୋଲି ଇଲି ପ୍ରକାଶ କରିଛନ୍ତି। ଶନିବାର ରାଉରକେଲା ଯାଇ କିନ୍ତୁ ନିଜ ବଡ଼ ପୁଅର ମ୍ୟାଚ ଦେଖିପାରି ନାହାନ୍ତି ଇଲି। ଆମେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଦେଖିବା ପାଇଁ ପ୍ରସ୍ତୁତ ହୋଇ ଆସିଛୁ। କିଛିଦିନ ରହି ଫେରିଯିବୁ। ଭୁବନେଶ୍ୱରରୁ ରାଉରକେଲା ବହୁତ ଦୂର ହୋଇଥିବାରୁ ଆମେ ସାନ ପୁଅର ଖେଳ ଦେଖିବା ପାଇଁ ଯାଇପାରି ନାହୁଁ। ତେବେ କଳିଙ୍ଗ ଷ୍ଟାଡିୟମରେ ଯେତେବେଳେ ନ୍ୟୁଜିଲାଣ୍ଡ ମ୍ୟାଚ ଖେଳିବ ଆମେ ସେତେବେଳେ ତା’ର ଆକ୍ସନ ଦେଖିବାନେଇ ଆଶାବାଦୀ ଅଛୁ ବୋଲି ଇଲି କହିଛନ୍ତି।

ଦୁଇ ଭାଇ ହକିକୁ କ୍ୟାରିୟର କରିବା ସହଜ ନ ଥିଲା। ଏଥିପାଇଁ ଛୋଟ ବେଳରୁ ଅନେକ କଷ୍ଟ ସ୍ବିକାର କରିଛନ୍ତି। କାରଣ ହକିକୁ ଅଧିକ ପ୍ରୋତ୍ସାହନ ମିଳି ନ ଥାଏ। ଏଥିରେ ବେଶୀ ଅର୍ଥ ମଧ୍ୟ ସମ୍ପୃକ୍ତ ନ ଥାଏ। ନିଜ ସ୍ବପ୍ନକୁ ସାକାର କରିବା ପାଇଁ ଉଭୟ ଜେରେମି ଓ ଲିଅନ ବହୁ ପରିଶ୍ରମ କରିଛନ୍ତି। ଲିଅନ ଜଣେ ସ୍କୁଲ ଶିକ୍ଷକଭାବେ କାର୍ଯ୍ୟ କରୁଛନ୍ତି। ଜେରେମି ଏକ କମ୍ପାନୀର ଜଣେ ଆକାଉଣ୍ଟାଣ୍ଟ। ବିଶ୍ୱକପରେ ଖେଳିବାପାଇଁ ସେମାନେ କର୍ମସଂସ୍ଥାନରୁ ଅନୁମତି ପାଇବାରେ ମଧ୍ୟ ଅନେକ କଷ୍ଟ କରିଛନ୍ତି ବୋଲି ଇଲି କହିଛନ୍ତି। ଚଳିତ ବିଶ୍ୱକପରେ ଦୁଇ ଭାଇ ଉଚ୍ଚସ୍ତରରେ ପରସ୍ପର ବିପକ୍ଷରେ ଖେଳନ୍ତୁ ବୋଲି ଇଲି ଚାହୁଁଛନ୍ତି। କାରଣ ଏହାଦ୍ୱାରା ସେମାନେ ଭିନ୍ନ ଅଭିଜ୍ଞତାର ଅଧିକାରୀ ହେବେ ବୋଲି ତାଙ୍କ ମତ। କଳିଙ୍ଗ ଷ୍ଟାଡିୟମର ପରିବେଶ ଏବଂ ସୁବିଧା ସୁଯୋଗକୁ ପ୍ରଶଂସା ନ କରି ରହିପାରି ନାହାନ୍ତି ଇଲି। ତେବେ ଦିନବେଳା ଟାଣ ଖରା ହେଉଥିବାରୁ ତାଙ୍କ ପାଇଁ ମ୍ୟାଚ ଦେଖିବାରେ ଅସୁବିଧା ହେଉଥିବା କହିଛନ୍ତି। ପାଣି ବୋତଲ ଆଣିବାକୁ ମଧ୍ୟ ଅନୁମତି ନ ଥିବାରୁ ତାଙ୍କୁ ସମସ୍ୟା ମଧ୍ୟଦେଇ ମ୍ୟାଚ ଦେଖିବାକୁ ପଡ଼ୁଛି ବୋଲି ଇଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri