ବେଆଇନ ପାର୍କିଂ ଉଠାଇବା ସହ କ୍ଷତିପୂରଣ ଦାବିରେ ଉତ୍ତେଜିତ ଲୋକଙ୍କ ରାସ୍ତାରୋକୋ

ପାଟଣା,୨୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଦେଇ ଯାଇଥିବା ମୁମ୍ବାଇ କୋଲକତା-୪୯ ନମ୍ବର ଜାତୀୟ ରାଜପଥର ଟୋଲଗେଟ ନିକଟରେ ବୁଧବାର ଉତ୍ତେଜନା ଦେଖାଦେଇଛି। ଟାଲଗେଟ ନିକଟରେ ଶତାଧିକ ଲୋକ
ଧାରଣା ଦେଇ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିବା ଜଣାପଡ଼ିଛି। କ୍ଷତିପୂରଣ ଦାବି ସହ ଟୋଲ ଗେଟ ନିକଟରୁ ବେଆଇନ ପାର୍କିଂ ଉଠାଇବା ସହ ଷ୍ଟ୍ରିଟ୍‌ଲାଇଟ ଲଗାଇବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ କ୍ଷୀରେଇ ଟାଙ୍ଗିରି ଟୋଲ ଗେଟ ନିକଟରେ ୨ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଘଟଣାରେ କ୍ଷୀରେଇ ଟାଙ୍ଗିରି ଗ୍ରାମର ଜେମ୍ସ ନାଏକଙ୍କ ମୃତ୍ୟୁ ହୋଇଛି। ଯାହା ପରେ ଏଠାରେ ଉତ୍ତେଜନା ଦେଖାଦେଇଛି। ରାଜପଥ ଅବରୋଧ ଯୋଗୁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଲୋକେ ନିଜ ଜିଦ୍‌ରେ ଅଟଳ ରହି ରାଜପଥକୁ ଅବରୋଧ କରିଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଲକୋ କଲୋନୀରେ ଦୁର୍ଘଟଣା

ବଅଁରପାଳ,୧୩।୧୨(ଡି.ଏନ.ଏ): ଅନୁଗୋଳ ଜିଲା ପବଅଁରପାଳ ନିକଟ ଶୁକ୍ରବାର ସକାଳୁ ଏକ ଦୁର୍ଘଟଣା ଘଟିଛି। ନାଲକୋ କଲୋନୀର ଟିଏ ଲାଇନରେ ଏକ କାର ପାଚେରୀରେ ପିଟି ହୋଇଯାଇଥିଲା।...

ରାଜସ୍ବ ବିଭାଗର ନୂତନ ଅତିରିକ୍ତ ଜିଲାପାଳ

ଢେଙ୍କାନାଳ ଅଫିସ, ୨୬।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ରାଜସ୍ବ ବିଭାଗର ନୂତନ ଅତିରିକ୍ତ ଜିଲାପାଳ ଭାବେ ସୌଦାମିନୀ ସେଠୀ ଗୁରୁବାର ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ...

ଚିକିତ୍ସା ଅବହେଳାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ: ଥାନାରେ ଏତଲା

ଦାରିଙ୍ଗବାଡି,୧୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାମୁଣୀଗାଁ ଥାନା ଝିଞ୍ଜିରୀଗୁଡ଼ା ପଞ୍ଚାୟତ ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣେ ଦଶମ ଛାତ୍ରୀଙ୍କ ଚିକିତ୍ସାରେ ଅବହେଳା...

ସହରକୁ ପିଇବା ପାଣି ଯୋଗାଣ ବାଧା ଆଶଙ୍କା

ଭଞ୍ଜନଗର,୯।୨(ଡି.ଏନ.ଏ) ଭଞ୍ଜନଗର ସହରବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବାପାଇଁ ସରକାର ପଦକ୍ଷେପ ନେଇଛନ୍ତି।ଏହି ପରିପ୍ରେକ୍ଷୀରେ ନୂଆ ନୂଆ ପ୍ରକଳ୍ପ ହେଉଛି । ହେଲେ ବିଭିନ୍ନ କାରଣ...

ପୋଖରୀରେ ବୁଡ଼ି ଆଈ, ନାତି ମୃତ

ରିଆମାଳ,୨୧ା୪(ଡି.ଏନ୍‌.ଏ.)- ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଢୋଲପଡ଼ା ପଞ୍ଚାୟତର ମାଳିଚୁଆ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଇବାକୁ ଯାଇଥିବା ଆଈ ଓ...

ମହିଳାଙ୍କ ସନ୍ଧେହଜନକ ମୃତ୍ୟୁ, ସ୍ବାମୀ ଅଟକ

ବ୍ରହ୍ମପୁର ଅଫିସ,୧୫।୮-ଗୋଶାଣିନୁଆଗାଁ ଥାନା ନୂଆ ଖଜୁରିଆରୁ ପୋଲିସ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ସେ ହେଲେ ମଞ୍ଜୁଲତା ଦଳାଇ (୨୨)। ଏ ନେଇ ପୋଲିସ...

ଗଞ୍ଜାମରୁ କୃଷ୍ଣପ୍ରସାଦକୁ ଯୋଗାଣ ହେବ ପାଣି

ଛତ୍ରପୁର,୨।୬ (ଡି.ଏନ.ଏ.): ଗଞ୍ଜାମ ଜିଲା ଋଷିକୁଲ୍ୟା ନଦୀରୁ ଗଞ୍ଜାମ ବ୍ଲକ ଓ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକକୁ ପାଇପ ଯୋଗେ ପାଣି ଯୋଗାଣ ପାଇଁ ମେଗା ପ୍ରକଳ୍ପ...

ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ: ଲାଗିଲା ଆଉ ୩ ଡାୟାଲିସିସ୍‌ ୟୁନିଟ୍‌, ଅଟୋ ଆନାଲାଇଜର

ଜଗତ୍‌ସିଂହପୁର ଅଫିସ,୧୫ା୩: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଡାୟାଲିସିସ୍‌ ୟୁନିଟ୍‌ରେ ପୁଣି ୩ଟି ମେଶିନ୍‌ ବୃଦ୍ଧି ହୋଇଛି। ଏହାକୁ ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ...

Advertisement
Archives

Model This Week