Odisha Elections 2024

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ ଗରା, ବାଲଟି ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ବନ୍ଦ ରହିଛି।

ଖବର ପାଇ ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ. ବିଦ୍ୟାଧର ଦାଶ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାଶୁଝା କରିଥିଲେ। ହେଲେ ସରପଞ୍ଚ ଘଟଣା ସ୍ଥଳକୁ ଆସିବା ଦାବି କରି ରାସ୍ତା ଅବରୋଧ ଜାରି ରଖିଥିଲେ। ସ୍ଥାନୀୟ ସରପଞ୍ଚ ଅନିରୁଦ୍ଧ ନାଏକ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏପରିକି ୩ ଦିନ ମଧ୍ୟରେ ନୂତନ ପାଇପ୍‌ ପକାଇ ବୋରୱେଲରୁ ଜଳ ଯୋଗାଣ କରାଯିବ ବୋଲି କହିବା ପରେ ମହିଳାଙ୍କ ରାସ୍ତା ଅବରୋଧ ହଟିଥିଲା।

ସୂଚନା ଯୋଗ୍ୟ, ପାଟଣା ବ୍ଲକ ଟାଙ୍ଗରପଡା ହାଟ ଛକକୁ ବସୁଧା ଯୋଜନାରୁ ଜଳ ଯୋଗାଣ ହୋଇଥିଲେ ହେଁ ଉକ୍ତ ଛକନିକଟ ସାହିକୁ ପାଣି ଆସୁ ନ ଥିବାରୁ ମହିଳମାନେ ଉତ୍ତ୍ୟକ୍ତ ହୋଇ ରାସ୍ତା ରୋକୋ କରିଥିଲେ।

ପିଇବା ପାଣି ପାଇଁ ରାସ୍ତାରୋକୋ


Enter your email to get our daily news in your inbox.

All Right Reserved By Dharitri.Com

‘ମିଥ୍ୟା ପ୍ରତିଶ୍ରୁତି ଦେଇ ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ଚାହୁଁଛି ଭାଜପା’

ମୋରଡ଼ା/ରାସଗୋବିନ୍ଦପୁର,୨୨ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାସଗୋବିନ୍ଦପୁର ବ୍ଲକର ଅମର୍ଦ୍ଦା ପଡ଼ିଆରେ ବିଜୁ ଜନତା ଦଳ ଶକ୍ତି ପ୍ରଦର୍ଶନ କରିଛି। ଅପରାହ୍ନ ୫ଟାରେ...

ରାଜ୍ୟକୁ ରାମରାଜ୍ୟରେ ପରିଣତ କରିବାକୁ ହେଲେ ଭାଜପାକୁ ଭୋଟ୍‌ ଦିଅନ୍ତୁ: ଅରୁଣ ଗୋଭିଲ

କେନ୍ଦୁଝର,୨୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ନେତା ତଥା ସିନେ ଷ୍ଟାର ଅରୁଣ ଗୋଭିଲ ବୁଧବାର କନ୍ଦୁଝର ଜିଲା ଗସ୍ତରେ ଆସି ଚମ୍ପୁଆ ଓ ତେଲକୋଇରେ ଭାଜପାର...

ସମ୍ବଲପୁରରେ ବଡ଼ ବୟାନ ଦେଲେ ଗିରିରାଜ ସିଂ, କହିଲେ- ”ନଜରବନ୍ଦୀ ଅଛନ୍ତି ନବୀନ”

ସମ୍ବଲପୁର,୨୨ା୫: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଵାକଯୁଦ୍ଧ ତୀବ୍ର ହୋଇଛି। ବୁଧବାର କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଗିରିରାଜ ସିଂଙ୍କ ସମ୍ବଲପୁରରେ...

ଓଡ଼ିଶାରେ ସରକାର ବଦଳିବାର ସମୟ ଆସିଛି: ଅରୁଣ ଗୋଭିଲ

ଚମ୍ପୁଆ,୨୨ା୫: ରାମାୟଣ ଧାରାବାହିକରେ ରାମ ଚରିତ୍ରରେ ଅଭିନୟ କରି ସାରା ଦେଶରେ ପରିଚିତି ପାଇଥିବା ଅରୁଣ ଗୋଭିଲ ବୁଧବାର ଓଡ଼ିଶା ଆସିଛନ୍ତି। ଅରୁଣ ଓଡ଼ିଶା ଆସି...

ଚକା ଖସି ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର

ନବରଙ୍ଗପୁର,୨୨ା୫(ସଦାଶିବ ପ୍ରହରାଜ): ବାଇକ୍‌ରେ ଯାଉଥିବା ଦମ୍ପତିଙ୍କ ଉପରେ ଏକ ଟ୍ରାକ୍ଟର ଚଢ଼ିଯିବାରୁ ସ୍ବାମୀ ଗୁରୁତର ହୋଇଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ତେବେ ସ୍ବାମୀଙ୍କୁ ବିଶାଖାପାଟଣା...

ଯୋଡ଼ିଶଙ୍ଖ ଚିହ୍ନରେ ଭୋଟ୍‌ ଦେବାକୁ ଭୋଟରଙ୍କୁ ନିବେଦନ କଲେ ପ୍ରାର୍ଥୀ

ହାଟଡିହୀ,୨୨ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ପକ୍ଷରୁ ବୁଧବାର ୩୬ନଂ ଜୋନ୍‌ ଅଧୀନ ୯ଟି ପଞ୍ଚାୟତରେ ଜୋନ୍‌ସ୍ତରୀୟ ଶେଷ ନିର୍ବାଚନୀ ପ୍ରଚାର...

ନବୀନ ପଟ୍ଟନାୟକ ଭଲ କି ନାହିଁ ପଚାରିଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼,୨୨ା୫(ଲୋକନାଥ ମିଶ୍ର): ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ନୟାଗଡ଼ ଷ୍ଟାଡିୟମରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ...

ଡିଭାଇଡରରେ ଚଢ଼ି ଓଲଟି ପଡ଼ିଲା କାର୍‌

ଛତ୍ରପୁର,୨୨ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ପୋକିଡ଼ିବନ୍ଧ ଛକଠାରେ ବୁଧବାର ଏକ କାର୍‌ ଓଲଟି ପଡ଼ିଛି। ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଡ୍ରାଇଭର। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri