Posted inଜାତୀୟ

ସିଙ୍ଘୁ ବର୍ଡରରେ ଫାଶୀ ଦେଇ ଆତ୍ମହତ୍ୟା କଲେ ଆନ୍ଦୋଳନକାରୀ ଚାଷୀ…

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀ-ପଞ୍ଜାବର ସିଙ୍ଘୁ ବର୍ଡରରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ କେନ୍ଦ୍ର ସରକାର ନୂତନ କୃଷି ଆଇନ ବିରୋଧରେ ପ୍ରାୟ ଏକ ବର୍ଷ ଧରି ପ୍ରଦର୍ଶନ ଜାରି ରହିଛି। ବୁଧବାର ଏଠାରେ ଜଣେ ଆନ୍ଦୋଳନକାରୀ ଚାଷୀ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାମ ଗୁରୁପ୍ରୀତ ସିଂ। ସେ ପଞ୍ଜାବର ଫତେହଗଡ ସାହେବ ଜିଲାର ବାସିନ୍ଦା। ତେବେ ଆତ୍ମହତ୍ୟା ପଛର କାରଣ ଜଣାପଡିନାହିଁ।

ମୃତ ଚାଷୀ ବି.କେ.ୟୁ ସିଦ୍ଧପୁର ସହିତ ଜଡିତ ଥିଲେ। କୁଣ୍ଡଲି ପୋଲିସ ଷ୍ଟେସନ ପକ୍ଷରୁ ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ସରକାରୀ ଡାକ୍ତରଖାନାକୁ ପଠାଯାଇଛି।

ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ହରିୟାଣାର କୃଷକମାନେ ଗତ ଏକ ବର୍ଷ ଧରି ଦିଲ୍ଲୀର ଗାଜିପୁର, ଟିକ୍ରି ଏବଂ ସିଙ୍ଘୁ ବର୍ଡରରେ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି। ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ସରକାରଙ୍କ ଦ୍ୱାରା ଅଣାଯାଇଥିବା  କୃଷି ଆଇନର ପ୍ରତ୍ୟାହାର କରିବା ଦାବି କରାଯାଉଛି। ତେବେ ଚାଷୀଙ୍କ ଦାବିକୁ ଗ୍ରହଣ କରିବାକୁ ସରକାର ଚାହୁଁ ନାହାଁନ୍ତି। ଚାଷୀ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ବହୁ ରାଉଣ୍ଡ ଆଲୋଚନା ହୋଇଛି, କିନ୍ତୁ କୌଣସି ସମାଧାନ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାଲ ଠାକରେ, ନରେନ୍ଦ୍ର ମୋଦିଙ୍କ ନାଁ ନେଇ ଭୋଟ ମାଗିଥିଲେ ଉଦ୍ଧବ, ପରେ କରିଥିଲେ ବିଶ୍ୱାସଘାତକତା: ଏକନାଥ ଶିନ୍ଦେ

ମୁମ୍ବାଇ,୧୪।୭: ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୁରୁବାର ଶିବସେନା (ୟୁବିଟି) ସଭାପତି ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଉଦ୍ଧବ...

କୃଷି ଆଇନ୍‌କୁ ବିରୋଧ କରି ବିଧାନସଭାରେ ରାତିରେ ଶୋଇଲେ ଏଏପି ବିଧାୟକ

ଚଣ୍ଡିଗଡ଼, ୨୦।୧୦: କୃଷି ଆଇନକୁ ବିରୋଧ କରି ପଞ୍ଜାବ ବିଧାନସଭାରେ ପ୍ରଦର୍ଶନ ଜାରି ରହିଛି। ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ବିଧାୟକମାନେ ସୋମବାରଠାରୁ ଧାରଣାରେ ବସିଛନ୍ତି। ସୋମବାର...

ସୁସ୍ଥତା ହାର ୯୮.୮୦ ପ୍ରତିଶତ…

ନୂଆଦିଲ୍ଲୀ, ୨୨।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୭ ହଜାର...

ମା’ଙ୍କୁ ବଞ୍ଚାଇବା ପାଇଁ ୬ ବର୍ଷ ବୟସ୍କା ଭାଗ୍ୟଶ୍ରୀ କରୁଛନ୍ତି ଭିକ୍ଷାବୃତ୍ତି

କୋପ୍ପାଲ,୨୮।୫: କର୍ନାଟକ କୋପ୍ପାଲରେ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନିଜ ମା’ଙ୍କୁ ବଞ୍ଚାଇବା ପାଇଁ ଜଣେ ୬ ବର୍ଷ ବୟସ୍କା ନାବାଳିକା ଭିକ୍ଷାବୃତ୍ତି କରୁଛନ୍ତି। ସେ...

ମାଡ୍ରାସ୍‌ ରେଜିମେଣ୍ଟାଲ ସେଣ୍ଟରରେ ଶେଷ ବିଦାୟ…

ନୂଆଦିଲ୍ଲୀ,୯।୧୨: ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ ଷ୍ଟାଫ୍‌(ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ସମେତ ୧୧ ଜଣ ଅଧିକାରୀ...

ସରକାରକୁ ଫେରିଲେ ଏମିତି ଉନ୍ନତି କରିବ ଟିଏମ୍‌ସି

କୋଲକାତା,୧୭।୩: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବୁଧବାର ଦଳର ନିର୍ବାଚନୀ ମେନିଫେଷ୍ଟୋ ପ୍ରକାଶ କରିଛନ୍ତି। ଏଥିରେ ତାଙ୍କ ଦଳ...

ମୁଷଳଧାରା ବର୍ଷା, ୧୮ଜଣଙ୍କ ମୃତ୍ୟୁ…

ଥିରୁଭାନନ୍ତପୁରମ୍‌,୧୭।୧୦: କରୋନା ମହାମାରୀ ସଂକ୍ରମଣ ଯୋଗୁ କେରଳରେ ସଙ୍କଟ ସୃଷ୍ଟି ହୋଇଥିଲା। ଏବେ ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ସ୍ଥିିତି ସୃଷ୍ଟି ହୋଇଛି। ମୁଷଳଧାରା...

ସ୍ପୁଲ୍‌ ଯାଇ ନ ପାରିବାରୁ ୯ମ ଶ୍ରେଣୀ ଛାତ୍ର ନେଲେ ଏମିତି ପଦକ୍ଷେପ

ଭୋପାଳ,୨୩।୧୧: ମଧ୍ୟପ୍ରଦେଶର ବୈତୁଲରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଯାଇ ନ ପାରିବା କାରଣରୁ ଜଣେ ୯ମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ପୋଲିସ...

Advertisement
Archives

Model This Week