Odisha Elections 2024

ରାଜନଗରରେ ୨ ରାଜନୈତିକ ଦଳର ବିକ୍ଷୋଭ

ରାଜନଗର, ୧୮।୧୦ (ଭାସ୍କର ରାଉତରାୟ): ଆସନ୍ତା ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନଗର ରାଜନୀତିରେ ଅନେକ ରାଜନୈତିକ ଦୃଶ୍ୟ ଏବେ ଦେଖିବାକୁ ମିଳୁଛି। ମଙ୍ଗଳବାର ଦିନତମାମ ରାଜନଗର ବ୍ଲକରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଥିଲା। ଗୋଟିଏ ପଟରେ ବିଜେଡି ପକ୍ଷରୁ ଗୋଚର ଜମିରେ ଥିବା କଂଗ୍ରେସ କାର୍ଯ୍ୟାଳୟକୁ ଉଚ୍ଛେଦ ଦାବି ନେଇ ତହସିଲଦାରଙ୍କୁ ଦାବିପତ୍ର ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅପରପକ୍ଷରେ କଂଗ୍ରେସ ପକ୍ଷରୁ ଜଙ୍ଗଲ ଜମିରେ ଗଢି ଉଠିଥିବା ହୋଟେଲଗୁଡିକୁ ଉଚ୍ଛେଦ ପାଇଁ ଡିଏଫ୍‌ଓଙ୍କୁ ଦାବିପତ୍ର ଓ ବିକ୍ଷୋଭ ପ୍ରଦର୍ଶନ ସମୟର ଦୃଶ୍ୟ ରାଜନୈତିକ ଦୃଶ୍ୟପଟ୍ଟକୁ ଅଧିକ ଚଞ୍ଚଚଞ୍ଚଳ କରିଛି।
ବିଜେଡିର କର୍ମୀମାନେ ତନ୍ତି ପୋଖରୀ ନିକଟରୁ ଶୋଭାଯାତ୍ରାରେ ଆସି ରାଜନଗର ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜନଗର-ପଟ୍ଟାମୁଣ୍ଡାଇ ମୁଖ୍ୟ ରାସ୍ତା ଓ ପାଣିନାଳକୁ ବନ୍ଦ କରି ଗୋଚର ଜମିରେ ବେଆଇନ ଭାବେ କଂଗ୍ରେସ କାର୍ଯ୍ୟାଳୟ ନିର୍ମାଣ ହୋଇଛି। ଗର୍ଜନପୁର ମୌଜାର ଖାତା ନଂ. ୨୦୭, ପ୍ଲଟ ନଂ. ୬୨୭ ଗୋଚର କିସମ ଜମିରେ ସରକାରୀ ଜମିକୁ ଜବରଦଖଲ କରି କଂଗ୍ରେସ କାର୍ଯ୍ୟାଳୟ ନିର୍ମାଣ କରାଯାଇଛି। ବେଆଇନ ଭାବେ କଂଗ୍ରେସ କାର୍ଯ୍ୟାଳୟ ନିର୍ମାଣ ଯୋଗୁ ସେଠାରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ଓ ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି। ତୁରନ୍ତ ବେଆଇନ ଭାବେ ନିର୍ମାଣ ହୋଇଥିବା କଂଗ୍ରେସ କାର୍ଯ୍ୟାଳୟକୁ ୭ଦିନ ଭିତରେ ଉଚ୍ଛେଦ କରିବାକୁ ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି। ଏ ନେଇ ଦାବିପତ୍ର ରାଜନଗର ତହସିଲଦାରଙ୍କୁ ପ୍ରଦାନ କରିଥିଲେ। ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତଙ୍କ ନେତୃତ୍ୱରେ ଯୁବ ବିଜେଡି ସଭାପତି ଆର୍ତ୍ତବନ୍ଧୁ ମହାନ୍ତି, ଛାତ୍ର ବିଜେଡି ସଭାପତି ମନୋଜ କୁମାର ମଲ୍ଲିକ, ମହିଳା ବିଜେଡି ସଭାନେତ୍ରୀ ରଶ୍ମୀ ରଞ୍ଜିତା ସ୍ବାଇଁ, କେନ୍ଦ୍ରାପଡ଼ା ଜିଲା ଓବିସି ସେଲ୍‌ ସଭାପତି ବିଜୟ ନାୟକ,  ନରହରି ଜେନା, ସରପଞ୍ଚ ଗୋଲେଖ ଚନ୍ଦ୍ର ସ୍ବାଇଁ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଅରୁଣ କୁମାର ସାହୁ ପ୍ରମୁଖ ଶତାଧିକ ବିଜେଡି କର୍ମୀ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ତ୍ରିନାଥବଜାରସ୍ଥିତ କଂଗ୍ରେସ କାର୍ଯ୍ୟାଳୟରୁ ଯୁବ କଂଗ୍ରେସ ସଭାପତି ପ୍ରଭାତ କୁମାର ରାଉଳ, ଛାତ୍ର କଂଗ୍ରେସର ସଭାପତି ସତ୍ୟବ୍ରତ ପାଣି, ଜିଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ବେହେରା ନେତୃତ୍ୱରେ ପୂର୍ବତନ ଜିଲା ଯୁବ କଂଗ୍ରେସ ସଭାପତି ସତ୍ୟବ୍ରତ ସାମଲ, ଓଁକାର ଜେନା, ଦେବାଶିଷ ମହାନ୍ତି ଓ ସହଦେବ ସାହୁ, ସମୀର ଜେନା, ଶୁକଦେବ ଭଦ୍ର ପ୍ରମୁଖ କର୍ମୀମାନେ ଶୋଭାଯାତ୍ରାରେ ବାହାରି ଡିଏଫ୍‌ଓ ଅଫିସ ସମ୍ମୁଖରେ ପହଁଛି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବାଙ୍କୁଆଳ ମୌଜାର ଖାତା ନଂ. ୧୦, ପ୍ଲଟ ନଂ. ୩୬ରେ ଜଙ୍ଗଲ ଜମିରେ ହୋଟେଲ ନିର୍ମାଣ ହୋଇଛି। ଏହି ହୋଟେଲର ମାଲିକାନାରେ ସ୍ଥାନୀୟ ବିଜେଡି ନେତାଙ୍କ ସହଭାଗିତା ଥିବାରୁ ବନ ବିଭାଗ ଜଙ୍ଗଲ ଜମିକୁ ଉଚ୍ଛେଦ ନ କରି କୁମ୍ଭକର୍ଣ୍ଣ ନିଦରେ ଶୋଇଛି ବୋଲି ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଭିତରକନିକାରେ ଥିବା ସମସ୍ତ ହୋଟେଲ ଓ ଜବରଦଖଲ ଉଚ୍ଛେଦ କରିବାକୁ କଂଗ୍ରସ ପକ୍ଷରୁ ଦାବି କରାଯାଇଛି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ତହସିଲ ଦାରଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାବୁ ହେଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ

ବାରିପଦା,୧୭।୫: କାବୁ ହେଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ ବାଘ। ବୁଢୀଖମାରୀ ଅଞ୍ଚଳରୁ ଟ୍ରାଙ୍କୁଲାଇଜ କରି ରେସ୍କ୍ୟୁ ଟିମ୍‌ ବାଘକୁ ଧରିଛନ୍ତି। ସହରର ଭଂଜପୁର...

ବାରିପଦା ସହରରେ ବୁଲୁଛି ବାଘ

ବାରିପଦା,୧୭ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ବୁଢ଼ିଖମାରୀଠାରେ କଲରାପତରିଆ ବାଘ ଆତଙ୍କ ଖେଳାଇବାରେ ଲାଗିଛି। ବାଘଟି ଏକ ସ୍କୁଲ ମଧ୍ୟରେ ପଶିଯାଇଥିବାରୁ ଧରିବା...

ଏହି ଦିନ ପ୍ରକାଶ ପାଇବ ମାଟ୍ରିକ୍‌ ଫରୀକ୍ଷାଫଳ

କଟକ,୧୭।୫: ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ଫରୀକ୍ଷାଫଳ। ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବ ବୋଲି...

ନିର୍ବାଚନ ଆସିଲେ ଭାଜପା ନେତା ଆସନ୍ତି: ପାଣ୍ଡିଆନ

ବଲାଙ୍ଗୀର/ସଇଁନ୍ତଲା,୧୭ା୫ (ବୀରେନ୍ଦ୍ର କୁମାର ଝାଙ୍କର/ରାଖାଲ ପ୍ରସାଦ ଶତପଥୀ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ବଲାଙ୍ଗୀର ଜିଲା ଗସ୍ତରେ ଆସି ଟିଟିଲାଗଡ ନିର୍ବାଚନମଣ୍ଡଳୀର ସଇଁତଲା, କଣ୍ଟାବାଞ୍ଜି...

ସହରରୁ ଉଜୁଡ଼ିଗଲା ସବୁଜିମା

ନବରଙ୍ଗପୁର,୧୭।୫(ସଦାଶିବ ପ୍ରହରାଜ): ଜାତୀୟ ରାଜପଥ କଡ଼ରୁ କଟିଲା ଅତି ପୁରୁଣା ବିରାଟକାୟ ଗଛ। ନବରଙ୍ଗପୁର ସହର ଅସ୍ଥାୟୀ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଗଛ...

ଆଦିବାସୀଙ୍କୁ ମିଳୁନି ମହୁଲର ଉଚିତ ମୂଲ୍ୟ

ରାୟଗଡ଼ା,୧୭।୫(ଆଶିଷ ରଞ୍ଜନ ପଣ୍ଡା): ଜଙ୍ଗଲଜାତ ଦ୍ରବ୍ୟ ମହୁଲ ପାଇଁ ରାୟଗଡ଼ା ଜିଲାର ରହିଛି ସ୍ବତନ୍ତ୍ର ପରିଚୟ। ହେଲେ ମହୁଲ କ୍ରୟ ଉପରେ କୌଣସି ବିଭାଗର ନିୟନ୍ତ୍ରଣ...

ଦାଦନ ରୋକିବାକୁ ପ୍ରୟାସ କରିବି: ଗୋକୁଳାନନ୍ଦ

ବ୍ରହ୍ମପୁର,୧୭ା୫(ଅଶୋକ କୁମାର ସାହୁ):: ଆସିକା ସଂସଦୀୟ କ୍ଷେତ୍ର ଅଧୀନ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୯ଜଣ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଓ ଭାଜପା ପୁରୁଣା...

କଂଗ୍ରେସ ବିଧାୟକ ପ୍ରାର୍ଥୀ ଗିରଫ

ବ୍ରହ୍ମପୁର,୧୭ା୫(ସୁବାସ ଚନ୍ଦ୍ର ପାଢ଼ୀ):ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି। ଗତ ୧୩ ତାରିଖରେ ବ୍ରହ୍ମପୁର ଲୋକ ସଭା ପ୍ରାର୍ଥୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri