ନଦୀରେ ପାଇପ୍‌ ଲାଇନ୍‌ ସଂଯୋଗୀକରଣକୁ ବିରୋଧ

ଯୋଡ଼ା,୨୯।୬(ଡି.ଏନ.ଏ.) – କେନ୍ଦୁଝର ଜିଲା ଯୋଡ଼ା ସହରର ଲାଇଫ ଲାଇନ କୁହାଯାଉଥିବା ସୁନା ନଦୀରେ ମେଶିନ ଲଗାଇ ଖୋଳି ଏକ କମ୍ପାନୀ ପକ୍ଷରୁ ସ୍ଲରି ପାଇପ ଲାଇନ ସଂଯୋଗ କାର୍ଯ୍ୟକୁ ଯୋଡ଼ା ଟ୍ରକ ମାଲିକ ସଂଘ, ସୁନା ଓ କାରୋ ନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ବିରୋଧ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ବିରୋଧ କରାଯାଇ ପାଇପ ଲାଇନ ସଂଯୋଗ କାର୍ଯ୍ୟ ବନ୍ଦ କରାଯାଇଥିଲା। ଏଥିଲେ ଯୋଡ଼ାର ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ।
ଓ କାରୋ ନଦୀ ବଞ୍ଚାଅ ଅଭିଯାନର ଆବାହକ ଅଶୋକ ଠକ୍କର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ନଦୀରେ ମେଶିନ ଲଗାଇ ପାଇପ୍‌ଲାଇନ ସଂଯୋଗ ଖବର ପାଇବା ପରେ ଯୋଡ଼ାବାସୀଙ୍କ ସମର୍ଥନରେ ବିରୋଧ କରାଯାଇଥିଲା। ସୁନା ନଦୀରେ ଏହି କାର୍ଯ୍ୟ କରିବା ପାଇଁ ପୌରପାଳିକା ପକ୍ଷରୁ ଅନୁମତି ଦିଆଯାଇଛି କି ବୋଲି ଯୋଡ଼ା ପୌରାଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁଙ୍କ ସହ କଥା ହୋଇଥିଲେ। ଏବଂ ଏଥି ପାଇଁ ପରିବେଶୀୟ ଅନୁମତି ମିଳିଛି କି ବୋଲି ପ୍ରଶ୍ନ କରିଥିବା ଆବାହକ ଠକ୍କର କହିଥିଲେ। ତେବେ ପୋରାଧ୍ୟକ୍ଷ ସାହୁ ଏହାର ଠିକ ଭାବେ ଉତ୍ତର ଦେଇ ପାରି ନାହାନ୍ତି। କେବଳ ପୌରାଞ୍ଚଳରେ ରାସ୍ତାକଡ଼ରେ ମାଟି ଖୋଳି ପାଇପ ଲାଇନ ସଂଯୋଗ କରିବା ପାଇଁ ପୌରପାଳିକା ପକ୍ଷରୁ ଅନୁମତି ଦିଆଯାଇଥିବା ଏବଂ ଏଥିପାଇଁ ସଂପୃକ୍ତ କମ୍ପାନୀ ପକ୍ଷରୁ ୪୦ଲକ୍ଷ ଟଙ୍କା ପୈଠ କରାଯାଇଥିବା ଯୋଡ଼ା ପୌରାଧ୍ୟାକ୍ଷ ସାହୁ କହିଥିବା ଠକ୍କର ସୂଚନା ଦେଇଛନ୍ତି। ସୁନା ନଦୀର ସୁରକ୍ଷା ପାଇଁ ଏକ ବଡ଼ ଧରଣର ଆନ୍ଦୋଳନ ନିଷ୍ପତ୍ତି ନିଆଯାଇଛି ବୋଲି ଆବାହକ ଠକ୍କର କହିଛନ୍ତି। ଏଥିରେ ଏହି ନଦୀ ଜଳକୁ ବ୍ୟବହାର କରୁଥିବା ଯୋଡ଼ା ବ୍ଲକର ସମସ୍ତ ଜନସାଧାରଣ ସାମିଲ ହେବାକୁ ଆହ୍ବାନ କରିଛନ୍ତି । ଏ ନେଇ ସେ ଓଡ଼ିଶା ନଦୀ ସୁରକ୍ଷା କମିଟିଙ୍କୁ ମଧ୍ୟ ଜଣାଇଥିବା କହିଛନ୍ତି। ଆବଶ୍ୟକ ପଡିଲେ ଆଇନର ସାହାଯ୍ୟ ମଧ୍ୟ ନିଆଯିବ ଏବଂ ଏହି ପ୍ରକଳ୍ପକୁ ଅନୁମତି ନ ଦେବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି। ଦୁଇ ଦିନ ଧରି ବଡ଼ ବଡ ମେଶିିନ ଲଗାଇ ନଦୀରେ ମାଟି ଖୋଳି ସ୍ଲରି ପାଇପ ଲାଇନ ସଂଯୋଗ କରୁଥିବା ଖବର ଯୋଡ଼ା ଟ୍ରକ ମାଲିକ ସଂଘ ଜାଣି ପାରି ସୋମବାର ଅପରାହ୍ନରେ ଏହି କାର୍ଯ୍ୟ ବନ୍ଦ କରିଥିଲେ। ଆଗାମୀ ଦିନରେ ଏହାକୁ ତୀବ୍ର ବିରୋଧ କରାଯିବ ବୋଲି ସଂପାଦକ ସୁଶାନ୍ତ ବାରିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?